ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଆୟୁବ ପୁସ୍ତକ
1. ଏଥିରେ ନାମାଥୀୟ ସୋଫର ଉତ୍ତର କରି କହିଲା,
2. ଏତେ କଥାର କି କିଛି ଉତ୍ତର ଦିଆଯିବ ନାହିଁ? ଓ ବକୁଆ ଲୋକ କʼଣ ନିର୍ଦ୍ଦୋଷ ଗଣାଯିବ?
3. ତୁମ୍ଭର ଦର୍ପ କʼଣ ଲୋକମାନଙ୍କୁ ନୀରବ କରିବ? ଓ ତୁମ୍ଭେ ପରିହାସ କଲେ, କେହି କʼଣ ତୁମ୍ଭକୁ ଲଜ୍ଜିତ କରିବ ନାହିଁ?
4. କାରଣ ତୁମ୍ଭେ କହୁଅଛ, ମୋହର ବାକ୍ୟ ଶୁଦ୍ଧ, ମୁଁ ତୁମ୍ଭ ଦୃଷ୍ଟିରେ ଶୁଚି ।
5. ମାତ୍ର ଆହା, ଯେବେ ପରମେଶ୍ଵର କଥା କହନ୍ତେ ଓ ତୁମ୍ଭ ପ୍ରତିକୂଳରେ ଆପଣା ଓଷ୍ଠାଧର ଫିଟାନ୍ତେ;
6. ପୁଣି, ଜ୍ଞାନର ନିଗୂଢ଼ ତତ୍ତ୍ଵ, ଅର୍ଥାତ୍, ତହିଁର ବହୁବିଧ ଫଳଦାୟକ କର୍ମଣ୍ୟତା ତୁମ୍ଭକୁ ଜ୍ଞାତ କରାନ୍ତେ! ଏହେତୁ ଜାଣ ଯେ, ପରମେଶ୍ଵର ତୁମ୍ଭ ଅପରାଧ ଅପେକ୍ଷା ଊଣା ପରିଶୋଧ ତୁମ୍ଭଠାରୁ ନେଉଅଛନ୍ତି ।
7. ତୁମ୍ଭେ କʼଣ ଅନୁସନ୍ଧାନ ଦ୍ଵାରା ପରମେଶ୍ଵରଙ୍କୁ ପାଇପାର? ତୁମ୍ଭେ କʼଣ ସର୍ବଶକ୍ତିମାନଙ୍କର ସମ୍ପୂର୍ଣ୍ଣ ତତ୍ତ୍ଵ ପାଇପାର?
8. ତାହା ଆକାଶ ତୁଲ୍ୟ ଉଚ୍ଚ; ତୁମ୍ଭେ କଅଣ କରିପାର? ପାତାଳଠାରୁ ଗଭୀର; ତୁମ୍ଭେ କଅଣ ଜାଣିପାର?
9. ତହିଁର ପରିମାଣ ପୃଥିବୀ ଅପେକ୍ଷା ଦୀର୍ଘ ଓ ସମୁଦ୍ର ଅପେକ୍ଷା ପ୍ରଶସ୍ତ ।
10. ଯେବେ ସେ ଚାଲିଯାʼନ୍ତି ଓ ବନ୍ଦ କରନ୍ତି ଓ ବିଚାର-ସଭାକୁ ଡାକନ୍ତି, ତେବେ କିଏ ତାହାଙ୍କୁ ବାରଣ କରିପାରେ?
11. କାରଣ ସେ ଅସାର ଲୋକଙ୍କୁ ଜାଣନ୍ତି; ସେ ଆଲୋଚନା ନ କରି ହିଁ ଅଧର୍ମ ଦେଖନ୍ତି ।
12. ମାତ୍ର ଅସାର ମନୁଷ୍ୟ ବୁଦ୍ଧିବିହୀନ, ହଁ, ବନ୍ୟ ଗର୍ଦ୍ଦଭଶାବକ ତୁଲ୍ୟ ମନୁଷ୍ୟ ଜାତ ଅଟେ ।
13. ଯେବେ ତୁମ୍ଭେ ଯଥାର୍ଥ ରୂପେ ଆପଣା ଅନ୍ତଃକରଣ ସୁସ୍ଥିର କରି ତାହାଙ୍କ ଆଡ଼େ ଆପଣା ହସ୍ତ ବିସ୍ତାର କର;
14. ଯେବେ ତୁମ୍ଭ ହସ୍ତରେ ଅଧର୍ମ ଥାଏ, ତାହା ଦୂର କରି ଦିଅ ଓ ଅଧର୍ମକୁ ତୁମ୍ଭ ତମ୍ଵୁରେ ବାସ କରିବାକୁ ନ ଦିଅ;
15. ତେବେ ତୁମ୍ଭେ ନିଶ୍ଚୟ କଳଙ୍କରହିତ ହୋଇ ଆପଣା ମୁଖ ଟେକିବ; ଆହୁରି, ତୁମ୍ଭେ ସୁସ୍ଥିର ହେବ ଓ ଭୟ କରିବ ନାହିଁ;
16. ତୁମ୍ଭେ ଆପଣା ଦୁଃଖ ପାସୋରି ପକାଇବ; ବହିଗଲା ଜଳ ତୁଲ୍ୟ ତାହା ସ୍ମରଣ କରିବ;
17. ତୁମ୍ଭର ଜୀବନ ମଧ୍ୟାହ୍ନ ଅପେକ୍ଷା ନିର୍ମଳ ହେବ; ଅନ୍ଧକାର ଥିଲେ ହେଁ ତାହା ପ୍ରଭାତ ତୁଲ୍ୟ ହେବ ।
18. ପୁଣି, ଭରସା ଥିବାରୁ ତୁମ୍ଭେ ନିର୍ବିଘ୍ନରେ ରହିବ; ଆହୁରି, ତୁମ୍ଭେ ଆପଣା ଚତୁର୍ଦ୍ଦିଗ ଅନ୍ଵେଷଣ କରି ନିରାପଦରେ ବିଶ୍ରାମ କରିବ ।
19. ମଧ୍ୟ ତୁମ୍ଭେ ଶୟନ କଲେ, କେହି ତୁମ୍ଭକୁ ଭୀତ କରିବ ନାହିଁ; ବରଞ୍ଚ ଅନେକେ ତୁମ୍ଭ ନିକଟରେ ନିବେଦନ କରିବେ ।
20. ମାତ୍ର ଦୁଷ୍ଟମାନଙ୍କର ଚକ୍ଷୁ ନିସ୍ତେଜ ହେବ ଓ ସେମାନଙ୍କର ପଳାଇବାର ବାଟ ରହିବ ନାହିଁ, ଆଉ ସେମାନଙ୍କର ଭରସା ପ୍ରାଣତ୍ୟାଗରେ ପରିଣତ ହେବ ।

Notes

No Verse Added

Total 42 Chapters, Current Chapter 11 of Total Chapters 42
ଆୟୁବ ପୁସ୍ତକ 11:13
1. ଏଥିରେ ନାମାଥୀୟ ସୋଫର ଉତ୍ତର କରି କହିଲା,
2. ଏତେ କଥାର କି କିଛି ଉତ୍ତର ଦିଆଯିବ ନାହିଁ? ବକୁଆ ଲୋକ କʼଣ ନିର୍ଦ୍ଦୋଷ ଗଣାଯିବ?
3. ତୁମ୍ଭର ଦର୍ପ କʼଣ ଲୋକମାନଙ୍କୁ ନୀରବ କରିବ? ତୁମ୍ଭେ ପରିହାସ କଲେ, କେହି କʼଣ ତୁମ୍ଭକୁ ଲଜ୍ଜିତ କରିବ ନାହିଁ?
4. କାରଣ ତୁମ୍ଭେ କହୁଅଛ, ମୋହର ବାକ୍ୟ ଶୁଦ୍ଧ, ମୁଁ ତୁମ୍ଭ ଦୃଷ୍ଟିରେ ଶୁଚି
5. ମାତ୍ର ଆହା, ଯେବେ ପରମେଶ୍ଵର କଥା କହନ୍ତେ ତୁମ୍ଭ ପ୍ରତିକୂଳରେ ଆପଣା ଓଷ୍ଠାଧର ଫିଟାନ୍ତେ;
6. ପୁଣି, ଜ୍ଞାନର ନିଗୂଢ଼ ତତ୍ତ୍ଵ, ଅର୍ଥାତ୍, ତହିଁର ବହୁବିଧ ଫଳଦାୟକ କର୍ମଣ୍ୟତା ତୁମ୍ଭକୁ ଜ୍ଞାତ କରାନ୍ତେ! ଏହେତୁ ଜାଣ ଯେ, ପରମେଶ୍ଵର ତୁମ୍ଭ ଅପରାଧ ଅପେକ୍ଷା ଊଣା ପରିଶୋଧ ତୁମ୍ଭଠାରୁ ନେଉଅଛନ୍ତି
7. ତୁମ୍ଭେ କʼଣ ଅନୁସନ୍ଧାନ ଦ୍ଵାରା ପରମେଶ୍ଵରଙ୍କୁ ପାଇପାର? ତୁମ୍ଭେ କʼଣ ସର୍ବଶକ୍ତିମାନଙ୍କର ସମ୍ପୂର୍ଣ୍ଣ ତତ୍ତ୍ଵ ପାଇପାର?
8. ତାହା ଆକାଶ ତୁଲ୍ୟ ଉଚ୍ଚ; ତୁମ୍ଭେ କଅଣ କରିପାର? ପାତାଳଠାରୁ ଗଭୀର; ତୁମ୍ଭେ କଅଣ ଜାଣିପାର?
9. ତହିଁର ପରିମାଣ ପୃଥିବୀ ଅପେକ୍ଷା ଦୀର୍ଘ ସମୁଦ୍ର ଅପେକ୍ଷା ପ୍ରଶସ୍ତ
10. ଯେବେ ସେ ଚାଲିଯାʼନ୍ତି ବନ୍ଦ କରନ୍ତି ବିଚାର-ସଭାକୁ ଡାକନ୍ତି, ତେବେ କିଏ ତାହାଙ୍କୁ ବାରଣ କରିପାରେ?
11. କାରଣ ସେ ଅସାର ଲୋକଙ୍କୁ ଜାଣନ୍ତି; ସେ ଆଲୋଚନା କରି ହିଁ ଅଧର୍ମ ଦେଖନ୍ତି
12. ମାତ୍ର ଅସାର ମନୁଷ୍ୟ ବୁଦ୍ଧିବିହୀନ, ହଁ, ବନ୍ୟ ଗର୍ଦ୍ଦଭଶାବକ ତୁଲ୍ୟ ମନୁଷ୍ୟ ଜାତ ଅଟେ
13. ଯେବେ ତୁମ୍ଭେ ଯଥାର୍ଥ ରୂପେ ଆପଣା ଅନ୍ତଃକରଣ ସୁସ୍ଥିର କରି ତାହାଙ୍କ ଆଡ଼େ ଆପଣା ହସ୍ତ ବିସ୍ତାର କର;
14. ଯେବେ ତୁମ୍ଭ ହସ୍ତରେ ଅଧର୍ମ ଥାଏ, ତାହା ଦୂର କରି ଦିଅ ଅଧର୍ମକୁ ତୁମ୍ଭ ତମ୍ଵୁରେ ବାସ କରିବାକୁ ଦିଅ;
15. ତେବେ ତୁମ୍ଭେ ନିଶ୍ଚୟ କଳଙ୍କରହିତ ହୋଇ ଆପଣା ମୁଖ ଟେକିବ; ଆହୁରି, ତୁମ୍ଭେ ସୁସ୍ଥିର ହେବ ଭୟ କରିବ ନାହିଁ;
16. ତୁମ୍ଭେ ଆପଣା ଦୁଃଖ ପାସୋରି ପକାଇବ; ବହିଗଲା ଜଳ ତୁଲ୍ୟ ତାହା ସ୍ମରଣ କରିବ;
17. ତୁମ୍ଭର ଜୀବନ ମଧ୍ୟାହ୍ନ ଅପେକ୍ଷା ନିର୍ମଳ ହେବ; ଅନ୍ଧକାର ଥିଲେ ହେଁ ତାହା ପ୍ରଭାତ ତୁଲ୍ୟ ହେବ
18. ପୁଣି, ଭରସା ଥିବାରୁ ତୁମ୍ଭେ ନିର୍ବିଘ୍ନରେ ରହିବ; ଆହୁରି, ତୁମ୍ଭେ ଆପଣା ଚତୁର୍ଦ୍ଦିଗ ଅନ୍ଵେଷଣ କରି ନିରାପଦରେ ବିଶ୍ରାମ କରିବ
19. ମଧ୍ୟ ତୁମ୍ଭେ ଶୟନ କଲେ, କେହି ତୁମ୍ଭକୁ ଭୀତ କରିବ ନାହିଁ; ବରଞ୍ଚ ଅନେକେ ତୁମ୍ଭ ନିକଟରେ ନିବେଦନ କରିବେ
20. ମାତ୍ର ଦୁଷ୍ଟମାନଙ୍କର ଚକ୍ଷୁ ନିସ୍ତେଜ ହେବ ସେମାନଙ୍କର ପଳାଇବାର ବାଟ ରହିବ ନାହିଁ, ଆଉ ସେମାନଙ୍କର ଭରସା ପ୍ରାଣତ୍ୟାଗରେ ପରିଣତ ହେବ
Total 42 Chapters, Current Chapter 11 of Total Chapters 42
×

Alert

×

oriya Letters Keypad References