ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିହିଜିକଲ
1. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଭିତର ପ୍ରାଙ୍ଗଣର ପୂର୍ବାଭିମୁଖ ଦ୍ଵାର କାର୍ଯ୍ୟ କରିବାର ଛଅ ଦିନଯାକ ବନ୍ଦ ରହିବ; ମାତ୍ର ବିଶ୍ରାମ ଦିନ ଖୋଲା ହେବ ଓ ଅମାବାସ୍ୟା ଦିନ ଖୋଲା ହେବ ।
2. ପୁଣି, ଅଧିପତି ବାହାର ଦ୍ଵାରର ବରଣ୍ତା ପଥ ଦେଇ ପ୍ରବେଶ କରି ଦ୍ଵାର-ଚୌକାଠ ନିକଟରେ ଠିଆ ହେବେ ଓ ଯାଜକମାନେ ତାଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ସେ ଦ୍ଵାର-ପ୍ରବେଶ ସ୍ଥାନରେ ପ୍ରଣାମ କରିବେ ଓ ତହିଁ ଉତ୍ତାରେ ବାହାରି ଯିବେ; ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ଵାର ବନ୍ଦ କରାଯିବ ନାହିଁ ।
3. ଆଉ, ଦେଶର ଲୋକମାନେ ବିଶ୍ରାମବାରରେ ଓ ଅମାବାସ୍ୟାରେ ସେହି ଦ୍ଵାର-ପ୍ରବେଶ ସ୍ଥାନ ନିକଟରେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଣାମ କରିବେ ।
4. ପୁଣି, ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ହୋମବଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନରେ ନିର୍ଦ୍ଦୋଷ ଛଅଗୋଟି ମେଷଶାବକ ଓ ନିର୍ଦ୍ଦୋଷ ଏକଗୋଟି ମେଷ ହେବ ।
5. ଆଉ, ଭକ୍ଷ୍ୟ ନୈବେଦ୍ୟ ରୂପେ ମେଷ ସଙ୍ଗେ ଏକ ଐଫା ଦେବେ ଓ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଭକ୍ଷ୍ୟ ନୈବେଦ୍ୟ ଦେବେ, ପୁଣି ଏକ ଏକ ଐଫା ପାଇଁ ଏକ ଏକ ହିନ୍ ତୈଳ ଦେବେ ।
6. ଆଉ, ଅମାବାସ୍ୟା ଦିନ (ହୋମବଳି ନିମନ୍ତେ) ଏକ ନିର୍ଦ୍ଦୋଷ ଗୋବତ୍ସ ହେବ ଓ ଛଅ ମେଷଶାବକ ଓ ଏକ ମେଷ ହେବ; ଏସବୁ ନିର୍ଦ୍ଦୋଷ ହେବେ;
7. ଆଉ, ସେ ଭକ୍ଷ୍ୟ ନୈବେଦ୍ୟ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା, ମେଷ ସଙ୍ଗେ ଏକ ଐଫା ଓ ମେଷଶାବକମାନଙ୍କ ସଙ୍ଗେ ଆପଣା ଶକ୍ତି ଅନୁସାରେ ଦେବେ, ଆଉ ଏକ ଏକ ଐଫା ପାଇଁ ଏକ ଏକ ହିନ୍ ତୈଳ ଦେବେ ।
8. ପୁଣି, ଅଧିପତି ଯେତେବେଳେ ପ୍ରବେଶ କରିବେ, ସେତେବେଳେ ସେ ଦ୍ଵାର ବରଣ୍ତା ପଥ ଦେଇ ଭିତରେ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ ।
9. ମାତ୍ର ନିରୂପିତ ପର୍ବମାନର ସମୟରେ ଯେତେ-ବେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତେବେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ଵାରର ପଥ ଦେଇ ଭିତରକୁ ଆସେ, ସେ ଦକ୍ଷିଣ ଦ୍ଵାରର ପଥ ଦେଇ ବାହାରି ଯିବ ଓ ଯେଉଁ ଲୋକ ଦକ୍ଷିଣ ଦ୍ଵାର ଦେଇ ଭିତରେ ପ୍ରବେଶ କରେ, ସେ ଉତ୍ତର ଦ୍ଵାରର ପଥ ଦେଇ ବାହାରି ଯିବ; ସେ ଯେଉଁ ଦ୍ଵାରର ପଥ ଦେଇ ଭିତରକୁ ଆସିଲା, ସେହି ପଥ ଦେଇ ଫେରିବ ନାହିଁ, ମାତ୍ର ଆପଣା ସମ୍ମୁଖସ୍ଥ ପଥ ଦେଇ ବାହାରି ଯିବ ।
10. ପୁଣି, ଲୋକମାନେ ଯେତେବେଳେ ଭିତରକୁ ଯିବେ, ସେତେବେଳେ ଅଧିପତି ସେମାନଙ୍କ ମଧ୍ୟରେ ଥାଇ ଭିତରକୁ ଯିବେ ଓ ବାହାରି ଯିବା ବେଳେ ସେମାନେ ଏକତ୍ର ହୋଇ ବାହାରି ଯିବେ ।
11. ଆଉ, ପର୍ବ ଓ ଉତ୍ସବାଦି ସମୟରେ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଓ ଏକ ମେଷ ସଙ୍ଗେ ଏକ ଐଫା, ଆଉ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଓ ଏକ ଏକ ଐଫା ସଙ୍ଗେ ଏକ ଏକ ହିନ୍ ତୈଳ ଦେବେ ।
12. ପୁଣି, ଅଧିପତି ଯେତେବେଳେ ସ୍ଵେଚ୍ଛାଦତ୍ତ ଉପହାର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅବା ମଙ୍ଗଳାର୍ଥକ ବଳି ସ୍ଵେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତେବେଳେ ତାଙ୍କ ପାଇଁ ପୂର୍ବାଭିମୁଖ ଦ୍ଵାର ଫିଟାଯିବ, ଆଉ ସେ ବିଶ୍ରାମ ଦିନରେ ଯେପରି କରନ୍ତି, ସେପରି ଆପଣା ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ । ତହୁଁ ସେ ବାହାରି ଯିବେ ଓ ବାହାରି ଗଲା ଉତ୍ତାରେ ଦ୍ଵାର ବନ୍ଦ କରାଯିବ ।
13. ପୁଣି, ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିର୍ଦ୍ଦୋଷ ଏକ ମେଷଶାବକ ଉତ୍ସର୍ଗ କରିବ; ପ୍ରତି ପ୍ରଭାତ ତୁମ୍ଭେ ତାହା ଉତ୍ସର୍ଗ କରିବ ।
14. ଆଉ, ତହିଁ ସଙ୍ଗେ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବା ପାଇଁ ଏକ ହିନ୍ର ତୃତୀୟାଂଶ ତୈଳ ଉତ୍ସର୍ଗ କରିବ; ଏହା ନିତ୍ୟସ୍ଥାୟୀ ବିଧି ଅନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚିରକାଳୀନ ଭକ୍ଷ୍ୟ ନୈବେଦ୍ୟ ଅଟେ ।
15. ଏହିରୂପେ ଲୋକମାନେ ନିତ୍ୟ ହୋମବଳି ରୂପେ ପ୍ରତି ପ୍ରଭାତ ମେଷ, ଭକ୍ଷ୍ୟ ନୈବେଦ୍ୟ ଓ ତୈଳ ଉତ୍ସର୍ଗ କରିବେ ।
16. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି: ଅଧିପତି ଯେବେ ଆପଣା ପୁତ୍ରଗଣ ମଧ୍ୟରୁ କାହାକୁ କିଛି ଦାନ କରନ୍ତି, ତେବେ ତାହା ତାଙ୍କ ଉତ୍ତରାଧିକାର, ତାହା ତାଙ୍କ ପୁତ୍ରଗଣର ହେବ; ସେମାନେ ଉତ୍ତରାଧିକାରକ୍ରମେ ତାହା ଭୋଗ କରିବେ ।
17. ମାତ୍ର ସେ ଯେବେ ଆପଣାର ଦାସମାନଙ୍କ ମଧ୍ୟରୁ ଜଣକୁ ଆପଣା ଉତ୍ତରାଧିକାରରୁ କିଛି ଦାନ କରନ୍ତି, ତେବେ ତାହା ମୁକ୍ତି ବର୍ଷ ପର୍ଯ୍ୟନ୍ତ ତାହାର ହେବ; ତହିଁ ଉତ୍ତାରେ ତାହା ଅଧିପତିଙ୍କର ହେବ; ତାଙ୍କ ଉତ୍ତରାଧିକାରୀତ୍ଵ କେବଳ ତାଙ୍କ ପୁତ୍ରଗଣର ହେବ ।
18. ଆହୁରି, ଅଧିପତି ଲୋକମାନଙ୍କୁ ସେମାନଙ୍କ ଅଧିକାରରୁ ଚ୍ୟୁତ କରିବା ନିମନ୍ତେ ସେମାନଙ୍କ ଉତ୍ତରାଧିକାର ହରଣ କରିବେ ନାହିଁ; ଆମ୍ଭର ଲୋକମାନେ ଆପଣା ଆପଣା ଅଧିକାରରୁ ଯେପରି ଛିନ୍ନଭିନ୍ନ ହୋଇ ନ ଯାʼନ୍ତି, ଏଥିପାଇଁ ସେ ଆପଣା ଅଧିକାର ମଧ୍ୟରୁ ଆପଣା ପୁତ୍ରମାନଙ୍କୁ ଉତ୍ତରାଧିକାର ଦାନ କରିବେ ।
19. ଏଉତ୍ତାରେ ସେ ଦ୍ଵାର ପାର୍ଶ୍ଵସ୍ଥ ପ୍ରବେଶ ପଥ ଦେଇ ମୋତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରି-ଶ୍ରେଣୀକି ଆଣିଲେ; ଆଉ ଦେଖ, ସେଠାରେ ପଶ୍ଚିମ ଦିଗର ପଶ୍ଚାତ୍ ଭାଗରେ ଏକ ସ୍ଥାନ ଥିଲା ।
20. ପୁଣି, ସେ ମୋତେ କହିଲେ, ଏହି ସ୍ଥାନରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ ଓ ଭକ୍ଷ୍ୟ ନୈବେଦ୍ୟ ପାକ କରିବେ; ସେମାନେ ଲୋକମାନଙ୍କୁ ଶୁଚି କରିବା ନିମନ୍ତେ ବାହାର ପ୍ରାଙ୍ଗଣକୁ ତାହାସବୁ ଆଣିବେ ନାହିଁ ।
21. ଏଉତ୍ତାରେ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣି ସେହି ପ୍ରାଙ୍ଗଣର ଚାରି କୋଣ ଦେଇ ଗମନ କରାଇଲେ; ଆଉ ଦେଖ, ସେହି ପ୍ରାଙ୍ଗଣର ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା ।
22. ପ୍ରାଙ୍ଗଣର ଚାରି କୋଣରେ ଚାଳିଶ ହାତ ଦୀର୍ଘ ଓ ତିରିଶ ହାତ ପ୍ରସ୍ଥ ପ୍ରାଚୀରବେଷ୍ଟିତ ଏକ ଏକ ପ୍ରାଙ୍ଗଣ ଥିଲା; କୋଣମାନର ଏହି ଚାରି ପ୍ରାଙ୍ଗଣର ସମାନ ମାପ ଥିଲା ।
23. ପୁଣି, ସେହି ଚାରିର ଭିତରେ ଚାରିଆଡ଼େ ଏକ ଏକ ଧାଡ଼ି ଗାନ୍ଥୁନୀ ଥିଲା, ଆଉ ସେହିସବୁ ଧାଡ଼ିର ତଳେ ଚାରିଆଡ଼େ ପାକ ସ୍ଥାନ ନିର୍ମିତ ହୋଇଥିଲା ।
24. ଏଥିରେ ସେ ମୋତେ କହିଲେ, ଏସବୁ ପାକ ଗୃହ, ଏସ୍ଥାନରେ ଗୃହର ପରିଚାରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ ।

Notes

No Verse Added

Total 48 Chapters, Current Chapter 46 of Total Chapters 48
ଯିହିଜିକଲ 46:6
1. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଭିତର ପ୍ରାଙ୍ଗଣର ପୂର୍ବାଭିମୁଖ ଦ୍ଵାର କାର୍ଯ୍ୟ କରିବାର ଛଅ ଦିନଯାକ ବନ୍ଦ ରହିବ; ମାତ୍ର ବିଶ୍ରାମ ଦିନ ଖୋଲା ହେବ ଅମାବାସ୍ୟା ଦିନ ଖୋଲା ହେବ
2. ପୁଣି, ଅଧିପତି ବାହାର ଦ୍ଵାରର ବରଣ୍ତା ପଥ ଦେଇ ପ୍ରବେଶ କରି ଦ୍ଵାର-ଚୌକାଠ ନିକଟରେ ଠିଆ ହେବେ ଯାଜକମାନେ ତାଙ୍କର ହୋମାର୍ଥକ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ସେ ଦ୍ଵାର-ପ୍ରବେଶ ସ୍ଥାନରେ ପ୍ରଣାମ କରିବେ ତହିଁ ଉତ୍ତାରେ ବାହାରି ଯିବେ; ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ଵାର ବନ୍ଦ କରାଯିବ ନାହିଁ
3. ଆଉ, ଦେଶର ଲୋକମାନେ ବିଶ୍ରାମବାରରେ ଅମାବାସ୍ୟାରେ ସେହି ଦ୍ଵାର-ପ୍ରବେଶ ସ୍ଥାନ ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଣାମ କରିବେ
4. ପୁଣି, ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ହୋମବଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନରେ ନିର୍ଦ୍ଦୋଷ ଛଅଗୋଟି ମେଷଶାବକ ନିର୍ଦ୍ଦୋଷ ଏକଗୋଟି ମେଷ ହେବ
5. ଆଉ, ଭକ୍ଷ୍ୟ ନୈବେଦ୍ୟ ରୂପେ ମେଷ ସଙ୍ଗେ ଏକ ଐଫା ଦେବେ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଭକ୍ଷ୍ୟ ନୈବେଦ୍ୟ ଦେବେ, ପୁଣି ଏକ ଏକ ଐଫା ପାଇଁ ଏକ ଏକ ହିନ୍ ତୈଳ ଦେବେ
6. ଆଉ, ଅମାବାସ୍ୟା ଦିନ (ହୋମବଳି ନିମନ୍ତେ) ଏକ ନିର୍ଦ୍ଦୋଷ ଗୋବତ୍ସ ହେବ ଛଅ ମେଷଶାବକ ଏକ ମେଷ ହେବ; ଏସବୁ ନିର୍ଦ୍ଦୋଷ ହେବେ;
7. ଆଉ, ସେ ଭକ୍ଷ୍ୟ ନୈବେଦ୍ୟ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା, ମେଷ ସଙ୍ଗେ ଏକ ଐଫା ମେଷଶାବକମାନଙ୍କ ସଙ୍ଗେ ଆପଣା ଶକ୍ତି ଅନୁସାରେ ଦେବେ, ଆଉ ଏକ ଏକ ଐଫା ପାଇଁ ଏକ ଏକ ହିନ୍ ତୈଳ ଦେବେ
8. ପୁଣି, ଅଧିପତି ଯେତେବେଳେ ପ୍ରବେଶ କରିବେ, ସେତେବେଳେ ସେ ଦ୍ଵାର ବରଣ୍ତା ପଥ ଦେଇ ଭିତରେ ପ୍ରବେଶ କରିବେ ସେହି ପଥ ଦେଇ ବାହାରି ଯିବେ
9. ମାତ୍ର ନିରୂପିତ ପର୍ବମାନର ସମୟରେ ଯେତେ-ବେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତେବେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ଵାରର ପଥ ଦେଇ ଭିତରକୁ ଆସେ, ସେ ଦକ୍ଷିଣ ଦ୍ଵାରର ପଥ ଦେଇ ବାହାରି ଯିବ ଯେଉଁ ଲୋକ ଦକ୍ଷିଣ ଦ୍ଵାର ଦେଇ ଭିତରେ ପ୍ରବେଶ କରେ, ସେ ଉତ୍ତର ଦ୍ଵାରର ପଥ ଦେଇ ବାହାରି ଯିବ; ସେ ଯେଉଁ ଦ୍ଵାରର ପଥ ଦେଇ ଭିତରକୁ ଆସିଲା, ସେହି ପଥ ଦେଇ ଫେରିବ ନାହିଁ, ମାତ୍ର ଆପଣା ସମ୍ମୁଖସ୍ଥ ପଥ ଦେଇ ବାହାରି ଯିବ
10. ପୁଣି, ଲୋକମାନେ ଯେତେବେଳେ ଭିତରକୁ ଯିବେ, ସେତେବେଳେ ଅଧିପତି ସେମାନଙ୍କ ମଧ୍ୟରେ ଥାଇ ଭିତରକୁ ଯିବେ ବାହାରି ଯିବା ବେଳେ ସେମାନେ ଏକତ୍ର ହୋଇ ବାହାରି ଯିବେ
11. ଆଉ, ପର୍ବ ଉତ୍ସବାଦି ସମୟରେ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଏକ ମେଷ ସଙ୍ଗେ ଏକ ଐଫା, ଆଉ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଏକ ଏକ ଐଫା ସଙ୍ଗେ ଏକ ଏକ ହିନ୍ ତୈଳ ଦେବେ
12. ପୁଣି, ଅଧିପତି ଯେତେବେଳେ ସ୍ଵେଚ୍ଛାଦତ୍ତ ଉପହାର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅବା ମଙ୍ଗଳାର୍ଥକ ବଳି ସ୍ଵେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତେବେଳେ ତାଙ୍କ ପାଇଁ ପୂର୍ବାଭିମୁଖ ଦ୍ଵାର ଫିଟାଯିବ, ଆଉ ସେ ବିଶ୍ରାମ ଦିନରେ ଯେପରି କରନ୍ତି, ସେପରି ଆପଣା ହୋମବଳି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ ତହୁଁ ସେ ବାହାରି ଯିବେ ବାହାରି ଗଲା ଉତ୍ତାରେ ଦ୍ଵାର ବନ୍ଦ କରାଯିବ
13. ପୁଣି, ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିର୍ଦ୍ଦୋଷ ଏକ ମେଷଶାବକ ଉତ୍ସର୍ଗ କରିବ; ପ୍ରତି ପ୍ରଭାତ ତୁମ୍ଭେ ତାହା ଉତ୍ସର୍ଗ କରିବ
14. ଆଉ, ତହିଁ ସଙ୍ଗେ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଷଷ୍ଠାଂଶ ସରୁ ମଇଦାକୁ ତିନ୍ତାଇବା ପାଇଁ ଏକ ହିନ୍ର ତୃତୀୟାଂଶ ତୈଳ ଉତ୍ସର୍ଗ କରିବ; ଏହା ନିତ୍ୟସ୍ଥାୟୀ ବିଧି ଅନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚିରକାଳୀନ ଭକ୍ଷ୍ୟ ନୈବେଦ୍ୟ ଅଟେ
15. ଏହିରୂପେ ଲୋକମାନେ ନିତ୍ୟ ହୋମବଳି ରୂପେ ପ୍ରତି ପ୍ରଭାତ ମେଷ, ଭକ୍ଷ୍ୟ ନୈବେଦ୍ୟ ତୈଳ ଉତ୍ସର୍ଗ କରିବେ
16. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି: ଅଧିପତି ଯେବେ ଆପଣା ପୁତ୍ରଗଣ ମଧ୍ୟରୁ କାହାକୁ କିଛି ଦାନ କରନ୍ତି, ତେବେ ତାହା ତାଙ୍କ ଉତ୍ତରାଧିକାର, ତାହା ତାଙ୍କ ପୁତ୍ରଗଣର ହେବ; ସେମାନେ ଉତ୍ତରାଧିକାରକ୍ରମେ ତାହା ଭୋଗ କରିବେ
17. ମାତ୍ର ସେ ଯେବେ ଆପଣାର ଦାସମାନଙ୍କ ମଧ୍ୟରୁ ଜଣକୁ ଆପଣା ଉତ୍ତରାଧିକାରରୁ କିଛି ଦାନ କରନ୍ତି, ତେବେ ତାହା ମୁକ୍ତି ବର୍ଷ ପର୍ଯ୍ୟନ୍ତ ତାହାର ହେବ; ତହିଁ ଉତ୍ତାରେ ତାହା ଅଧିପତିଙ୍କର ହେବ; ତାଙ୍କ ଉତ୍ତରାଧିକାରୀତ୍ଵ କେବଳ ତାଙ୍କ ପୁତ୍ରଗଣର ହେବ
18. ଆହୁରି, ଅଧିପତି ଲୋକମାନଙ୍କୁ ସେମାନଙ୍କ ଅଧିକାରରୁ ଚ୍ୟୁତ କରିବା ନିମନ୍ତେ ସେମାନଙ୍କ ଉତ୍ତରାଧିକାର ହରଣ କରିବେ ନାହିଁ; ଆମ୍ଭର ଲୋକମାନେ ଆପଣା ଆପଣା ଅଧିକାରରୁ ଯେପରି ଛିନ୍ନଭିନ୍ନ ହୋଇ ଯାʼନ୍ତି, ଏଥିପାଇଁ ସେ ଆପଣା ଅଧିକାର ମଧ୍ୟରୁ ଆପଣା ପୁତ୍ରମାନଙ୍କୁ ଉତ୍ତରାଧିକାର ଦାନ କରିବେ
19. ଏଉତ୍ତାରେ ସେ ଦ୍ଵାର ପାର୍ଶ୍ଵସ୍ଥ ପ୍ରବେଶ ପଥ ଦେଇ ମୋତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରି-ଶ୍ରେଣୀକି ଆଣିଲେ; ଆଉ ଦେଖ, ସେଠାରେ ପଶ୍ଚିମ ଦିଗର ପଶ୍ଚାତ୍ ଭାଗରେ ଏକ ସ୍ଥାନ ଥିଲା
20. ପୁଣି, ସେ ମୋତେ କହିଲେ, ଏହି ସ୍ଥାନରେ ଯାଜକମାନେ ଦୋଷାର୍ଥକ ବଳି ପାପାର୍ଥକ ବଳି ସିଦ୍ଧ କରିବେ ଭକ୍ଷ୍ୟ ନୈବେଦ୍ୟ ପାକ କରିବେ; ସେମାନେ ଲୋକମାନଙ୍କୁ ଶୁଚି କରିବା ନିମନ୍ତେ ବାହାର ପ୍ରାଙ୍ଗଣକୁ ତାହାସବୁ ଆଣିବେ ନାହିଁ
21. ଏଉତ୍ତାରେ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣି ସେହି ପ୍ରାଙ୍ଗଣର ଚାରି କୋଣ ଦେଇ ଗମନ କରାଇଲେ; ଆଉ ଦେଖ, ସେହି ପ୍ରାଙ୍ଗଣର ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା
22. ପ୍ରାଙ୍ଗଣର ଚାରି କୋଣରେ ଚାଳିଶ ହାତ ଦୀର୍ଘ ତିରିଶ ହାତ ପ୍ରସ୍ଥ ପ୍ରାଚୀରବେଷ୍ଟିତ ଏକ ଏକ ପ୍ରାଙ୍ଗଣ ଥିଲା; କୋଣମାନର ଏହି ଚାରି ପ୍ରାଙ୍ଗଣର ସମାନ ମାପ ଥିଲା
23. ପୁଣି, ସେହି ଚାରିର ଭିତରେ ଚାରିଆଡ଼େ ଏକ ଏକ ଧାଡ଼ି ଗାନ୍ଥୁନୀ ଥିଲା, ଆଉ ସେହିସବୁ ଧାଡ଼ିର ତଳେ ଚାରିଆଡ଼େ ପାକ ସ୍ଥାନ ନିର୍ମିତ ହୋଇଥିଲା
24. ଏଥିରେ ସେ ମୋତେ କହିଲେ, ଏସବୁ ପାକ ଗୃହ, ଏସ୍ଥାନରେ ଗୃହର ପରିଚାରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ
Total 48 Chapters, Current Chapter 46 of Total Chapters 48
×

Alert

×

oriya Letters Keypad References