ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିରିମିୟ
1. ସଦାପ୍ରଭୁ ଏହି କଥା କହିଲେ, ତୁମ୍ଭେ ଯାଇ କୁମ୍ଭକାରର ଏକ ମୃତ୍ତିକା ପାତ୍ର କ୍ରୟ କର,ଣଆଉ ଲୋକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ନେଇ,
2. ହାର୍ଶିତ୍ ଦ୍ଵାରର ପ୍ରବେଶ-ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରି ଯାଅ, ଆଉ ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, ତାହା ସେ ସ୍ଥାନରେ ପ୍ରଚାର କର;
3. ଆଉ କୁହ, ହେ ଯିହୁଦାର ରାଜଗଣ ଓ ଯିରୂଶାଲମ ନିବାସୀମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ପ୍ରତି ଅମଙ୍ଗଳ ଘଟାଇବା, ତାହା ଯେ ଶୁଣେ, ତାହାର କର୍ଣ୍ଣ ଶିହରି ଉଠିବ ।
4. କାରଣ ସେମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଏହି ସ୍ଥାନକୁ ପରର ସ୍ଥାନ ବୋଲି ଜ୍ଞାନ କରି ତହିଁ ମଧ୍ୟରେ ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଓ ଯିହୁଦାର ରାଜାମାନେ ଯେଉଁ ଅନ୍ୟ ଦେବଗଣକୁ ଜାଣିଲେ ନାହିଁ, ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇ ଅଛନ୍ତି ଓ ଏହି ସ୍ଥାନକୁ ନିର୍ଦ୍ଦୋଷମାନଙ୍କ ରକ୍ତରେ ପରିପୂର୍ଣ୍ଣ କରିଅଛନ୍ତି ।
5. ପୁଣି, ଆପଣା ପୁତ୍ରଗଣକୁ ହୋମବଳି ରୂପେ ବାଲ୍ଦେବ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ବାଲ୍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି; ତାହା ଆମ୍ଭେ ଆଦେଶ କରି ନାହୁଁ, କି କହି ନାହୁଁ, କିଅବା ଆମ୍ଭ ମନରେ ତାହା ଉଦୟ ହୋଇ ନାହିଁ;
6. ଏହି ନିମନ୍ତେ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଏହି ସ୍ଥାନ ତୋଫତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି ।
7. ପୁଣି, ଆମ୍ଭେ ଏହି ସ୍ଥାନରେ ଯିହୁଦାର ଓ ଯିରୂଶାଲମର ମନ୍ତ୍ରଣା ବ୍ୟର୍ଥ କରିବା; ପୁଣି, ସେମାନଙ୍କ ଶତ୍ରୁଗଣ ସମ୍ମୁଖରେ ଖଡ଼୍‍ଗ ଦ୍ଵାରା ଓ ସେମାନଙ୍କ ପ୍ରାଣ ଅନ୍ଵେଷଣକାରୀମାନଙ୍କ ହସ୍ତ ଦ୍ଵାରା ସେମାନଙ୍କୁ ନିପାତ କରିବା; ଆଉ, ଆମ୍ଭେ ଖେଚର ପକ୍ଷୀଗଣକୁ ଓ ଭୂଚର ପଶୁଗଣକୁ ସେମାନଙ୍କର ଶବ ଖାଦ୍ୟ ନିମନ୍ତେ ଦେବା ।
8. ଆମ୍ଭେ ଏହି ନଗରକୁ ବିସ୍ମୟର ଓ ଶୀସ୍ ଶଦ୍ଦର ପାତ୍ର କରିବା; ଆଉ, ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ତହିଁ ପ୍ରତି ଘଟିତ ସକଳ ଉତ୍ପାତ ସକାଶୁ ବିସ୍ମିତ ହୋଇ ଶୀସ୍ ଶଦ୍ଦ କରିବ ।
9. ଆଉ, ସେମାନଙ୍କର ଶତ୍ରୁମାନେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନେ ସେମାନଙ୍କୁ ଅବରୋଧ କରିବା ଓ ସଙ୍କଟରେ ପକାଇବା ସମୟରେ ଆମ୍ଭେ ସେମାନଙ୍କୁ ଆପଣା ଆପଣା ପୁତ୍ରକନ୍ୟାର ମାଂସ ଭୋଜନ କରାଇବା ଓ ପ୍ରତ୍ୟେକେ ଆପଣା ଆପଣା ମିତ୍ରର ମାଂସ ଖାଇବେ ।
10. ଆଉ, ତୁମ୍ଭେ ତୁମ୍ଭ ସଙ୍ଗୀ ଲୋକମାନଙ୍କ ସାକ୍ଷାତରେ ସେହି ପାତ୍ର ଭାଙ୍ଗି ସେମାନଙ୍କୁ କହିବ,
11. ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଯେପରି କେହି କୁମ୍ଭକାରର ପାତ୍ର ଭାଙ୍ଗି ପକାଇଲେ ତାହା ପୁନର୍ବାର ଯୋଡ଼ାଯାଇ ନ ପାରେ, ଆମ୍ଭେ ସେହିପରି ଏହି ଲୋକମାନଙ୍କୁ ଓ ଏହି ନଗରକୁ ଭାଙ୍ଗି ପକାଇବା; ତହିଁରେ କବରସ୍ଥାନର ଅଭାବ ନୋହିବା ଯାଏ ଲୋକମାନେ ତୋଫତ୍ରେ କବର ଦେବେ ।
12. ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ଯ୍ୟ କରିବା, ଆମ୍ଭେ ଏହି ନଗରକୁ ତୋଫତ୍ ତୁଲ୍ୟ କରିବା ।
13. ତହିଁରେ ଅଶୁଚୀକୃତ ଯିରୂଶାଲମସ୍ଥ ସକଳ ଗୃହ ଓ ଯିହୁଦାର ରାଜଗଣର ଗୃହ, ଅର୍ଥାତ୍, ଯେସକଳ ଗୃହର ଛାତ ଉପରେ ସେମାନେ ଆକାଶମଣ୍ତଳସ୍ଥ ସୈନ୍ୟଗଣର ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇ ଅଛନ୍ତି ଓ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଢାଳିଅଛନ୍ତି, ସେସକଳ ତୋଫତ୍ ସ୍ଥାନ ତୁଲ୍ୟ ହେବ ।
14. ଅନନ୍ତର ସଦାପ୍ରଭୁ ଯିରିମୀୟଙ୍କୁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବା ନିମନ୍ତେ ଯେଉଁ ତୋଫତ୍କୁ ପଠାଇଥିଲେ, ସେ ସେହି ସ୍ଥାନରୁ ଆସିଲେ ଓ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ଠିଆ ହୋଇ ସମସ୍ତ ଲୋକଙ୍କୁ କହିଲେ;
15. ସୈନ୍ୟାଧିପତି ସଦାପ୍ରଭୁ ଓ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେ ଯେ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା; କାରଣ ସେମାନେ ଆମ୍ଭର ବାକ୍ୟରେ ଅବଧାନ ନ କରିବା ପାଇଁ ଆପଣାମାନଙ୍କର ଗ୍ରୀବା ଶକ୍ତ କରିଅଛନ୍ତି ।

Notes

No Verse Added

Total 52 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 19 / 52
ଯିରିମିୟ 19:44
1 ସଦାପ୍ରଭୁ ଏହି କଥା କହିଲେ, ତୁମ୍ଭେ ଯାଇ କୁମ୍ଭକାରର ଏକ ମୃତ୍ତିକା ପାତ୍ର କ୍ରୟ କର,ଣଆଉ ଲୋକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ନେଇ, 2 ହାର୍ଶିତ୍ ଦ୍ଵାରର ପ୍ରବେଶ-ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରି ଯାଅ, ଆଉ ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, ତାହା ସେ ସ୍ଥାନରେ ପ୍ରଚାର କର; 3 ଆଉ କୁହ, ହେ ଯିହୁଦାର ରାଜଗଣ ଓ ଯିରୂଶାଲମ ନିବାସୀମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ପ୍ରତି ଅମଙ୍ଗଳ ଘଟାଇବା, ତାହା ଯେ ଶୁଣେ, ତାହାର କର୍ଣ୍ଣ ଶିହରି ଉଠିବ । 4 କାରଣ ସେମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଏହି ସ୍ଥାନକୁ ପରର ସ୍ଥାନ ବୋଲି ଜ୍ଞାନ କରି ତହିଁ ମଧ୍ୟରେ ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଓ ଯିହୁଦାର ରାଜାମାନେ ଯେଉଁ ଅନ୍ୟ ଦେବଗଣକୁ ଜାଣିଲେ ନାହିଁ, ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇ ଅଛନ୍ତି ଓ ଏହି ସ୍ଥାନକୁ ନିର୍ଦ୍ଦୋଷମାନଙ୍କ ରକ୍ତରେ ପରିପୂର୍ଣ୍ଣ କରିଅଛନ୍ତି । 5 ପୁଣି, ଆପଣା ପୁତ୍ରଗଣକୁ ହୋମବଳି ରୂପେ ବାଲ୍ଦେବ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ବାଲ୍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି; ତାହା ଆମ୍ଭେ ଆଦେଶ କରି ନାହୁଁ, କି କହି ନାହୁଁ, କିଅବା ଆମ୍ଭ ମନରେ ତାହା ଉଦୟ ହୋଇ ନାହିଁ; 6 ଏହି ନିମନ୍ତେ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଏହି ସ୍ଥାନ ତୋଫତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି । 7 ପୁଣି, ଆମ୍ଭେ ଏହି ସ୍ଥାନରେ ଯିହୁଦାର ଓ ଯିରୂଶାଲମର ମନ୍ତ୍ରଣା ବ୍ୟର୍ଥ କରିବା; ପୁଣି, ସେମାନଙ୍କ ଶତ୍ରୁଗଣ ସମ୍ମୁଖରେ ଖଡ଼୍‍ଗ ଦ୍ଵାରା ଓ ସେମାନଙ୍କ ପ୍ରାଣ ଅନ୍ଵେଷଣକାରୀମାନଙ୍କ ହସ୍ତ ଦ୍ଵାରା ସେମାନଙ୍କୁ ନିପାତ କରିବା; ଆଉ, ଆମ୍ଭେ ଖେଚର ପକ୍ଷୀଗଣକୁ ଓ ଭୂଚର ପଶୁଗଣକୁ ସେମାନଙ୍କର ଶବ ଖାଦ୍ୟ ନିମନ୍ତେ ଦେବା । 8 ଆମ୍ଭେ ଏହି ନଗରକୁ ବିସ୍ମୟର ଓ ଶୀସ୍ ଶଦ୍ଦର ପାତ୍ର କରିବା; ଆଉ, ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ତହିଁ ପ୍ରତି ଘଟିତ ସକଳ ଉତ୍ପାତ ସକାଶୁ ବିସ୍ମିତ ହୋଇ ଶୀସ୍ ଶଦ୍ଦ କରିବ । 9 ଆଉ, ସେମାନଙ୍କର ଶତ୍ରୁମାନେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନେ ସେମାନଙ୍କୁ ଅବରୋଧ କରିବା ଓ ସଙ୍କଟରେ ପକାଇବା ସମୟରେ ଆମ୍ଭେ ସେମାନଙ୍କୁ ଆପଣା ଆପଣା ପୁତ୍ରକନ୍ୟାର ମାଂସ ଭୋଜନ କରାଇବା ଓ ପ୍ରତ୍ୟେକେ ଆପଣା ଆପଣା ମିତ୍ରର ମାଂସ ଖାଇବେ । 10 ଆଉ, ତୁମ୍ଭେ ତୁମ୍ଭ ସଙ୍ଗୀ ଲୋକମାନଙ୍କ ସାକ୍ଷାତରେ ସେହି ପାତ୍ର ଭାଙ୍ଗି ସେମାନଙ୍କୁ କହିବ, 11 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଯେପରି କେହି କୁମ୍ଭକାରର ପାତ୍ର ଭାଙ୍ଗି ପକାଇଲେ ତାହା ପୁନର୍ବାର ଯୋଡ଼ାଯାଇ ନ ପାରେ, ଆମ୍ଭେ ସେହିପରି ଏହି ଲୋକମାନଙ୍କୁ ଓ ଏହି ନଗରକୁ ଭାଙ୍ଗି ପକାଇବା; ତହିଁରେ କବରସ୍ଥାନର ଅଭାବ ନୋହିବା ଯାଏ ଲୋକମାନେ ତୋଫତ୍ରେ କବର ଦେବେ । 12 ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ଯ୍ୟ କରିବା, ଆମ୍ଭେ ଏହି ନଗରକୁ ତୋଫତ୍ ତୁଲ୍ୟ କରିବା । 13 ତହିଁରେ ଅଶୁଚୀକୃତ ଯିରୂଶାଲମସ୍ଥ ସକଳ ଗୃହ ଓ ଯିହୁଦାର ରାଜଗଣର ଗୃହ, ଅର୍ଥାତ୍, ଯେସକଳ ଗୃହର ଛାତ ଉପରେ ସେମାନେ ଆକାଶମଣ୍ତଳସ୍ଥ ସୈନ୍ୟଗଣର ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇ ଅଛନ୍ତି ଓ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଢାଳିଅଛନ୍ତି, ସେସକଳ ତୋଫତ୍ ସ୍ଥାନ ତୁଲ୍ୟ ହେବ । 14 ଅନନ୍ତର ସଦାପ୍ରଭୁ ଯିରିମୀୟଙ୍କୁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବା ନିମନ୍ତେ ଯେଉଁ ତୋଫତ୍କୁ ପଠାଇଥିଲେ, ସେ ସେହି ସ୍ଥାନରୁ ଆସିଲେ ଓ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ଠିଆ ହୋଇ ସମସ୍ତ ଲୋକଙ୍କୁ କହିଲେ; 15 ସୈନ୍ୟାଧିପତି ସଦାପ୍ରଭୁ ଓ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେ ଯେ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା; କାରଣ ସେମାନେ ଆମ୍ଭର ବାକ୍ୟରେ ଅବଧାନ ନ କରିବା ପାଇଁ ଆପଣାମାନଙ୍କର ଗ୍ରୀବା ଶକ୍ତ କରିଅଛନ୍ତି ।
Total 52 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 19 / 52
Common Bible Languages
West Indian Languages
×

Alert

×

oriya Letters Keypad References