ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିଶାଇୟ
1. ଯାହାଙ୍କୁ ଆମ୍ଭେ ଧାରଣ କରୁ, ଏପରି ଆମ୍ଭ ଦାସଙ୍କୁ, ଯାହାଙ୍କଠାରେ ଆମ୍ଭ ଚିତ୍ତ ସନ୍ତୁଷ୍ଟ, ଏପରି ଆମ୍ଭର ମନୋନୀତ ଲୋକଙ୍କୁ ଦେଖ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ସ୍ଥାପନ କରିଅଛୁ; ସେ ଅନ୍ୟ ଦେଶୀୟମାନଙ୍କ ମଧ୍ୟକୁ ନ୍ୟାୟ ବିଚାର ଆଣିବେ ।
2. ସେ ଚିତ୍କାର କି ଉଚ୍ଚ ଶଦ୍ଦ କରିବେ ନାହିଁ, କିଅବା ରାଜପଥରେ ଆପଣା ରବ ଶୁଣାଇବେ ନାହିଁ ।
3. ସେ ଛେଚାନଳ ଭାଙ୍ଗିବେ ନାହିଁ ଓ ସଧୂମ ବଳିତା ନିଭାଇବେ ନାହିଁ; ସେ ସତ୍ୟତାରେ ନ୍ୟାୟ ବିଚାର ଆଣିବେ ।
4. ସେ ପୃଥିବୀରେ ନ୍ୟାୟ ବିଚାର ସ୍ଥାପନ ନ କରିବା ପର୍ଯ୍ୟନ୍ତ ନିସ୍ତେଜ ଓ ହୀନସାହସ ନୋହିବେ; ଆଉ, ଦ୍ଵୀପଗଣ ତାହାଙ୍କ ବ୍ୟବସ୍ଥାର ଅପେକ୍ଷାରେ ରହିବେ ।
5. ଯେ ଆକାଶମଣ୍ତଳ ସୃଷ୍ଟି କରି ବିସ୍ତାର କଲେ; ଯେ ଭୂତଳ ଓ ତଦୁତ୍ପନ୍ନସକଳ ବିଛାଇଲେ; ଯେ ତହିଁ ଉପରିସ୍ଥ ସକଳ ଲୋକଙ୍କୁ ନିଶ୍ଵାସ ପ୍ରଶ୍ଵାସ ଦିଅନ୍ତି ଓ ତନ୍ମଧ୍ୟରେ ଗମନାଗମନକାରୀମାନଙ୍କୁ ପ୍ରାଣ ଦିଅନ୍ତି, ସେହି ସଦାପ୍ରଭୁ ପରମେଶ୍ଵର ଏହି କଥା କହନ୍ତି;
6. ଆମ୍ଭେ ସଦାପ୍ରଭୁ, ଧର୍ମରେ ତୁମ୍ଭକୁ ଆହ୍ଵାନ କରିଅଛୁ ଓ ତୁମ୍ଭର ହସ୍ତ ଧରି ତୁମ୍ଭକୁ ରକ୍ଷା କରିବୁ, ଆଉ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରିବା ପାଇଁ ⇧, ବନ୍ଦୀମାନଙ୍କୁ କାରାକୂପରୁ ଓ ଅନ୍ଧକାରରେ ବସିଥିବା ଲୋକମାନଙ୍କୁ ବନ୍ଦୀଗୃହରୁ ବାହାର କରି ଆଣିବା ପାଇଁଜ,
7. ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ଵରୂପ ଓ ଅନ୍ୟ ଦେଶୀୟମାନଙ୍କର ଦୀପ୍ତି ସ୍ଵରୂପ କରି ନିଯୁକ୍ତ କରିବୁ ।
8. ଆମ୍ଭେ ସଦାପ୍ରଭୁ: ଏହି ଆମ୍ଭର ନାମ; ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ, କିଅବା ଆପଣା ପ୍ରଶଂସା ଖୋଦିତ ପ୍ରତିମାଗଣକୁ ଦେବୁ ନାହିଁ ।
9. ଦେଖ, ଆଦ୍ୟ ବିଷୟମାନ ସିଦ୍ଧ ହେଲା, ଆଉ ଆମ୍ଭେ ନୂତନ ବିଷୟମାନ ପ୍ରକାଶ କରୁ; ସେସବୁ ଅଙ୍କୁରିତ ହେବାର ପୂର୍ବେ ତଦ୍ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଉ ।
10. ହେ ସମୁଦ୍ରଗାମୀମାନେ ଓ ସମୁଦ୍ର ମଧ୍ୟସ୍ଥିତ ସମସ୍ତେ, ହେ ଦ୍ଵୀପଗଣ ଓ ତନ୍ନିବାସୀମାନେ, ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଓ ପୃଥିବୀର ପ୍ରାନ୍ତରୁ ତାହାଙ୍କର ପ୍ରଶଂସା ଗାନ କର ।
11. ପ୍ରାନ୍ତର ଓ ତହିଁର ନଗରସକଳ, କେଦାରର ବସତି ଗ୍ରାମସକଳ ଉଚ୍ଚ ରବ କରନ୍ତୁ; ଶୈଳନିବାସୀମାନେ ଗାନ କରନ୍ତୁ, ପର୍ବତଗଣର ଶିଖରରୁ ସେମାନେ ମହାନାଦ କରନ୍ତୁ ।
12. ସେମାନେ ସଦାପ୍ରଭୁଙ୍କୁ ଗୌରବ ଦେଉନ୍ତୁ ଓ ଦ୍ଵୀପସମୂହ ମଧ୍ୟରେ ତାହାଙ୍କର ପ୍ରଶଂସା ପ୍ରଚାର କରନ୍ତୁ ।
13. ସଦାପ୍ରଭୁ ବୀର ତୁଲ୍ୟ ବିଜେ କରିବେ; ସେ ଯୋଦ୍ଧାର ନ୍ୟାୟ ଆପଣା ଉଦ୍ଯୋଗ ଉତ୍ତେଜିତ କରିବେ; ସେ ଉଚ୍ଚସ୍ଵର କରିବେ, ହଁ, ସେ ମହାନାଦ କରିବେ; ସେ ଆପଣା ଶତ୍ରୁଗଣର ପ୍ରତିକୂଳରେ ପ୍ରବଳ ରୂପରେ କାର୍ଯ୍ୟ କରିବେ ।
14. ଆମ୍ଭେ ଦୀର୍ଘ କାଳ ନୀରବ ହୋଇଅଛୁ; ଆମ୍ଭେ ସ୍ଥିର ହୋଇ ଆପଣାକୁ କ୍ଷା; କରିଅଛୁ; ଏବେ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଡାକ ଛାଡ଼ିବା; ଆମ୍ଭେ ଏକାବେଳେ ଦୀର୍ଘ ନିଶ୍ଵାସ ଟାଣି ବ୍ୟଗ୍ରଚିତ୍ତ ହେବା ।
15. ଆମ୍ଭେ ପର୍ବତ ଓ ଉପପର୍ବତଗଣକୁ ଧ୍ଵଂସିତ କରିବା ଓ ତହିଁର ତୃଣସବୁ ଶୁଷ୍କ କରିବା; ଆଉ, ଆମ୍ଭେ ନଦନଦୀକି ଦ୍ଵୀପ ଓ ଜଳାଶୟକୁ ଶୁଷ୍କ କରିବା ।
16. ପୁଣି, ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବା; ଯେଉଁ ମାର୍ଗ ସେମାନେ ଜାଣନ୍ତି ନାହିଁ, ସେସବୁ ମାର୍ଗରେ ସେମାନଙ୍କୁ କଢ଼ାଇବା; ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୁଅ ଓ ବକ୍ରସ୍ଥାନସବୁକୁ ସଳଖ କରିବା । ଏହିସବୁ କାର୍ଯ୍ୟ ଆମ୍ଭେ କରି ସେମାନଙ୍କୁ ପରିତ୍ୟାଗ କରିବା ନାହିଁ ।
17. ଯେଉଁମାନେ ଖୋଦିତ ପ୍ରତିମାଗଣରେ ନିର୍ଭର କରନ୍ତି ଓ ଛାଞ୍ଚରେ ଢଳା ପ୍ରତିମାଗଣକୁ ତୁମ୍ଭେମାନେ ଆମ୍ଭମାନଙ୍କର ଈଶ୍ଵର ବୋଲି କୁହନ୍ତି, ସେମାନେ ବିମୁଖ ଓ ଅତିଶୟ ଲଜ୍ଜିତ ହେବେ ।
18. ହେ ବଧିରମାନେ, ଶୁଣ; ହେ ଅନ୍ଧମାନେ, ତୁମ୍ଭେମାନେ ଦେଖିବା ପାଇଁ ଅନାଅ ।
19. ଆମ୍ଭର ଦାସ ଛଡ଼ା ଅନ୍ଧ କିଏ? ଅବା ଆମ୍ଭ ପ୍ରେରିତ ଦୂତ ପରି ବଧିର କିଏ? ଆମ୍ଭ ସଙ୍ଗେ ମିଳନରେ ଥିବା ଲୋକ ପରି ଅନ୍ଧ ଓ ସଦାପ୍ରଭୁଙ୍କର ଦାସ ପରି ଅନ୍ଧ କିଏ?
20. ତୁମ୍ଭେ ଅନେକ ବିଷୟ ଦେଖୁଅଛ, ମାତ୍ର ମନୋଯୋଗ କରୁ ନାହଁନ୍ତ ତାହାର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ ।
21. ସଦାପ୍ରଭୁ ଆପଣା ଧର୍ମ ସକାଶୁ ବ୍ୟବସ୍ଥାକୁ ମହତ ଓ ସମ୍ଭ୍ରାନ୍ତ କରିବାକୁ ସନ୍ତୁଷ୍ଟ ହେଲେ ।
22. ମାତ୍ର ଏହି ଲୋକମାନେ ଅପହୃତ ଓ ଲୁଟିତ; ସେସମସ୍ତେ ଗର୍ତ୍ତରେ ପାଶବଦ୍ଧ ଓ କାରାଗାରରେ ଲୁଚାଯାଇଅଛନ୍ତି; ସେମାନେ ହୃତଧନ ହେବା ପାଇଁ ଅଛନ୍ତି, ପୁଣି ଉଦ୍ଧାରକର୍ତ୍ତା କେହି ନାହିଁ; ସେମାନେ ଲୁଟ ସ୍ଵରୂପ ହେବା ପାଇଁ ଅଛନ୍ତି ଓ ଫେରାଇ ଦିଅ ବୋଲି କହିବା ପାଇଁ କେହି ନାହିଁ ।
23. ଏହି କଥାରେ ଯେ କର୍ଣ୍ଣପାତ କରିବ ଓ ଶ୍ରବଣ କରି ଭବିଷ୍ୟତ୍କାଳ ନିମନ୍ତେ ମନୋଯୋଗ କରିବ, ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି?
24. ଯାକୁବକୁ ଲୁଟ ସ୍ଵରୂପ ହେବା ପାଇଁ ଓ ଇସ୍ରାଏଲକୁ ଅପହାରକ-ମାନଙ୍କ ହସ୍ତରେ କିଏ ସମର୍ପଣ କଲେ? ଯାହାଙ୍କ ବିରୁଦ୍ଧରେ ଆମ୍ଭେମାନେ ପାପ କରିଅଛୁ ଓ ଯାହାଙ୍କ ପଥରେ ଲୋକମାନେ ଗମନ କରିବାକୁ ସମ୍ମତ ନୋହିଲେ, ଅଥବା ସେମାନେ ଯାହାଙ୍କ ବ୍ୟବସ୍ଥାର ଆଜ୍ଞାକାରୀ ନୋହିଲେ, ସେହି ସଦାପ୍ରଭୁ କି ଏହା କରି ନାହାନ୍ତି?
25. ଏହେତୁ ସେ ତାହାର ଉପରେ ଆପଣା କ୍ରୋଧର ପ୍ରଚଣ୍ତତା ଓ ଯୁଦ୍ଧର ପ୍ରବଳତା ଢାଳିଦେଲେ; ତହିଁରେ ତାହା ଚତୁର୍ଦ୍ଦିଗରେ ଅଗ୍ନି ଜ୍ଵଳି ଉଠିଲା, ମାତ୍ର ସେ ଜାଣିଲା ନାହିଁ; ପୁଣି, ଅଗ୍ନି ତାହାକୁ ଦଗ୍ଧ କଲା, ତଥାପି ସେ ମନୋଯୋଗ କଲା ନାହିଁ ⇧।

Notes

No Verse Added

Total 66 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 42 / 66
ଯିଶାଇୟ 42:32
1 ଯାହାଙ୍କୁ ଆମ୍ଭେ ଧାରଣ କରୁ, ଏପରି ଆମ୍ଭ ଦାସଙ୍କୁ, ଯାହାଙ୍କଠାରେ ଆମ୍ଭ ଚିତ୍ତ ସନ୍ତୁଷ୍ଟ, ଏପରି ଆମ୍ଭର ମନୋନୀତ ଲୋକଙ୍କୁ ଦେଖ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ସ୍ଥାପନ କରିଅଛୁ; ସେ ଅନ୍ୟ ଦେଶୀୟମାନଙ୍କ ମଧ୍ୟକୁ ନ୍ୟାୟ ବିଚାର ଆଣିବେ । 2 ସେ ଚିତ୍କାର କି ଉଚ୍ଚ ଶଦ୍ଦ କରିବେ ନାହିଁ, କିଅବା ରାଜପଥରେ ଆପଣା ରବ ଶୁଣାଇବେ ନାହିଁ । 3 ସେ ଛେଚାନଳ ଭାଙ୍ଗିବେ ନାହିଁ ଓ ସଧୂମ ବଳିତା ନିଭାଇବେ ନାହିଁ; ସେ ସତ୍ୟତାରେ ନ୍ୟାୟ ବିଚାର ଆଣିବେ । 4 ସେ ପୃଥିବୀରେ ନ୍ୟାୟ ବିଚାର ସ୍ଥାପନ ନ କରିବା ପର୍ଯ୍ୟନ୍ତ ନିସ୍ତେଜ ଓ ହୀନସାହସ ନୋହିବେ; ଆଉ, ଦ୍ଵୀପଗଣ ତାହାଙ୍କ ବ୍ୟବସ୍ଥାର ଅପେକ୍ଷାରେ ରହିବେ । 5 ଯେ ଆକାଶମଣ୍ତଳ ସୃଷ୍ଟି କରି ବିସ୍ତାର କଲେ; ଯେ ଭୂତଳ ଓ ତଦୁତ୍ପନ୍ନସକଳ ବିଛାଇଲେ; ଯେ ତହିଁ ଉପରିସ୍ଥ ସକଳ ଲୋକଙ୍କୁ ନିଶ୍ଵାସ ପ୍ରଶ୍ଵାସ ଦିଅନ୍ତି ଓ ତନ୍ମଧ୍ୟରେ ଗମନାଗମନକାରୀମାନଙ୍କୁ ପ୍ରାଣ ଦିଅନ୍ତି, ସେହି ସଦାପ୍ରଭୁ ପରମେଶ୍ଵର ଏହି କଥା କହନ୍ତି; 6 ଆମ୍ଭେ ସଦାପ୍ରଭୁ, ଧର୍ମରେ ତୁମ୍ଭକୁ ଆହ୍ଵାନ କରିଅଛୁ ଓ ତୁମ୍ଭର ହସ୍ତ ଧରି ତୁମ୍ଭକୁ ରକ୍ଷା କରିବୁ, ଆଉ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରିବା ପାଇଁ ⇧, ବନ୍ଦୀମାନଙ୍କୁ କାରାକୂପରୁ ଓ ଅନ୍ଧକାରରେ ବସିଥିବା ଲୋକମାନଙ୍କୁ ବନ୍ଦୀଗୃହରୁ ବାହାର କରି ଆଣିବା ପାଇଁଜ, 7 ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ଵରୂପ ଓ ଅନ୍ୟ ଦେଶୀୟମାନଙ୍କର ଦୀପ୍ତି ସ୍ଵରୂପ କରି ନିଯୁକ୍ତ କରିବୁ । 8 ଆମ୍ଭେ ସଦାପ୍ରଭୁ: ଏହି ଆମ୍ଭର ନାମ; ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ, କିଅବା ଆପଣା ପ୍ରଶଂସା ଖୋଦିତ ପ୍ରତିମାଗଣକୁ ଦେବୁ ନାହିଁ । 9 ଦେଖ, ଆଦ୍ୟ ବିଷୟମାନ ସିଦ୍ଧ ହେଲା, ଆଉ ଆମ୍ଭେ ନୂତନ ବିଷୟମାନ ପ୍ରକାଶ କରୁ; ସେସବୁ ଅଙ୍କୁରିତ ହେବାର ପୂର୍ବେ ତଦ୍ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଉ । 10 ହେ ସମୁଦ୍ରଗାମୀମାନେ ଓ ସମୁଦ୍ର ମଧ୍ୟସ୍ଥିତ ସମସ୍ତେ, ହେ ଦ୍ଵୀପଗଣ ଓ ତନ୍ନିବାସୀମାନେ, ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଓ ପୃଥିବୀର ପ୍ରାନ୍ତରୁ ତାହାଙ୍କର ପ୍ରଶଂସା ଗାନ କର । 11 ପ୍ରାନ୍ତର ଓ ତହିଁର ନଗରସକଳ, କେଦାରର ବସତି ଗ୍ରାମସକଳ ଉଚ୍ଚ ରବ କରନ୍ତୁ; ଶୈଳନିବାସୀମାନେ ଗାନ କରନ୍ତୁ, ପର୍ବତଗଣର ଶିଖରରୁ ସେମାନେ ମହାନାଦ କରନ୍ତୁ । 12 ସେମାନେ ସଦାପ୍ରଭୁଙ୍କୁ ଗୌରବ ଦେଉନ୍ତୁ ଓ ଦ୍ଵୀପସମୂହ ମଧ୍ୟରେ ତାହାଙ୍କର ପ୍ରଶଂସା ପ୍ରଚାର କରନ୍ତୁ । 13 ସଦାପ୍ରଭୁ ବୀର ତୁଲ୍ୟ ବିଜେ କରିବେ; ସେ ଯୋଦ୍ଧାର ନ୍ୟାୟ ଆପଣା ଉଦ୍ଯୋଗ ଉତ୍ତେଜିତ କରିବେ; ସେ ଉଚ୍ଚସ୍ଵର କରିବେ, ହଁ, ସେ ମହାନାଦ କରିବେ; ସେ ଆପଣା ଶତ୍ରୁଗଣର ପ୍ରତିକୂଳରେ ପ୍ରବଳ ରୂପରେ କାର୍ଯ୍ୟ କରିବେ । 14 ଆମ୍ଭେ ଦୀର୍ଘ କାଳ ନୀରବ ହୋଇଅଛୁ; ଆମ୍ଭେ ସ୍ଥିର ହୋଇ ଆପଣାକୁ କ୍ଷା; କରିଅଛୁ; ଏବେ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଡାକ ଛାଡ଼ିବା; ଆମ୍ଭେ ଏକାବେଳେ ଦୀର୍ଘ ନିଶ୍ଵାସ ଟାଣି ବ୍ୟଗ୍ରଚିତ୍ତ ହେବା । 15 ଆମ୍ଭେ ପର୍ବତ ଓ ଉପପର୍ବତଗଣକୁ ଧ୍ଵଂସିତ କରିବା ଓ ତହିଁର ତୃଣସବୁ ଶୁଷ୍କ କରିବା; ଆଉ, ଆମ୍ଭେ ନଦନଦୀକି ଦ୍ଵୀପ ଓ ଜଳାଶୟକୁ ଶୁଷ୍କ କରିବା । 16 ପୁଣି, ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବା; ଯେଉଁ ମାର୍ଗ ସେମାନେ ଜାଣନ୍ତି ନାହିଁ, ସେସବୁ ମାର୍ଗରେ ସେମାନଙ୍କୁ କଢ଼ାଇବା; ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୁଅ ଓ ବକ୍ରସ୍ଥାନସବୁକୁ ସଳଖ କରିବା । ଏହିସବୁ କାର୍ଯ୍ୟ ଆମ୍ଭେ କରି ସେମାନଙ୍କୁ ପରିତ୍ୟାଗ କରିବା ନାହିଁ । 17 ଯେଉଁମାନେ ଖୋଦିତ ପ୍ରତିମାଗଣରେ ନିର୍ଭର କରନ୍ତି ଓ ଛାଞ୍ଚରେ ଢଳା ପ୍ରତିମାଗଣକୁ ତୁମ୍ଭେମାନେ ଆମ୍ଭମାନଙ୍କର ଈଶ୍ଵର ବୋଲି କୁହନ୍ତି, ସେମାନେ ବିମୁଖ ଓ ଅତିଶୟ ଲଜ୍ଜିତ ହେବେ । 18 ହେ ବଧିରମାନେ, ଶୁଣ; ହେ ଅନ୍ଧମାନେ, ତୁମ୍ଭେମାନେ ଦେଖିବା ପାଇଁ ଅନାଅ । 19 ଆମ୍ଭର ଦାସ ଛଡ଼ା ଅନ୍ଧ କିଏ? ଅବା ଆମ୍ଭ ପ୍ରେରିତ ଦୂତ ପରି ବଧିର କିଏ? ଆମ୍ଭ ସଙ୍ଗେ ମିଳନରେ ଥିବା ଲୋକ ପରି ଅନ୍ଧ ଓ ସଦାପ୍ରଭୁଙ୍କର ଦାସ ପରି ଅନ୍ଧ କିଏ? 20 ତୁମ୍ଭେ ଅନେକ ବିଷୟ ଦେଖୁଅଛ, ମାତ୍ର ମନୋଯୋଗ କରୁ ନାହଁନ୍ତ ତାହାର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ । 21 ସଦାପ୍ରଭୁ ଆପଣା ଧର୍ମ ସକାଶୁ ବ୍ୟବସ୍ଥାକୁ ମହତ ଓ ସମ୍ଭ୍ରାନ୍ତ କରିବାକୁ ସନ୍ତୁଷ୍ଟ ହେଲେ । 22 ମାତ୍ର ଏହି ଲୋକମାନେ ଅପହୃତ ଓ ଲୁଟିତ; ସେସମସ୍ତେ ଗର୍ତ୍ତରେ ପାଶବଦ୍ଧ ଓ କାରାଗାରରେ ଲୁଚାଯାଇଅଛନ୍ତି; ସେମାନେ ହୃତଧନ ହେବା ପାଇଁ ଅଛନ୍ତି, ପୁଣି ଉଦ୍ଧାରକର୍ତ୍ତା କେହି ନାହିଁ; ସେମାନେ ଲୁଟ ସ୍ଵରୂପ ହେବା ପାଇଁ ଅଛନ୍ତି ଓ ଫେରାଇ ଦିଅ ବୋଲି କହିବା ପାଇଁ କେହି ନାହିଁ । 23 ଏହି କଥାରେ ଯେ କର୍ଣ୍ଣପାତ କରିବ ଓ ଶ୍ରବଣ କରି ଭବିଷ୍ୟତ୍କାଳ ନିମନ୍ତେ ମନୋଯୋଗ କରିବ, ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି? 24 ଯାକୁବକୁ ଲୁଟ ସ୍ଵରୂପ ହେବା ପାଇଁ ଓ ଇସ୍ରାଏଲକୁ ଅପହାରକ-ମାନଙ୍କ ହସ୍ତରେ କିଏ ସମର୍ପଣ କଲେ? ଯାହାଙ୍କ ବିରୁଦ୍ଧରେ ଆମ୍ଭେମାନେ ପାପ କରିଅଛୁ ଓ ଯାହାଙ୍କ ପଥରେ ଲୋକମାନେ ଗମନ କରିବାକୁ ସମ୍ମତ ନୋହିଲେ, ଅଥବା ସେମାନେ ଯାହାଙ୍କ ବ୍ୟବସ୍ଥାର ଆଜ୍ଞାକାରୀ ନୋହିଲେ, ସେହି ସଦାପ୍ରଭୁ କି ଏହା କରି ନାହାନ୍ତି? 25 ଏହେତୁ ସେ ତାହାର ଉପରେ ଆପଣା କ୍ରୋଧର ପ୍ରଚଣ୍ତତା ଓ ଯୁଦ୍ଧର ପ୍ରବଳତା ଢାଳିଦେଲେ; ତହିଁରେ ତାହା ଚତୁର୍ଦ୍ଦିଗରେ ଅଗ୍ନି ଜ୍ଵଳି ଉଠିଲା, ମାତ୍ର ସେ ଜାଣିଲା ନାହିଁ; ପୁଣି, ଅଗ୍ନି ତାହାକୁ ଦଗ୍ଧ କଲା, ତଥାପି ସେ ମନୋଯୋଗ କଲା ନାହିଁ ⇧।
Total 66 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 42 / 66
Common Bible Languages
West Indian Languages
×

Alert

×

oriya Letters Keypad References