ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. ଗୀତ: କୋରହ-ସନ୍ତାନମାନଙ୍କର ଗୀତ । ଆମ୍ଭମାନଙ୍କ ପରମେଶ୍ଵରଙ୍କ ନଗରରେ, ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟ; ପ୍ରଶଂସନୀୟ ।
2. ଉତ୍ତର ଦିଗସ୍ଥ ସିୟୋନ ପର୍ବତ ଉଚ୍ଚତାରେ ମନୋହର, ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜଙ୍କର ନଗର ।
3. ତହିଁର ଅଟ୍ଟାଳିକାସମୂହ ମଧ୍ୟରେ ପରମେଶ୍ଵର ଆଶ୍ରୟ ସ୍ଵରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି ।
4. କାରଣ, ଦେଖ, ରାଜଗଣ ସଭାସ୍ଥ ହେଲେ, ସେମାନେ ଏକସଙ୍ଗେ ଗମନ କଲେ ।
5. ସେମାନେ ତାହା ଦେଖି ଚମତ୍କୃତ ହେଲେ; ସେମାନେ ଉଦ୍ବିଗ୍ନ ହୋଇ ଶୀଘ୍ର ପଳାଇଲେ;
6. ସେଠାରେ ସେମାନେ କମ୍ପରେ ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନାରେ ଆକ୍ରା; ହେଲେ ।
7. ତୁମ୍ଭେ ପୂର୍ବୀୟ ବାୟୁ ଦ୍ଵାରା ତର୍ଶୀଶର ଜାହାଜସବୁ ଭାଙ୍ଗିଥାଅ ।
8. ଯେପରି ଆମ୍ଭେମାନେ ଶୁଣିଅଛୁ, ସେପରି ସୈନ୍ୟାଧିପତି ସଦାପ୍ରଭୁଙ୍କ ନଗରରେ, ଆମ୍ଭମାନଙ୍କ ପରମେଶ୍ଵରଙ୍କ ନଗରରେ ଦେଖିଅଛୁ; ପରମେଶ୍ଵର ଅନନ୍ତକାଳ ତାହା ସୁସ୍ଥିର କରିବେ । [ସେଲା
9. ହେ ପରମେଶ୍ଵର, ଆମ୍ଭେମାନେ ତୁମ୍ଭ ମନ୍ଦିର ମଧ୍ୟରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟ ଧ୍ୟାନ କରିଅଛୁ ।
10. ହେ ପରମେଶ୍ଵର, ଯେପରି ତୁମ୍ଭର ନାମ, ସେପରି ତୁମ୍ଭର ପ୍ରଶଂସା, ପୃଥିବୀର ପ୍ରା; ପର୍ଯ୍ୟନ୍ତ ଅଟେ; ତୁମ୍ଭର ଦକ୍ଷିଣ ହସ୍ତ ଧର୍ମରେ ପରିପୂର୍ଣ୍ଣ ।
11. ତୁମ୍ଭର ସକଳ ଶାସନ ସକାଶୁ ସିୟୋନ ପର୍ବତ ଆନନ୍ଦିତ ହେଉ, ଯିହୁଦାର କନ୍ୟାଗଣ ଉଲ୍ଲାସିତ ହେଉନ୍ତୁ ।
12. ସିୟୋନକୁ ପ୍ରଦକ୍ଷିଣ କର ଓ ତାହାର ଚତୁର୍ଦ୍ଦିଗରେ ଭ୍ରମଣ କର; ତହିଁର ଦୁର୍ଗସବୁ ଗଣନା କର ।
13. ଯେପରି ତୁମ୍ଭେମାନେ ଭବିଷ୍ୟତ ବଂଶକୁ ଜଣାଇ ପାରିବ, ଏଥିପାଇଁ ତହିଁର ଦୃଢ଼ ପ୍ରାଚୀରମାନ ନିରୀକ୍ଷଣ କର, ତହିଁର ଅଟ୍ଟାଳିକାସବୁ ବିବେଚନା କର ।
14. କାରଣ ଏହି ପରମେଶ୍ଵର ଅନନ୍ତକାଳ ଆମ୍ଭମାନଙ୍କର ପରମେଶ୍ଵର ଅଟନ୍ତି; ସେ ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ ।
Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 48 / 150
1 ଗୀତ: କୋରହ-ସନ୍ତାନମାନଙ୍କର ଗୀତ । ଆମ୍ଭମାନଙ୍କ ପରମେଶ୍ଵରଙ୍କ ନଗରରେ, ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟ; ପ୍ରଶଂସନୀୟ । 2 ଉତ୍ତର ଦିଗସ୍ଥ ସିୟୋନ ପର୍ବତ ଉଚ୍ଚତାରେ ମନୋହର, ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜଙ୍କର ନଗର । 3 ତହିଁର ଅଟ୍ଟାଳିକାସମୂହ ମଧ୍ୟରେ ପରମେଶ୍ଵର ଆଶ୍ରୟ ସ୍ଵରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି । 4 କାରଣ, ଦେଖ, ରାଜଗଣ ସଭାସ୍ଥ ହେଲେ, ସେମାନେ ଏକସଙ୍ଗେ ଗମନ କଲେ । 5 ସେମାନେ ତାହା ଦେଖି ଚମତ୍କୃତ ହେଲେ; ସେମାନେ ଉଦ୍ବିଗ୍ନ ହୋଇ ଶୀଘ୍ର ପଳାଇଲେ; 6 ସେଠାରେ ସେମାନେ କମ୍ପରେ ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନାରେ ଆକ୍ରା; ହେଲେ । 7 ତୁମ୍ଭେ ପୂର୍ବୀୟ ବାୟୁ ଦ୍ଵାରା ତର୍ଶୀଶର ଜାହାଜସବୁ ଭାଙ୍ଗିଥାଅ । 8 ଯେପରି ଆମ୍ଭେମାନେ ଶୁଣିଅଛୁ, ସେପରି ସୈନ୍ୟାଧିପତି ସଦାପ୍ରଭୁଙ୍କ ନଗରରେ, ଆମ୍ଭମାନଙ୍କ ପରମେଶ୍ଵରଙ୍କ ନଗରରେ ଦେଖିଅଛୁ; ପରମେଶ୍ଵର ଅନନ୍ତକାଳ ତାହା ସୁସ୍ଥିର କରିବେ । [ସେଲା 9 ହେ ପରମେଶ୍ଵର, ଆମ୍ଭେମାନେ ତୁମ୍ଭ ମନ୍ଦିର ମଧ୍ୟରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟ ଧ୍ୟାନ କରିଅଛୁ । 10 ହେ ପରମେଶ୍ଵର, ଯେପରି ତୁମ୍ଭର ନାମ, ସେପରି ତୁମ୍ଭର ପ୍ରଶଂସା, ପୃଥିବୀର ପ୍ରା; ପର୍ଯ୍ୟନ୍ତ ଅଟେ; ତୁମ୍ଭର ଦକ୍ଷିଣ ହସ୍ତ ଧର୍ମରେ ପରିପୂର୍ଣ୍ଣ । 11 ତୁମ୍ଭର ସକଳ ଶାସନ ସକାଶୁ ସିୟୋନ ପର୍ବତ ଆନନ୍ଦିତ ହେଉ, ଯିହୁଦାର କନ୍ୟାଗଣ ଉଲ୍ଲାସିତ ହେଉନ୍ତୁ । 12 ସିୟୋନକୁ ପ୍ରଦକ୍ଷିଣ କର ଓ ତାହାର ଚତୁର୍ଦ୍ଦିଗରେ ଭ୍ରମଣ କର; ତହିଁର ଦୁର୍ଗସବୁ ଗଣନା କର । 13 ଯେପରି ତୁମ୍ଭେମାନେ ଭବିଷ୍ୟତ ବଂଶକୁ ଜଣାଇ ପାରିବ, ଏଥିପାଇଁ ତହିଁର ଦୃଢ଼ ପ୍ରାଚୀରମାନ ନିରୀକ୍ଷଣ କର, ତହିଁର ଅଟ୍ଟାଳିକାସବୁ ବିବେଚନା କର । 14 କାରଣ ଏହି ପରମେଶ୍ଵର ଅନନ୍ତକାଳ ଆମ୍ଭମାନଙ୍କର ପରମେଶ୍ଵର ଅଟନ୍ତି; ସେ ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ ।
Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 48 / 150
×

Alert

×

Oriya Letters Keypad References