ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ହୋଶେୟ
1. ଅନନ୍ତର ସଦାପ୍ରଭୁ ଆମ୍ଭକୁ କହିଲେ, ଇସ୍ରାଏଲ-ସନ୍ତାନଗଣ ଅନ୍ୟ ଦେବଗଣର ପ୍ରତି ଫେରିଲେଣହେଁ ଓ ଦ୍ରାକ୍ଷାଚକ୍ତି ଭଲ ପାଇଲେ ହେଁ ସଦାପ୍ରଭୁ ଯେପରି ସେମାନଙ୍କୁ ପ୍ରେମ କରନ୍ତି, ସେପରି ତୁମ୍ଭେ ପୁନଶ୍ଚ ଯାଇ ଆପଣା ମିତ୍ରର ପ୍ରିୟତମା ଅଥଚ ବ୍ୟଭିଚାରିଣୀ ଏକ ସ୍ତ୍ରୀକୁ ପ୍ରେମ କର ।
2. ତହିଁରେ ମୁଁ ପନ୍ଦର ରୌପ୍ୟ ମୁଦ୍ରା ଓ ଏକ ହୋମର ଓ ଅର୍ଦ୍ଧ ହୋମର ଯବ ଦେଇ ସେ ସ୍ତ୍ରୀକୁ କିଣିଲି;
3. ଆଉ, ମୁଁ ତାହାକୁ କହିଲି, ତୁମ୍ଭେ ଅନେକ ଦିନ ପର୍ଯ୍ୟନ୍ତ ମୋʼ ନିମନ୍ତେ ରହିବ; ତୁମ୍ଭେ ବେଶ୍ୟାବୃତ୍ତି କରିବ ନାହିଁ ଓ ତୁମ୍ଭେ ଅନ୍ୟ କୌଣସି ପୁରୁଷର ଭାର୍ଯ୍ୟା ହେବ ନାହିଁ ଓ ମୁଁ ମଧ୍ୟ ତୁମ୍ଭ ପ୍ରତି ତଦ୍ରୂପ ବ୍ୟବହାର କରିବି ।
4. କାରଣ ଇସ୍ରାଏଲ-ସନ୍ତାନଗଣ ଅନେକ ଦିନ ପର୍ଯ୍ୟନ୍ତ ରାଜହୀନ, ଅଧିପତିହୀନ, ଯଜ୍ଞହୀନ, ସ୍ତମ୍ଭହୀନ ଓ ଏଫୋଦ ଅବା ଠାକୁରହୀନ ହୋଇ ରହିବେ;
5. ତହିଁ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଫେରି ଆସିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କୁ ଓ ଆପଣାମାନଙ୍କର ରାଜା ଦାଉଦଙ୍କୁ ଅନ୍ଵେଷଣ କରିବେ; ଆଉ, ଶେଷ କାଳରେ ସେମାନେ ଭୟଯୁକ୍ତ ହୋଇ ସଦାପ୍ରଭୁଙ୍କ ନିକଟକୁ ଓ ତାହାଙ୍କ ଅନୁଗ୍ରହର ନିକଟକୁ ଆସିବେ ।
Total 14 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 3 / 14
1 2 3 4 5 6 7 8 9 10 11 12 13 14
1 ଅନନ୍ତର ସଦାପ୍ରଭୁ ଆମ୍ଭକୁ କହିଲେ, ଇସ୍ରାଏଲ-ସନ୍ତାନଗଣ ଅନ୍ୟ ଦେବଗଣର ପ୍ରତି ଫେରିଲେଣହେଁ ଓ ଦ୍ରାକ୍ଷାଚକ୍ତି ଭଲ ପାଇଲେ ହେଁ ସଦାପ୍ରଭୁ ଯେପରି ସେମାନଙ୍କୁ ପ୍ରେମ କରନ୍ତି, ସେପରି ତୁମ୍ଭେ ପୁନଶ୍ଚ ଯାଇ ଆପଣା ମିତ୍ରର ପ୍ରିୟତମା ଅଥଚ ବ୍ୟଭିଚାରିଣୀ ଏକ ସ୍ତ୍ରୀକୁ ପ୍ରେମ କର । 2 ତହିଁରେ ମୁଁ ପନ୍ଦର ରୌପ୍ୟ ମୁଦ୍ରା ଓ ଏକ ହୋମର ଓ ଅର୍ଦ୍ଧ ହୋମର ଯବ ଦେଇ ସେ ସ୍ତ୍ରୀକୁ କିଣିଲି; 3 ଆଉ, ମୁଁ ତାହାକୁ କହିଲି, ତୁମ୍ଭେ ଅନେକ ଦିନ ପର୍ଯ୍ୟନ୍ତ ମୋʼ ନିମନ୍ତେ ରହିବ; ତୁମ୍ଭେ ବେଶ୍ୟାବୃତ୍ତି କରିବ ନାହିଁ ଓ ତୁମ୍ଭେ ଅନ୍ୟ କୌଣସି ପୁରୁଷର ଭାର୍ଯ୍ୟା ହେବ ନାହିଁ ଓ ମୁଁ ମଧ୍ୟ ତୁମ୍ଭ ପ୍ରତି ତଦ୍ରୂପ ବ୍ୟବହାର କରିବି । 4 କାରଣ ଇସ୍ରାଏଲ-ସନ୍ତାନଗଣ ଅନେକ ଦିନ ପର୍ଯ୍ୟନ୍ତ ରାଜହୀନ, ଅଧିପତିହୀନ, ଯଜ୍ଞହୀନ, ସ୍ତମ୍ଭହୀନ ଓ ଏଫୋଦ ଅବା ଠାକୁରହୀନ ହୋଇ ରହିବେ; 5 ତହିଁ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଫେରି ଆସିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କୁ ଓ ଆପଣାମାନଙ୍କର ରାଜା ଦାଉଦଙ୍କୁ ଅନ୍ଵେଷଣ କରିବେ; ଆଉ, ଶେଷ କାଳରେ ସେମାନେ ଭୟଯୁକ୍ତ ହୋଇ ସଦାପ୍ରଭୁଙ୍କ ନିକଟକୁ ଓ ତାହାଙ୍କ ଅନୁଗ୍ରହର ନିକଟକୁ ଆସିବେ ।
Total 14 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 3 / 14
1 2 3 4 5 6 7 8 9 10 11 12 13 14
×

Alert

×

Oriya Letters Keypad References