ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଏଜ୍ରା
1. ସେତେବେଳେ ଦାରୀୟାବସ ରାଜା ଆଜ୍ଞା କରନ୍ତେ, ବାବିଲସ୍ଥ ଯେଉଁ ପୁସ୍ତକାଳୟରେ ଧନ ସଞ୍ଚିତ ହେଲା, ତାହା ଅନୁସନ୍ଧାନ କରାଗଲା ।
2. ପୁଣି, ମାଦୀୟ ପ୍ରଦେଶସ୍ଥ ଅକ୍ଷ୍ମଥା ନାମକ ରାଜଗୃହରେ ଏକ ପୁସ୍ତକ ପ୍ରାପ୍ତ ହେଲା, ତହିଁ ମଧ୍ୟରେ ସ୍ମରଣାର୍ଥେ ଏରୂପ ଲେଖା ହୋଇଥିଲା ।
3. କୋରସ୍ ରାଜାଙ୍କ ଅଧିକାରର ପ୍ରଥମ ବର୍ଷରେ କୋରସ୍ ରାଜା ଯିରୂଶାଲମସ୍ଥିତ ପରମେଶ୍ଵରଙ୍କ ଗୃହ ବିଷୟରେ ଏହି ଆଜ୍ଞା କଲେ, ଲୋକମାନଙ୍କ ବଳିଦାନ ସ୍ଥାନ ସେହି ଗୃହ ନିର୍ମିତ ହେଉ ଓ ତହିଁର ଭିତ୍ତିମୂଳ ଦୃଢ଼ ରୂପେ ସ୍ଥାପିତ ହେଉ; ତହିଁର ଉଚ୍ଚତା ଷାଠିଏ ହାତ ଓ ତହିଁର ପ୍ରସ୍ଥ ଷାଠିଏ ହାତ ହେଉ;
4. ତାହା ତିନି ଧାଡ଼ି ବଡ଼ ବଡ଼ ପ୍ରସ୍ତରରେ ଓ ଏକ ଧାଡ଼ି ନୂତନ କଡ଼ିକାଷ୍ଠରେ ଗୁନ୍ଥାଯାଉ; ଆଉ, ରାଜଗୃହରୁ ତହିଁର ବ୍ୟୟ ଦିଆଯାଉ;
5. ଆହୁରି, ପରମେଶ୍ଵରଙ୍କ ଗୃହର ଯେସକଳ ସୁନା ଓ ରୂପାର ପାତ୍ର ନବୁଖଦ୍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହାସବୁ ଫେରାଇ ଦିଆଯାଉ, ପୁଣି ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୂଶାଲମସ୍ଥ ମନ୍ଦିରର ସ୍ଵ ସ୍ଵ ସ୍ଥାନକୁ ଅଣାଯାଉ, ଆଉ ତୁମ୍ଭେ ପରମେଶ୍ଵରଙ୍କ ଗୃହରେ ତାହାସବୁ ରଖ ।
6. ଏହେତୁ ହେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ, ହେ ଶଥର-ବୋଷଣୟ, ତୁମ୍ଭେମାନେ ଓ ତୁମ୍ଭମାନଙ୍କ ସଙ୍ଗୀ ନଦୀ ସେପାରିସ୍ଥ ଅଫର୍ସଖୀୟମାନେ, ସେଠାରୁ ଦୂରରେ ଥାଅ;
7. ପରମେଶ୍ଵରଙ୍କ ଏହି ଗୃହର କାର୍ଯ୍ୟରେ ହସ୍ତ ଦିଅ ନାହିଁ; ଯିହୁଦୀମାନଙ୍କର ଅଧ୍ୟକ୍ଷ ଓ ଯିହୁଦୀୟମାନଙ୍କର ପ୍ରାଚୀନବର୍ଗ ପରମେଶ୍ଵରଙ୍କ ଏହି ଗୃହ ସ୍ଵସ୍ଥାନରେ ନିର୍ମାଣ କରନ୍ତୁ ।
8. ଆହୁରି, ପରମେଶ୍ଵରଙ୍କର ଏହି ଗୃହ ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ଆଜ୍ଞା କରୁଅଛୁ; ସେମାନଙ୍କର ବାଧା ଯେପରି ନ ଜନ୍ମେ, ଏଥିପାଇଁ ସେହି ଲୋକମାନଙ୍କୁ ରାଜସମ୍ପତ୍ତିରୁ, ଅର୍ଥାତ୍, ନଦୀ ସେପାରିସ୍ଥ ରାଜକରରୁ ଅତି ଯନିପୂର୍ବକ ବ୍ୟୟ ଦିଆଯାଉ ।
9. ପୁଣି, ସ୍ଵର୍ଗସ୍ଥ ପରମେଶ୍ଵରଙ୍କ ହୋମବଳି ନିମନ୍ତେ ଯିରୂଶାଲମସ୍ଥ ଯାଜକମାନଙ୍କ ବାକ୍ୟାନୁସାରେ ଯୁବା ବୃଷ ଓ ମେଷ ଓ ମେଷଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହା ଯାହା ସେମାନଙ୍କର ପ୍ରୟୋଜନ, ତାହାସବୁ ଦିନକୁ ଦିନ ବିନା ବାଧାରେ ସେମାନଙ୍କୁ ଦିଆଯାଉ;
10. ତହିଁରେ ସେମାନେ ସ୍ଵର୍ଗସ୍ଥ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ ।
11. ଆହୁରି ମୁଁ ଆଜ୍ଞା କରୁଅଛି କି, ଯେକେହି ଏହି ବାକ୍ୟ ଅନ୍ୟଥା କରିବ, ତାହାର ଗୃହରୁ ଏକ କଡ଼ି ବାହାର କରାଯାଇ ସେହି କାଷ୍ଠରେ ସେ ବନ୍ଧା ହୋଇ ଟଙ୍ଗାଯାଉ; ପୁଣି, ତହିଁ ଲାଗି ତାହାର ଗୃହ ଖତରାଶି କରାଯାଉ ।
12. ଆଉ, ଯେ ଯେ ରାଜା ଓ ଗୋଷ୍ଠୀୟମାନେ ପରମେଶ୍ଵରଙ୍କ ଯିରୂଶାଲମସ୍ଥ ଏହି ଗୃହ ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେସମସ୍ତଙ୍କୁ ଯିରୂଶାଲମରେ ସ୍ଵନାମ-ସ୍ଥାପନକାରୀ ପରମେଶ୍ଵର ଉଚ୍ଛିନ୍ନ କରନ୍ତୁ । ମୁଁ ଦାରୀୟାବସ ଏହି ଆଜ୍ଞା ଦେଇଅଛି; ଏହା ଅତି ଯନିପୂର୍ବକ କରାଯାଉ ।
13. ତହିଁରେ ଦାରୀୟାବସ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର-ବୋଷଣୟ ଓ ସେମାନଙ୍କ ସଙ୍ଗୀଗଣ ଅତି ଯନିପୂର୍ବକ ତଦନୁସାରେ କର୍ମ କଲେ ।
14. ଏଥିରେ ହାଗୟ ଭବିଷ୍ୟଦ୍ବକ୍ତାର ଓ ଇଦ୍ଦୋର ପୁତ୍ର ଜିଖରୀୟର ଭବିଷ୍ୟଦ୍ବାକ୍ୟ ସହକାରେ ଯିହୁଦୀୟ ପ୍ରାଚୀନବର୍ଗ ନିର୍ମାଣ କଲେ ଓ କୃତକାର୍ଯ୍ୟ ହେଲେ । ଆଉ, ସେମାନେ ଇସ୍ରାଏଲର ପରମେଶ୍ଵରଙ୍କ ଆଜ୍ଞାନୁସାରେ ଓ ପାରସ୍ୟ-ରାଜ କୋରସ୍ ଓ ଦାରୀୟାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞାନୁସାରେ ନିର୍ମାଣ କରି ସମାପ୍ତ କଲେ ।
15. ଦାରୀୟାବସ ରାଜାର ଅଧିକାରର ଷଷ୍ଠ ବର୍ଷରେ ଅଦର ନାମକ ମାସର ତୃତୀୟ ଦିନରେ ଏହି ଗୃହ ସମାପ୍ତ ହେଲା ।
16. ଏଥି ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ, ଯାଜକମାନେ ଓ ଲେବୀୟମାନେ ଓ ବନ୍ଦୀତ୍ଵର ଅବଶିଷ୍ଟ ସନ୍ତାନଗଣ ଆନନ୍ଦରେ ପରମେଶ୍ଵରଙ୍କ ଏହି ଗୃହର ପ୍ରତିଷ୍ଠା-ଉତ୍ସବ ପାଳନ କଲେ ।
17. ପୁଣି, ପରମେଶ୍ଵରଙ୍କ ଏହି ଗୃହର ପ୍ରତିଷ୍ଠା ସମୟରେ ସେମାନେ ଏକ ଶହ ବୃଷ, ଦୁଇ ଶହ ମେଷ, ଚାରି ଶହ ମେଷଶାବକ ଉତ୍ସର୍ଗ କଲେ; ଆଉ, ସମଗ୍ର ଇସ୍ରାଏଲର ପାପାର୍ଥକ ବଳିଦାନ ନିମନ୍ତେ ଇସ୍ରାଏଲୀୟ ଗୋଷ୍ଠୀର ସଂଖ୍ୟାନୁସାରେ ବାରଗୋଟି ଛାଗ ଉତ୍ସର୍ଗ କଲେ ।
18. ପୁଣି, ସେମାନେ ମୋଶା-ପୁସ୍ତକର ଲିଖନାନୁସାରେ ଯିରୂଶାଲମରେ ପରମେଶ୍ଵରଙ୍କ ସେବାର୍ଥେ ଯାଜକମାନଙ୍କୁ ସେମାନଙ୍କ ବିଭାଗାନୁସାରେ ଓ ଲେବୀୟମାନଙ୍କୁ ସେମାନଙ୍କ ପାଳି ଅନୁସାରେ ନିଯୁକ୍ତ କଲେ ।
19. ଅନନ୍ତର ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ବନ୍ଦୀତ୍ଵର ସନ୍ତାନଗଣ ନିସ୍ତାର ପର୍ବ ପାଳନ କଲେ ।
20. କାରଣ ଯାଜକମାନେ ଓ ଲେବୀୟମାନେ ଏକତ୍ର ଆପଣାମାନଙ୍କୁ ଶୁଚି କଲେ; ସେସମସ୍ତେ ଶୁଚି ହୋଇଥିଲେ; ଏଣୁ ସେମାନେ ବନ୍ଦୀତ୍ଵର ସମଗ୍ର ସନ୍ତାନ ନିମନ୍ତେ, ଆପଣା ଯାଜକ-ଭ୍ରାତୃଗଣ ନିମନ୍ତେ ଓ ଆପଣା-ମାନଙ୍କ ନିମନ୍ତେ ନିସ୍ତାର ପର୍ବର ବଳି ବଧ କଲେ ।
21. ଆଉ, ବନ୍ଦୀତ୍ଵର ପୁନରାଗତ ଇସ୍ରାଏଲ-ସନ୍ତାନଗଣ ଓ ଯେଉଁମାନେ ସେମାନଙ୍କର ପକ୍ଷ ହୋଇ ଇସ୍ରାଏଲର ପରମେଶ୍ଵର ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଦେଶ ନିବାସୀ ଅନ୍ୟ ଦେଶୀୟମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ୍ କରିଥିଲେ, ସେସମସ୍ତେ ଭୋଜନ କଲେ ।
22. ପୁଣି, ସାତ ଦିନ ଆନନ୍ଦରେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କଲେ; କାରଣ ସଦାପ୍ରଭୁ ସେମାନଙ୍କୁ ଆନନ୍ଦିତ କରିଥିଲେ ଓ ଇସ୍ରାଏଲର ପରମେଶ୍ଵର, ପରମେଶ୍ଵରଙ୍କ ଗୃହକାର୍ଯ୍ୟରେ ସେମାନଙ୍କ ହସ୍ତ ସବଳ କରିବା ନିମନ୍ତେ ସେମାନଙ୍କ ପ୍ରତି ଅଶୂରୀୟ ରାଜାର ଅନ୍ତଃକରଣ ଫେରାଇଥିଲେ ।

Notes

No Verse Added

Total 10 Chapters, Current Chapter 6 of Total Chapters 10
1 2 3 4 5 6 7 8 9 10
ଏଜ୍ରା 6:44
1. ସେତେବେଳେ ଦାରୀୟାବସ ରାଜା ଆଜ୍ଞା କରନ୍ତେ, ବାବିଲସ୍ଥ ଯେଉଁ ପୁସ୍ତକାଳୟରେ ଧନ ସଞ୍ଚିତ ହେଲା, ତାହା ଅନୁସନ୍ଧାନ କରାଗଲା
2. ପୁଣି, ମାଦୀୟ ପ୍ରଦେଶସ୍ଥ ଅକ୍ଷ୍ମଥା ନାମକ ରାଜଗୃହରେ ଏକ ପୁସ୍ତକ ପ୍ରାପ୍ତ ହେଲା, ତହିଁ ମଧ୍ୟରେ ସ୍ମରଣାର୍ଥେ ଏରୂପ ଲେଖା ହୋଇଥିଲା
3. କୋରସ୍ ରାଜାଙ୍କ ଅଧିକାରର ପ୍ରଥମ ବର୍ଷରେ କୋରସ୍ ରାଜା ଯିରୂଶାଲମସ୍ଥିତ ପରମେଶ୍ଵରଙ୍କ ଗୃହ ବିଷୟରେ ଏହି ଆଜ୍ଞା କଲେ, ଲୋକମାନଙ୍କ ବଳିଦାନ ସ୍ଥାନ ସେହି ଗୃହ ନିର୍ମିତ ହେଉ ତହିଁର ଭିତ୍ତିମୂଳ ଦୃଢ଼ ରୂପେ ସ୍ଥାପିତ ହେଉ; ତହିଁର ଉଚ୍ଚତା ଷାଠିଏ ହାତ ତହିଁର ପ୍ରସ୍ଥ ଷାଠିଏ ହାତ ହେଉ;
4. ତାହା ତିନି ଧାଡ଼ି ବଡ଼ ବଡ଼ ପ୍ରସ୍ତରରେ ଏକ ଧାଡ଼ି ନୂତନ କଡ଼ିକାଷ୍ଠରେ ଗୁନ୍ଥାଯାଉ; ଆଉ, ରାଜଗୃହରୁ ତହିଁର ବ୍ୟୟ ଦିଆଯାଉ;
5. ଆହୁରି, ପରମେଶ୍ଵରଙ୍କ ଗୃହର ଯେସକଳ ସୁନା ରୂପାର ପାତ୍ର ନବୁଖଦ୍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହାସବୁ ଫେରାଇ ଦିଆଯାଉ, ପୁଣି ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୂଶାଲମସ୍ଥ ମନ୍ଦିରର ସ୍ଵ ସ୍ଵ ସ୍ଥାନକୁ ଅଣାଯାଉ, ଆଉ ତୁମ୍ଭେ ପରମେଶ୍ଵରଙ୍କ ଗୃହରେ ତାହାସବୁ ରଖ
6. ଏହେତୁ ହେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ, ହେ ଶଥର-ବୋଷଣୟ, ତୁମ୍ଭେମାନେ ତୁମ୍ଭମାନଙ୍କ ସଙ୍ଗୀ ନଦୀ ସେପାରିସ୍ଥ ଅଫର୍ସଖୀୟମାନେ, ସେଠାରୁ ଦୂରରେ ଥାଅ;
7. ପରମେଶ୍ଵରଙ୍କ ଏହି ଗୃହର କାର୍ଯ୍ୟରେ ହସ୍ତ ଦିଅ ନାହିଁ; ଯିହୁଦୀମାନଙ୍କର ଅଧ୍ୟକ୍ଷ ଯିହୁଦୀୟମାନଙ୍କର ପ୍ରାଚୀନବର୍ଗ ପରମେଶ୍ଵରଙ୍କ ଏହି ଗୃହ ସ୍ଵସ୍ଥାନରେ ନିର୍ମାଣ କରନ୍ତୁ
8. ଆହୁରି, ପରମେଶ୍ଵରଙ୍କର ଏହି ଗୃହ ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ଆଜ୍ଞା କରୁଅଛୁ; ସେମାନଙ୍କର ବାଧା ଯେପରି ଜନ୍ମେ, ଏଥିପାଇଁ ସେହି ଲୋକମାନଙ୍କୁ ରାଜସମ୍ପତ୍ତିରୁ, ଅର୍ଥାତ୍, ନଦୀ ସେପାରିସ୍ଥ ରାଜକରରୁ ଅତି ଯନିପୂର୍ବକ ବ୍ୟୟ ଦିଆଯାଉ
9. ପୁଣି, ସ୍ଵର୍ଗସ୍ଥ ପରମେଶ୍ଵରଙ୍କ ହୋମବଳି ନିମନ୍ତେ ଯିରୂଶାଲମସ୍ଥ ଯାଜକମାନଙ୍କ ବାକ୍ୟାନୁସାରେ ଯୁବା ବୃଷ ମେଷ ମେଷଶାବକ, ଗହମ, ଲବଣ, ଦ୍ରାକ୍ଷାରସ ତୈଳ, ଯାହା ଯାହା ସେମାନଙ୍କର ପ୍ରୟୋଜନ, ତାହାସବୁ ଦିନକୁ ଦିନ ବିନା ବାଧାରେ ସେମାନଙ୍କୁ ଦିଆଯାଉ;
10. ତହିଁରେ ସେମାନେ ସ୍ଵର୍ଗସ୍ଥ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ
11. ଆହୁରି ମୁଁ ଆଜ୍ଞା କରୁଅଛି କି, ଯେକେହି ଏହି ବାକ୍ୟ ଅନ୍ୟଥା କରିବ, ତାହାର ଗୃହରୁ ଏକ କଡ଼ି ବାହାର କରାଯାଇ ସେହି କାଷ୍ଠରେ ସେ ବନ୍ଧା ହୋଇ ଟଙ୍ଗାଯାଉ; ପୁଣି, ତହିଁ ଲାଗି ତାହାର ଗୃହ ଖତରାଶି କରାଯାଉ
12. ଆଉ, ଯେ ଯେ ରାଜା ଗୋଷ୍ଠୀୟମାନେ ପରମେଶ୍ଵରଙ୍କ ଯିରୂଶାଲମସ୍ଥ ଏହି ଗୃହ ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେସମସ୍ତଙ୍କୁ ଯିରୂଶାଲମରେ ସ୍ଵନାମ-ସ୍ଥାପନକାରୀ ପରମେଶ୍ଵର ଉଚ୍ଛିନ୍ନ କରନ୍ତୁ ମୁଁ ଦାରୀୟାବସ ଏହି ଆଜ୍ଞା ଦେଇଅଛି; ଏହା ଅତି ଯନିପୂର୍ବକ କରାଯାଉ
13. ତହିଁରେ ଦାରୀୟାବସ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଶଥର-ବୋଷଣୟ ସେମାନଙ୍କ ସଙ୍ଗୀଗଣ ଅତି ଯନିପୂର୍ବକ ତଦନୁସାରେ କର୍ମ କଲେ
14. ଏଥିରେ ହାଗୟ ଭବିଷ୍ୟଦ୍ବକ୍ତାର ଇଦ୍ଦୋର ପୁତ୍ର ଜିଖରୀୟର ଭବିଷ୍ୟଦ୍ବାକ୍ୟ ସହକାରେ ଯିହୁଦୀୟ ପ୍ରାଚୀନବର୍ଗ ନିର୍ମାଣ କଲେ କୃତକାର୍ଯ୍ୟ ହେଲେ ଆଉ, ସେମାନେ ଇସ୍ରାଏଲର ପରମେଶ୍ଵରଙ୍କ ଆଜ୍ଞାନୁସାରେ ପାରସ୍ୟ-ରାଜ କୋରସ୍ ଦାରୀୟାବସ ଅର୍ତ୍ତକ୍ଷସ୍ତର ଆଜ୍ଞାନୁସାରେ ନିର୍ମାଣ କରି ସମାପ୍ତ କଲେ
15. ଦାରୀୟାବସ ରାଜାର ଅଧିକାରର ଷଷ୍ଠ ବର୍ଷରେ ଅଦର ନାମକ ମାସର ତୃତୀୟ ଦିନରେ ଏହି ଗୃହ ସମାପ୍ତ ହେଲା
16. ଏଥି ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ, ଯାଜକମାନେ ଲେବୀୟମାନେ ବନ୍ଦୀତ୍ଵର ଅବଶିଷ୍ଟ ସନ୍ତାନଗଣ ଆନନ୍ଦରେ ପରମେଶ୍ଵରଙ୍କ ଏହି ଗୃହର ପ୍ରତିଷ୍ଠା-ଉତ୍ସବ ପାଳନ କଲେ
17. ପୁଣି, ପରମେଶ୍ଵରଙ୍କ ଏହି ଗୃହର ପ୍ରତିଷ୍ଠା ସମୟରେ ସେମାନେ ଏକ ଶହ ବୃଷ, ଦୁଇ ଶହ ମେଷ, ଚାରି ଶହ ମେଷଶାବକ ଉତ୍ସର୍ଗ କଲେ; ଆଉ, ସମଗ୍ର ଇସ୍ରାଏଲର ପାପାର୍ଥକ ବଳିଦାନ ନିମନ୍ତେ ଇସ୍ରାଏଲୀୟ ଗୋଷ୍ଠୀର ସଂଖ୍ୟାନୁସାରେ ବାରଗୋଟି ଛାଗ ଉତ୍ସର୍ଗ କଲେ
18. ପୁଣି, ସେମାନେ ମୋଶା-ପୁସ୍ତକର ଲିଖନାନୁସାରେ ଯିରୂଶାଲମରେ ପରମେଶ୍ଵରଙ୍କ ସେବାର୍ଥେ ଯାଜକମାନଙ୍କୁ ସେମାନଙ୍କ ବିଭାଗାନୁସାରେ ଲେବୀୟମାନଙ୍କୁ ସେମାନଙ୍କ ପାଳି ଅନୁସାରେ ନିଯୁକ୍ତ କଲେ
19. ଅନନ୍ତର ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ବନ୍ଦୀତ୍ଵର ସନ୍ତାନଗଣ ନିସ୍ତାର ପର୍ବ ପାଳନ କଲେ
20. କାରଣ ଯାଜକମାନେ ଲେବୀୟମାନେ ଏକତ୍ର ଆପଣାମାନଙ୍କୁ ଶୁଚି କଲେ; ସେସମସ୍ତେ ଶୁଚି ହୋଇଥିଲେ; ଏଣୁ ସେମାନେ ବନ୍ଦୀତ୍ଵର ସମଗ୍ର ସନ୍ତାନ ନିମନ୍ତେ, ଆପଣା ଯାଜକ-ଭ୍ରାତୃଗଣ ନିମନ୍ତେ ଆପଣା-ମାନଙ୍କ ନିମନ୍ତେ ନିସ୍ତାର ପର୍ବର ବଳି ବଧ କଲେ
21. ଆଉ, ବନ୍ଦୀତ୍ଵର ପୁନରାଗତ ଇସ୍ରାଏଲ-ସନ୍ତାନଗଣ ଯେଉଁମାନେ ସେମାନଙ୍କର ପକ୍ଷ ହୋଇ ଇସ୍ରାଏଲର ପରମେଶ୍ଵର ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଦେଶ ନିବାସୀ ଅନ୍ୟ ଦେଶୀୟମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ୍ କରିଥିଲେ, ସେସମସ୍ତେ ଭୋଜନ କଲେ
22. ପୁଣି, ସାତ ଦିନ ଆନନ୍ଦରେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କଲେ; କାରଣ ସଦାପ୍ରଭୁ ସେମାନଙ୍କୁ ଆନନ୍ଦିତ କରିଥିଲେ ଇସ୍ରାଏଲର ପରମେଶ୍ଵର, ପରମେଶ୍ଵରଙ୍କ ଗୃହକାର୍ଯ୍ୟରେ ସେମାନଙ୍କ ହସ୍ତ ସବଳ କରିବା ନିମନ୍ତେ ସେମାନଙ୍କ ପ୍ରତି ଅଶୂରୀୟ ରାଜାର ଅନ୍ତଃକରଣ ଫେରାଇଥିଲେ
Total 10 Chapters, Current Chapter 6 of Total Chapters 10
1 2 3 4 5 6 7 8 9 10
×

Alert

×

oriya Letters Keypad References