ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିହିଜିକଲ
1. ତହିଁ ଉତ୍ତାରୁ ସେ ମୋତେ ଉତ୍ତରଦିଗସ୍ଥ ପଥରେ ବାହାର ପ୍ରାଙ୍ଗଣକୁ ଆଣିଲେ; ଆଉ, ପୃଥକ ସ୍ଥାନର ଓ ଗାନ୍ଥୁନୀର ନିକଟବର୍ତ୍ତୀ ଉତ୍ତର-ଦିଗସ୍ଥ କୋଠରିରେ ଉପସ୍ଥିତ କରାଇଲେ ।
2. ସମ୍ମୁଖରେ ଶହେ ହାତ ଦୀର୍ଘତାରେ ଉତ୍ତର ଦ୍ଵାର ଥିଲା ଓ ପ୍ରସ୍ଥ ପଚାଶ ହାତ ଥିଲା ।
3. ଭିତର ପ୍ରାଙ୍ଗଣର କୋଡ଼ିଏ ହାତ ସମ୍ମୁଖରେ ଓ ବାହାର ପ୍ରାଙ୍ଗଣର ଚଟାଣର ସମ୍ମୁଖରେ ତୃତୀୟ ମହଲାରେ ଲଗାଲଗି ହୋଇ ଅପ୍ରଶସ୍ତ ବରଣ୍ତା ଥିଲା ।
4. ପୁଣି, କୋଠରିସକଳର ସମ୍ମୁଖରେ ଭିତର ଆଡ଼େ ଦଶ ହାତ ପ୍ରସ୍ଥର ଏକ ପଥ ଓ ଏକ ହାତ ପ୍ରସ୍ଥ ଏକ ପଥ ଥିଲା ଓ ସକଳର ଦ୍ଵାର ଉତ୍ତର ଆଡ଼େ ଥିଲା ।
5. ଉପରିସ୍ଥ କୋଠରିସକଳ ଛୋଟ ଥିଲା; କାରଣ ଗାନ୍ଥୁନୀର ଅଧଃସ୍ଥିତ ଓ ମଧ୍ୟସ୍ଥିତ କୋଠରି ଅପେକ୍ଷା ଅପ୍ରଶସ୍ତ ବରଣ୍ତାସବୁ ତହିଁରୁ ଅଧିକ ସ୍ଥାନ ଘେନିଲା ।
6. କାରଣ ତାହା ତିନି ମହଲା ଥିଲା, ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେସବୁରେ ସ୍ତମ୍ଭ ନ ଥିଲା; ଏଥିପାଇଁ ଭୂମିଠାରୁ ଉଚ୍ଚତମ କୋଠରିସବୁ ଅଧଃସ୍ଥିତ ଓ ମଧ୍ୟସ୍ଥିତ ଅପେକ୍ଷା ଅପ୍ରଶସ୍ତ ଥିଲା ।
7. ପୁଣି, କୋଠରିସକଳର ସମ୍ମୁଖବର୍ତ୍ତୀ ବାହାର ପ୍ରାଙ୍ଗଣ ଆଡ଼େ କୋଠରିସକଳର ପାର୍ଶ୍ଵରେ ଯେଉଁ କାନ୍ଥ ଥିଲା, ତହିଁର ଦୀର୍ଘତା ପଚାଶ ହାତ ଥିଲା ।
8. କାରଣ ବାହାର ପ୍ରାଙ୍ଗଣସ୍ଥିତ କୋଠରିସକଳର ଦୀର୍ଘତା ପଚାଶ ହାତ ଥିଲା; ପୁଣି ଦେଖ, ମନ୍ଦିର ସମ୍ମୁଖରେ ତାହା ଶହେ ହାତ ଥିଲା ।
9. ପୁଣି, ବାହାର ପ୍ରାଙ୍ଗଣରୁ ସେସବୁ କୋଠରିକୁ ଗଲା ବେଳେ ପୂର୍ବ ଦିଗରେ ତହିଁର ତଳରେ ପ୍ରବେଶ-ସ୍ଥାନ ପଡ଼ିଲା ।
10. ପ୍ରାଙ୍ଗଣ କାନ୍ଥର ପ୍ରଶସ୍ତ ଭାଗରେ ପୂର୍ବ ଦିଗରେ ପୃଥକ ସ୍ଥାନର ଓ ଗାନ୍ଥୁନୀର ସମ୍ମୁଖରେ କୋଠରିଶ୍ରେଣୀ ଥିଲା ।
11. ଆଉ, ସେସବୁର ସମ୍ମୁଖବର୍ତ୍ତୀ ପଥ ଉତ୍ତର ଦିଗାଭିମୁଖ କୋଠରି-ସକଳର ପଥ ପରି ଥିଲା; ସେସବୁର ଦୀର୍ଘତା ପ୍ରମାଣରେ ପ୍ରସ୍ଥ ଥିଲା; ପୁଣି, ସେସବୁର ନିର୍ଗମନ ସ୍ଥାନାନୁସାରେ ଗଠନ ଓ ଦ୍ଵାର ଥିଲା ।
12. ପୁଣି, ଦକ୍ଷିଣ ଦିଗସ୍ଥିତ କୋଠରିସକଳର ଦ୍ଵାର ତୁଲ୍ୟ ପଥ ମୁଣ୍ତରେ ଗୋଟିଏ ଦ୍ଵାର ଥିଲା; ସେହି ପଥ କାନ୍ଥର ସମ୍ମୁଖରେ, ଅର୍ଥାତ୍, ସେସ୍ଥାନକୁ ଯିବା ଲୋକର ପୂର୍ବ ଦିଗରେ ପଡ଼ିଲା ।
13. ତହୁଁ ସେ ମୋତେ କହିଲେ, ପୃଥକ୍ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରିମାନ ଅଛି, ସେସବୁ ପବିତ୍ର କୋଠରି, ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି, ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସକଳ ଭୋଜନ କରିବେ; ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସକଳ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ରଖିବେ; କାରଣ ସେହି ସ୍ଥାନ ପବିତ୍ର ଅଟେ ।
14. ଯେଉଁ ସମୟରେ ଯାଜକମାନେ ତହିଁ ମଧ୍ୟରେ ପ୍ରବେଶ କରନ୍ତି, ସେସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ, ମାତ୍ର ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି, ତାହାସବୁ ସେଠାରେ ରଖିବେ; କାରଣ ସେସବୁ ପବିତ୍ର; ଆଉ, ସେମାନେ ଅନ୍ୟ ବସ୍ତ୍ର ପିନ୍ଧିବେ, ତହିଁ ଉତ୍ତାରେ ଲୋକମାନଙ୍କ ସ୍ଥାନର ନିକଟକୁ ଯିବେ ।
15. ଭିତର ଗୃହ ମାପିବାର ସମାପ୍ତ କଲା ଉତ୍ତାରେ ସେ ପୂର୍ବାଭିମୁଖ ଦ୍ଵାରର ପଥ ଦେଇ ମୋତେ ବାହାରକୁ ଆଣିଲେ ଓ ତହିଁର ଚତୁର୍ଦ୍ଦିଗ ମାପିଲେ ।
16. ସେ ପରିମାପକ ନଳ ଦ୍ଵାର ପୂର୍ବ ପାର୍ଶ୍ଵ ମାପିଲେ, ପରିମାପକ ନଳରେ ଚତୁର୍ଦ୍ଦିଗ ପାଞ୍ଚଶହ ନଳ ହେଲା ।
17. ସେ ଉତ୍ତର ପାର୍ଶ୍ଵ ମାପିଲେ, ପରିମାପକ ନଳରେ ଚତୁର୍ଦ୍ଦିଗ ପାଞ୍ଚଶହ ନଳ ହେଲା ।
18. ସେ ଦକ୍ଷିଣ ପାର୍ଶ୍ଵ ମାପିଲେ, ପରିମାପକ ନଳରେ ତାହା ପାଞ୍ଚଶହ ନଳ ହେଲା ।
19. ସେ ପଶ୍ଚିମ ପାର୍ଶ୍ଵକୁ ଫେରି ପରିମାପକ ନଳରେ ପାଞ୍ଚଶହ ନଳ ମାପିଲେ ।
20. ସେ ତାହାର ଚାରି ପାର୍ଶ୍ଵ ମାପିଲେ; ପବିତ୍ର ଓ ସାଧାରଣ ସ୍ଥାନ ମଧ୍ୟରେ ବିଚ୍ଛେଦ କରିବା ପାଇଁ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଥିଲା, ତାହା ଦୀର୍ଘରେ ପାଞ୍ଚଶହ ଓ ପ୍ରସ୍ଥରେ ପାଞ୍ଚଶହ (ନଳ) ଥିଲା ।
Total 48 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 42 / 48
1 ତହିଁ ଉତ୍ତାରୁ ସେ ମୋତେ ଉତ୍ତରଦିଗସ୍ଥ ପଥରେ ବାହାର ପ୍ରାଙ୍ଗଣକୁ ଆଣିଲେ; ଆଉ, ପୃଥକ ସ୍ଥାନର ଓ ଗାନ୍ଥୁନୀର ନିକଟବର୍ତ୍ତୀ ଉତ୍ତର-ଦିଗସ୍ଥ କୋଠରିରେ ଉପସ୍ଥିତ କରାଇଲେ । 2 ସମ୍ମୁଖରେ ଶହେ ହାତ ଦୀର୍ଘତାରେ ଉତ୍ତର ଦ୍ଵାର ଥିଲା ଓ ପ୍ରସ୍ଥ ପଚାଶ ହାତ ଥିଲା । 3 ଭିତର ପ୍ରାଙ୍ଗଣର କୋଡ଼ିଏ ହାତ ସମ୍ମୁଖରେ ଓ ବାହାର ପ୍ରାଙ୍ଗଣର ଚଟାଣର ସମ୍ମୁଖରେ ତୃତୀୟ ମହଲାରେ ଲଗାଲଗି ହୋଇ ଅପ୍ରଶସ୍ତ ବରଣ୍ତା ଥିଲା । 4 ପୁଣି, କୋଠରିସକଳର ସମ୍ମୁଖରେ ଭିତର ଆଡ଼େ ଦଶ ହାତ ପ୍ରସ୍ଥର ଏକ ପଥ ଓ ଏକ ହାତ ପ୍ରସ୍ଥ ଏକ ପଥ ଥିଲା ଓ ସକଳର ଦ୍ଵାର ଉତ୍ତର ଆଡ଼େ ଥିଲା । 5 ଉପରିସ୍ଥ କୋଠରିସକଳ ଛୋଟ ଥିଲା; କାରଣ ଗାନ୍ଥୁନୀର ଅଧଃସ୍ଥିତ ଓ ମଧ୍ୟସ୍ଥିତ କୋଠରି ଅପେକ୍ଷା ଅପ୍ରଶସ୍ତ ବରଣ୍ତାସବୁ ତହିଁରୁ ଅଧିକ ସ୍ଥାନ ଘେନିଲା । 6 କାରଣ ତାହା ତିନି ମହଲା ଥିଲା, ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେସବୁରେ ସ୍ତମ୍ଭ ନ ଥିଲା; ଏଥିପାଇଁ ଭୂମିଠାରୁ ଉଚ୍ଚତମ କୋଠରିସବୁ ଅଧଃସ୍ଥିତ ଓ ମଧ୍ୟସ୍ଥିତ ଅପେକ୍ଷା ଅପ୍ରଶସ୍ତ ଥିଲା । 7 ପୁଣି, କୋଠରିସକଳର ସମ୍ମୁଖବର୍ତ୍ତୀ ବାହାର ପ୍ରାଙ୍ଗଣ ଆଡ଼େ କୋଠରିସକଳର ପାର୍ଶ୍ଵରେ ଯେଉଁ କାନ୍ଥ ଥିଲା, ତହିଁର ଦୀର୍ଘତା ପଚାଶ ହାତ ଥିଲା । 8 କାରଣ ବାହାର ପ୍ରାଙ୍ଗଣସ୍ଥିତ କୋଠରିସକଳର ଦୀର୍ଘତା ପଚାଶ ହାତ ଥିଲା; ପୁଣି ଦେଖ, ମନ୍ଦିର ସମ୍ମୁଖରେ ତାହା ଶହେ ହାତ ଥିଲା । 9 ପୁଣି, ବାହାର ପ୍ରାଙ୍ଗଣରୁ ସେସବୁ କୋଠରିକୁ ଗଲା ବେଳେ ପୂର୍ବ ଦିଗରେ ତହିଁର ତଳରେ ପ୍ରବେଶ-ସ୍ଥାନ ପଡ଼ିଲା । 10 ପ୍ରାଙ୍ଗଣ କାନ୍ଥର ପ୍ରଶସ୍ତ ଭାଗରେ ପୂର୍ବ ଦିଗରେ ପୃଥକ ସ୍ଥାନର ଓ ଗାନ୍ଥୁନୀର ସମ୍ମୁଖରେ କୋଠରିଶ୍ରେଣୀ ଥିଲା । 11 ଆଉ, ସେସବୁର ସମ୍ମୁଖବର୍ତ୍ତୀ ପଥ ଉତ୍ତର ଦିଗାଭିମୁଖ କୋଠରି-ସକଳର ପଥ ପରି ଥିଲା; ସେସବୁର ଦୀର୍ଘତା ପ୍ରମାଣରେ ପ୍ରସ୍ଥ ଥିଲା; ପୁଣି, ସେସବୁର ନିର୍ଗମନ ସ୍ଥାନାନୁସାରେ ଗଠନ ଓ ଦ୍ଵାର ଥିଲା । 12 ପୁଣି, ଦକ୍ଷିଣ ଦିଗସ୍ଥିତ କୋଠରିସକଳର ଦ୍ଵାର ତୁଲ୍ୟ ପଥ ମୁଣ୍ତରେ ଗୋଟିଏ ଦ୍ଵାର ଥିଲା; ସେହି ପଥ କାନ୍ଥର ସମ୍ମୁଖରେ, ଅର୍ଥାତ୍, ସେସ୍ଥାନକୁ ଯିବା ଲୋକର ପୂର୍ବ ଦିଗରେ ପଡ଼ିଲା । 13 ତହୁଁ ସେ ମୋତେ କହିଲେ, ପୃଥକ୍ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରିମାନ ଅଛି, ସେସବୁ ପବିତ୍ର କୋଠରି, ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି, ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସକଳ ଭୋଜନ କରିବେ; ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସକଳ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ରଖିବେ; କାରଣ ସେହି ସ୍ଥାନ ପବିତ୍ର ଅଟେ । 14 ଯେଉଁ ସମୟରେ ଯାଜକମାନେ ତହିଁ ମଧ୍ୟରେ ପ୍ରବେଶ କରନ୍ତି, ସେସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ, ମାତ୍ର ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି, ତାହାସବୁ ସେଠାରେ ରଖିବେ; କାରଣ ସେସବୁ ପବିତ୍ର; ଆଉ, ସେମାନେ ଅନ୍ୟ ବସ୍ତ୍ର ପିନ୍ଧିବେ, ତହିଁ ଉତ୍ତାରେ ଲୋକମାନଙ୍କ ସ୍ଥାନର ନିକଟକୁ ଯିବେ । 15 ଭିତର ଗୃହ ମାପିବାର ସମାପ୍ତ କଲା ଉତ୍ତାରେ ସେ ପୂର୍ବାଭିମୁଖ ଦ୍ଵାରର ପଥ ଦେଇ ମୋତେ ବାହାରକୁ ଆଣିଲେ ଓ ତହିଁର ଚତୁର୍ଦ୍ଦିଗ ମାପିଲେ । 16 ସେ ପରିମାପକ ନଳ ଦ୍ଵାର ପୂର୍ବ ପାର୍ଶ୍ଵ ମାପିଲେ, ପରିମାପକ ନଳରେ ଚତୁର୍ଦ୍ଦିଗ ପାଞ୍ଚଶହ ନଳ ହେଲା । 17 ସେ ଉତ୍ତର ପାର୍ଶ୍ଵ ମାପିଲେ, ପରିମାପକ ନଳରେ ଚତୁର୍ଦ୍ଦିଗ ପାଞ୍ଚଶହ ନଳ ହେଲା । 18 ସେ ଦକ୍ଷିଣ ପାର୍ଶ୍ଵ ମାପିଲେ, ପରିମାପକ ନଳରେ ତାହା ପାଞ୍ଚଶହ ନଳ ହେଲା । 19 ସେ ପଶ୍ଚିମ ପାର୍ଶ୍ଵକୁ ଫେରି ପରିମାପକ ନଳରେ ପାଞ୍ଚଶହ ନଳ ମାପିଲେ । 20 ସେ ତାହାର ଚାରି ପାର୍ଶ୍ଵ ମାପିଲେ; ପବିତ୍ର ଓ ସାଧାରଣ ସ୍ଥାନ ମଧ୍ୟରେ ବିଚ୍ଛେଦ କରିବା ପାଇଁ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଥିଲା, ତାହା ଦୀର୍ଘରେ ପାଞ୍ଚଶହ ଓ ପ୍ରସ୍ଥରେ ପାଞ୍ଚଶହ (ନଳ) ଥିଲା ।
Total 48 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 42 / 48
×

Alert

×

Oriya Letters Keypad References