1. ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । ସଦାପ୍ରଭୁ ସଙ୍କଟ ଦିନରେ ତୁମ୍ଭକୁ ଉତ୍ତର ଦେଉନ୍ତୁ; ଯାକୁବର ପରମେଶ୍ଵରଙ୍କ ନାମ ତୁମ୍ଭକୁ ଉଚ୍ଚରେ ସ୍ଥାପନ କରୁ;
|
5. ଆମ୍ଭେମାନେ ତୁମ୍ଭ ପରିତ୍ରାଣରେ ଜୟଧ୍ଵନି କରିବୁ ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନାମରେ ଆମ୍ଭେମାନେ ଧ୍ଵଜା ସ୍ଥାପନ କରିବୁ; ସଦାପ୍ରଭୁ ତୁମ୍ଭର ସବୁ ନିବେଦନ ସିଦ୍ଧ କରନ୍ତୁ ।
|
6. ଏବେ ମୁଁ ଜାଣୁଅଛି ଯେ, ସଦାପ୍ରଭୁ ଆପଣା ଅଭିଷିକ୍ତକୁ ଉଦ୍ଧାର କରନ୍ତି, ସେ ଆପଣା ଦକ୍ଷିଣ ହସ୍ତର ତ୍ରାଣଶକ୍ତିରେ ନିଜ ପବିତ୍ର ସ୍ଵର୍ଗରୁ ତାହାକୁ ଉତ୍ତର ଦେବେ ।
|
7. କେହି କେହି ରଥରେ ଓ କେହି କେହି ଅଶ୍ଵରେ ନିର୍ଭର କରନ୍ତି; ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନାମ କୀର୍ତ୍ତନ କରିବା ।
|