3. ତହୁଁ ତିରିଶ ବର୍ଷ ଓ ତହିଁରୁ ଊର୍ଦ୍ଧ୍ଵବୟସ୍କ ଲେବୀୟମାନେ ଗଣିତ ହେଲେ; ତହିଁରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣତିରେ ସେମାନେ ଅଠତିରିଶ ହଜାର ହେଲେ ।
|
4. ସେମାନଙ୍କ ମଧ୍ୟରୁ ଚବିଶ ହଜାର ଲୋକ ସଦାପ୍ରଭୁଙ୍କ ଗୃହର କାର୍ଯ୍ୟ ଚଳାଇବା ପାଇଁ ନିଯୁକ୍ତ ଥିଲେ; ଆଉ ଛଅ ହଜାର ଲୋକ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ଥିଲେ;
|
5. ଆଉ ଚାରି ହଜାର ଲୋକ ଦ୍ଵାରପାଳ ଥିଲେ; ଆଉ ପ୍ରଶଂସାର୍ଥେ ମୁଁ ଯେଉଁ ବାଦ୍ୟଯନ୍ତ୍ରସବୁ ନିର୍ମାଣ କଲି ବୋଲି ଦାଉଦ କହିଲେ, ତଦ୍ଦ୍ଵାରା ଚାରି ହଜାର ଲୋକ ସଦାପ୍ରଭୁଙ୍କର ପ୍ରଶଂସା କଲେ ।
|
6. ପୁଣି ଦାଉଦ ସେମାନଙ୍କୁ ଲେବୀର ପୁତ୍ରମାନଙ୍କ (ବଂଶ) ଅନୁସାରେ ନାନା ପାଳିରେ ବିଭକ୍ତ କଲେ; ଗେର୍ଶୋନ୍, କହାତ୍ ଓ ମରାରି ।
|
11. ଯହତ୍ ପ୍ରଧାନ, ଦ୍ଵିତୀୟ ସୀଷ; ମାତ୍ର ଯିୟୂଶ୍ ଓ ବରୀୟର ଅନେକ ପୁତ୍ର ନ ଥିଲେ; ଏହେତୁ ସେମାନେ ଏକତ୍ର ଗଣିତ ହୋଇ ଏକ ପିତୃବଂଶ ହେଲେ ।
|
13. ଅମ୍ରାମ୍ର ପୁତ୍ର; ହାରୋଣ ଓ ମୋଶା; ପୁଣି ହାରୋଣ ଯେପରି ମହାପବିତ୍ର ବସ୍ତୁ ପବିତ୍ର କରିବ, ଏଥିପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପଦାହ, ତାହାଙ୍କର ପରିଚର୍ଯ୍ୟା ଓ ତାହାଙ୍କ ନାମରେ ଆଶୀର୍ବାଦକରଣାର୍ଥେ ସେ ଓ ତାହାର ପୁତ୍ରମାନେ ଯୁଗାନୁକ୍ରମେ ପୃଥକ କରାଗଲେ ।
|
17. ଆଉ, ଇଲୀୟେଷରର ସନ୍ତାନମାନଙ୍କ ମଧ୍ୟରେ ରହବୀୟ ପ୍ରଧାନ । ଏହି ଇଲୀୟେଷରର ଆଉ ପୁତ୍ର ନ ଥିଲେ, ମାତ୍ର ରହବୀୟର ବହୁସଂଖ୍ୟକ ସନ୍ତାନ ଥିଲେ ।
|
22. ଇଲୀୟାସର ମଲା, ତାହାର ପୁତ୍ର ନ ଥିଲେ, କେବଳ କେତୋଟି କନ୍ୟା ଥିଲେ; ପୁଣି ସେମାନଙ୍କ ଜ୍ଞାତି କୀଶ୍ର ପୁତ୍ରମାନେ ସେମାନଙ୍କୁ ବିବାହ କଲେ ।
|
24. ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ, ପୁଣି କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ଵ ବୟସ୍କ ଯେଉଁମାନେ ଆପଣା ଆପଣା ନାମ ଓ ମସ୍ତକାନୁସାରେ ଗଣିତ ହୋଇ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ କଲେ, ସେମାନଙ୍କ ପିତୃବଂଶର ପ୍ରଧାନ ଥିଲେ ।
|
25. କାରଣ ଦାଉଦ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଆପଣା ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି ଓ ସେ ଯୁଗାନୁକ୍ରମେ ଯିରୂଶାଲମରେ ବସତି କରନ୍ତି
|
27. କାରଣ ଦାଉଦଙ୍କର ଶେଷ ବାକ୍ୟାନୁସାରେ ଲେବୀ-ସନ୍ତାନମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ଵବୟସ୍କ ଲୋକ ଗଣିତ ହେଲେ ।
|
28. କାରଣ ସଦାପ୍ରଭୁଙ୍କ ଗୃହର ସେବାର୍ଥେ ପ୍ରାଙ୍ଗଣରେ ଓ କୋଠରିରେ ଓ ପରମେଶ୍ଵରଙ୍କ ଗୃହର ସେବାକାର୍ଯ୍ୟାର୍ଥକ ସମସ୍ତ ପବିତ୍ର ବସ୍ତୁ ଶୁଚି କରିବାରେ ହାରୋଣ-ସନ୍ତାନମାନଙ୍କ ସେବା କରିବାର ଲେବୀୟମାନଙ୍କର କାର୍ଯ୍ୟ ଥିଲା;
|
29. ଆହୁରି ଦର୍ଶନୀୟ-ରୋଟୀର ଓ ତାଡ଼ିଶୂନ୍ୟ ସରୁ ଚକୁଳି ଅବା ପଲମରେ ଭଜା କି ରନ୍ଧା ଭକ୍ଷ୍ୟ-ନୈବେଦ୍ୟ ପାଇଁ ସରୁ ମଇଦାର ଓ ସର୍ବପ୍ରକାର ପରିମାଣ ଓ ତୌଲର କାର୍ଯ୍ୟନ୍ତ
|
31. ଆଉ ନିତ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ନିରୂପିତ ପର୍ବସବୁରେ ସେସମ୍ଵନ୍ଧୀୟ ବିଧିମତେ ସଂଖ୍ୟାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମସ୍ତ ହୋମବଳି ଉତ୍ସର୍ଗ କରିବା, ସେମାନଙ୍କର କାର୍ଯ୍ୟ ଥିଲା;
|
32. ଏହେତୁ ସେମାନେ ସମାଗମ-ତମ୍ଵୁର ରକ୍ଷଣୀୟ ଓ ପବିତ୍ର-ସ୍ଥାନର ରକ୍ଷଣୀୟ ଓ ସଦାପ୍ରଭୁଙ୍କ ଗୃହର ସେବାକର୍ମ ନିମନ୍ତେ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣର ରକ୍ଷଣୀୟ ରକ୍ଷା କରିବେ ।
|