ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । ହେ ପରମେଶ୍ଵର, ମୋʼ କାକୂକ୍ତିର ରବ ଶ୍ରବଣ କର; ଶତ୍ରୁ ଭୟରୁ ମୋʼ ଜୀବନ ରକ୍ଷା କର ।
2. କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ, ଅଧର୍ମାଚାରୀ-ମାନଙ୍କ କଳହରୁ ମୋତେ ଲୁଚାଇ ରଖ;
3. ସେମାନେ ଖଡ଼୍‍ଗ ପରି ଆପଣା ଜିହ୍ଵା ଶାଣିତ କରିଅଛନ୍ତି
4. ଏବଂ ଆପଣାମାନଙ୍କ କଟୁବାକ୍ୟରୂପ ତୀର ଲକ୍ଷ୍ୟ କରିଅଛନ୍ତି; ଯେପରି ସିଦ୍ଧ ଲୋକଙ୍କ ପ୍ରତି ଗୋପନରେ ନିକ୍ଷେପ କରି ପାରିବେ; ସେମାନେ ହଠାତ୍ ତାହା ପ୍ରତି ନିକ୍ଷେପ କରନ୍ତି ଓ ଭୟ କରନ୍ତି ନାହିଁ ।
5. ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ କରନ୍ତି; ସେମାନେ ଗୋପନରେ ଫାନ୍ଦ ପାତିବାକୁ କଥାବାର୍ତ୍ତା କରନ୍ତି; ସେମାନେ କହନ୍ତି, ଆମ୍ଭମାନଙ୍କୁ କିଏ ଦେଖିବ?
6. ସେମାନେ ଅଧର୍ମ କଳ୍ପନା କରନ୍ତି; ଆମ୍ଭେମାନେ ଯନିପୂର୍ବକ କଳ୍ପନା ସିଦ୍ଧ କରିଅଛୁ ବୋଲି ସେମାନେ କହନ୍ତି; ଆଉ, ପ୍ରତ୍ୟେକର ଆନ୍ତରିକ ଭାବ ଓ ହୃଦୟ ଗଭୀର ।
7. ମାତ୍ର ପରମେଶ୍ଵର ସେମାନଙ୍କ ପ୍ରତି ନିକ୍ଷେପ କରିବେ; ସେମାନେ ତୀରରେ ହଠାତ୍ ଆହତ ହେବେ ।
8. ଏହିରୂପେ ସେମାନେ ନିପାତିତ ହେବେ, ସେମାନଙ୍କ ନିଜ ଜିହ୍ଵା ସେମାନଙ୍କର ବିପକ୍ଷ ହେବ; ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ତ ହଲାଇବେ;
9. ପୁଣି, ସକଳ ମନୁଷ୍ୟ ଭୟ କରିବେ ଓ ସେମାନେ ପରମେଶ୍ଵରଙ୍କ କର୍ମ ପ୍ରକାଶ କରିବେ ଓ ତାହାଙ୍କର କ୍ରିୟା ସୁବିବେଚନା କରିବେ ।
10. ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ ଓ ତାହାଙ୍କର ଶରଣାଗତ ହେବ । ପୁଣି, ସରଳାନ୍ତଃକରଣ ସମସ୍ତେ ଦର୍ପ କରିବେ ।

Notes

No Verse Added

Total 150 Chapters, Current Chapter 64 of Total Chapters 150
ଗୀତସଂହିତା 64:12
1. ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ ହେ ପରମେଶ୍ଵର, ମୋʼ କାକୂକ୍ତିର ରବ ଶ୍ରବଣ କର; ଶତ୍ରୁ ଭୟରୁ ମୋʼ ଜୀବନ ରକ୍ଷା କର
2. କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ, ଅଧର୍ମାଚାରୀ-ମାନଙ୍କ କଳହରୁ ମୋତେ ଲୁଚାଇ ରଖ;
3. ସେମାନେ ଖଡ଼୍‍ଗ ପରି ଆପଣା ଜିହ୍ଵା ଶାଣିତ କରିଅଛନ୍ତି
4. ଏବଂ ଆପଣାମାନଙ୍କ କଟୁବାକ୍ୟରୂପ ତୀର ଲକ୍ଷ୍ୟ କରିଅଛନ୍ତି; ଯେପରି ସିଦ୍ଧ ଲୋକଙ୍କ ପ୍ରତି ଗୋପନରେ ନିକ୍ଷେପ କରି ପାରିବେ; ସେମାନେ ହଠାତ୍ ତାହା ପ୍ରତି ନିକ୍ଷେପ କରନ୍ତି ଭୟ କରନ୍ତି ନାହିଁ
5. ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ କରନ୍ତି; ସେମାନେ ଗୋପନରେ ଫାନ୍ଦ ପାତିବାକୁ କଥାବାର୍ତ୍ତା କରନ୍ତି; ସେମାନେ କହନ୍ତି, ଆମ୍ଭମାନଙ୍କୁ କିଏ ଦେଖିବ?
6. ସେମାନେ ଅଧର୍ମ କଳ୍ପନା କରନ୍ତି; ଆମ୍ଭେମାନେ ଯନିପୂର୍ବକ କଳ୍ପନା ସିଦ୍ଧ କରିଅଛୁ ବୋଲି ସେମାନେ କହନ୍ତି; ଆଉ, ପ୍ରତ୍ୟେକର ଆନ୍ତରିକ ଭାବ ହୃଦୟ ଗଭୀର
7. ମାତ୍ର ପରମେଶ୍ଵର ସେମାନଙ୍କ ପ୍ରତି ନିକ୍ଷେପ କରିବେ; ସେମାନେ ତୀରରେ ହଠାତ୍ ଆହତ ହେବେ
8. ଏହିରୂପେ ସେମାନେ ନିପାତିତ ହେବେ, ସେମାନଙ୍କ ନିଜ ଜିହ୍ଵା ସେମାନଙ୍କର ବିପକ୍ଷ ହେବ; ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ତ ହଲାଇବେ;
9. ପୁଣି, ସକଳ ମନୁଷ୍ୟ ଭୟ କରିବେ ସେମାନେ ପରମେଶ୍ଵରଙ୍କ କର୍ମ ପ୍ରକାଶ କରିବେ ତାହାଙ୍କର କ୍ରିୟା ସୁବିବେଚନା କରିବେ
10. ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ ତାହାଙ୍କର ଶରଣାଗତ ହେବ ପୁଣି, ସରଳାନ୍ତଃକରଣ ସମସ୍ତେ ଦର୍ପ କରିବେ
Total 150 Chapters, Current Chapter 64 of Total Chapters 150
×

Alert

×

oriya Letters Keypad References