1. ଆପଣା ଆପଣା ସଂଖ୍ୟାନୁସାରେ ଇସ୍ରାଏଲ-ସନ୍ତାନଗଣ, ଅର୍ଥାତ୍, ପିତୃବଂଶପ୍ରଧାନମାନେ ଓ ସହସ୍ରପତିମାନେ ଓ ଶତପତିମାନେ ଓ ସେମାନଙ୍କର କାର୍ଯ୍ୟଶାସକମାନେ, ବର୍ଷର ସମୁଦାୟ ମାସରେ ମାସକୁ ମାସ ପାଳିର ଯେକୌଣସି ବିଷୟରେ ରାଜାଙ୍କର ସେବା କରିବାକୁ ଆସିଲେ ଓ ଗଲେ, ସେମାନଙ୍କ ପ୍ରତ୍ୟେକ ପାଳିରେ ଚବିଶ ହଜାର ଲୋକ ଥିଲେ ।
|
2. ପ୍ରଥମ ପାଳି ଉପରେ ପ୍ରଥମ ମାସ ନିମନ୍ତେ ସବ୍ଦୀୟେଲର ପୁତ୍ର ଯାଶ୍ବୀୟାମ୍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
|
4. ଦ୍ଵିତୀୟ ମାସର ପାଳି ଉପରେ ଅହୋହୀୟ ଦୋଦୟ ଓ ତାହାର ଦଳୀୟ ଲୋକ ଥିଲେ; ମିକ୍ଲୋତ୍ ଶାସକ ଥିଲା ଓ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
|
5. ତୃତୀୟ ମାସ ନିମନ୍ତେ ତୃତୀୟ ସେନାପତି ଯିହୋୟାଦା ଯାଜକର ପୁତ୍ର ବନାୟ ପ୍ରଧାନ ଥିଲା; ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
|
6. ଏହି ବନାୟ ତିରିଶ ବୀରଙ୍କ ମଧ୍ୟରେ ଗଣିତ ଓ ସେହି ତିରିଶ ଜଣଙ୍କ ଉପରେ ପ୍ରଧାନ ଥିଲା; ଆଉ ତାହାର ପାଳିରେ ତାହାର ପୁତ୍ର ଅମ୍ମୀଷାବଦ୍ ଥିଲା ।
|
7. ଚତୁର୍ଥ ମାସ ପାଇଁ ଚତୁର୍ଥ ସେନାପତି ଯୋୟାବର ଭ୍ରାତା ଅସାହେଲ ଥିଲା ଓ ତାହା ଉତ୍ତାରେ ତାହାର ପୁତ୍ର ସବଦୀୟ; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
|
9. ଷଷ୍ଠ ମାସ ନିମନ୍ତେ ଷଷ୍ଠ ସେନାପତି ତକୋୟୀୟ ଇକ୍କେଶର ପୁତ୍ର ଇରା ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
|
10. ସପ୍ତମ ମାସ ନିମନ୍ତେ ସେନାପତି ଇଫ୍ରୟିମ-ବଂଶଜାତ ପଲୋନୀୟ ହେଲସ୍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
|
11. ଅଷ୍ଟମ ମାସ ନିମନ୍ତେ ଅଷ୍ଟମ ସେନାପତି ସେରହ-ବଂଶଜାତ ହୂଶାତୀୟ ସିବ୍ବଖୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
|
12. ନବମ ମାସ ନିମନ୍ତେ ନବମ ସେନାପତି ବିନ୍ୟାମୀନ୍-ବଂଶଜାତ ଅନାଥୋତୀୟ ଅବୀୟେଷର ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
|
13. ଦଶମ ମାସ ନିମନ୍ତେ ଦଶମ ସେନାପତି ସେରହ-ବଂଶଜାତ ନଟୋଫାତୀୟ ମହରୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
|
14. ଏକାଦଶ ମାସ ନିମନ୍ତେ ଏକାଦଶ ସେନାପତି ଇଫ୍ରୟିମ-ବଂଶଜାତ ପିରୀୟାଥୋନୀୟ ବନାୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
|
15. ଦ୍ଵାଦଶ ମାସ ନିମନ୍ତେ ଦ୍ଵାଦଶ ସେନାପତି ଅତ୍ନୀୟେଲ-ବଂଶଜାତ ନଟୋଫାତୀୟ ହିଲ୍ଦୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ ।
|
16. ଆହୁରି ଇସ୍ରାଏଲର ବଂଶାଧ୍ୟକ୍ଷଗଣ; ରୁବେନୀୟ-ମାନଙ୍କ ମଧ୍ୟରେ ସିଖ୍ରିର ପୁତ୍ର ଅଧ୍ୟକ୍ଷ ଇଲୀୟେଷର; ଶିମୀୟୋନୀୟମାନଙ୍କ ମଧ୍ୟରେ ମାଖାର ପୁତ୍ର ଶଫଟୀୟ ।
|
21. ଗିଲୀୟଦସ୍ଥ ମନଃଶିର ଅର୍ଦ୍ଧବଂଶ ମଧ୍ୟରେ ଜିଖରୀୟର ପୁତ୍ର ଯିଦ୍ଦୋ; ବିନ୍ୟାମୀନ୍-ବଂଶ ମଧ୍ୟରେ ଅବ୍ନରର ପୁତ୍ର ଯାସୀୟେଲ ।
|
23. ମାତ୍ର ଦାଉଦ କୋଡ଼ିଏ ବର୍ଷ ଓ ତହିଁରୁ ନ୍ୟୂନବୟସ୍କ ଲୋକମାନଙ୍କର ସଂଖ୍ୟା ନେଲେ ନାହିଁ । କାରଣ ସଦାପ୍ରଭୁ ଆକାଶମଣ୍ତଳର ତାରାଗଣ ତୁଲ୍ୟ ଇସ୍ରାଏଲକୁ ବହୁସଂଖ୍ୟକ କରିବେ ବୋଲି କହିଥିଲେ ।
|
24. ସରୁୟାର ପୁତ୍ର ଯୋୟାବ ଗଣନା କରିବାକୁ ଆରମ୍ଭ କରିଥିଲା, ମାତ୍ର ସମାପ୍ତ କଲା ନାହିଁ; କାରଣ ସେହି ଗଣନା ସକାଶୁ ଇସ୍ରାଏଲ ଉପରେ କ୍ରୋଧ ଉପସ୍ଥିତ ହେଲା; ପୁଣି ସେହି ସଂଖ୍ୟା ଦାଉଦ ରାଜାଙ୍କର ଇତିହାସ ପୁସ୍ତକରେ ଲେଖାଗଲା ନାହିଁ ।
|
25. ଆଉ ଅଦୀୟେଲର ପୁତ୍ର ଅସ୍ମାବତ୍ ରାଜାଙ୍କ କୋଷାଧ୍ୟକ୍ଷ, ପୁଣି ଉଷୀୟର ପୁତ୍ର ଯୋନାଥନ କ୍ଷେତ୍ର, ନଗର ଓ ଗ୍ରାମ ଓ ଦୁର୍ଗସ୍ଥିତ ଭଣ୍ତାରସବୁର ଅଧ୍ୟକ୍ଷ ଥିଲା ।
|
27. ରାମାଥୀୟ ଶିମୀୟି ଦ୍ରାକ୍ଷାକ୍ଷେତ୍ରସକଳର ଅଧ୍ୟକ୍ଷ ଓ ଶିଫ୍ମୀୟ ସବ୍ଦି ଦ୍ରାକ୍ଷାକ୍ଷେତ୍ରୋତ୍ପନ୍ନ ଦ୍ରାକ୍ଷାରସ-ଭଣ୍ତାରର ଅଧ୍ୟକ୍ଷ ଥିଲା ।
|
28. ପୁଣି ଗାଦେରୀୟ ବାଲ୍ହାନନ୍ ତଳଭୂମିସ୍ଥିତ ଜୀତବୃକ୍ଷ ଓ ଡିମିରିବୃକ୍ଷସବୁର ଅଧ୍ୟକ୍ଷ ଓ ଯୋୟାଶ୍ ତୈଳ-ଭଣ୍ତାରର ଅଧ୍ୟକ୍ଷ ଥିଲା ।
|
29. ଆଉ ଶାରୋଣୀୟ ସିଟ୍ରୟ ଶାରୋଣରେ ଚରିବା ପଶୁପଲର ଅଧ୍ୟକ୍ଷ; ପୁଣି ଅଦ୍ଲୟର ପୁତ୍ର ଶାଫଟ୍ ସବୁ ଉପତ୍ୟକାସ୍ଥିତ ପଶୁପଲର ଅଧ୍ୟକ୍ଷ ଥିଲା ।
|
32. ଆହୁରି ଦାଉଦଙ୍କର ପିତୃବ୍ୟ ଯୋନାଥନ ମନ୍ତ୍ରୀ ଥିଲା, ସେ ବିଜ୍ଞ ଓ ଲେଖକ । ଆଉ ଅକ୍ମୋନିର ପୁତ୍ର ଯିହୀୟେଲ ରାଜପୁତ୍ରମାନଙ୍କର ସଙ୍ଗୀ ଥିଲା ।
|
34. ଆଉ ଅହୀତୋଫଲ ଉତ୍ତାରେ ବନାୟର ପୁତ୍ର ଯିହୋୟାଦା ଓ ଅବୀୟାଥର ଥିଲେ; ପୁଣି ଯୋୟାବ ରାଜାଙ୍କ ସୈନ୍ୟର ଅଧିପତି ଥିଲା ।
|