ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯାତ୍ରା ପୁସ୍ତକ
1. ତହିଁ ଉତ୍ତାରୁ ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀକି ଏକତ୍ର କରି କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସମସ୍ତ ବାକ୍ୟ ପାଳନ କରିବାକୁ ଆଜ୍ଞା ଦେଇଅଛନ୍ତି।
2. ଛଅ ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ତୁମ୍ଭମାନଙ୍କ ନିକଟରେ ପବିତ୍ର ଦିନ ହେବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାବିଶ୍ରାମଦିନ ହେବ, ଯେ କେହି ସେହି ଦିନ କର୍ମ କରିବ, ତାହାର ପ୍ରାଣଦଣ୍ତ ହେବ ।
3. ତୁମ୍ଭେମାନେ ବିଶ୍ରାମଦିନରେ ଆପଣାମାନଙ୍କ କୌଣସି ବାସସ୍ଥାନରେ ଅଗ୍ନି ଜାଳିବ ନାହିଁ ।
4. ଆଉ, ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀକି ଆହୁରି କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଲେ ।
5. ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ ଉପହାର ସଂଗ୍ରହ କର; ଯେ କେହି ସ୍ଵଚ୍ଛନ୍ଦମନା, ସେ ସଦାପ୍ରଭୁଙ୍କ ନିମନ୍ତେ ସ୍ଵର୍ଣ୍ଣ ଓ ରୌପ୍ୟ ଓ ପିତ୍ତଳ,
6. ପୁଣି ନୀଳ ବର୍ଣ୍ଣ ଓ ଧୂମ୍ର ବର୍ଣ୍ଣ ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର ଓ କ୍ଷୌମ ସୂତ୍ରଓ ଛାଗ ଲୋମ,
7. ପୁଣି ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ,
8. ପୁଣି ଦୀପାର୍ଥକ ତୈଳ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପାର୍ଥକ ଗନ୍ଧଦ୍ରବ୍ୟ,
9. ପୁଣି ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ସଦାପ୍ରଭୁଙ୍କର ଉପହାର ଆଣିବ ।
10. ଆଉ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଜ୍ଞମନା ଲୋକ ଆସି ସଦାପ୍ରଭୁଙ୍କର ଆଦିଷ୍ଟ ସକଳ ବସ୍ତୁ ନିର୍ମାଣ କରନ୍ତୁ,
11. ଅର୍ଥାତ୍, ଆବାସ ଓ ତହିଁର ତମ୍ଵୁ ଓ ଛାତ ଓ ଘୁଣ୍ତି ଓ ପଟା ଓ ଅର୍ଗଳ ଓ ସ୍ତମ୍ଭ ଓ ଚୁଙ୍ଗୀ,
12. ପୁଣି ସିନ୍ଦୁକ ଓ ତହିଁର ସାଙ୍ଗୀ ଓ ପାପାଚ୍ଛାଦନ ଓ ଆଚ୍ଛାଦନର ବିଚ୍ଛେଦବସ୍ତ୍ର,
13. ପୁଣି ମେଜଓ ତହିଁର ସାଙ୍ଗୀ ଓ ପାତ୍ରସକଳ ଓ ଦର୍ଶନୀୟ ରୋଟୀ,
14. ପୁଣି ଦୀପ୍ତି ନିମନ୍ତେ ଦୀପବୃକ୍ଷ ଓ ତହିଁର ପାତ୍ର ଓ ପ୍ରଦୀପ ଓ ଦୀପାର୍ଥକ ତୈଳ,
15. ପୁଣି ଧୂପବେଦି ଓ ତହିଁର ସାଙ୍ଗୀ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ଓ ଆବାସ-ପ୍ରବେଶଦ୍ଵାରର ଆଚ୍ଛାଦନବସ୍ତ୍ର,
16. ପୁଣି ହୋମବେଦି ଓ ତହିଁର ପିତ୍ତଳ ଝାଞ୍ଜିରୀ ଓ ସାଙ୍ଗୀ ଓ ପାତ୍ରସକଳ ଓ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି,
17. ପୁଣି ପ୍ରାଙ୍ଗଣର ପରଦା ଓ ତହିଁର ସ୍ତମ୍ଭ ଓ ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ଵାରର ଆଚ୍ଛାଦନବସ୍ତ୍ର,
18. ପୁଣି ଆବାସର ମେଖ ଓ ପ୍ରାଙ୍ଗଣର ମେଖ ଓ ଉଭୟର ରଜ୍ଜ୍ଵୁ,
19. ପୁଣି ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର, ଅର୍ଥାତ୍, ହାରୋଣ ଯାଜକଙ୍କ ନିମନ୍ତେ ପବିତ୍ର ବସ୍ତ୍ର ଓ ଯାଜକକର୍ମ ନିମନ୍ତେ ତାଙ୍କର ପୁତ୍ରମାନଙ୍କର ବସ୍ତ୍ର, ଏହି ସମସ୍ତ ପ୍ରସ୍ତୁତ କରିବ ।
20. ଅନନ୍ତର ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀ ମୋଶାଙ୍କ ସମ୍ମୁଖରୁ ପ୍ରସ୍ଥାନ କଲେ ।
21. ପୁଣି ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ଵୁ ନିର୍ମାଣ ନିମନ୍ତେ ଓ ତତ୍ସମ୍ଵନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ ।
22. ପୁଣି ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ଵଚ୍ଛନ୍ଦମନା ଥିଲେ, ସେ ସମସ୍ତେ ଆସି ଉରୋମଣି ଓ କୁଣ୍ତଳ ଓ ଅଙ୍ଗୁରୀୟ ଓ ହାର ପ୍ରଭୃତି ସ୍ଵର୍ଣ୍ଣ ଅଳଙ୍କାରସବୁ ଆଣିଲେ; ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ଵର୍ଣ୍ଣର ଉପହାର ଉତ୍ସର୍ଗ କଲେ ।
23. ପୁଣି ଯେଉଁମାନଙ୍କ ନିକଟରେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମ ସୂତ୍ର ଓ ଛାଗ ଲୋମ ଓ ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଥିଲା, ସେମାନେ ପ୍ରତ୍ୟେକେ ତାହା ଆଣିଲେ।
24. ପୁଣି ଯେ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା; ଆଉ ଯାହା ନିକଟରେ ସେବାର କୌଣସି କର୍ମ ନିମନ୍ତେ ଶିଟୀମ୍ କାଷ୍ଠ ଥିଲା, ସେ ତାହା ଆଣିଲା ।
25. ବୁଦ୍ଧିମତୀ ସ୍ତ୍ରୀମାନେ ଆପଣା ଆପଣା ହସ୍ତରେ ସୂତା କାଟି ନୀଳ ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମ ସୂତ୍ର ଆଣିଲେ ।
26. ପୁଣି ଯେଉଁ ସ୍ତ୍ରୀମାନଙ୍କର ମନ ଜ୍ଞାନରେ ପ୍ରବୃତ୍ତ ହେଲା, ସେସମସ୍ତେ ଛାଗ ଲୋମର ସୂତା କାଟିଲେ ।
27. ପୁଣି ଅଧ୍ୟକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକାଦି ଖଚନାର୍ଥକ ମଣି,
28. ଆଉ ଦୀପ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ ଓ ତୈଳ ଆଣିଲେ ।
29. ଇସ୍ରାଏଲ-ସନ୍ତାନଗଣ ସ୍ଵେଚ୍ଛାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ; ସଦାପ୍ରଭୁ ମୋଶାଙ୍କ ଦ୍ଵାରା ଯାହା ଯାହା କରିବାକୁ ଆଜ୍ଞା ଦେଇଥିଲେ, ତହିଁର କୌଣସି ପ୍ରକାର କର୍ମ କରିବା ପାଇଁ ଯେଉଁ ଯେଉଁ ପୁରୁଷ ଓ ସ୍ତ୍ରୀମାନଙ୍କର ମନ ସେମାନଙ୍କୁ ଇଚ୍ଛୁକ କଲା, ସେମାନେ ପ୍ରତ୍ୟେକେ ଉପହାର ଆଣିଲେ ।
30. ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆହୁରି କହିଲେ, ଦେଖ, ସଦାପ୍ରଭୁ ଯିହୁଦାବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଲେ।
31. ପୁଣି ତାହାକୁ ଜ୍ଞାନ, ବୁଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ଵରଙ୍କ ଆତ୍ମାରେ ପରିପୂର୍ଣ୍ଣ କରି
32. ଚିତ୍ର କର୍ମ ଓ ସ୍ଵର୍ଣ୍ଣ, ରୌପ୍ୟ ଓ ପିତ୍ତଳ ଖୋଦନ
33. ଓ ଖଚନାର୍ଥକ ମଣିକର୍ତ୍ତନ ଓ ନାନା ଶିଳ୍ପ କର୍ମ ନିମନ୍ତେ କାଷ୍ଠ ଖୋଦନ, ଏହିସବୁ ଶିଳ୍ପକର୍ମ କରିବା ପାଇଁ ତାହାକୁ ନିପୁଣ କଲେ ।
34. ପୁଣି ଶିକ୍ଷା ଦେବା ପାଇଁ ତାହାର ଓ ଦାନବଂଶୀୟ ଅହୀଷାମକର ପୁତ୍ର ଅହଲୀୟାବର ମନରେ ପ୍ରବୃତ୍ତି ଦେଲେ ।
35. ଆଉ ଖୋଦନ ଓ ଶିଳ୍ପକର୍ମ କରିବା ନିମନ୍ତେ, ପୁଣି ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ରରେ ସୂଚି କର୍ମ ଓ ତନ୍ତୀ କର୍ମ କରିବା ନିମନ୍ତେ, ଅର୍ଥାତ୍, ଯାବତୀୟ ଶିଳ୍ପ କର୍ମ ଓ ଚିତ୍ର କର୍ମ କରିବା ପାଇଁ ସେମାନଙ୍କ ମନକୁ ଜ୍ଞାନରେ ପରିପୂର୍ଣ୍ଣ କଲେ ।
Total 40 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 35 / 40
1 ତହିଁ ଉତ୍ତାରୁ ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀକି ଏକତ୍ର କରି କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସମସ୍ତ ବାକ୍ୟ ପାଳନ କରିବାକୁ ଆଜ୍ଞା ଦେଇଅଛନ୍ତି। 2 ଛଅ ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ତୁମ୍ଭମାନଙ୍କ ନିକଟରେ ପବିତ୍ର ଦିନ ହେବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାବିଶ୍ରାମଦିନ ହେବ, ଯେ କେହି ସେହି ଦିନ କର୍ମ କରିବ, ତାହାର ପ୍ରାଣଦଣ୍ତ ହେବ । 3 ତୁମ୍ଭେମାନେ ବିଶ୍ରାମଦିନରେ ଆପଣାମାନଙ୍କ କୌଣସି ବାସସ୍ଥାନରେ ଅଗ୍ନି ଜାଳିବ ନାହିଁ । 4 ଆଉ, ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀକି ଆହୁରି କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଲେ । 5 ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ ଉପହାର ସଂଗ୍ରହ କର; ଯେ କେହି ସ୍ଵଚ୍ଛନ୍ଦମନା, ସେ ସଦାପ୍ରଭୁଙ୍କ ନିମନ୍ତେ ସ୍ଵର୍ଣ୍ଣ ଓ ରୌପ୍ୟ ଓ ପିତ୍ତଳ, 6 ପୁଣି ନୀଳ ବର୍ଣ୍ଣ ଓ ଧୂମ୍ର ବର୍ଣ୍ଣ ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର ଓ କ୍ଷୌମ ସୂତ୍ରଓ ଛାଗ ଲୋମ, 7 ପୁଣି ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ, 8 ପୁଣି ଦୀପାର୍ଥକ ତୈଳ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପାର୍ଥକ ଗନ୍ଧଦ୍ରବ୍ୟ, 9 ପୁଣି ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ସଦାପ୍ରଭୁଙ୍କର ଉପହାର ଆଣିବ । 10 ଆଉ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଜ୍ଞମନା ଲୋକ ଆସି ସଦାପ୍ରଭୁଙ୍କର ଆଦିଷ୍ଟ ସକଳ ବସ୍ତୁ ନିର୍ମାଣ କରନ୍ତୁ, 11 ଅର୍ଥାତ୍, ଆବାସ ଓ ତହିଁର ତମ୍ଵୁ ଓ ଛାତ ଓ ଘୁଣ୍ତି ଓ ପଟା ଓ ଅର୍ଗଳ ଓ ସ୍ତମ୍ଭ ଓ ଚୁଙ୍ଗୀ, 12 ପୁଣି ସିନ୍ଦୁକ ଓ ତହିଁର ସାଙ୍ଗୀ ଓ ପାପାଚ୍ଛାଦନ ଓ ଆଚ୍ଛାଦନର ବିଚ୍ଛେଦବସ୍ତ୍ର, 13 ପୁଣି ମେଜଓ ତହିଁର ସାଙ୍ଗୀ ଓ ପାତ୍ରସକଳ ଓ ଦର୍ଶନୀୟ ରୋଟୀ, 14 ପୁଣି ଦୀପ୍ତି ନିମନ୍ତେ ଦୀପବୃକ୍ଷ ଓ ତହିଁର ପାତ୍ର ଓ ପ୍ରଦୀପ ଓ ଦୀପାର୍ଥକ ତୈଳ, 15 ପୁଣି ଧୂପବେଦି ଓ ତହିଁର ସାଙ୍ଗୀ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ଓ ଆବାସ-ପ୍ରବେଶଦ୍ଵାରର ଆଚ୍ଛାଦନବସ୍ତ୍ର, 16 ପୁଣି ହୋମବେଦି ଓ ତହିଁର ପିତ୍ତଳ ଝାଞ୍ଜିରୀ ଓ ସାଙ୍ଗୀ ଓ ପାତ୍ରସକଳ ଓ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି, 17 ପୁଣି ପ୍ରାଙ୍ଗଣର ପରଦା ଓ ତହିଁର ସ୍ତମ୍ଭ ଓ ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ଵାରର ଆଚ୍ଛାଦନବସ୍ତ୍ର, 18 ପୁଣି ଆବାସର ମେଖ ଓ ପ୍ରାଙ୍ଗଣର ମେଖ ଓ ଉଭୟର ରଜ୍ଜ୍ଵୁ, 19 ପୁଣି ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର, ଅର୍ଥାତ୍, ହାରୋଣ ଯାଜକଙ୍କ ନିମନ୍ତେ ପବିତ୍ର ବସ୍ତ୍ର ଓ ଯାଜକକର୍ମ ନିମନ୍ତେ ତାଙ୍କର ପୁତ୍ରମାନଙ୍କର ବସ୍ତ୍ର, ଏହି ସମସ୍ତ ପ୍ରସ୍ତୁତ କରିବ । 20 ଅନନ୍ତର ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀ ମୋଶାଙ୍କ ସମ୍ମୁଖରୁ ପ୍ରସ୍ଥାନ କଲେ । 21 ପୁଣି ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ଵୁ ନିର୍ମାଣ ନିମନ୍ତେ ଓ ତତ୍ସମ୍ଵନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ । 22 ପୁଣି ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ଵଚ୍ଛନ୍ଦମନା ଥିଲେ, ସେ ସମସ୍ତେ ଆସି ଉରୋମଣି ଓ କୁଣ୍ତଳ ଓ ଅଙ୍ଗୁରୀୟ ଓ ହାର ପ୍ରଭୃତି ସ୍ଵର୍ଣ୍ଣ ଅଳଙ୍କାରସବୁ ଆଣିଲେ; ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ଵର୍ଣ୍ଣର ଉପହାର ଉତ୍ସର୍ଗ କଲେ । 23 ପୁଣି ଯେଉଁମାନଙ୍କ ନିକଟରେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମ ସୂତ୍ର ଓ ଛାଗ ଲୋମ ଓ ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଥିଲା, ସେମାନେ ପ୍ରତ୍ୟେକେ ତାହା ଆଣିଲେ। 24 ପୁଣି ଯେ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା; ଆଉ ଯାହା ନିକଟରେ ସେବାର କୌଣସି କର୍ମ ନିମନ୍ତେ ଶିଟୀମ୍ କାଷ୍ଠ ଥିଲା, ସେ ତାହା ଆଣିଲା । 25 ବୁଦ୍ଧିମତୀ ସ୍ତ୍ରୀମାନେ ଆପଣା ଆପଣା ହସ୍ତରେ ସୂତା କାଟି ନୀଳ ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମ ସୂତ୍ର ଆଣିଲେ । 26 ପୁଣି ଯେଉଁ ସ୍ତ୍ରୀମାନଙ୍କର ମନ ଜ୍ଞାନରେ ପ୍ରବୃତ୍ତ ହେଲା, ସେସମସ୍ତେ ଛାଗ ଲୋମର ସୂତା କାଟିଲେ । 27 ପୁଣି ଅଧ୍ୟକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକାଦି ଖଚନାର୍ଥକ ମଣି, 28 ଆଉ ଦୀପ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ ଓ ତୈଳ ଆଣିଲେ । 29 ଇସ୍ରାଏଲ-ସନ୍ତାନଗଣ ସ୍ଵେଚ୍ଛାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ; ସଦାପ୍ରଭୁ ମୋଶାଙ୍କ ଦ୍ଵାରା ଯାହା ଯାହା କରିବାକୁ ଆଜ୍ଞା ଦେଇଥିଲେ, ତହିଁର କୌଣସି ପ୍ରକାର କର୍ମ କରିବା ପାଇଁ ଯେଉଁ ଯେଉଁ ପୁରୁଷ ଓ ସ୍ତ୍ରୀମାନଙ୍କର ମନ ସେମାନଙ୍କୁ ଇଚ୍ଛୁକ କଲା, ସେମାନେ ପ୍ରତ୍ୟେକେ ଉପହାର ଆଣିଲେ । 30 ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆହୁରି କହିଲେ, ଦେଖ, ସଦାପ୍ରଭୁ ଯିହୁଦାବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଲେ। 31 ପୁଣି ତାହାକୁ ଜ୍ଞାନ, ବୁଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ଵରଙ୍କ ଆତ୍ମାରେ ପରିପୂର୍ଣ୍ଣ କରି 32 ଚିତ୍ର କର୍ମ ଓ ସ୍ଵର୍ଣ୍ଣ, ରୌପ୍ୟ ଓ ପିତ୍ତଳ ଖୋଦନ 33 ଓ ଖଚନାର୍ଥକ ମଣିକର୍ତ୍ତନ ଓ ନାନା ଶିଳ୍ପ କର୍ମ ନିମନ୍ତେ କାଷ୍ଠ ଖୋଦନ, ଏହିସବୁ ଶିଳ୍ପକର୍ମ କରିବା ପାଇଁ ତାହାକୁ ନିପୁଣ କଲେ । 34 ପୁଣି ଶିକ୍ଷା ଦେବା ପାଇଁ ତାହାର ଓ ଦାନବଂଶୀୟ ଅହୀଷାମକର ପୁତ୍ର ଅହଲୀୟାବର ମନରେ ପ୍ରବୃତ୍ତି ଦେଲେ । 35 ଆଉ ଖୋଦନ ଓ ଶିଳ୍ପକର୍ମ କରିବା ନିମନ୍ତେ, ପୁଣି ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ରରେ ସୂଚି କର୍ମ ଓ ତନ୍ତୀ କର୍ମ କରିବା ନିମନ୍ତେ, ଅର୍ଥାତ୍, ଯାବତୀୟ ଶିଳ୍ପ କର୍ମ ଓ ଚିତ୍ର କର୍ମ କରିବା ପାଇଁ ସେମାନଙ୍କ ମନକୁ ଜ୍ଞାନରେ ପରିପୂର୍ଣ୍ଣ କଲେ ।
Total 40 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 35 / 40
×

Alert

×

Oriya Letters Keypad References