ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗଣନା ପୁସ୍ତକ
1. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
2. ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କଥା କୁହ, ସେମାନଙ୍କ ପିତୃଗୃହର ଅଧ୍ୟକ୍ଷମାନଙ୍କଠାରୁ ପ୍ରତ୍ୟେକ ପିତୃଗୃହ ନିମନ୍ତେ ଏକ ଏକ ଯଷ୍ଟି, ଏହିରୂପେ ବାର ଯଷ୍ଟି ଗ୍ରହଣ କର; ତୁମ୍ଭେ ପ୍ରତ୍ୟେକର ଯଷ୍ଟିରେ ପ୍ରତ୍ୟେକ ଲୋକର ନାମ ଲେଖ ।
3. ପୁଣି ତୁମ୍ଭେ ଲେବୀର ଯଷ୍ଟିରେ ହାରୋଣର ନାମ ଲେଖିବ; କାରଣ ସେମାନଙ୍କ ପ୍ରତ୍ୟେକ ପିତୃଗୃହର ଅଧ୍ୟକ୍ଷ ନିମନ୍ତେ ଏକ ଏକ ଯଷ୍ଟି ହେବ ।
4. ଆଉ ସମାଗମ-ତମ୍ଵୁର ଯେଉଁ ସ୍ଥାନରେ ଆମ୍ଭେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରୁ, ସେହି ସ୍ଥାନରେ ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ତୁମ୍ଭେ ସେସବୁ ରଖିବ ।
5. ଏହା କଲା ଉତ୍ତାରେ, ଆମ୍ଭେ ଯେଉଁ ବ୍ୟକ୍ତିକି ମନୋନୀତ କରିବା, ତାହାର ଯଷ୍ଟି ପୁଷ୍ପିତ ହେବ; ତହିଁରେ ଇସ୍ରାଏଲ-ସନ୍ତାନଗଣ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ବଚସା କରନ୍ତି, ସେହି ବଚସା ଆମ୍ଭେ ଆପଣା ନିକଟରୁ ନିବୃତ୍ତ କରାଇବା ।
6. ଏଥିରେ ମୋଶା ଇସ୍ରାଏଲ-ସନ୍ତାନଗଣକୁ କହନ୍ତେ, ସେମାନଙ୍କର ଅଧ୍ୟକ୍ଷ ସମସ୍ତେ ଆପଣା ଆପଣା ପିତୃଗୃହ ଅନୁସାରେ ପ୍ରତ୍ୟେକ ଅଧ୍ୟକ୍ଷ ନିମନ୍ତେ ଏକ ଏକ ଯଷ୍ଟି, ଏରୂପେ ବାର ଯଷ୍ଟି ତାଙ୍କୁ ଦେଲେ; ପୁଣି ହାରୋଣଙ୍କର ଯଷ୍ଟି ସେମାନଙ୍କ ଯଷ୍ଟିସକଳର ମଧ୍ୟରେ ଥିଲା ।
7. ତହୁଁ ମୋଶା ସାକ୍ଷ୍ୟତମ୍ଵୁରେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ସମସ୍ତ ଯଷ୍ଟି ରଖିଲେ ।
8. ଏଥି ଉତ୍ତାରେ ଆର ଦିନ ମୋଶା ସାକ୍ଷ୍ୟତମ୍ଵୁରେ ପ୍ରବେଶ କଲେ; ଆଉ ଦେଖ, ଲେବୀ ଗୃହ ନିମନ୍ତେ ଥିବା ହାରୋଣଙ୍କର ଯଷ୍ଟି ଅଙ୍କୁରିତ ହୋଇଅଛି, ପୁଣି ଅଙ୍କୁର ବାହାର ହେଲା, ପୁଷ୍ପ ଫୁଟିଲା ଓ ପକ୍ଵ ବାଦାମ ଫଳିଲା ।
9. ତେବେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ସେହି ସକଳ ଯଷ୍ଟି ବାହାର କରି ଇସ୍ରାଏଲର ସମସ୍ତ ସନ୍ତାନଗଣର ସାକ୍ଷାତକୁ ଆଣିଲେ; ପୁଣି ସେମାନେ ତାହା ଦେଖି ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ନେଲେ ।
10. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭ ବିରୁଦ୍ଧରେ ଏହି ବିଦ୍ରୋହୀ ସନ୍ତାନଗଣର ବଚସା ଯେପରି ନିବୃତ୍ତ ହୁଏ ଓ ସେମାନଙ୍କର ମୃତ୍ୟୁ ନ ହୁଏ, ଏଥିପାଇଁ ସେମାନଙ୍କ ବିରୁଦ୍ଧରେ ଚିହ୍ନ ସ୍ଵରୂପେ ରଖାଯିବା ନିମନ୍ତେ ତୁମ୍ଭେ ହାରୋଣଙ୍କ-ଯଷ୍ଟି ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ରଖ ।
11. ମୋଶା ସେରୂପ କଲେ; ସଦାପ୍ରଭୁ ତାଙ୍କୁ ଯେପରି ଆଜ୍ଞା ଦେଲେ, ସେ ସେହିପରି କଲେ ।
12. ଏଥି ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ମୋଶାଙ୍କୁ କହିଲେ, ଦେଖ, ଆମ୍ଭମାନଙ୍କର ପ୍ରାଣ ଯାଉଛି, ଆମ୍ଭେମାନେ ଉଚ୍ଛିନ୍ନ ହେଉ, ଆମ୍ଭେ ସମସ୍ତେ ଉଚ୍ଛିନ୍ନ ହେଉ ।
13. ଯେକେହି ନିକଟକୁ ଆସୁଅଛି, ଅର୍ଥାତ୍, ସଦାପ୍ରଭୁଙ୍କ ଆବାସ ନିକଟକୁ ଆସୁଅଛି, ସେ ମରୁଅଛି; ଆମ୍ଭେ ସମସ୍ତେ କି ପ୍ରାଣ ଛାଡ଼ି ଉଚ୍ଛିନ୍ନ ହେବାଣ?
Total 36 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 17 / 36
1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କଥା କୁହ, ସେମାନଙ୍କ ପିତୃଗୃହର ଅଧ୍ୟକ୍ଷମାନଙ୍କଠାରୁ ପ୍ରତ୍ୟେକ ପିତୃଗୃହ ନିମନ୍ତେ ଏକ ଏକ ଯଷ୍ଟି, ଏହିରୂପେ ବାର ଯଷ୍ଟି ଗ୍ରହଣ କର; ତୁମ୍ଭେ ପ୍ରତ୍ୟେକର ଯଷ୍ଟିରେ ପ୍ରତ୍ୟେକ ଲୋକର ନାମ ଲେଖ । 3 ପୁଣି ତୁମ୍ଭେ ଲେବୀର ଯଷ୍ଟିରେ ହାରୋଣର ନାମ ଲେଖିବ; କାରଣ ସେମାନଙ୍କ ପ୍ରତ୍ୟେକ ପିତୃଗୃହର ଅଧ୍ୟକ୍ଷ ନିମନ୍ତେ ଏକ ଏକ ଯଷ୍ଟି ହେବ । 4 ଆଉ ସମାଗମ-ତମ୍ଵୁର ଯେଉଁ ସ୍ଥାନରେ ଆମ୍ଭେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରୁ, ସେହି ସ୍ଥାନରେ ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ତୁମ୍ଭେ ସେସବୁ ରଖିବ । 5 ଏହା କଲା ଉତ୍ତାରେ, ଆମ୍ଭେ ଯେଉଁ ବ୍ୟକ୍ତିକି ମନୋନୀତ କରିବା, ତାହାର ଯଷ୍ଟି ପୁଷ୍ପିତ ହେବ; ତହିଁରେ ଇସ୍ରାଏଲ-ସନ୍ତାନଗଣ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ବଚସା କରନ୍ତି, ସେହି ବଚସା ଆମ୍ଭେ ଆପଣା ନିକଟରୁ ନିବୃତ୍ତ କରାଇବା । 6 ଏଥିରେ ମୋଶା ଇସ୍ରାଏଲ-ସନ୍ତାନଗଣକୁ କହନ୍ତେ, ସେମାନଙ୍କର ଅଧ୍ୟକ୍ଷ ସମସ୍ତେ ଆପଣା ଆପଣା ପିତୃଗୃହ ଅନୁସାରେ ପ୍ରତ୍ୟେକ ଅଧ୍ୟକ୍ଷ ନିମନ୍ତେ ଏକ ଏକ ଯଷ୍ଟି, ଏରୂପେ ବାର ଯଷ୍ଟି ତାଙ୍କୁ ଦେଲେ; ପୁଣି ହାରୋଣଙ୍କର ଯଷ୍ଟି ସେମାନଙ୍କ ଯଷ୍ଟିସକଳର ମଧ୍ୟରେ ଥିଲା । 7 ତହୁଁ ମୋଶା ସାକ୍ଷ୍ୟତମ୍ଵୁରେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ସମସ୍ତ ଯଷ୍ଟି ରଖିଲେ । 8 ଏଥି ଉତ୍ତାରେ ଆର ଦିନ ମୋଶା ସାକ୍ଷ୍ୟତମ୍ଵୁରେ ପ୍ରବେଶ କଲେ; ଆଉ ଦେଖ, ଲେବୀ ଗୃହ ନିମନ୍ତେ ଥିବା ହାରୋଣଙ୍କର ଯଷ୍ଟି ଅଙ୍କୁରିତ ହୋଇଅଛି, ପୁଣି ଅଙ୍କୁର ବାହାର ହେଲା, ପୁଷ୍ପ ଫୁଟିଲା ଓ ପକ୍ଵ ବାଦାମ ଫଳିଲା । 9 ତେବେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ସେହି ସକଳ ଯଷ୍ଟି ବାହାର କରି ଇସ୍ରାଏଲର ସମସ୍ତ ସନ୍ତାନଗଣର ସାକ୍ଷାତକୁ ଆଣିଲେ; ପୁଣି ସେମାନେ ତାହା ଦେଖି ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ନେଲେ । 10 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭ ବିରୁଦ୍ଧରେ ଏହି ବିଦ୍ରୋହୀ ସନ୍ତାନଗଣର ବଚସା ଯେପରି ନିବୃତ୍ତ ହୁଏ ଓ ସେମାନଙ୍କର ମୃତ୍ୟୁ ନ ହୁଏ, ଏଥିପାଇଁ ସେମାନଙ୍କ ବିରୁଦ୍ଧରେ ଚିହ୍ନ ସ୍ଵରୂପେ ରଖାଯିବା ନିମନ୍ତେ ତୁମ୍ଭେ ହାରୋଣଙ୍କ-ଯଷ୍ଟି ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ରଖ । 11 ମୋଶା ସେରୂପ କଲେ; ସଦାପ୍ରଭୁ ତାଙ୍କୁ ଯେପରି ଆଜ୍ଞା ଦେଲେ, ସେ ସେହିପରି କଲେ । 12 ଏଥି ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ମୋଶାଙ୍କୁ କହିଲେ, ଦେଖ, ଆମ୍ଭମାନଙ୍କର ପ୍ରାଣ ଯାଉଛି, ଆମ୍ଭେମାନେ ଉଚ୍ଛିନ୍ନ ହେଉ, ଆମ୍ଭେ ସମସ୍ତେ ଉଚ୍ଛିନ୍ନ ହେଉ । 13 ଯେକେହି ନିକଟକୁ ଆସୁଅଛି, ଅର୍ଥାତ୍, ସଦାପ୍ରଭୁଙ୍କ ଆବାସ ନିକଟକୁ ଆସୁଅଛି, ସେ ମରୁଅଛି; ଆମ୍ଭେ ସମସ୍ତେ କି ପ୍ରାଣ ଛାଡ଼ି ଉଚ୍ଛିନ୍ନ ହେବାଣ?
Total 36 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 17 / 36
×

Alert

×

Oriya Letters Keypad References