ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଗୀତ । ହେ ପରମେଶ୍ଵର, ମୋହର କାକୂକ୍ତି ଶୁଣ; ମୋʼ ପ୍ରାର୍ଥନାରେ ମନୋଯୋଗ କର ।
2. ମୋʼ ମନ ଉଦ୍ବିଗ୍ନ ହେବା ବେଳେ ମୁଁ ପୃଥିବୀର ପ୍ରାନ୍ତରୁ ତୁମ୍ଭକୁ ଡାକିବି; ମୋʼଠାରୁ ଉଚ୍ଚତର ଶୈଳକୁ ମୋତେ ନେଇଯାଅ ।
3. କାରଣ ତୁମ୍ଭେ ମୋʼ ନିମନ୍ତେ ଆଶ୍ରୟ ଓ ଶତ୍ରୁଠାରୁ ଦୃଢ଼ ଦୁର୍ଗ ସ୍ଵରୂପ ହୋଇଅଛ ।
4. ମୁଁ ସଦାକାଳ ତୁମ୍ଭ ତମ୍ଵୁରେ ବାସ କରିବି; ମୁଁ ତୁମ୍ଭ ପକ୍ଷର ଉହାଡ଼ରେ ଆଶ୍ରୟ ନେବି ।
5. କାରଣ ହେ ପରମେଶ୍ଵର, ତୁମ୍ଭେ ମୋହର ମାନତସବୁ ଶୁଣିଅଛ; ତୁମ୍ଭେ ଆପଣା ନାମର ଭୟକାରୀମାନଙ୍କ ଅଧିକାର ଆମ୍ଭକୁ ଦେଇଅଛ ।
6. ତୁମ୍ଭେ ରାଜାଙ୍କ ଆୟୁ ବୃଦ୍ଧି କରିବ; ତାଙ୍କ ବର୍ଷ ଅନେକ ପୁରୁଷାନୁକ୍ରମ ତୁଲ୍ୟ ହେବ ।
7. ସେ ସଦାକାଳ ପରମେଶ୍ଵରଙ୍କ ସମ୍ମୁଖରେ ବାସ କରିବେ; ତାଙ୍କ ରକ୍ଷା ନିମନ୍ତେ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ପ୍ରସ୍ତୁତ କର ।
8. ତହୁଁ ମୁଁ ସଦାକାଳ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି ଓ ଦିନକୁ ଦିନ ଆପଣା ମାନତ ପୂର୍ଣ୍ଣ କରିବି ।

Notes

No Verse Added

Total 150 Chapters, Current Chapter 61 of Total Chapters 150
ଗୀତସଂହିତା 61:20
1. ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଗୀତ ହେ ପରମେଶ୍ଵର, ମୋହର କାକୂକ୍ତି ଶୁଣ; ମୋʼ ପ୍ରାର୍ଥନାରେ ମନୋଯୋଗ କର
2. ମୋʼ ମନ ଉଦ୍ବିଗ୍ନ ହେବା ବେଳେ ମୁଁ ପୃଥିବୀର ପ୍ରାନ୍ତରୁ ତୁମ୍ଭକୁ ଡାକିବି; ମୋʼଠାରୁ ଉଚ୍ଚତର ଶୈଳକୁ ମୋତେ ନେଇଯାଅ
3. କାରଣ ତୁମ୍ଭେ ମୋʼ ନିମନ୍ତେ ଆଶ୍ରୟ ଶତ୍ରୁଠାରୁ ଦୃଢ଼ ଦୁର୍ଗ ସ୍ଵରୂପ ହୋଇଅଛ
4. ମୁଁ ସଦାକାଳ ତୁମ୍ଭ ତମ୍ଵୁରେ ବାସ କରିବି; ମୁଁ ତୁମ୍ଭ ପକ୍ଷର ଉହାଡ଼ରେ ଆଶ୍ରୟ ନେବି
5. କାରଣ ହେ ପରମେଶ୍ଵର, ତୁମ୍ଭେ ମୋହର ମାନତସବୁ ଶୁଣିଅଛ; ତୁମ୍ଭେ ଆପଣା ନାମର ଭୟକାରୀମାନଙ୍କ ଅଧିକାର ଆମ୍ଭକୁ ଦେଇଅଛ
6. ତୁମ୍ଭେ ରାଜାଙ୍କ ଆୟୁ ବୃଦ୍ଧି କରିବ; ତାଙ୍କ ବର୍ଷ ଅନେକ ପୁରୁଷାନୁକ୍ରମ ତୁଲ୍ୟ ହେବ
7. ସେ ସଦାକାଳ ପରମେଶ୍ଵରଙ୍କ ସମ୍ମୁଖରେ ବାସ କରିବେ; ତାଙ୍କ ରକ୍ଷା ନିମନ୍ତେ ସ୍ନେହପୂର୍ଣ୍ଣ କରୁଣା ସତ୍ୟତା ପ୍ରସ୍ତୁତ କର
8. ତହୁଁ ମୁଁ ସଦାକାଳ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି ଦିନକୁ ଦିନ ଆପଣା ମାନତ ପୂର୍ଣ୍ଣ କରିବି
Total 150 Chapters, Current Chapter 61 of Total Chapters 150
×

Alert

×

oriya Letters Keypad References