ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିରିମିୟ
1. ଅନନ୍ତର ସେହି ବର୍ଷ, ଅର୍ଥାତ୍, ଯିହୁଦାର ରାଜା ସିଦିକୀୟର ରାଜତ୍ଵର ଆରମ୍ଭ ସମୟରେ, ଚତୁର୍ଥ ବର୍ଷର ପଞ୍ଚମ ମାସରେ ଗିବୀୟୋନ୍ ନିବାସୀ ଅସୂରର ପୁତ୍ର ହନାନୀୟ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କର ଓ ଲୋକ-ସମସ୍ତଙ୍କର ସାକ୍ଷାତରେ ମୋତେ ଏହି କଥା କହିଲା,
2. ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ଅଛୁ ।
3. ବାବିଲର ରାଜା ନବୂଖଦ୍ନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ବାବିଲକୁ ନେଇ ଯାଇଅଛି, ସେସବୁ ଆମ୍ଭେ ପୂର୍ଣ୍ଣ ଦୁଇ ବର୍ଷ ମଧ୍ୟରେ ପୁନର୍ବାର ଏହି ସ୍ଥାନକୁ ଆଣିବା।
4. ପୁଣି, ଯିହୋୟାକୀମ୍ର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍କୁ, ଯିହୁଦାରୁ ବାବିଲକୁ ବନ୍ଦୀ ହୋଇ ଯାଇଥିବା ସମସ୍ତ ଲୋକ ସହିତ ଏସ୍ଥାନକୁ ଫେରାଇ ଆଣିବା, ଏହା ସଦାପ୍ରଭୁ କହନ୍ତି; କାରଣ ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ପକାଇବା ।
5. ତହିଁରେ ଯିରିମୀୟ ଭବିଷ୍ୟଦ୍ବକ୍ତା ପରମେଶ୍ଵରଙ୍କ ଗୃହରେ ଠିଆ ହୋଇଥିବା ଯାଜକମାନଙ୍କ ସାକ୍ଷାତରେ ଓ ସମସ୍ତ ଲୋକଙ୍କ ସାକ୍ଷାତରେ ହନାନୀୟ ଭବିଷ୍ୟଦ୍ବକ୍ତାକୁ କହିଲେ,
6. ଅର୍ଥାତ୍, ଯିରିମୀୟ ଭବିଷ୍ୟଦ୍ବକ୍ତା ଏହା କହିଲେ, ଆମେନ୍; ସଦାପ୍ରଭୁ ସେପରି କରନ୍ତୁ; ସଦାପ୍ରଭୁଙ୍କ ଗୃହର ପାତ୍ର ଓ ନିର୍ବାସିତ ଲୋକସକଳକୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ ।
7. ତଥାପି ମୁଁ ତୁମ୍ଭ କର୍ଣ୍ଣଗୋଚରରେ ଓ ସମଗ୍ର ଲୋକଙ୍କ କର୍ଣ୍ଣଗୋଚରରେ ଏହି ଯେଉଁ କଥା କହିଅଛି, ତାହା ଶୁଣ ।
8. ତୁମ୍ଭର ଓ ମୋର ପୂର୍ବରେ ଥିବା ପୁରାତନ କାଳରେ ଭବିଷ୍ୟଦ୍ବକ୍ତାମାନେ ଅନେକ ଦେଶ ଓ ବୃହତ ବୃହତ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ, ଅମଙ୍ଗଳ ଓ ମହାମାରୀ ବିଷୟକ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛନ୍ତି ।
9. ଯେଉଁ ଭବିଷ୍ୟଦ୍ବକ୍ତା ଶାନ୍ତିର ଭବିଷ୍ୟଦ୍ବାକ୍ୟ ପ୍ରଚାର କରେ, ସେହି ଭବିଷ୍ୟଦ୍ବକ୍ତାର ବାକ୍ୟ ସଫଳ ହେଲା ଉତ୍ତାରେ ସିନା ସଦାପ୍ରଭୁ ପ୍ରକୃତରେ ତାହାକୁ ପଠାଇ ଅଛନ୍ତି ବୋଲି ଜଣା ପଡ଼େ ।
10. ତହିଁରେ ହନାନୀୟ ଭବିଷ୍ୟଦ୍ବକ୍ତା ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ସ୍କନ୍ଧରୁ ଯୁଆଳି କାଢ଼ି ନେଇ ତାହା ଭାଙ୍ଗି ପକାଇଲା ।
11. ଆଉ, ହନାନୀୟ ଲୋକସମୂହର ସାକ୍ଷାତରେ କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଏହି ରୂପେ ପୂର୍ଣ୍ଣ ଦୁଇ ବର୍ଷ ମଧ୍ୟରେ ବାବିଲର ରାଜା ନବୂଖଦ୍ନିତ୍ସରର ଯୁଆଳି, ସବୁ ଦେଶୀୟମାନଙ୍କ ସ୍କନ୍ଧରୁ କାଢ଼ି ଭାଙ୍ଗି ପକାଇବା । ଏଥିରେ ଯିରିମୀୟ ଭବିଷ୍ୟଦ୍ବକ୍ତା ଆପଣା ବାଟରେ ଚାଲିଗଲେ ।
12. ହନାନୀୟ ଭବିଷ୍ୟଦ୍ବକ୍ତା ଯିରିମୀୟ ଭବିଷ୍ୟଦ୍-ବକ୍ତାଙ୍କ ସ୍କନ୍ଧରୁ ଯୁଆଳି ଭାଙ୍ଗିଲା ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
13. ତୁମ୍ଭେ ଯାଇ ହନାନୀୟକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କାଷ୍ଠର ଯୁଆଳି ଭାଙ୍ଗିଅଛ ପ୍ରମାଣ; ମାତ୍ର ତହିଁ ବଦଳରେ ତୁମ୍ଭେ ଲୁହାର ଯୁଆଳି ପ୍ରସ୍ତୁତ କରିବ ।
14. କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଏହିସବୁ ଦେଶୀୟ ଲୋକମାନେ ଯେପରି ବାବିଲର ରାଜା ନବୂଖଦ୍ନିତ୍ସରର ଦାସ୍ୟକର୍ମ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କ ସ୍କନ୍ଧରେ ଲୁହାର ଯୁଆଳି ରଖିଅଛୁ ଓ ସେମାନେ ତାହାର ଦାସ୍ୟକର୍ମ କରିବେ; ପୁଣି, ଆମ୍ଭେ କ୍ଷେତ୍ରସ୍ଥ ପଶୁଗଣ ମଧ୍ୟ ତାହାକୁ ଦେଇଅଛୁ ।
15. ତହିଁରେ ଯିରିମୀୟ ଭବିଷ୍ୟଦ୍ବକ୍ତା ହନାନୀୟ ଭବିଷ୍ୟଦ୍ବକ୍ତାକୁ କହିଲେ, ହେ ହନାନୀୟ, ଏବେ ଶୁଣ; ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି; ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ଵାସ କରାଉଅଛ ।
16. ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରି ଦେବା; ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛ, ଏଥିପାଇଁ ଏହି ବର୍ଷ ମଧ୍ୟରେ ତୁମ୍ଭେ ମରିବ ।
17. ତହିଁରେ ହନାନୀୟ ଭବିଷ୍ୟଦ୍ବକ୍ତା ସେହି ବର୍ଷର ସପ୍ତମ ମାସରେ ମଲା ।

Notes

No Verse Added

Total 52 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 28 / 52
ଯିରିମିୟ 28
1 ଅନନ୍ତର ସେହି ବର୍ଷ, ଅର୍ଥାତ୍, ଯିହୁଦାର ରାଜା ସିଦିକୀୟର ରାଜତ୍ଵର ଆରମ୍ଭ ସମୟରେ, ଚତୁର୍ଥ ବର୍ଷର ପଞ୍ଚମ ମାସରେ ଗିବୀୟୋନ୍ ନିବାସୀ ଅସୂରର ପୁତ୍ର ହନାନୀୟ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କର ଓ ଲୋକ-ସମସ୍ତଙ୍କର ସାକ୍ଷାତରେ ମୋତେ ଏହି କଥା କହିଲା, 2 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ଅଛୁ । 3 ବାବିଲର ରାଜା ନବୂଖଦ୍ନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ବାବିଲକୁ ନେଇ ଯାଇଅଛି, ସେସବୁ ଆମ୍ଭେ ପୂର୍ଣ୍ଣ ଦୁଇ ବର୍ଷ ମଧ୍ୟରେ ପୁନର୍ବାର ଏହି ସ୍ଥାନକୁ ଆଣିବା। 4 ପୁଣି, ଯିହୋୟାକୀମ୍ର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍କୁ, ଯିହୁଦାରୁ ବାବିଲକୁ ବନ୍ଦୀ ହୋଇ ଯାଇଥିବା ସମସ୍ତ ଲୋକ ସହିତ ଏସ୍ଥାନକୁ ଫେରାଇ ଆଣିବା, ଏହା ସଦାପ୍ରଭୁ କହନ୍ତି; କାରଣ ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ପକାଇବା । 5 ତହିଁରେ ଯିରିମୀୟ ଭବିଷ୍ୟଦ୍ବକ୍ତା ପରମେଶ୍ଵରଙ୍କ ଗୃହରେ ଠିଆ ହୋଇଥିବା ଯାଜକମାନଙ୍କ ସାକ୍ଷାତରେ ଓ ସମସ୍ତ ଲୋକଙ୍କ ସାକ୍ଷାତରେ ହନାନୀୟ ଭବିଷ୍ୟଦ୍ବକ୍ତାକୁ କହିଲେ, 6 ଅର୍ଥାତ୍, ଯିରିମୀୟ ଭବିଷ୍ୟଦ୍ବକ୍ତା ଏହା କହିଲେ, ଆମେନ୍; ସଦାପ୍ରଭୁ ସେପରି କରନ୍ତୁ; ସଦାପ୍ରଭୁଙ୍କ ଗୃହର ପାତ୍ର ଓ ନିର୍ବାସିତ ଲୋକସକଳକୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ । 7 ତଥାପି ମୁଁ ତୁମ୍ଭ କର୍ଣ୍ଣଗୋଚରରେ ଓ ସମଗ୍ର ଲୋକଙ୍କ କର୍ଣ୍ଣଗୋଚରରେ ଏହି ଯେଉଁ କଥା କହିଅଛି, ତାହା ଶୁଣ । 8 ତୁମ୍ଭର ଓ ମୋର ପୂର୍ବରେ ଥିବା ପୁରାତନ କାଳରେ ଭବିଷ୍ୟଦ୍ବକ୍ତାମାନେ ଅନେକ ଦେଶ ଓ ବୃହତ ବୃହତ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ, ଅମଙ୍ଗଳ ଓ ମହାମାରୀ ବିଷୟକ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛନ୍ତି । 9 ଯେଉଁ ଭବିଷ୍ୟଦ୍ବକ୍ତା ଶାନ୍ତିର ଭବିଷ୍ୟଦ୍ବାକ୍ୟ ପ୍ରଚାର କରେ, ସେହି ଭବିଷ୍ୟଦ୍ବକ୍ତାର ବାକ୍ୟ ସଫଳ ହେଲା ଉତ୍ତାରେ ସିନା ସଦାପ୍ରଭୁ ପ୍ରକୃତରେ ତାହାକୁ ପଠାଇ ଅଛନ୍ତି ବୋଲି ଜଣା ପଡ଼େ । 10 ତହିଁରେ ହନାନୀୟ ଭବିଷ୍ୟଦ୍ବକ୍ତା ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ସ୍କନ୍ଧରୁ ଯୁଆଳି କାଢ଼ି ନେଇ ତାହା ଭାଙ୍ଗି ପକାଇଲା । 11 ଆଉ, ହନାନୀୟ ଲୋକସମୂହର ସାକ୍ଷାତରେ କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଏହି ରୂପେ ପୂର୍ଣ୍ଣ ଦୁଇ ବର୍ଷ ମଧ୍ୟରେ ବାବିଲର ରାଜା ନବୂଖଦ୍ନିତ୍ସରର ଯୁଆଳି, ସବୁ ଦେଶୀୟମାନଙ୍କ ସ୍କନ୍ଧରୁ କାଢ଼ି ଭାଙ୍ଗି ପକାଇବା । ଏଥିରେ ଯିରିମୀୟ ଭବିଷ୍ୟଦ୍ବକ୍ତା ଆପଣା ବାଟରେ ଚାଲିଗଲେ । 12 ହନାନୀୟ ଭବିଷ୍ୟଦ୍ବକ୍ତା ଯିରିମୀୟ ଭବିଷ୍ୟଦ୍-ବକ୍ତାଙ୍କ ସ୍କନ୍ଧରୁ ଯୁଆଳି ଭାଙ୍ଗିଲା ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 13 ତୁମ୍ଭେ ଯାଇ ହନାନୀୟକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କାଷ୍ଠର ଯୁଆଳି ଭାଙ୍ଗିଅଛ ପ୍ରମାଣ; ମାତ୍ର ତହିଁ ବଦଳରେ ତୁମ୍ଭେ ଲୁହାର ଯୁଆଳି ପ୍ରସ୍ତୁତ କରିବ । 14 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଏହିସବୁ ଦେଶୀୟ ଲୋକମାନେ ଯେପରି ବାବିଲର ରାଜା ନବୂଖଦ୍ନିତ୍ସରର ଦାସ୍ୟକର୍ମ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କ ସ୍କନ୍ଧରେ ଲୁହାର ଯୁଆଳି ରଖିଅଛୁ ଓ ସେମାନେ ତାହାର ଦାସ୍ୟକର୍ମ କରିବେ; ପୁଣି, ଆମ୍ଭେ କ୍ଷେତ୍ରସ୍ଥ ପଶୁଗଣ ମଧ୍ୟ ତାହାକୁ ଦେଇଅଛୁ । 15 ତହିଁରେ ଯିରିମୀୟ ଭବିଷ୍ୟଦ୍ବକ୍ତା ହନାନୀୟ ଭବିଷ୍ୟଦ୍ବକ୍ତାକୁ କହିଲେ, ହେ ହନାନୀୟ, ଏବେ ଶୁଣ; ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି; ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ଵାସ କରାଉଅଛ । 16 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରି ଦେବା; ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛ, ଏଥିପାଇଁ ଏହି ବର୍ଷ ମଧ୍ୟରେ ତୁମ୍ଭେ ମରିବ । 17 ତହିଁରେ ହନାନୀୟ ଭବିଷ୍ୟଦ୍ବକ୍ତା ସେହି ବର୍ଷର ସପ୍ତମ ମାସରେ ମଲା ।
Total 52 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 28 / 52
Common Bible Languages
West Indian Languages
×

Alert

×

oriya Letters Keypad References