ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଦିତୀୟ ରାଜାବଳୀ
1. ଭବିଷ୍ୟଦ୍ବକ୍ତାମାନଙ୍କ ପୁତ୍ରଗଣର ଭାର୍ଯ୍ୟାମାନଙ୍କ ମଧ୍ୟରୁ ଜଣେ ସ୍ତ୍ରୀ ଇଲୀଶାୟଙ୍କ ନିକଟରେ କ୍ରନ୍ଦନ କରି କହିଲା, ଆପଣଙ୍କ ଦାସ ମୋʼ ସ୍ଵାମୀ ମରିଅଛନ୍ତି; ପୁଣି ଆପଣଙ୍କ ଦାସ ଯେ ସଦାପ୍ରଭୁଙ୍କୁ ଭୟ କରୁଥିଲେ, ଏହା ଆପଣ ଜାଣନ୍ତି; ଏବେ ମହାଜନ ମୋହର ଦୁଇ ସନ୍ତାନଙ୍କୁ ଆପଣାର ଦାସ କରିବା ନିମନ୍ତେ ନେବାକୁ ଆସିଅଛି ।
2. ତହିଁରେ ଇଲୀଶାୟ ତାହାକୁ କହିଲେ, ମୁଁ ତୁମ୍ଭ ପାଇଁ କଅଣ କରିବି? ମୋତେ କୁହ; ଘରେ ତୁମ୍ଭର କଅଣ ଅଛି? ଏଥିରେ ସେ କହିଲା, ଏକ ପାତ୍ର ତୈଳ ଛଡ଼ା ଗୃହରେ ଆପଣଙ୍କ ଦାସୀର ଆଉ କିଛି ନାହିଁ ।
3. ତହୁଁ ସେ କହିଲେ, ଯାଅ, ବାହାରୁ ଆପଣାର ସମସ୍ତ ପ୍ରତିବାସୀଠାରୁ ପାତ୍ର, ଅର୍ଥାତ୍, ଶୂନ୍ୟ ପାତ୍ର ଉଧାର କରି ଆଣ; ଅଳ୍ପ ଉଧାର ନ କର ।
4. ପୁଣି ତୁମ୍ଭେ ଗୃହ ଭିତରକୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କ ପଛେ ଦ୍ଵାର ବନ୍ଦ କରି ସେସବୁ ପାତ୍ରରେ ତୈଳ ଅଜାଡ଼; ଆଉ ଯେଉଁ ପାତ୍ର ପୂର୍ଣ୍ଣ ହୁଏ, ତାହା ଅଲଗା କରି ରଖ ।
5. ତହୁଁ ସେ ସ୍ତ୍ରୀ ତାଙ୍କ ନିକଟରୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କ ପଛେ ଦ୍ଵାର ବନ୍ଦ କଲା; ସେମାନେ ତାହା ନିକଟକୁ ପାତ୍ର ଆଣନ୍ତେ, ସେ ଅଜାଡ଼ିଲା ।
6. ତହୁଁ ପାତ୍ରସବୁ ପୂର୍ଣ୍ଣ ହୁଅନ୍ତେ, ସେ ଆପଣା ପୁତ୍ରକୁ କହିଲା, ଆଉ ଗୋଟିଏ ପାତ୍ର ମୋʼ କତିକି ଆଣ । ଏଥିରେ ସେ ତାହାକୁ କହିଲା, ଆଉ ପାତ୍ର ନାହିଁ । ତହିଁରେ ତୈଳ ବନ୍ଦ ହେଲା ।
7. ତେବେ ସେ ସ୍ତ୍ରୀ ଆସି ପରମେଶ୍ଵରଙ୍କ ଲୋକଙ୍କୁ ତାହା ଜଣାଇଲା । ଏଥିରେ ସେ କହିଲେ, ଯାଅ, ତୈଳ ବିକ୍ରୟ କରି ଆପଣା ଋଣ ପରିଶୋଧ କର, ପୁଣି ଅବଶିଷ୍ଟରେ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଦିନାତିପାତ କର ।
8. ଅନନ୍ତର ଦିନକରେ ଇଲୀଶାୟ ଶୁନେମକୁ ଗଲେ, ସେଠାରେ ଏକ ଧନବତୀ ସ୍ତ୍ରୀ ଥିଲା; ଆଉ ସେ ଇଲୀଶାୟଙ୍କୁ ଅନ୍ନଭୋଜନ ନିମନ୍ତେ ବଳାଇଲା । ଏଉତ୍ତାରେ ଇଲୀଶାୟ ଯେତେ ଥର ସେହି ପଥ ଦେଇ ଗଲେ, ସେତେ ଥର ଅନ୍ନଭୋଜନ ନିମନ୍ତେ ସେଠାକୁ ଗଲେ ।
9. ଅନନ୍ତର ସେ ସ୍ତ୍ରୀ ଆପଣା ସ୍ଵାମୀକୁ କହିଲା, ଦେଖ, ମୁଁ ବୋଧ କରୁଅଛି, ଏହି ଯେ ଲୋକ ନିତ୍ୟ ଆମ୍ଭମାନଙ୍କ ନିକଟ ଦେଇ ଗତାୟାତ କରୁଅଛନ୍ତି, ସେ ପରମେଶ୍ଵରଙ୍କର ଏକ ପବିତ୍ର ଲୋକ ।
10. ମୁଁ ବିନୟ କରୁଅଛି, ଆମ୍ଭେମାନେ ପ୍ରାଚୀର ଉପରେ ଗୋଟିଏ ସାନ କୋଠରି ନିର୍ମାଣ କରୁ ଓ ତହିଁରେ ତାଙ୍କ ପାଇଁ ଗୋଟିଏ ଖଟ ଓ ମେଜ ଓ ଆସନ ଓ ଦୀପରୁଖା ରଖୁ; ତହୁଁ ସେ ଆମ୍ଭମାନଙ୍କ ନିକଟକୁ ଆସିବା ବେଳେ ସେଠାରେ ରହିବେ ।
11. ଦିନକରେ ଇଲୀଶାୟ ସେଠାକୁ ଆସିଲେ, ଆଉ ସେହି କୋଠରିକି ଯାଇ ଶୟନ କଲେ ।
12. ପୁଣି ସେ ଆପଣା ଦାସ ଗିହେଜୀକି କହିଲେ, ଏହି ଶୁନେମୀୟାକୁ ଡାକ । ତହୁଁ ସେ ତାହାକୁ ଡାକନ୍ତେ, ସେ ସ୍ତ୍ରୀ ତାଙ୍କ ସମ୍ମୁଖରେ ଠିଆ ହେଲା ।
13. ଏଥିରେ ଇଲୀଶାୟ ଗିହେଜୀକି କହିଲେ, ତାକୁ କୁହ, ଦେଖ, ତୁମ୍ଭେ ଏସମସ୍ତ ଚିନ୍ତାରେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତିତ ହୋଇଅଛ; ତୁମ୍ଭ ପାଇଁ କଅଣ କରାଯିବ? ରାଜା ଅବା ସେନାପତି ନିକଟରେ ତୁମ୍ଭ ପକ୍ଷରେ କୁହାଯିବାର କି ତୁମ୍ଭର ଇଚ୍ଛା? ତହୁଁ ସେ ଉତ୍ତର କଲା, ମୁଁ ନିଜ ଲୋକଙ୍କ ମଧ୍ୟରେ ବାସ କରୁଅଛି ।
14. ପୁଣି ଇଲୀଶାୟ କହିଲେ, ତେବେ ତାହା ପାଇଁ କʼଣ କରାଯିବ? ତହିଁରେ ଗିହେଜୀ ଉତ୍ତର କଲା, ତାହାର ପୁତ୍ର ନାହିଁ ଓ ତାହାର ସ୍ଵାମୀ ବୃଦ୍ଧ ।
15. ତେବେ ଇଲୀଶାୟ କହିଲେ, ତାକୁ ଡାକ । ଏଣୁ ସେ ତାକୁ ଡାକନ୍ତେ, ସେ ଦ୍ଵାରରେ ଠିଆ ହେଲା ।
16. ତହୁଁ ଇଲୀଶାୟ କହିଲେ, ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ତୁମ୍ଭେ ପୁତ୍ରକୁ କୋଳ କରିବ । ଏଥିରେ ସେ ସ୍ତ୍ରୀ କହିଲା, ନା, ହେ ମୋର ପ୍ରଭୋ, ହେ ପରମେଶ୍ଵରଙ୍କ ଲୋକ, ଆପଣା ଦାସୀକୁ ଆପଣ ମିଥ୍ୟା ନ କହନ୍ତୁ ।
17. ଏଥି ଉତ୍ତାରେ ଇଲୀଶାୟଙ୍କର ବାକ୍ୟାନୁସାରେ ସେହି ସ୍ତ୍ରୀ ଗର୍ଭଧାରଣ କରି ଉକ୍ତ ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଏକ ପୁତ୍ର ପ୍ରସବ କଲା ।
18. ପୁଣି ବାଳକ ବଢ଼ିଲା ଉତ୍ତାରେ ଦିନକରେ ସେ ଶସ୍ୟଚ୍ଛେଦକମାନଙ୍କ ନିକଟରେ ଆପଣା ପିତା କତିକି ଗଲା ।
19. ଆଉ ସେ ଆପଣା ପିତାକୁ କହିଲା, ମୋʼ ମୁଣ୍ତ, ମୋʼ ମୁଣ୍ତ । ତହୁଁ ପିତା ଆପଣା ଦାସକୁ କହିଲା, ତାହାର ମାତା କତିକି ତାହାକୁ ଉଠାଇ ନେଇଯାଅ ।
20. ଆଉ ସେ ତାହାକୁ ଉଠାଇ ନେଇ ତାହାର ମାତା ନିକଟକୁ ଆଣନ୍ତେ, ବାଳକ ମଧ୍ୟାହ୍ନ ପର୍ଯ୍ୟନ୍ତ ତାହାର କୋଳରେ ବସି ମରିଗଲା ।
21. ଏଥିରେ ମାତା ଉପରକୁ ଯାଇ ପରମେଶ୍ଵରଙ୍କ ଲୋକଙ୍କ ଖଟରେ ତାହାକୁ ଶୁଆଇ ଦ୍ଵାର ବନ୍ଦ କରି ବାହାରି ଆସିଲା ।
22. ପୁଣି ସେ ଆପଣା ସ୍ଵାମୀକି ଡାକି କହିଲା, ମୁଁ ବିନୟ କରୁଅଛି, ଦାସମାନଙ୍କ ମଧ୍ୟରୁ ଜଣକୁ ଓ ଗର୍ଦ୍ଦଭରୁ ଗୋଟିଏ ମୋʼ କତିକି ପଠାଇଦିଅ, ମୁଁ ପରମେଶ୍ଵରଙ୍କ ଲୋକଙ୍କ ନିକଟକୁ ଦୌଡ଼ିଯାଇ ଫେରି ଆସିବି ।
23. ତହିଁରେ ସେ କହିଲା, ତୁମ୍ଭେ କାହିଁକି ତାଙ୍କ ନିକଟକୁ ଆଜି ଯିବ? ଏ ତ ଅମାବାସ୍ୟା ନୁହେଁ କି ବିଶ୍ରାମବାର ନୁହେଁ । ଏଥିରେ ସେ କହିଲା, ଭଲ ହେବ ।
24. ତହୁଁ ସେ ଗର୍ଦ୍ଦଭ ସଜାଇ ଆପଣା ଦାସକୁ କହିଲା, ଅଡ଼ାଇ ଚାଲ; ମୋʼ ଆଜ୍ଞା ବିନା ଚଳାଇବାରେ ଢିଲା ନ କର ।
25. ଏହିରୂପେ ସେ ଯାଇ କର୍ମିଲ ପର୍ବତରେ ପରମେଶ୍ଵରଙ୍କ ଲୋକଙ୍କ ନିକଟରେ ପହୁଞ୍ଚିଲା । ତହିଁରେ ପରମେଶ୍ଵରଙ୍କ ଲୋକ ଦୂରରୁ ତାହାକୁ ଦେଖି ଆପଣା ଦାସ ଗିହେଜୀକି କହିଲେ, ଦେଖ, ହେଇଟି ଶୁନେମୀୟା;
26. ମୁଁ ବିନୟ କରୁଅଛି, ଦୌଡ଼ିଯାଇ ତାହାକୁ ଭେଟି ପଚାର, ତୁମ୍ଭର ମଙ୍ଗଳ? ତୁମ୍ଭ ସ୍ଵାମୀର ମଙ୍ଗଳ? ବାଳକର ମଙ୍ଗଳ? ତହୁଁ ସେ ଉତ୍ତର କଲା, ମଙ୍ଗଳ ।
27. ଏଉତ୍ତାରେ ସେ ପର୍ବତରେ ପରମେଶ୍ଵରଙ୍କ ଲୋକଙ୍କ ନିକଟକୁ ଆସି ତାଙ୍କ ଚରଣ ଧରି ରହିଲା । ତହିଁରେ ଗିହେଜୀ ତାହାକୁ ଛଡ଼ାଇ ଦେବା ପାଇଁ ନିକଟକୁ ଆସିଲା; ମାତ୍ର ପରମେଶ୍ଵରଙ୍କ ଲୋକ କହିଲେ, ତାହାକୁ ଛାଡ଼ିଦିଅ; କାରଣ ତାହାର ଅନ୍ତରରେ ତାହାର ପ୍ରାଣ ଶୋକାକୁଳ ହୋଇଅଛି; ମାତ୍ର ସଦାପ୍ରଭୁ ମୋʼଠାରୁ ତାହା ଗୋପନ କରି ତାହା ମୋତେ ଜଣାଇ ନାହାନ୍ତି ।
28. ଏଥିରେ ସେ ସ୍ତ୍ରୀ କହିଲା, ମୋʼ ପ୍ରଭୁଙ୍କୁ ମୁଁ କʼଣ ପୁତ୍ର ମାଗିଥିଲି? ମୁଁ କି କହି ନ ଥିଲି, ମୋତେ ପ୍ରତାରଣା ନ କର?
29. ତହୁଁ ଇଲୀଶାୟ ଗିହେଜୀକି କହିଲେ, ଆପଣା ଅଣ୍ଟା ବାନ୍ଧ ଓ ଆପଣା ହସ୍ତରେ ମୋହର ଯଷ୍ଟି ନେଇ ଆପଣା ବାଟେ ଚାଲିଯାଅ; ତୁମ୍ଭେ କୌଣସି ଲୋକକୁ ଭେଟିଲେ, ତାହାକୁ ନମସ୍କାର ନ କର; ଆଉ କେହି ତୁମ୍ଭକୁ ନମସ୍କାର କଲେ, ତାହାକୁ ଫେରି ଉତ୍ତର ନ ଦିଅ; ପୁଣି ମୋʼ ଯଷ୍ଟି ସେହି ବାଳକର ମୁଖ ଉପରେ ରଖିଦିଅ ।
30. ଏଥିରେ ବାଳକର ମାତା କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ । ତେଣୁ ଇଲୀଶାୟ ଉଠି ତାହାର ପଛେ ପଛେ ଗଲେ ।
31. ଏଥି ମଧ୍ୟରେ ଗିହେଜୀ ସେମାନଙ୍କ ଆଗେ ଯାଇ ବାଳକର ମୁଖ ଉପରେ ଯଷ୍ଟି ରଖିଲା; ମାତ୍ର କୌଣସି ରବ କି ଶ୍ରବଣ ହେଲା ନାହିଁ । ଏହେତୁ ଗିହେଜୀ ଇଲୀଶାୟଙ୍କୁ ଭେଟିବା ପାଇଁ ଫେରି ଆସି ତାଙ୍କୁ ଜଣାଇ କହିଲା, ବାଳକ ଜାଗି ନାହିଁ ।
32. ତହୁଁ ଇଲୀଶାୟ ସେ ଗୃହକୁ ଆସନ୍ତେ, ଦେଖ, ବାଳକ ମରି ତାଙ୍କର ଶଯ୍ୟାରେ ଶୋଇଅଛି ।
33. ଏହେତୁ ସେ ଭିତରକୁ ଯାଇ ଆପେ ଓ ବାଳକ ଉଭୟେ ରହି ଦ୍ଵାର ବନ୍ଦ କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ।
34. ଆଉ ସେ ଉପରକୁ ଯାଇ ବାଳକ ଉପରେ ଶୟନ କଲେ ଓ ତାହା ମୁଖ ଉପରେ ଆପଣା ମୁଖ ଓ ତାହା ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହା ହସ୍ତ ଉପରେ ଆପଣା ହସ୍ତ ରଖିଲେ; ଏରୂପେ ସେ ଆପଣାକୁ ବାଳକ ଉପରେ ଲମ୍ଵମାନ କଲେ; ତହିଁରେ ବାଳକର ଶରୀର ଉଷ୍ଣ ହେବାକୁ ଲାଗିଲା ।
35. ଏଥିରେ ଇଲୀଶାୟ ଫେରି ଗୃହ ମଧ୍ୟରେ ଏଣେ ତେଣେ ଥରେ ବୁଲିଲେ; ତହୁଁ ଉପରକୁ ଯାଇ ବାଳକ ଉପରେ ଆପଣାକୁ ଲମ୍ଵମାନ କଲେ; ତହିଁରେ ବାଳକ ସାତ ଥର ଛିଙ୍କିଲା ଓ ବାଳକ ଚକ୍ଷୁ ଫିଟାଇଲା ।
36. ଏଥିରେ ସେ ଗିହେଜୀକି ଡାକି କହିଲେ, ସେହି ଶୁନେମୀୟାକୁ ଡାକ । ତହୁଁ ସେ ତାହାକୁ ଡାକିଲା । ଆଉ ସେ ତାଙ୍କ କତିକି ଆସନ୍ତେ, ସେ କହିଲେ, ତୁମ୍ଭ ପୁତ୍ରକୁ ନିଅ ।
37. ସେତେବେଳେ ସେ ସ୍ତ୍ରୀ ଭିତରକୁ ଯାଇ ତାଙ୍କର ଚରଣରେ ଭୂମିଷ୍ଠ ପ୍ରଣାମ କଲା ଓ ଆପଣା ପୁତ୍ରକୁ ନେଇ ବାହାରକୁ ଗଲା ।
38. ଅନନ୍ତର ଇଲୀଶାୟ ପୁନର୍ବାର ଗିଲ୍ଗଲ୍‍କୁ ଆସିଲେ; ସେସମୟରେ ଦେଶରେ ଦୁର୍ଭିକ୍ଷ ଥିଲା; ପୁଣି ଭବିଷ୍ୟଦ୍-ବକ୍ତାଗଣର ପୁତ୍ରମାନେ ତାଙ୍କ ସମ୍ମୁଖରେ ବସୁଥିବା ସମୟରେ ସେ ଆପଣା ଦାସକୁ କହିଲେ, ଏକ ବଡ଼ ହଣ୍ତା ବସାଇ ଭବିଷ୍ୟଦ୍ବକ୍ତାଗଣର ପୁତ୍ରମାନଙ୍କ ନିମନ୍ତେ ବ୍ୟଞ୍ଜନ ପାକ କର ।
39. ତହୁଁ ଜଣେ ଶାକ ସଂଗ୍ରହ କରିବା ପାଇଁ କ୍ଷେତ୍ରକୁ ଯାଇ ବନ୍ୟ ଲତା ପାଇ ତହିଁର ଫଳରେ ଅଣ୍ଟି ପୂର୍ଣ୍ଣ କରି ଆସି ତାହା ଖଣ୍ତ ଖଣ୍ତ କାଟି ବ୍ୟଞ୍ଜନ-ହଣ୍ତାରେ ପକାଇଲା; କାରଣ ସେମାନେ ତାହା ଚିହ୍ନିଲେ ନାହିଁ ।
40. ତହୁଁ ସେମାନେ ଲୋକମାନଙ୍କର ଭୋଜନ ନିମନ୍ତେ ତାହା ଢାଳିଲେ । ପୁଣି ଲୋକମାନେ ସେହି ବ୍ୟଞ୍ଜନ ଭୋଜନ କରୁ କରୁ ଡାକ ପକାଇ କହିଲେ, ହେ ପରମେଶ୍ଵରଙ୍କ ଲୋକ, ହଣ୍ତାରେ ମୃତ୍ୟୁ ଅଛି । ଆଉ ସେମାନେ ତହିଁରୁ ଭୋଜନ କରି ପାରିଲେ ନାହିଁ ।
41. ମାତ୍ର ସେ କହିଲେ, ତେବେ ମଇଦା ଆଣ । ଆଉ ସେ ତାହା ହଣ୍ତାରେ ପକାଇ କହିଲେ, ଲୋକମାନଙ୍କ ନିମନ୍ତେ ତାହା ଢାଳ, ସେମାନେ ଭୋଜନ କରନ୍ତୁ । ତହୁଁ ହଣ୍ତାରେ କିଛି ମନ୍ଦ ରହିଲା ନାହିଁ ।
42. ଅନନ୍ତର ବାଲ୍-ଶାଲିଶାରୁ ଜଣେ ପରମେଶ୍ଵରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳର ରୋଟୀ, ଅର୍ଥାତ୍, କୋଡ଼ିଏ ଯବ ରୋଟୀ ଓ ନୂତନ ଶସ୍ୟର ଶିଷା ଆପଣା ଝୁଲିରେ ନେଇ ଆସିଲା । ତହିଁରେ ଇଲୀଶାୟ କହିଲେ, ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ ।
43. ତହୁଁ ତାଙ୍କ ଦାସ କହିଲା, କʼଣ, ଶହେ ଲୋକଙ୍କ ଆଗରେ ଏହା ରଖିବି? ମାତ୍ର ସେ କହିଲେ, ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ; କାରଣ ସଦାପ୍ରଭୁ ଏହା କହନ୍ତି, ସେମାନେ ଭୋଜନ କରିବେ ଓ ତହିଁରୁ ଉଚ୍ଛିଷ୍ଟ ରଖିବେ ।
44. ତହୁଁ ସେ ତାହା ଲୋକମାନଙ୍କ ଆଗରେ ରଖନ୍ତେ, ସେମାନେ ଭୋଜନ କଲେ ଓ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନେ ଉଚ୍ଛିଷ୍ଟ ରଖିଲେ ।

Notes

No Verse Added

Total 25 Chapters, Current Chapter 4 of Total Chapters 25
ଦିତୀୟ ରାଜାବଳୀ 4:37
1. ଭବିଷ୍ୟଦ୍ବକ୍ତାମାନଙ୍କ ପୁତ୍ରଗଣର ଭାର୍ଯ୍ୟାମାନଙ୍କ ମଧ୍ୟରୁ ଜଣେ ସ୍ତ୍ରୀ ଇଲୀଶାୟଙ୍କ ନିକଟରେ କ୍ରନ୍ଦନ କରି କହିଲା, ଆପଣଙ୍କ ଦାସ ମୋʼ ସ୍ଵାମୀ ମରିଅଛନ୍ତି; ପୁଣି ଆପଣଙ୍କ ଦାସ ଯେ ସଦାପ୍ରଭୁଙ୍କୁ ଭୟ କରୁଥିଲେ, ଏହା ଆପଣ ଜାଣନ୍ତି; ଏବେ ମହାଜନ ମୋହର ଦୁଇ ସନ୍ତାନଙ୍କୁ ଆପଣାର ଦାସ କରିବା ନିମନ୍ତେ ନେବାକୁ ଆସିଅଛି
2. ତହିଁରେ ଇଲୀଶାୟ ତାହାକୁ କହିଲେ, ମୁଁ ତୁମ୍ଭ ପାଇଁ କଅଣ କରିବି? ମୋତେ କୁହ; ଘରେ ତୁମ୍ଭର କଅଣ ଅଛି? ଏଥିରେ ସେ କହିଲା, ଏକ ପାତ୍ର ତୈଳ ଛଡ଼ା ଗୃହରେ ଆପଣଙ୍କ ଦାସୀର ଆଉ କିଛି ନାହିଁ
3. ତହୁଁ ସେ କହିଲେ, ଯାଅ, ବାହାରୁ ଆପଣାର ସମସ୍ତ ପ୍ରତିବାସୀଠାରୁ ପାତ୍ର, ଅର୍ଥାତ୍, ଶୂନ୍ୟ ପାତ୍ର ଉଧାର କରି ଆଣ; ଅଳ୍ପ ଉଧାର କର
4. ପୁଣି ତୁମ୍ଭେ ଗୃହ ଭିତରକୁ ଯାଇ ଆପଣାର ଆପଣା ପୁତ୍ରମାନଙ୍କ ପଛେ ଦ୍ଵାର ବନ୍ଦ କରି ସେସବୁ ପାତ୍ରରେ ତୈଳ ଅଜାଡ଼; ଆଉ ଯେଉଁ ପାତ୍ର ପୂର୍ଣ୍ଣ ହୁଏ, ତାହା ଅଲଗା କରି ରଖ
5. ତହୁଁ ସେ ସ୍ତ୍ରୀ ତାଙ୍କ ନିକଟରୁ ଯାଇ ଆପଣାର ଆପଣା ପୁତ୍ରମାନଙ୍କ ପଛେ ଦ୍ଵାର ବନ୍ଦ କଲା; ସେମାନେ ତାହା ନିକଟକୁ ପାତ୍ର ଆଣନ୍ତେ, ସେ ଅଜାଡ଼ିଲା
6. ତହୁଁ ପାତ୍ରସବୁ ପୂର୍ଣ୍ଣ ହୁଅନ୍ତେ, ସେ ଆପଣା ପୁତ୍ରକୁ କହିଲା, ଆଉ ଗୋଟିଏ ପାତ୍ର ମୋʼ କତିକି ଆଣ ଏଥିରେ ସେ ତାହାକୁ କହିଲା, ଆଉ ପାତ୍ର ନାହିଁ ତହିଁରେ ତୈଳ ବନ୍ଦ ହେଲା
7. ତେବେ ସେ ସ୍ତ୍ରୀ ଆସି ପରମେଶ୍ଵରଙ୍କ ଲୋକଙ୍କୁ ତାହା ଜଣାଇଲା ଏଥିରେ ସେ କହିଲେ, ଯାଅ, ତୈଳ ବିକ୍ରୟ କରି ଆପଣା ଋଣ ପରିଶୋଧ କର, ପୁଣି ଅବଶିଷ୍ଟରେ ତୁମ୍ଭେ ତୁମ୍ଭ ପୁତ୍ରମାନେ ଦିନାତିପାତ କର
8. ଅନନ୍ତର ଦିନକରେ ଇଲୀଶାୟ ଶୁନେମକୁ ଗଲେ, ସେଠାରେ ଏକ ଧନବତୀ ସ୍ତ୍ରୀ ଥିଲା; ଆଉ ସେ ଇଲୀଶାୟଙ୍କୁ ଅନ୍ନଭୋଜନ ନିମନ୍ତେ ବଳାଇଲା ଏଉତ୍ତାରେ ଇଲୀଶାୟ ଯେତେ ଥର ସେହି ପଥ ଦେଇ ଗଲେ, ସେତେ ଥର ଅନ୍ନଭୋଜନ ନିମନ୍ତେ ସେଠାକୁ ଗଲେ
9. ଅନନ୍ତର ସେ ସ୍ତ୍ରୀ ଆପଣା ସ୍ଵାମୀକୁ କହିଲା, ଦେଖ, ମୁଁ ବୋଧ କରୁଅଛି, ଏହି ଯେ ଲୋକ ନିତ୍ୟ ଆମ୍ଭମାନଙ୍କ ନିକଟ ଦେଇ ଗତାୟାତ କରୁଅଛନ୍ତି, ସେ ପରମେଶ୍ଵରଙ୍କର ଏକ ପବିତ୍ର ଲୋକ
10. ମୁଁ ବିନୟ କରୁଅଛି, ଆମ୍ଭେମାନେ ପ୍ରାଚୀର ଉପରେ ଗୋଟିଏ ସାନ କୋଠରି ନିର୍ମାଣ କରୁ ତହିଁରେ ତାଙ୍କ ପାଇଁ ଗୋଟିଏ ଖଟ ମେଜ ଆସନ ଦୀପରୁଖା ରଖୁ; ତହୁଁ ସେ ଆମ୍ଭମାନଙ୍କ ନିକଟକୁ ଆସିବା ବେଳେ ସେଠାରେ ରହିବେ
11. ଦିନକରେ ଇଲୀଶାୟ ସେଠାକୁ ଆସିଲେ, ଆଉ ସେହି କୋଠରିକି ଯାଇ ଶୟନ କଲେ
12. ପୁଣି ସେ ଆପଣା ଦାସ ଗିହେଜୀକି କହିଲେ, ଏହି ଶୁନେମୀୟାକୁ ଡାକ ତହୁଁ ସେ ତାହାକୁ ଡାକନ୍ତେ, ସେ ସ୍ତ୍ରୀ ତାଙ୍କ ସମ୍ମୁଖରେ ଠିଆ ହେଲା
13. ଏଥିରେ ଇଲୀଶାୟ ଗିହେଜୀକି କହିଲେ, ତାକୁ କୁହ, ଦେଖ, ତୁମ୍ଭେ ଏସମସ୍ତ ଚିନ୍ତାରେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତିତ ହୋଇଅଛ; ତୁମ୍ଭ ପାଇଁ କଅଣ କରାଯିବ? ରାଜା ଅବା ସେନାପତି ନିକଟରେ ତୁମ୍ଭ ପକ୍ଷରେ କୁହାଯିବାର କି ତୁମ୍ଭର ଇଚ୍ଛା? ତହୁଁ ସେ ଉତ୍ତର କଲା, ମୁଁ ନିଜ ଲୋକଙ୍କ ମଧ୍ୟରେ ବାସ କରୁଅଛି
14. ପୁଣି ଇଲୀଶାୟ କହିଲେ, ତେବେ ତାହା ପାଇଁ କʼଣ କରାଯିବ? ତହିଁରେ ଗିହେଜୀ ଉତ୍ତର କଲା, ତାହାର ପୁତ୍ର ନାହିଁ ତାହାର ସ୍ଵାମୀ ବୃଦ୍ଧ
15. ତେବେ ଇଲୀଶାୟ କହିଲେ, ତାକୁ ଡାକ ଏଣୁ ସେ ତାକୁ ଡାକନ୍ତେ, ସେ ଦ୍ଵାରରେ ଠିଆ ହେଲା
16. ତହୁଁ ଇଲୀଶାୟ କହିଲେ, ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ତୁମ୍ଭେ ପୁତ୍ରକୁ କୋଳ କରିବ ଏଥିରେ ସେ ସ୍ତ୍ରୀ କହିଲା, ନା, ହେ ମୋର ପ୍ରଭୋ, ହେ ପରମେଶ୍ଵରଙ୍କ ଲୋକ, ଆପଣା ଦାସୀକୁ ଆପଣ ମିଥ୍ୟା କହନ୍ତୁ
17. ଏଥି ଉତ୍ତାରେ ଇଲୀଶାୟଙ୍କର ବାକ୍ୟାନୁସାରେ ସେହି ସ୍ତ୍ରୀ ଗର୍ଭଧାରଣ କରି ଉକ୍ତ ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଏକ ପୁତ୍ର ପ୍ରସବ କଲା
18. ପୁଣି ବାଳକ ବଢ଼ିଲା ଉତ୍ତାରେ ଦିନକରେ ସେ ଶସ୍ୟଚ୍ଛେଦକମାନଙ୍କ ନିକଟରେ ଆପଣା ପିତା କତିକି ଗଲା
19. ଆଉ ସେ ଆପଣା ପିତାକୁ କହିଲା, ମୋʼ ମୁଣ୍ତ, ମୋʼ ମୁଣ୍ତ ତହୁଁ ପିତା ଆପଣା ଦାସକୁ କହିଲା, ତାହାର ମାତା କତିକି ତାହାକୁ ଉଠାଇ ନେଇଯାଅ
20. ଆଉ ସେ ତାହାକୁ ଉଠାଇ ନେଇ ତାହାର ମାତା ନିକଟକୁ ଆଣନ୍ତେ, ବାଳକ ମଧ୍ୟାହ୍ନ ପର୍ଯ୍ୟନ୍ତ ତାହାର କୋଳରେ ବସି ମରିଗଲା
21. ଏଥିରେ ମାତା ଉପରକୁ ଯାଇ ପରମେଶ୍ଵରଙ୍କ ଲୋକଙ୍କ ଖଟରେ ତାହାକୁ ଶୁଆଇ ଦ୍ଵାର ବନ୍ଦ କରି ବାହାରି ଆସିଲା
22. ପୁଣି ସେ ଆପଣା ସ୍ଵାମୀକି ଡାକି କହିଲା, ମୁଁ ବିନୟ କରୁଅଛି, ଦାସମାନଙ୍କ ମଧ୍ୟରୁ ଜଣକୁ ଗର୍ଦ୍ଦଭରୁ ଗୋଟିଏ ମୋʼ କତିକି ପଠାଇଦିଅ, ମୁଁ ପରମେଶ୍ଵରଙ୍କ ଲୋକଙ୍କ ନିକଟକୁ ଦୌଡ଼ିଯାଇ ଫେରି ଆସିବି
23. ତହିଁରେ ସେ କହିଲା, ତୁମ୍ଭେ କାହିଁକି ତାଙ୍କ ନିକଟକୁ ଆଜି ଯିବ? ଅମାବାସ୍ୟା ନୁହେଁ କି ବିଶ୍ରାମବାର ନୁହେଁ ଏଥିରେ ସେ କହିଲା, ଭଲ ହେବ
24. ତହୁଁ ସେ ଗର୍ଦ୍ଦଭ ସଜାଇ ଆପଣା ଦାସକୁ କହିଲା, ଅଡ଼ାଇ ଚାଲ; ମୋʼ ଆଜ୍ଞା ବିନା ଚଳାଇବାରେ ଢିଲା କର
25. ଏହିରୂପେ ସେ ଯାଇ କର୍ମିଲ ପର୍ବତରେ ପରମେଶ୍ଵରଙ୍କ ଲୋକଙ୍କ ନିକଟରେ ପହୁଞ୍ଚିଲା ତହିଁରେ ପରମେଶ୍ଵରଙ୍କ ଲୋକ ଦୂରରୁ ତାହାକୁ ଦେଖି ଆପଣା ଦାସ ଗିହେଜୀକି କହିଲେ, ଦେଖ, ହେଇଟି ଶୁନେମୀୟା;
26. ମୁଁ ବିନୟ କରୁଅଛି, ଦୌଡ଼ିଯାଇ ତାହାକୁ ଭେଟି ପଚାର, ତୁମ୍ଭର ମଙ୍ଗଳ? ତୁମ୍ଭ ସ୍ଵାମୀର ମଙ୍ଗଳ? ବାଳକର ମଙ୍ଗଳ? ତହୁଁ ସେ ଉତ୍ତର କଲା, ମଙ୍ଗଳ
27. ଏଉତ୍ତାରେ ସେ ପର୍ବତରେ ପରମେଶ୍ଵରଙ୍କ ଲୋକଙ୍କ ନିକଟକୁ ଆସି ତାଙ୍କ ଚରଣ ଧରି ରହିଲା ତହିଁରେ ଗିହେଜୀ ତାହାକୁ ଛଡ଼ାଇ ଦେବା ପାଇଁ ନିକଟକୁ ଆସିଲା; ମାତ୍ର ପରମେଶ୍ଵରଙ୍କ ଲୋକ କହିଲେ, ତାହାକୁ ଛାଡ଼ିଦିଅ; କାରଣ ତାହାର ଅନ୍ତରରେ ତାହାର ପ୍ରାଣ ଶୋକାକୁଳ ହୋଇଅଛି; ମାତ୍ର ସଦାପ୍ରଭୁ ମୋʼଠାରୁ ତାହା ଗୋପନ କରି ତାହା ମୋତେ ଜଣାଇ ନାହାନ୍ତି
28. ଏଥିରେ ସେ ସ୍ତ୍ରୀ କହିଲା, ମୋʼ ପ୍ରଭୁଙ୍କୁ ମୁଁ କʼଣ ପୁତ୍ର ମାଗିଥିଲି? ମୁଁ କି କହି ଥିଲି, ମୋତେ ପ୍ରତାରଣା କର?
29. ତହୁଁ ଇଲୀଶାୟ ଗିହେଜୀକି କହିଲେ, ଆପଣା ଅଣ୍ଟା ବାନ୍ଧ ଆପଣା ହସ୍ତରେ ମୋହର ଯଷ୍ଟି ନେଇ ଆପଣା ବାଟେ ଚାଲିଯାଅ; ତୁମ୍ଭେ କୌଣସି ଲୋକକୁ ଭେଟିଲେ, ତାହାକୁ ନମସ୍କାର କର; ଆଉ କେହି ତୁମ୍ଭକୁ ନମସ୍କାର କଲେ, ତାହାକୁ ଫେରି ଉତ୍ତର ଦିଅ; ପୁଣି ମୋʼ ଯଷ୍ଟି ସେହି ବାଳକର ମୁଖ ଉପରେ ରଖିଦିଅ
30. ଏଥିରେ ବାଳକର ମାତା କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ । ତେଣୁ ଇଲୀଶାୟ ଉଠି ତାହାର ପଛେ ପଛେ ଗଲେ
31. ଏଥି ମଧ୍ୟରେ ଗିହେଜୀ ସେମାନଙ୍କ ଆଗେ ଯାଇ ବାଳକର ମୁଖ ଉପରେ ଯଷ୍ଟି ରଖିଲା; ମାତ୍ର କୌଣସି ରବ କି ଶ୍ରବଣ ହେଲା ନାହିଁ ଏହେତୁ ଗିହେଜୀ ଇଲୀଶାୟଙ୍କୁ ଭେଟିବା ପାଇଁ ଫେରି ଆସି ତାଙ୍କୁ ଜଣାଇ କହିଲା, ବାଳକ ଜାଗି ନାହିଁ
32. ତହୁଁ ଇଲୀଶାୟ ସେ ଗୃହକୁ ଆସନ୍ତେ, ଦେଖ, ବାଳକ ମରି ତାଙ୍କର ଶଯ୍ୟାରେ ଶୋଇଅଛି
33. ଏହେତୁ ସେ ଭିତରକୁ ଯାଇ ଆପେ ବାଳକ ଉଭୟେ ରହି ଦ୍ଵାର ବନ୍ଦ କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ
34. ଆଉ ସେ ଉପରକୁ ଯାଇ ବାଳକ ଉପରେ ଶୟନ କଲେ ତାହା ମୁଖ ଉପରେ ଆପଣା ମୁଖ ତାହା ଚକ୍ଷୁ ଉପରେ ଆପଣା ଚକ୍ଷୁ ତାହା ହସ୍ତ ଉପରେ ଆପଣା ହସ୍ତ ରଖିଲେ; ଏରୂପେ ସେ ଆପଣାକୁ ବାଳକ ଉପରେ ଲମ୍ଵମାନ କଲେ; ତହିଁରେ ବାଳକର ଶରୀର ଉଷ୍ଣ ହେବାକୁ ଲାଗିଲା
35. ଏଥିରେ ଇଲୀଶାୟ ଫେରି ଗୃହ ମଧ୍ୟରେ ଏଣେ ତେଣେ ଥରେ ବୁଲିଲେ; ତହୁଁ ଉପରକୁ ଯାଇ ବାଳକ ଉପରେ ଆପଣାକୁ ଲମ୍ଵମାନ କଲେ; ତହିଁରେ ବାଳକ ସାତ ଥର ଛିଙ୍କିଲା ବାଳକ ଚକ୍ଷୁ ଫିଟାଇଲା
36. ଏଥିରେ ସେ ଗିହେଜୀକି ଡାକି କହିଲେ, ସେହି ଶୁନେମୀୟାକୁ ଡାକ ତହୁଁ ସେ ତାହାକୁ ଡାକିଲା ଆଉ ସେ ତାଙ୍କ କତିକି ଆସନ୍ତେ, ସେ କହିଲେ, ତୁମ୍ଭ ପୁତ୍ରକୁ ନିଅ
37. ସେତେବେଳେ ସେ ସ୍ତ୍ରୀ ଭିତରକୁ ଯାଇ ତାଙ୍କର ଚରଣରେ ଭୂମିଷ୍ଠ ପ୍ରଣାମ କଲା ଆପଣା ପୁତ୍ରକୁ ନେଇ ବାହାରକୁ ଗଲା
38. ଅନନ୍ତର ଇଲୀଶାୟ ପୁନର୍ବାର ଗିଲ୍ଗଲ୍‍କୁ ଆସିଲେ; ସେସମୟରେ ଦେଶରେ ଦୁର୍ଭିକ୍ଷ ଥିଲା; ପୁଣି ଭବିଷ୍ୟଦ୍-ବକ୍ତାଗଣର ପୁତ୍ରମାନେ ତାଙ୍କ ସମ୍ମୁଖରେ ବସୁଥିବା ସମୟରେ ସେ ଆପଣା ଦାସକୁ କହିଲେ, ଏକ ବଡ଼ ହଣ୍ତା ବସାଇ ଭବିଷ୍ୟଦ୍ବକ୍ତାଗଣର ପୁତ୍ରମାନଙ୍କ ନିମନ୍ତେ ବ୍ୟଞ୍ଜନ ପାକ କର
39. ତହୁଁ ଜଣେ ଶାକ ସଂଗ୍ରହ କରିବା ପାଇଁ କ୍ଷେତ୍ରକୁ ଯାଇ ବନ୍ୟ ଲତା ପାଇ ତହିଁର ଫଳରେ ଅଣ୍ଟି ପୂର୍ଣ୍ଣ କରି ଆସି ତାହା ଖଣ୍ତ ଖଣ୍ତ କାଟି ବ୍ୟଞ୍ଜନ-ହଣ୍ତାରେ ପକାଇଲା; କାରଣ ସେମାନେ ତାହା ଚିହ୍ନିଲେ ନାହିଁ
40. ତହୁଁ ସେମାନେ ଲୋକମାନଙ୍କର ଭୋଜନ ନିମନ୍ତେ ତାହା ଢାଳିଲେ ପୁଣି ଲୋକମାନେ ସେହି ବ୍ୟଞ୍ଜନ ଭୋଜନ କରୁ କରୁ ଡାକ ପକାଇ କହିଲେ, ହେ ପରମେଶ୍ଵରଙ୍କ ଲୋକ, ହଣ୍ତାରେ ମୃତ୍ୟୁ ଅଛି ଆଉ ସେମାନେ ତହିଁରୁ ଭୋଜନ କରି ପାରିଲେ ନାହିଁ
41. ମାତ୍ର ସେ କହିଲେ, ତେବେ ମଇଦା ଆଣ ଆଉ ସେ ତାହା ହଣ୍ତାରେ ପକାଇ କହିଲେ, ଲୋକମାନଙ୍କ ନିମନ୍ତେ ତାହା ଢାଳ, ସେମାନେ ଭୋଜନ କରନ୍ତୁ ତହୁଁ ହଣ୍ତାରେ କିଛି ମନ୍ଦ ରହିଲା ନାହିଁ
42. ଅନନ୍ତର ବାଲ୍-ଶାଲିଶାରୁ ଜଣେ ପରମେଶ୍ଵରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳର ରୋଟୀ, ଅର୍ଥାତ୍, କୋଡ଼ିଏ ଯବ ରୋଟୀ ନୂତନ ଶସ୍ୟର ଶିଷା ଆପଣା ଝୁଲିରେ ନେଇ ଆସିଲା ତହିଁରେ ଇଲୀଶାୟ କହିଲେ, ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ
43. ତହୁଁ ତାଙ୍କ ଦାସ କହିଲା, କʼଣ, ଶହେ ଲୋକଙ୍କ ଆଗରେ ଏହା ରଖିବି? ମାତ୍ର ସେ କହିଲେ, ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ; କାରଣ ସଦାପ୍ରଭୁ ଏହା କହନ୍ତି, ସେମାନେ ଭୋଜନ କରିବେ ତହିଁରୁ ଉଚ୍ଛିଷ୍ଟ ରଖିବେ
44. ତହୁଁ ସେ ତାହା ଲୋକମାନଙ୍କ ଆଗରେ ରଖନ୍ତେ, ସେମାନେ ଭୋଜନ କଲେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନେ ଉଚ୍ଛିଷ୍ଟ ରଖିଲେ
Total 25 Chapters, Current Chapter 4 of Total Chapters 25
×

Alert

×

oriya Letters Keypad References