4. ଆଉ ଗଦୋରର ପିତା ପନୂୟେଲ ଓ ହୂଶର ପିତା ଏସର; ଏମାନେ ବୈଥ୍ଲେହମ୍ର ପିତା ଇଫ୍ରାଥାର ଜ୍ୟେଷ୍ଠ ପୁତ୍ର ହୂରର ସନ୍ତାନ ।
|
9. ପୁଣି ଯାବେଷ୍ ଆପଣା ଭ୍ରାତୃଗଣ ଅପେକ୍ଷା ଅଧିକ ସମ୍ଭ୍ରାନ୍ତ ଥିଲା; ତାହାର ମାତା ତାହାର ନାମ ଯାବେଷ୍ ରଖିଥିଲା, କାରଣ ସେ କହିଥିଲା, ଆମ୍ଭେ ଦୁଃଖରେ ଏହାକୁ ପ୍ରସବ କଲୁ ।
|
10. ମାତ୍ର ଏହି ଯାବେଷ୍ ଇସ୍ରାଏଲର ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କରି କହିଲା, ଆହା, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତା; ଆଶୀର୍ବାଦ କର ଓ ଆମ୍ଭ ସୀମା ବୃଦ୍ଧି କର ଓ ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ, ପୁଣି ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର । ତହିଁରେ ପରମେଶ୍ଵର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ ।
|
17. ଆଉ, ଏଜ୍ରାର ପୁତ୍ରଗଣ; ଯେଥର୍ ଓ ମେରଦ୍ ଓ ଏଫର୍ ଓ ଯାଲୋନ୍; (ମେରଦ୍ର) ଭାର୍ଯ୍ୟା ମରୀୟମ, ଶମ୍ମୟ ଓ ଇଷ୍ଟିମୋୟର ପିତା ଯିଶ୍ବହକୁ ପ୍ରସବ କଲା ।
|
18. ଆଉ ତାହାର ଯିହୁଦୀୟା ଭାର୍ଯ୍ୟା, ଗଦୋରର ପିତା ଯେରଦକୁ ଓ ସୋଖୋର ପିତା ହେବରକୁ ଓ ସାନୋହର ପିତା ଯିକୂଥୀୟେଲକୁ ପ୍ରସବ କଲା । ମାତ୍ର ସେମାନେ ଫାରୋର କନ୍ୟା ବିଥୀୟାର ସନ୍ତାନ ଥିଲେ, ମେରଦ୍ ତାହାକୁ ବିବାହ କରିଥିଲା ।
|
20. ଆଉ, ଶିମୋନର ସନ୍ତାନ ଅମ୍ନୋନ ଓ ରିଣ୍ଣ, ବିନ୍ହାନନ୍ ଓ ତୀଲୋନ୍ । ଆଉ ଯିଶୟିର ସନ୍ତାନ ସୋହେତ୍ ଓ ବିନ୍-ସୋହେତ୍ ।
|
21. ଯିହୁଦାର ପୁତ୍ର ଶେଲାର ପୁତ୍ରଗଣ; ଲେକାର ପିତା ଏର୍ ଓ ମାରେଶାର ପିତା ଲାଦା, ଆଉ ଅସବେୟର ବଂଶ-ଜାତ କ୍ଷୌମବସ୍ତ୍ର-ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ;
|
22. ପୁଣି, ଯୋକୀମ୍ ଓ କୋଷେବାର ଲୋକମାନେ ଓ ଯୋୟାଶ୍ ଓ ସାରଫ୍ ନାମକ ମୋୟାବର ଶାସନକର୍ତ୍ତା ଓ ଯାଶୂବିଲେହମ୍ । ଏ ଅତି ପୁରାତନ କଥା ।
|
23. ଏମାନେ କୁମ୍ଭକାର ଓ ନତାୟିମ ଓ ଗଦେରାରେ ବାସ କଲେ; ସେମାନେ ସେଠାରେ ରାଜା ସଙ୍ଗେ ତାହାର କାର୍ଯ୍ୟ ସକାଶେ ବାସ କଲେ ।
|
27. ଆଉ, ଶିମୟିର ଷୋଳ ପୁତ୍ର ଓ ଛଅ କନ୍ୟା ଥିଲେ; ମାତ୍ର ତାହାର ଭ୍ରାତୃଗଣର ଅନେକ ସନ୍ତାନ ନ ଥିଲେ, କିଅବା ସେମାନଙ୍କର ଗୋଷ୍ଠୀ ଯିହୁଦା-ସନ୍ତାନଗଣ ତୁଲ୍ୟ ବୃଦ୍ଧି ପାଇଲେ ନାହିଁ ।
|
31. ଓ ବୈଥ୍ମର୍କାବୋଦରେ ଓ ହତ୍ସର୍-ସୂଷୀମ୍ରେ ଓ ବୈଥ୍ବିରୀରେ ଓ ସାରୟିମ୍ରେ ବାସ କଲେ । ଦାଉଦଙ୍କର ରାଜତ୍ଵ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା ।
|
33. ପୁଣି ବାଲ୍ ପର୍ଯ୍ୟନ୍ତ ଏହି ନଗରର ଚତୁର୍ଦ୍ଦିଗସ୍ଥ ସମସ୍ତ ଗ୍ରାମ ସେମାନଙ୍କର ଥିଲା । ଏହିସବୁ ସେମାନଙ୍କର ନିବାସସ୍ଥାନ ଓ ସେମାନଙ୍କ ନିଜର ବଂଶାବଳୀ ଅଛି ।
|
37. ଆଉ, ଶମୟୀୟର ଅତି ବୃଦ୍ଧ ପ୍ରପୌତ୍ର ଶିମୀୟିର ବୃଦ୍ଧ ପ୍ରପୌତ୍ର ଯିଦାୟର ପ୍ରପୌତ୍ର ଆଲୋନର ପୌତ୍ର ଶିଫୀୟିର ପୁତ୍ର ସୀଷଃ;
|
38. ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ବ୍ୟକ୍ତ ହେଲା, ସେମାନେ ଆପଣା ଆପଣା ଗୋଷ୍ଠୀର ଅଧ୍ୟକ୍ଷ ଥିଲେ ଓ ସେମାନଙ୍କ ପିତୃବଂଶ ଅତିଶୟ ବୃଦ୍ଧି ପାଇଲେ ।
|
39. ପୁଣି, ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ଵେଷଣ କରିବାକୁ ଗଦୋରର ପ୍ରବେଶ-ସ୍ଥାନ, ଅର୍ଥାତ୍, ଉପତ୍ୟକାର ପୂର୍ବ ପାର୍ଶ୍ଵ ପର୍ଯ୍ୟନ୍ତ ଗଲେ ।
|
40. ତହିଁରେ ସେମାନେ ପ୍ରଚୁର ଓ ଉତ୍ତମ ଚରାସ୍ଥାନ ପାଇଲେ, ଆଉ ଦେଶ ପ୍ରଶସ୍ତ ଓ ଶା; ଓ ନିର୍ବିରୋଧ ଥିଲା; କାରଣ ହାମ୍ବଂଶୀୟ ଲୋକମାନେ ପୂର୍ବରେ ସେହି ସ୍ଥାନରେ ବାସ କରୁଥିଲେ ।
|
41. ପୁଣି, ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଯିହୁଦାର ରାଜା ହିଜକୀୟର ସମୟରେ ଆସି ସେହି ଲୋକମାନଙ୍କ ତମ୍ଵୁ ଓ ସେଠାରେ ପ୍ରାପ୍ତ ମିୟନୀୟ-ମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ, (ତାହା ଅଦ୍ୟାପି ସେପରି ଅଛି), ଆଉ ସେମାନଙ୍କ ବଦଳେ ବାସ କଲେ; କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା ।
|
42. ଆଉ, ସେମାନଙ୍କର କେତେକ ଲୋକ, ଅର୍ଥାତ୍, ଶିମୀୟୋନର ସନ୍ତାନଗଣ ମଧ୍ୟରୁ ପାଞ୍ଚ ଶହ ଜଣ ଯିଶୟିର ସନ୍ତାନ ପ୍ଳଟିୟକୁ ଓ ନିୟରୀୟକୁ ଓ ରଫାୟକୁ ଓ ଉଷୀୟେଲକୁ ସେନାପତି କରି ସେୟୀର୍ ପର୍ବତକୁ ଗଲେ ।
|
43. ପୁଣି, ସେମାନେ ଅମାଲେକୀୟ ପଳାତକ ଅବଶିଷ୍ଟ ଲୋକମାନଙ୍କୁ ଆଘାତ କରି ସେଠାରେ ବାସ କଲେ, ଅଦ୍ୟାପି ସେମାନେ ସେଠାରେ ଅଛନ୍ତି ।
|