ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିହୋଶୂୟ
1. ଯିହୁଦା-ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଇଦୋମ-ସୀମା ପାର୍ଶ୍ଵସ୍ଥ ସିନ୍ ପ୍ରାନ୍ତରର ଦକ୍ଷିଣ ଦିଗରେ ଦକ୍ଷିଣ ପ୍ରାନ୍ତଭାଗରେ ଥିଲା ।
2. ପୁଣି ସେମାନଙ୍କ ଦକ୍ଷିଣ ସୀମା ଲବଣ ସମୁଦ୍ରର ପ୍ରାନ୍ତଭାଗ, ଅର୍ଥାତ୍, ଦକ୍ଷିଣ ଦିଗ ଅଭିମୁଖ ଆଖାତଠାରୁ ଗଣ. ୩୪:୩,୪
3. ଦକ୍ଷିଣ ଦିଗରେ ଅକ୍ରବ୍ବୀମ ଘାଟୀ ଦେଇ ସିନ୍ ପର୍ଯ୍ୟନ୍ତ ଗଲା, ପୁଣି ଦକ୍ଷିଣରେ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଉପରକୁ ଉଠିଲା; ତହୁଁ ହିଷ୍ରୋଣ ଦେଇ ଯାଇ ଅଦ୍ଦର ଉପରକୁ ଉଠି କର୍କା ପର୍ଯ୍ୟନ୍ତ ବୁଲିକରି ଗଲା ।
4. ଏଉତ୍ତାରେ ଅସ୍ମୋନକୁ ଯାଇ ମିସର ନଦୀ ପାଖେ ପାଖେ ବାହାରିଗଲା; ସେହି ସୀମାର ପ୍ରାନ୍ତଭାଗ ସମୁଦ୍ର ଥିଲା; ଏହା ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ ।
5. ପୁଣି ପୂର୍ବ ସୀମା ଯର୍ଦ୍ଦନର ପ୍ରା; ପର୍ଯ୍ୟନ୍ତ ଲବଣ ସମୁଦ୍ର ଥିଲା । ପୁଣି ଉତ୍ତର ସୀମା ଯର୍ଦ୍ଦନର ପ୍ରାନ୍ତରେ ସମୁଦ୍ରର ଆଖାତଠାରୁ ଥିଲା
6. ଓ ସେହି ସୀମା ବୈଥଗ୍ଲା ପର୍ଯ୍ୟନ୍ତ ଉଠି ବୈଥ୍ଅରାବାର ଉତ୍ତର ଦେଇ ଗଲା; ତହୁଁ ସେ ସୀମା ରୁବେନ୍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଲା ।
7. ଏଉତ୍ତାରେ ସେହି ସୀମା ଆଖୋର୍ ଉପତ୍ୟକାଠାରୁ ଦବୀର ଆଡ଼କୁ ଗଲା; ଏରୂପେ ନଦୀର ଦକ୍ଷିଣ ପାରିସ୍ଥ ଅଦୁମ୍ମୀମ୍ ଘାଟୀ ସମ୍ମୁଖସ୍ଥ ଗିଲ୍ଗଲ୍ ଆଡ଼କୁ ମୁଖ କରି ଉତ୍ତର ଦିଗକୁ ଗଲା ଓ ଐନ୍-ଶେମଶ୍ ନାମକ ଜଳାଶୟ ଆଡ଼କୁ ଚଳିଲା ଓ ତହିଁର ପ୍ରାନ୍ତଭାଗ ଐନ୍-ରୋଗେଲ୍⇧ ନିକଟରେ ଥିଲା ।
8. ସେ ସୀମା ହିନ୍ନୋମ ପୁତ୍ରର ଉପତ୍ୟକା ଦେଇ ଉଠି ଦକ୍ଷିଣ ଦିଗରେ ଯିବୂଷ ଆଡ଼କୁ ଗଲା, ଏହାକୁ ଯିରୂଶାଲମ କହନ୍ତି; ଏଉତ୍ତାରେ ସେହି ସୀମା ପଶ୍ଚିମରେ ହିନ୍ନୋମ ଉପତ୍ୟକା ସମ୍ମୁଖରେ ରଫାୟିମ ନାମକ ତଳଭୂମିର ଉତ୍ତର ପ୍ରାନ୍ତସ୍ଥିତ ପର୍ବତଶୃଙ୍ଗ ପର୍ଯ୍ୟନ୍ତ ଗଲା ।
9. ଏଉତ୍ତାରେ ସେହି ସୀମା ସେହି ପର୍ବତ ଶୃଙ୍ଗଠାରୁ ନିପ୍ତୋହର ଜଳନିର୍ଝର ପର୍ଯ୍ୟନ୍ତ ବିସ୍ତୃତ ହେଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡ଼କୁ ଗଲା; ପୁଣି ସେ ସୀମା କିରୀୟାଥ୍ ଯିୟାରୀମ୍ ନାମରେ ପ୍ରସିଦ୍ଧ ବାଲା ପର୍ଯ୍ୟନ୍ତ ବିସ୍ତୃତ ହେଲା ।
10. ତହୁଁ ସେ ସୀମା ବାଲାଠାରୁ ସେୟୀର ପର୍ବତ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ବୁଲିକରି ବସାଲୋନ ନାମରେ ପ୍ରସିଦ୍ଧ ଯିୟାରୀମ ପର୍ବତର ଉତ୍ତର ପାର୍ଶ୍ଵ ପର୍ଯ୍ୟନ୍ତ ଗଲା; ତହୁଁ ତାହା ବୈଥ୍ଶେମଶରେ ପଡ଼ି ତିମ୍ନା ପର୍ଯ୍ୟନ୍ତ ଗଲା ।
11. ପୁଣି ସେ ସୀମା ଇକ୍ରୋଣର ଉତ୍ତରପାର୍ଶ୍ଵ ପର୍ଯ୍ୟନ୍ତ ଗଲା; ତହୁଁ ସେ ସୀମା ଶକ୍କେରୋନ୍ ପର୍ଯ୍ୟନ୍ତ ବିସ୍ତୃତ ହେଲା ଓ ବାଲା ପର୍ବତରେ ପଡ଼ି ଯବ୍ନିୟେଲକୁ ଗଲା; ସେହି ସୀମାର ପ୍ରାନ୍ତଭାଗ ସମୁଦ୍ରରେ ଥିଲା ।
12. ପୁଣି ପଶ୍ଚିମ ସୀମା ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ ଥିଲା; ଆପଣା ଆପଣା ବଂଶାନୁସାରେ ଯିହୁଦା ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ସୀମା ଏହି ।
13. ଅନନ୍ତର ଯିହୋଶୂୟଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଯିହୁଦା-ସନ୍ତାନଗଣ ମଧ୍ୟରେ ଯିଫୁନ୍ନିର ପୁତ୍ର କାଲେବ୍ଙ୍କର ଭାଗ ନିମନ୍ତେ ହିବ୍ରୋଣ ନାମରେ ପ୍ରସିଦ୍ଧ କିରୀୟଥର୍ବ ଦେଲେ, ଅର୍ବ ଅନାକର ପିତା ଥିଲା ।
14. ପୁଣି କାଲେବ୍ ସେଠାରୁ ଅନାକର ବଂଶ ଶେଶୟ ଓ ଅହୀମାନ୍ ଓ ତଲ୍ମୟ ନାମକ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ ।
15. ଏଉତ୍ତାରେ ସେଠାରୁ ଦବୀର ନିବାସୀମାନଙ୍କ ବିରୁଦ୍ଧରେ ଗମନ କଲେ; ପୂର୍ବକାଳରେ ସେହି ଦବୀର କିରୀୟଥ୍-ସେଫର ନାମରେ ବିଖ୍ୟାତ ଥିଲା ।
16. ସେହି ସମୟରେ କାଲେବ୍ କହିଲେ, ଯେଉଁ ଜନ କିରୀୟଥ୍-ସେଫର ଆକ୍ରମଣ କରି ହସ୍ତଗତ କରିବ, ତାହା ସହିତ ମୁଁ ଆପଣା କନ୍ୟା ଅକ୍ଷାର ବିବାହ ଦେବି ।
17. ତହିଁରେ କାଲେବ୍ର ଭ୍ରାତା କନସର ପୁତ୍ର ଅନିୀୟେଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟା ଅକ୍ଷାର ବିବାହ ଦେଲେ ।
18. ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ତେ କ୍ଷେତ ମାଗିବା ପାଇଁ ସ୍ଵାମୀକି ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ୍ ତାହାକୁ କହିଲେ, ତୁମ୍ଭେ କଅଣ ଚାହଁ?
19. ତହୁଁ ସେ କହିଲା, ଆପଣ ମୋତେ ଏକ ଆଶୀର୍ବାଦ କରନ୍ତୁ; କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇଅଛନ୍ତି, ମଧ୍ୟ ଜଳ ନିର୍ଝର ମୋତେ ଦେଉନ୍ତୁ । ତହିଁରେ ସେ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ ।
20. ଯିହୁଦା-ବଂଶୀୟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ଏହି ସକଳ ଅଧିକାର ।
21. ଦକ୍ଷିଣାଞ୍ଚଳରେ ଇଦୋମ ସୀମା ନିକଟରେ ଯିହୁଦାସନ୍ତାନମାନଙ୍କ ବଂଶର ପ୍ରାନ୍ତଭାଗସ୍ଥ ଏସବୁ ନଗର ଥିଲା, କବସେଲ ଓ ଏଦର ଓ ଯାଗୁର
22. ଓ କୀନା ଓ ଦୀମୋନା ଓ ଅଦାଦା
23. ଓ କେଦଶ୍ ଓ ହାତ୍ସୋର ଓ ଯିନିନ୍;
24. ସୀଫ୍ ଓ ଟେଲମ୍ ଓ ବାଲୋତ୍
25. ଓ ହାତ୍ସୋର-ହଦତ୍ତା ଓ କରିୟୋଥ୍-ହିଷ୍ରୋଣ (ଅବା ହାତ୍ସୋରନ୍ତ)
26. ଅମାମ୍ ଓ ଶମା ଓ ମେଲାଦା
27. ଓ ହତ୍ସର-ଗଦ୍ଦା ଓ ହିଷ୍ମୋନ୍ ଓ ବୈଥ୍ପେଲଟ
28. ଓ ହତ୍ସର-ଶିୟାଲ ଓ ବେରଶେବା ଓ ବିଷିୟୋଥିୟା;
29. ବାଲା ଓ ଇୟୀମ୍ ଓ ଏତ୍ସମ୍;
30. ଇଲତୋଲଦ୍ ଓ କସୀଲ ଓ ହର୍ମା
31. ଓ ସିକ୍ଲଗ୍ ଓ ମଦ୍ମନ୍ନା ଓ ସନ୍ସନ୍ନା
32. ଓ ଲବାୟୋତ୍ ଓ ଶିଲହୀମ୍ ଓ ଐନ୍ ଓ ରିମ୍ମୋନ୍; ଗ୍ରାମ ସମେତ ସର୍ବସୁଦ୍ଧା ଊଣତିରିଶ ନଗର ।
33. ତଳଭୂମିରେ ଇଷ୍ଟାୟୋଲ ଓ ସରୀୟ ଓ ଅସ୍ନା
34. ଓ ସାନୋହ ଓ ଐନ୍ଗନ୍ନୀମ ଓ ତପୂହ ଓ ଐନମ୍;
35. ଯର୍ମୂତ୍ ଓ ଅଦୁଲ୍ଲମ୍, ସୋଖୋ ଓ ଅସେକା
36. ଓ ଶାରୟିମ୍ ଓ ଅଦୀଥୟିମ୍ ଓ ଗଦେରା ଓ ଗଦେରୋଥୟିମ୍; ଗ୍ରାମ ସମେତ ଏହି ଚଉଦ ନଗର ।
37. ସନାନ୍ ଓ ହଦାଶା ଓ ମିଗ୍ଦଲଗାଦ
38. ଓ ଦିଲୀୟନ୍ ଓ ମିସ୍ପୀ ଓ ଯକ୍ତେଲ;
39. ଲାଖୀଶ୍ ଓ ବସ୍କତ୍ ଓ ଇଗ୍ଲୋନ୍;
40. କବ୍ବୋନ୍ ଓ ଲହମମ ଓ କିତୀଶ୍
41. ଓ ଗଦେରୋତ୍, ବୈଥ୍-ଦାଗୋନ୍ ଓ ନୟମା ଓ ମକ୍କେଦା, ଗ୍ରାମ ସମେତ ଏହି ଷୋଅଳ ନଗର ।
42. ଲିବ୍ନା ଓ ଏଥର୍ ଓ ଅଶନ୍
43. ଓ ଯିପ୍ତହ ଓ ଅସ୍ନା ଓ ନତ୍ସୀବ୍;
44. କିୟୀଲା ଓ ଅକ୍ଷୀବ ଓ ମାରେଶା; ଗ୍ରାମ ସମେତ ନଅ ନଗର ।
45. ଇକ୍ରୋଣ, ତହିଁର ଉପନଗର ଓ ଗ୍ରାମମାନ;
46. ଇକ୍ରୋଣଠାରୁ ସମୁଦ୍ର ପର୍ଯ୍ୟନ୍ତ ଅସଦୋଦ୍ ନିକଟସ୍ଥିତ ସମସ୍ତ ସ୍ଥାନ ଓ ଗ୍ରାମ ।
47. ଅସଦୋଦ, ତହିଁର ଉପନଗର ଓ ଗ୍ରାମମାନ; ଘସା, ତହିଁର ଉପନଗର ଓ ଗ୍ରାମମାନ; ମିସର ନଦୀ ଓ ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ ।
48. ପର୍ବତମୟ ଦେଶରେ ଶାମୀର ଓ ଯତ୍ତୀର ଓ ସୋଖୋ;
49. ପୁଣି ଦନ୍ନା ଓ କିରୀୟଥ୍-ସନ୍ନା (ଏହାକୁ ଦବୀର କହନ୍ତି)
50. ଓ ଅନାବ୍ ଓ ଇଷ୍ଟିମୋୟ ଓ ଆନୀମ୍
51. ଓ ଗୋଶନ୍ ଓ ହୋଲୋନ୍ ଓ ଗୀଲୋ; ଏହିସବୁ ଗ୍ରାମ ସମେତ ଏଗାର ନଗର ।
52. ଅରାବ୍ ଓ ଦୂମା ଓ ଇଶୀୟନ୍
53. ଓ ଯାନୁମ୍ ଓ ବୈତ୍ତପୂହ ଓ ଅଫେକା
54. ଓ ହୁମ୍ଟା ଓ କିରୀୟଥର୍ବ (ଏହାକୁ ହିବ୍ରୋଣ କହନ୍ତି) ଓ ସୀୟୋର, ଏସବୁ ଗ୍ରାମ ସମେତ ନଅ ନଗର ।
55. ମାୟୋନ୍, କର୍ମିଲ ଓ ସୀପ୍ ଓ ଯୁଟା
56. ଓ ଯିଷ୍ରୀୟେଲ ଓ ଯଗ୍ଦୀୟାମ୍ ଓ ସାନୋହ;
57. କୟିନ ଓ ଗିବୀୟା ଓ ତିମ୍ନା; ଏସବୁ ଗ୍ରାମ ସମେତ ଦଶ ନଗର ।
58. ହଲହୁଲ ଓ ବୈଥ୍ସୁର ଓ ଗଦୋର
59. ଓ ମାରତ୍ ଓ ବୈଥନୋତ୍ ଓ ଇଲ୍ତକୋନ; ଏସବୁ ଗ୍ରାମ ସମେତ ଛଅ ନଗର ।
60. କିରୀୟଥ୍-ବାଲ (ଏହାକୁ କିରୀୟଥ୍-ଯିୟାରୀମ କହନ୍ତି) ଓ ରବ୍ବାନ୍ତଏଥିର ଗ୍ରାମ ସମେତ ଦୁଇ ନଗର ।
61. ପ୍ରାନ୍ତରରେ ବୈଥ୍-ଅରାବା, ମିଦ୍ଦୀନ୍ ଓ ସକାଖା
62. ଓ ନିବ୍ଶନ୍ ଓ ଲବଣ ନଗର ଓ ଐନ୍ଗଦୀ; ଏସବୁ ଗ୍ରାମ ସମେତ ଛଅ ନଗର ।
63. ମାତ୍ର ଯିହୁଦା-ସନ୍ତାନଗଣ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ; ଏହେତୁ ଯିବୂଷୀୟମାନେ ଅଦ୍ୟାବଧି ଯିହୁଦା-ସନ୍ତାନଗଣ ସହିତ ଯିରୂଶାଲମରେ ବାସ କରୁଅଛନ୍ତି ।

Notes

No Verse Added

Total 24 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 15 / 24
ଯିହୋଶୂୟ 15:46
1 ଯିହୁଦା-ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଇଦୋମ-ସୀମା ପାର୍ଶ୍ଵସ୍ଥ ସିନ୍ ପ୍ରାନ୍ତରର ଦକ୍ଷିଣ ଦିଗରେ ଦକ୍ଷିଣ ପ୍ରାନ୍ତଭାଗରେ ଥିଲା । 2 ପୁଣି ସେମାନଙ୍କ ଦକ୍ଷିଣ ସୀମା ଲବଣ ସମୁଦ୍ରର ପ୍ରାନ୍ତଭାଗ, ଅର୍ଥାତ୍, ଦକ୍ଷିଣ ଦିଗ ଅଭିମୁଖ ଆଖାତଠାରୁ ଗଣ. ୩୪:୩,୪ 3 ଦକ୍ଷିଣ ଦିଗରେ ଅକ୍ରବ୍ବୀମ ଘାଟୀ ଦେଇ ସିନ୍ ପର୍ଯ୍ୟନ୍ତ ଗଲା, ପୁଣି ଦକ୍ଷିଣରେ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଉପରକୁ ଉଠିଲା; ତହୁଁ ହିଷ୍ରୋଣ ଦେଇ ଯାଇ ଅଦ୍ଦର ଉପରକୁ ଉଠି କର୍କା ପର୍ଯ୍ୟନ୍ତ ବୁଲିକରି ଗଲା । 4 ଏଉତ୍ତାରେ ଅସ୍ମୋନକୁ ଯାଇ ମିସର ନଦୀ ପାଖେ ପାଖେ ବାହାରିଗଲା; ସେହି ସୀମାର ପ୍ରାନ୍ତଭାଗ ସମୁଦ୍ର ଥିଲା; ଏହା ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ । 5 ପୁଣି ପୂର୍ବ ସୀମା ଯର୍ଦ୍ଦନର ପ୍ରା; ପର୍ଯ୍ୟନ୍ତ ଲବଣ ସମୁଦ୍ର ଥିଲା । ପୁଣି ଉତ୍ତର ସୀମା ଯର୍ଦ୍ଦନର ପ୍ରାନ୍ତରେ ସମୁଦ୍ରର ଆଖାତଠାରୁ ଥିଲା 6 ଓ ସେହି ସୀମା ବୈଥଗ୍ଲା ପର୍ଯ୍ୟନ୍ତ ଉଠି ବୈଥ୍ଅରାବାର ଉତ୍ତର ଦେଇ ଗଲା; ତହୁଁ ସେ ସୀମା ରୁବେନ୍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଲା । 7 ଏଉତ୍ତାରେ ସେହି ସୀମା ଆଖୋର୍ ଉପତ୍ୟକାଠାରୁ ଦବୀର ଆଡ଼କୁ ଗଲା; ଏରୂପେ ନଦୀର ଦକ୍ଷିଣ ପାରିସ୍ଥ ଅଦୁମ୍ମୀମ୍ ଘାଟୀ ସମ୍ମୁଖସ୍ଥ ଗିଲ୍ଗଲ୍ ଆଡ଼କୁ ମୁଖ କରି ଉତ୍ତର ଦିଗକୁ ଗଲା ଓ ଐନ୍-ଶେମଶ୍ ନାମକ ଜଳାଶୟ ଆଡ଼କୁ ଚଳିଲା ଓ ତହିଁର ପ୍ରାନ୍ତଭାଗ ଐନ୍-ରୋଗେଲ୍⇧ ନିକଟରେ ଥିଲା । 8 ସେ ସୀମା ହିନ୍ନୋମ ପୁତ୍ରର ଉପତ୍ୟକା ଦେଇ ଉଠି ଦକ୍ଷିଣ ଦିଗରେ ଯିବୂଷ ଆଡ଼କୁ ଗଲା, ଏହାକୁ ଯିରୂଶାଲମ କହନ୍ତି; ଏଉତ୍ତାରେ ସେହି ସୀମା ପଶ୍ଚିମରେ ହିନ୍ନୋମ ଉପତ୍ୟକା ସମ୍ମୁଖରେ ରଫାୟିମ ନାମକ ତଳଭୂମିର ଉତ୍ତର ପ୍ରାନ୍ତସ୍ଥିତ ପର୍ବତଶୃଙ୍ଗ ପର୍ଯ୍ୟନ୍ତ ଗଲା । 9 ଏଉତ୍ତାରେ ସେହି ସୀମା ସେହି ପର୍ବତ ଶୃଙ୍ଗଠାରୁ ନିପ୍ତୋହର ଜଳନିର୍ଝର ପର୍ଯ୍ୟନ୍ତ ବିସ୍ତୃତ ହେଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡ଼କୁ ଗଲା; ପୁଣି ସେ ସୀମା କିରୀୟାଥ୍ ଯିୟାରୀମ୍ ନାମରେ ପ୍ରସିଦ୍ଧ ବାଲା ପର୍ଯ୍ୟନ୍ତ ବିସ୍ତୃତ ହେଲା । 10 ତହୁଁ ସେ ସୀମା ବାଲାଠାରୁ ସେୟୀର ପର୍ବତ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ବୁଲିକରି ବସାଲୋନ ନାମରେ ପ୍ରସିଦ୍ଧ ଯିୟାରୀମ ପର୍ବତର ଉତ୍ତର ପାର୍ଶ୍ଵ ପର୍ଯ୍ୟନ୍ତ ଗଲା; ତହୁଁ ତାହା ବୈଥ୍ଶେମଶରେ ପଡ଼ି ତିମ୍ନା ପର୍ଯ୍ୟନ୍ତ ଗଲା । 11 ପୁଣି ସେ ସୀମା ଇକ୍ରୋଣର ଉତ୍ତରପାର୍ଶ୍ଵ ପର୍ଯ୍ୟନ୍ତ ଗଲା; ତହୁଁ ସେ ସୀମା ଶକ୍କେରୋନ୍ ପର୍ଯ୍ୟନ୍ତ ବିସ୍ତୃତ ହେଲା ଓ ବାଲା ପର୍ବତରେ ପଡ଼ି ଯବ୍ନିୟେଲକୁ ଗଲା; ସେହି ସୀମାର ପ୍ରାନ୍ତଭାଗ ସମୁଦ୍ରରେ ଥିଲା । 12 ପୁଣି ପଶ୍ଚିମ ସୀମା ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ ଥିଲା; ଆପଣା ଆପଣା ବଂଶାନୁସାରେ ଯିହୁଦା ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ସୀମା ଏହି । 13 ଅନନ୍ତର ଯିହୋଶୂୟଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଯିହୁଦା-ସନ୍ତାନଗଣ ମଧ୍ୟରେ ଯିଫୁନ୍ନିର ପୁତ୍ର କାଲେବ୍ଙ୍କର ଭାଗ ନିମନ୍ତେ ହିବ୍ରୋଣ ନାମରେ ପ୍ରସିଦ୍ଧ କିରୀୟଥର୍ବ ଦେଲେ, ଅର୍ବ ଅନାକର ପିତା ଥିଲା । 14 ପୁଣି କାଲେବ୍ ସେଠାରୁ ଅନାକର ବଂଶ ଶେଶୟ ଓ ଅହୀମାନ୍ ଓ ତଲ୍ମୟ ନାମକ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ । 15 ଏଉତ୍ତାରେ ସେଠାରୁ ଦବୀର ନିବାସୀମାନଙ୍କ ବିରୁଦ୍ଧରେ ଗମନ କଲେ; ପୂର୍ବକାଳରେ ସେହି ଦବୀର କିରୀୟଥ୍-ସେଫର ନାମରେ ବିଖ୍ୟାତ ଥିଲା । 16 ସେହି ସମୟରେ କାଲେବ୍ କହିଲେ, ଯେଉଁ ଜନ କିରୀୟଥ୍-ସେଫର ଆକ୍ରମଣ କରି ହସ୍ତଗତ କରିବ, ତାହା ସହିତ ମୁଁ ଆପଣା କନ୍ୟା ଅକ୍ଷାର ବିବାହ ଦେବି । 17 ତହିଁରେ କାଲେବ୍ର ଭ୍ରାତା କନସର ପୁତ୍ର ଅନିୀୟେଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟା ଅକ୍ଷାର ବିବାହ ଦେଲେ । 18 ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ତେ କ୍ଷେତ ମାଗିବା ପାଇଁ ସ୍ଵାମୀକି ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ୍ ତାହାକୁ କହିଲେ, ତୁମ୍ଭେ କଅଣ ଚାହଁ? 19 ତହୁଁ ସେ କହିଲା, ଆପଣ ମୋତେ ଏକ ଆଶୀର୍ବାଦ କରନ୍ତୁ; କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇଅଛନ୍ତି, ମଧ୍ୟ ଜଳ ନିର୍ଝର ମୋତେ ଦେଉନ୍ତୁ । ତହିଁରେ ସେ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ । 20 ଯିହୁଦା-ବଂଶୀୟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ଏହି ସକଳ ଅଧିକାର । 21 ଦକ୍ଷିଣାଞ୍ଚଳରେ ଇଦୋମ ସୀମା ନିକଟରେ ଯିହୁଦାସନ୍ତାନମାନଙ୍କ ବଂଶର ପ୍ରାନ୍ତଭାଗସ୍ଥ ଏସବୁ ନଗର ଥିଲା, କବସେଲ ଓ ଏଦର ଓ ଯାଗୁର 22 ଓ କୀନା ଓ ଦୀମୋନା ଓ ଅଦାଦା 23 ଓ କେଦଶ୍ ଓ ହାତ୍ସୋର ଓ ଯିନିନ୍; 24 ସୀଫ୍ ଓ ଟେଲମ୍ ଓ ବାଲୋତ୍ 25 ଓ ହାତ୍ସୋର-ହଦତ୍ତା ଓ କରିୟୋଥ୍-ହିଷ୍ରୋଣ (ଅବା ହାତ୍ସୋରନ୍ତ) 26 ଅମାମ୍ ଓ ଶମା ଓ ମେଲାଦା 27 ଓ ହତ୍ସର-ଗଦ୍ଦା ଓ ହିଷ୍ମୋନ୍ ଓ ବୈଥ୍ପେଲଟ 28 ଓ ହତ୍ସର-ଶିୟାଲ ଓ ବେରଶେବା ଓ ବିଷିୟୋଥିୟା; 29 ବାଲା ଓ ଇୟୀମ୍ ଓ ଏତ୍ସମ୍; 30 ଇଲତୋଲଦ୍ ଓ କସୀଲ ଓ ହର୍ମା 31 ଓ ସିକ୍ଲଗ୍ ଓ ମଦ୍ମନ୍ନା ଓ ସନ୍ସନ୍ନା 32 ଓ ଲବାୟୋତ୍ ଓ ଶିଲହୀମ୍ ଓ ଐନ୍ ଓ ରିମ୍ମୋନ୍; ଗ୍ରାମ ସମେତ ସର୍ବସୁଦ୍ଧା ଊଣତିରିଶ ନଗର । 33 ତଳଭୂମିରେ ଇଷ୍ଟାୟୋଲ ଓ ସରୀୟ ଓ ଅସ୍ନା 34 ଓ ସାନୋହ ଓ ଐନ୍ଗନ୍ନୀମ ଓ ତପୂହ ଓ ଐନମ୍; 35 ଯର୍ମୂତ୍ ଓ ଅଦୁଲ୍ଲମ୍, ସୋଖୋ ଓ ଅସେକା 36 ଓ ଶାରୟିମ୍ ଓ ଅଦୀଥୟିମ୍ ଓ ଗଦେରା ଓ ଗଦେରୋଥୟିମ୍; ଗ୍ରାମ ସମେତ ଏହି ଚଉଦ ନଗର । 37 ସନାନ୍ ଓ ହଦାଶା ଓ ମିଗ୍ଦଲଗାଦ 38 ଓ ଦିଲୀୟନ୍ ଓ ମିସ୍ପୀ ଓ ଯକ୍ତେଲ; 39 ଲାଖୀଶ୍ ଓ ବସ୍କତ୍ ଓ ଇଗ୍ଲୋନ୍; 40 କବ୍ବୋନ୍ ଓ ଲହମମ ଓ କିତୀଶ୍ 41 ଓ ଗଦେରୋତ୍, ବୈଥ୍-ଦାଗୋନ୍ ଓ ନୟମା ଓ ମକ୍କେଦା, ଗ୍ରାମ ସମେତ ଏହି ଷୋଅଳ ନଗର । 42 ଲିବ୍ନା ଓ ଏଥର୍ ଓ ଅଶନ୍ 43 ଓ ଯିପ୍ତହ ଓ ଅସ୍ନା ଓ ନତ୍ସୀବ୍; 44 କିୟୀଲା ଓ ଅକ୍ଷୀବ ଓ ମାରେଶା; ଗ୍ରାମ ସମେତ ନଅ ନଗର । 45 ଇକ୍ରୋଣ, ତହିଁର ଉପନଗର ଓ ଗ୍ରାମମାନ; 46 ଇକ୍ରୋଣଠାରୁ ସମୁଦ୍ର ପର୍ଯ୍ୟନ୍ତ ଅସଦୋଦ୍ ନିକଟସ୍ଥିତ ସମସ୍ତ ସ୍ଥାନ ଓ ଗ୍ରାମ । 47 ଅସଦୋଦ, ତହିଁର ଉପନଗର ଓ ଗ୍ରାମମାନ; ଘସା, ତହିଁର ଉପନଗର ଓ ଗ୍ରାମମାନ; ମିସର ନଦୀ ଓ ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ । 48 ପର୍ବତମୟ ଦେଶରେ ଶାମୀର ଓ ଯତ୍ତୀର ଓ ସୋଖୋ; 49 ପୁଣି ଦନ୍ନା ଓ କିରୀୟଥ୍-ସନ୍ନା (ଏହାକୁ ଦବୀର କହନ୍ତି) 50 ଓ ଅନାବ୍ ଓ ଇଷ୍ଟିମୋୟ ଓ ଆନୀମ୍ 51 ଓ ଗୋଶନ୍ ଓ ହୋଲୋନ୍ ଓ ଗୀଲୋ; ଏହିସବୁ ଗ୍ରାମ ସମେତ ଏଗାର ନଗର । 52 ଅରାବ୍ ଓ ଦୂମା ଓ ଇଶୀୟନ୍ 53 ଓ ଯାନୁମ୍ ଓ ବୈତ୍ତପୂହ ଓ ଅଫେକା 54 ଓ ହୁମ୍ଟା ଓ କିରୀୟଥର୍ବ (ଏହାକୁ ହିବ୍ରୋଣ କହନ୍ତି) ଓ ସୀୟୋର, ଏସବୁ ଗ୍ରାମ ସମେତ ନଅ ନଗର । 55 ମାୟୋନ୍, କର୍ମିଲ ଓ ସୀପ୍ ଓ ଯୁଟା 56 ଓ ଯିଷ୍ରୀୟେଲ ଓ ଯଗ୍ଦୀୟାମ୍ ଓ ସାନୋହ; 57 କୟିନ ଓ ଗିବୀୟା ଓ ତିମ୍ନା; ଏସବୁ ଗ୍ରାମ ସମେତ ଦଶ ନଗର । 58 ହଲହୁଲ ଓ ବୈଥ୍ସୁର ଓ ଗଦୋର 59 ଓ ମାରତ୍ ଓ ବୈଥନୋତ୍ ଓ ଇଲ୍ତକୋନ; ଏସବୁ ଗ୍ରାମ ସମେତ ଛଅ ନଗର । 60 କିରୀୟଥ୍-ବାଲ (ଏହାକୁ କିରୀୟଥ୍-ଯିୟାରୀମ କହନ୍ତି) ଓ ରବ୍ବାନ୍ତଏଥିର ଗ୍ରାମ ସମେତ ଦୁଇ ନଗର । 61 ପ୍ରାନ୍ତରରେ ବୈଥ୍-ଅରାବା, ମିଦ୍ଦୀନ୍ ଓ ସକାଖା 62 ଓ ନିବ୍ଶନ୍ ଓ ଲବଣ ନଗର ଓ ଐନ୍ଗଦୀ; ଏସବୁ ଗ୍ରାମ ସମେତ ଛଅ ନଗର । 63 ମାତ୍ର ଯିହୁଦା-ସନ୍ତାନଗଣ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ; ଏହେତୁ ଯିବୂଷୀୟମାନେ ଅଦ୍ୟାବଧି ଯିହୁଦା-ସନ୍ତାନଗଣ ସହିତ ଯିରୂଶାଲମରେ ବାସ କରୁଅଛନ୍ତି ।
Total 24 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 15 / 24
Common Bible Languages
West Indian Languages
×

Alert

×

oriya Letters Keypad References