ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିହିଜିକଲ
1. ଅନନ୍ତର ସେ ମୋତେ ମନ୍ଦିର ନିକଟକୁ ଆଣି ତହିଁର ଉପସ୍ତମ୍ଭ ସକଳ ମାପିଲେ, ସେ ଉପସ୍ତମ୍ଭର ପ୍ରସାର ଏପାଖରେ ଛଅ ହାତ, ସେପାଖରେ ଛଅ ହାତ ଥିଲା, ତମ୍ଵୁର ପ୍ରସ୍ଥ ହିଁ ଏତିକି ।
2. ପୁଣି, ପ୍ରବେଶ-ସ୍ଥାନର ପ୍ରସ୍ଥ ଦଶ ହାତ ଓ ସେହି ପ୍ରବେଶ-ସ୍ଥାନର ପାର୍ଶ୍ଵ ଏପାଖେ ପାଞ୍ଚ ହାତ ଓ ସେପାଖେ ପାଞ୍ଚ ହାତ ଥିଲା; ଆଉ, ସେ ତହିଁର ଦୀର୍ଘତା ଚାଳିଶ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ ।
3. ତେବେ ସେ ଭିତରକୁ ଯାଇ ପ୍ରବେଶ-ସ୍ଥାନର ଉପସ୍ତମ୍ଭ, ପ୍ରତ୍ୟେକ ଦୁଇ ହାତ ଲେଖାଏଁ ଓ ପ୍ରବେଶ-ସ୍ଥାନ ଛଅ ହାତ; ଆଉ, ପ୍ରବେଶ-ସ୍ଥାନର ପ୍ରସ୍ଥ ସାତ ହାତ ମାପିଲେ ।
4. ପୁଣି, ସେ ତହିଁର ଦୀର୍ଘତା କୋଡ଼ିଏ ହାତ ଓ ମନ୍ଦିର ସମ୍ମୁଖରେ ତହିଁର ପ୍ରସ୍ଥ କୋଡ଼ିଏ ହାତ ମାପିଲେନ୍ତ ଆଉ, ସେ ମୋତେ କହିଲେ, ଏହା ମହାପବିତ୍ର ସ୍ଥାନ ଅଟେ ।
5. ତହୁଁ ସେ ଗୃହର କାନ୍ଥ ଛଅ ହାତ ଓ ଗୃହର ଚତୁର୍ଦ୍ଦିଗସ୍ଥିତ ପାର୍ଶ୍ଵସ୍ଥ ପ୍ରତ୍ୟେକ କୋଠରିର ପ୍ରସ୍ଥ ଚାରି ହାତ ଲେଖାଏଁ ମାପିଲେ ।
6. ପୁଣି, ଏକ ମହଲା ଉପରେ ଅନ୍ୟ ମହଲା, ଏହିରୂପେ ପାର୍ଶ୍ଵସ୍ଥ କୋଠରିସକଳ ତିନି ମହଲା ଓ ଏକ ଏକ ଶ୍ରେଣୀରେ ତିରିଶ କୋଠରି ଥିଲା; ଆଉ, ପାର୍ଶ୍ଵସ୍ଥ କୋଠରିସକଳ ନିମନ୍ତେ ଗୃହର ଚାରିଆଡ଼େ ଭିତ୍ତି ଥିଲା; କୋଠରିସକଳ ତହିଁ ଉପରେ ନିର୍ଭର କଲା, ଗୃହର କାନ୍ଥ ଉପରେ ନିର୍ଭର କଲା ନାହିଁ ।
7. ପୁଣି, ପାର୍ଶ୍ଵସ୍ଥ କୋଠରିସକଳ ଉଚ୍ଚତାରେ ଗୃହକୁ ବେଷ୍ଟନ କରୁ କରୁ ଅଧିକ ଅଧିକ ପ୍ରଶସ୍ତ ହେଲା; କାରଣ ଗୃହର ବେଷ୍ଟନ ଚତୁର୍ଦ୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା; ଏଥିପାଇଁ ଉଚ୍ଚତାର ଅନୁକ୍ରମେ ଗୃହ ଆହୁରି ଆହୁରି ପ୍ରଶସ୍ତ ହେଲା ଓ ନିମ୍ନତମ କୋଠରିରୁ ଉଚ୍ଚତମ କୋଠରିକୁ ଯିବାର ପଥ ମଧ୍ୟମ କୋଠରି ଦେଇ ଗଲା ।
8. ଆହୁରି, ମୁଁ ଦେଖିଲି ଯେ, ଗୃହର ଚତୁର୍ଦ୍ଦିଗରେ ଉଚ୍ଚୀକୃତ ମେଜ୍ୟା ଥିଲା; ପାର୍ଶ୍ଵସ୍ଥ କୋଠରିସକଳର ଭିତ୍ତିମୂଳ ଛଅ ହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା ।
9. ବାହାର ଭାଗରେ ପାର୍ଶ୍ଵସ୍ଥ କୋଠରିସକଳର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା ଓ ଅବଶିଷ୍ଟ ଯେଉଁ ସ୍ଥାନ ରହିଲା, ତାହା ଗୃହର ପାର୍ଶ୍ଵସ୍ଥ କୋଠରିର ସ୍ଥାନ ଥିଲା ।
10. କୋଠରିସକଳର ମଧ୍ୟରେ ଗୃହର ଚାରିଆଡ଼େ କୋଡ଼ିଏ ହାତ ପ୍ରସ୍ଥ ସ୍ଥାନ ଥିଲା ।
11. ପୁଣି, ପାର୍ଶ୍ଵସ୍ଥ କୋଠରିସକଳର ଦ୍ଵାର ସେହି ଅବଶିଷ୍ଟ ସ୍ଥାନ ଆଡ଼େ ଥିଲା, ଗୋଟିଏ ଦ୍ଵାର ଉତ୍ତର ଆଡ଼େ ଓ ଅନ୍ୟ ଦ୍ଵାର ଦକ୍ଷିଣ ଆଡ଼େ ଥିଲା; ଆଉ, ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗରେ ପାଞ୍ଚ ହାତ ଥିଲା ।
12. ପୁଣି, ପଶ୍ଚିମ ଦିଗସ୍ଥ ପୃଥକ୍ ସ୍ଥାନର ସମ୍ମୁଖବର୍ତ୍ତୀ ଗୃହ ସତୁରି ହାତ ପ୍ରସ୍ଥ ଥିଲା ଓ ଚତୁର୍ଦ୍ଦିଗରେ ସେହି ଗୃହର କାନ୍ଥ ପାଞ୍ଚ ହାତ ଓ ତହିଁର ଦୀର୍ଘତା ନବେ ହାତ ଥିଲା ।
13. ଏହିରୂପେ ସେ ଗୃହର ଦୀର୍ଘତା ଶହେ ହାତ ଓ ପୃଥକ୍ ସ୍ଥାନ, ଆଉ ତହିଁର ଗୃହ ଓ ତହିଁର କାନ୍ଥର ଦୀର୍ଘତା ଶହେ ହାତ ମାପିଲେ।
14. ଆହୁରି, ପୂର୍ବଦିଗରେ ଗୃହର ଓ ପୃଥକ୍ ସ୍ଥାନର ଅଗ୍ରଭାଗ ଶହେ ହାତ ମାପିଲେ ।
15. ଅନନ୍ତର ପୃଥକ୍ ସ୍ଥାନର ସମ୍ମୁଖସ୍ଥିତ ଗୃହର ଦୀର୍ଘତା, ଅର୍ଥାତ୍, ତାହାର ପଶ୍ଚାତ୍ ଭାଗରେ ଯାହା ଥିଲା, ତାହା ଓ ଏପାଖେ ସେପାଖେ ତହିଁର ଅପ୍ରଶସ୍ତ ବରଣ୍ତା ଶହେ ହାତ ମାପିଲେ; ଆଉ, ଭିତର ମନ୍ଦିର ଓ ପ୍ରାଙ୍ଗଣର ବରଣ୍ତା (ମାପିଲେ);
16. ଦ୍ଵାରର ସମ୍ମୁଖସ୍ଥାନ ଓ ବନ୍ଦ ଜଳାକବାଟିସବୁ ଓ ଦ୍ଵାର ସମ୍ମୁଖ ସ୍ଥାନର ନିକଟସ୍ଥ ଚତୁର୍ଦ୍ଦିଗେ କାଷ୍ଠ ଆଚ୍ଛାଦିତ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବରଣ୍ତାସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ମାପିଲେ; ଜଳାକବାଟିସବୁ ଆଚ୍ଛାଦିତ ହୋଇଥିଲା;
17. ଦ୍ଵାରର ଉପର ସ୍ଥାନ, ଅନ୍ତରସ୍ଥ ଗୃହ ଓ ବାହାରେ, ଆଉ କାନ୍ଥସବୁର ଚାରିଆଡ଼େ ଭିତରେ ଓ ବାହାରେ ସେହିସବୁର ବିଶେଷ ବିଶେଷ ପରିମାଣ (ନିରୂପିତ ହେଲା ।)
18. ପୁଣି, ତହିଁରେ କିରୂବ ଓ ଖର୍ଜ୍ଜୁର ବୃକ୍ଷର ଶିଳ୍ପ କର୍ମ ଥିଲା ଓ କିରୂବ ଓ କିରୂବ ମଧ୍ୟରେ ଏକ ଖର୍ଜ୍ଜୁର ବୃକ୍ଷ ଓ ପ୍ରତ୍ୟେକ କିରୂବର ଦୁଇ ଦୁଇ ମୁଖ ଥିଲା ।
19. ଏହିରୂପେ ଏକ ପାର୍ଶ୍ଵସ୍ଥ ଖର୍ଜ୍ଜୁର ବୃକ୍ଷ ଆଡ଼େ ମନୁଷ୍ୟର ମୁଖ ଓ ଅନ୍ୟ ପାର୍ଶ୍ଵସ୍ଥ ଖର୍ଜ୍ଜୁର ବୃକ୍ଷଆଡ଼େ ଯୁବାସିଂହର ମୁଖ ଥିଲା; ଏହି ପ୍ରକାର ଗୃହଯାକ ଥିଲା ।
20. ଭୂମିଠାରୁ ଦ୍ଵାରର ଉପରଭାଗ ପର୍ଯ୍ୟନ୍ତ କିରୂବ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ହୋଇଥିଲା; ଏହି ପ୍ରକାରେ ମନ୍ଦିରର କାନ୍ଥ ଥିଲା ।
21. ମନ୍ଦିରର ଦ୍ଵାରବନ୍ଧସବୁ ଚତୁଷ୍କୋଣାକାର ଓ ପବିତ୍ର ସ୍ଥାନର ସମ୍ମୁଖ ଦେଶର ଆକୃତି ମନ୍ଦିରର ଆକୃତି ତୁଲ୍ୟ ଥିଲା ।
22. ବେଦି କାଷ୍ଠନିର୍ମିତ ତିନି ହାତ ଉଚ୍ଚ ଓ ତହିଁର ଦୀର୍ଘତା ଦୁଇ ହାତ ଥିଲା; ଆଉ, ତହିଁର କୋଣସବୁ ତହିଁର ଦୀର୍ଘତା ଓ ତହିଁର ଚାରିପାଖ କାଷ୍ଠମୟ ଥିଲାନ୍ତ ପୁଣି, ସେ ଆମ୍ଭକୁ କହିଲେ, ସଦାପ୍ରଭୁଙ୍କର ସମ୍ମୁଖସ୍ଥ ମେଜ ଏହି ।
23. ମନ୍ଦିର ଓ ପବିତ୍ର ସ୍ଥାନର ଦୁଇ ଦ୍ଵାର ଥିଲା ।
24. ଆଉ, ଏକ ଏକ କବାଟର ଦୁଇ ଦୁଇ ପଟ, ଦୁଇ ଦୁଇ ଘୂରିବା ପଟ ଥିଲା, ଅର୍ଥାତ୍, ଏକ ଦ୍ଵାରର ଦୁଇ ପଟ ଓ ଅନ୍ୟ ଦ୍ଵାରର ଦୁଇ ପଟ ଥିଲା ।
25. ପୁଣି ସେସବୁରେ, ଅର୍ଥାତ୍, ମନ୍ଦିର କବାଟରେ କାନ୍ଥରେ ଯେପରି, ସେହିପରି କିରୂବଗଣ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ଥିଲା; ଆଉ, ବାହାର ବରଣ୍ତାର ଅଗ୍ରଭାଗରେ ମୋଟ କଡ଼ିକାଠ ଥିଲା ।
26. ଆଉ, ବରଣ୍ତାର ପାର୍ଶ୍ଵରେ ଏପାଖରେ ଓ ସେପାଖରେ ବନ୍ଦ ଜଳାକବାଟି ଓ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା, ଗୃହର ପାର୍ଶ୍ଵସ୍ଥ କୋଠରି ଓ ମୋଟ କଡ଼ିକାଠସବୁ ଏହି ପ୍ରକାର ଥିଲା ।

Notes

No Verse Added

Total 48 Chapters, Current Chapter 41 of Total Chapters 48
ଯିହିଜିକଲ 41
1. ଅନନ୍ତର ସେ ମୋତେ ମନ୍ଦିର ନିକଟକୁ ଆଣି ତହିଁର ଉପସ୍ତମ୍ଭ ସକଳ ମାପିଲେ, ସେ ଉପସ୍ତମ୍ଭର ପ୍ରସାର ଏପାଖରେ ଛଅ ହାତ, ସେପାଖରେ ଛଅ ହାତ ଥିଲା, ତମ୍ଵୁର ପ୍ରସ୍ଥ ହିଁ ଏତିକି
2. ପୁଣି, ପ୍ରବେଶ-ସ୍ଥାନର ପ୍ରସ୍ଥ ଦଶ ହାତ ସେହି ପ୍ରବେଶ-ସ୍ଥାନର ପାର୍ଶ୍ଵ ଏପାଖେ ପାଞ୍ଚ ହାତ ସେପାଖେ ପାଞ୍ଚ ହାତ ଥିଲା; ଆଉ, ସେ ତହିଁର ଦୀର୍ଘତା ଚାଳିଶ ହାତ ପ୍ରସ୍ଥ କୋଡ଼ିଏ ହାତ ମାପିଲେ
3. ତେବେ ସେ ଭିତରକୁ ଯାଇ ପ୍ରବେଶ-ସ୍ଥାନର ଉପସ୍ତମ୍ଭ, ପ୍ରତ୍ୟେକ ଦୁଇ ହାତ ଲେଖାଏଁ ପ୍ରବେଶ-ସ୍ଥାନ ଛଅ ହାତ; ଆଉ, ପ୍ରବେଶ-ସ୍ଥାନର ପ୍ରସ୍ଥ ସାତ ହାତ ମାପିଲେ
4. ପୁଣି, ସେ ତହିଁର ଦୀର୍ଘତା କୋଡ଼ିଏ ହାତ ମନ୍ଦିର ସମ୍ମୁଖରେ ତହିଁର ପ୍ରସ୍ଥ କୋଡ଼ିଏ ହାତ ମାପିଲେନ୍ତ ଆଉ, ସେ ମୋତେ କହିଲେ, ଏହା ମହାପବିତ୍ର ସ୍ଥାନ ଅଟେ
5. ତହୁଁ ସେ ଗୃହର କାନ୍ଥ ଛଅ ହାତ ଗୃହର ଚତୁର୍ଦ୍ଦିଗସ୍ଥିତ ପାର୍ଶ୍ଵସ୍ଥ ପ୍ରତ୍ୟେକ କୋଠରିର ପ୍ରସ୍ଥ ଚାରି ହାତ ଲେଖାଏଁ ମାପିଲେ
6. ପୁଣି, ଏକ ମହଲା ଉପରେ ଅନ୍ୟ ମହଲା, ଏହିରୂପେ ପାର୍ଶ୍ଵସ୍ଥ କୋଠରିସକଳ ତିନି ମହଲା ଏକ ଏକ ଶ୍ରେଣୀରେ ତିରିଶ କୋଠରି ଥିଲା; ଆଉ, ପାର୍ଶ୍ଵସ୍ଥ କୋଠରିସକଳ ନିମନ୍ତେ ଗୃହର ଚାରିଆଡ଼େ ଭିତ୍ତି ଥିଲା; କୋଠରିସକଳ ତହିଁ ଉପରେ ନିର୍ଭର କଲା, ଗୃହର କାନ୍ଥ ଉପରେ ନିର୍ଭର କଲା ନାହିଁ
7. ପୁଣି, ପାର୍ଶ୍ଵସ୍ଥ କୋଠରିସକଳ ଉଚ୍ଚତାରେ ଗୃହକୁ ବେଷ୍ଟନ କରୁ କରୁ ଅଧିକ ଅଧିକ ପ୍ରଶସ୍ତ ହେଲା; କାରଣ ଗୃହର ବେଷ୍ଟନ ଚତୁର୍ଦ୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା; ଏଥିପାଇଁ ଉଚ୍ଚତାର ଅନୁକ୍ରମେ ଗୃହ ଆହୁରି ଆହୁରି ପ୍ରଶସ୍ତ ହେଲା ନିମ୍ନତମ କୋଠରିରୁ ଉଚ୍ଚତମ କୋଠରିକୁ ଯିବାର ପଥ ମଧ୍ୟମ କୋଠରି ଦେଇ ଗଲା
8. ଆହୁରି, ମୁଁ ଦେଖିଲି ଯେ, ଗୃହର ଚତୁର୍ଦ୍ଦିଗରେ ଉଚ୍ଚୀକୃତ ମେଜ୍ୟା ଥିଲା; ପାର୍ଶ୍ଵସ୍ଥ କୋଠରିସକଳର ଭିତ୍ତିମୂଳ ଛଅ ହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା
9. ବାହାର ଭାଗରେ ପାର୍ଶ୍ଵସ୍ଥ କୋଠରିସକଳର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା ଅବଶିଷ୍ଟ ଯେଉଁ ସ୍ଥାନ ରହିଲା, ତାହା ଗୃହର ପାର୍ଶ୍ଵସ୍ଥ କୋଠରିର ସ୍ଥାନ ଥିଲା
10. କୋଠରିସକଳର ମଧ୍ୟରେ ଗୃହର ଚାରିଆଡ଼େ କୋଡ଼ିଏ ହାତ ପ୍ରସ୍ଥ ସ୍ଥାନ ଥିଲା
11. ପୁଣି, ପାର୍ଶ୍ଵସ୍ଥ କୋଠରିସକଳର ଦ୍ଵାର ସେହି ଅବଶିଷ୍ଟ ସ୍ଥାନ ଆଡ଼େ ଥିଲା, ଗୋଟିଏ ଦ୍ଵାର ଉତ୍ତର ଆଡ଼େ ଅନ୍ୟ ଦ୍ଵାର ଦକ୍ଷିଣ ଆଡ଼େ ଥିଲା; ଆଉ, ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗରେ ପାଞ୍ଚ ହାତ ଥିଲା
12. ପୁଣି, ପଶ୍ଚିମ ଦିଗସ୍ଥ ପୃଥକ୍ ସ୍ଥାନର ସମ୍ମୁଖବର୍ତ୍ତୀ ଗୃହ ସତୁରି ହାତ ପ୍ରସ୍ଥ ଥିଲା ଚତୁର୍ଦ୍ଦିଗରେ ସେହି ଗୃହର କାନ୍ଥ ପାଞ୍ଚ ହାତ ତହିଁର ଦୀର୍ଘତା ନବେ ହାତ ଥିଲା
13. ଏହିରୂପେ ସେ ଗୃହର ଦୀର୍ଘତା ଶହେ ହାତ ପୃଥକ୍ ସ୍ଥାନ, ଆଉ ତହିଁର ଗୃହ ତହିଁର କାନ୍ଥର ଦୀର୍ଘତା ଶହେ ହାତ ମାପିଲେ।
14. ଆହୁରି, ପୂର୍ବଦିଗରେ ଗୃହର ପୃଥକ୍ ସ୍ଥାନର ଅଗ୍ରଭାଗ ଶହେ ହାତ ମାପିଲେ
15. ଅନନ୍ତର ପୃଥକ୍ ସ୍ଥାନର ସମ୍ମୁଖସ୍ଥିତ ଗୃହର ଦୀର୍ଘତା, ଅର୍ଥାତ୍, ତାହାର ପଶ୍ଚାତ୍ ଭାଗରେ ଯାହା ଥିଲା, ତାହା ଏପାଖେ ସେପାଖେ ତହିଁର ଅପ୍ରଶସ୍ତ ବରଣ୍ତା ଶହେ ହାତ ମାପିଲେ; ଆଉ, ଭିତର ମନ୍ଦିର ପ୍ରାଙ୍ଗଣର ବରଣ୍ତା (ମାପିଲେ);
16. ଦ୍ଵାରର ସମ୍ମୁଖସ୍ଥାନ ବନ୍ଦ ଜଳାକବାଟିସବୁ ଦ୍ଵାର ସମ୍ମୁଖ ସ୍ଥାନର ନିକଟସ୍ଥ ଚତୁର୍ଦ୍ଦିଗେ କାଷ୍ଠ ଆଚ୍ଛାଦିତ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବରଣ୍ତାସବୁ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ମାପିଲେ; ଜଳାକବାଟିସବୁ ଆଚ୍ଛାଦିତ ହୋଇଥିଲା;
17. ଦ୍ଵାରର ଉପର ସ୍ଥାନ, ଅନ୍ତରସ୍ଥ ଗୃହ ବାହାରେ, ଆଉ କାନ୍ଥସବୁର ଚାରିଆଡ଼େ ଭିତରେ ବାହାରେ ସେହିସବୁର ବିଶେଷ ବିଶେଷ ପରିମାଣ (ନିରୂପିତ ହେଲା ।)
18. ପୁଣି, ତହିଁରେ କିରୂବ ଖର୍ଜ୍ଜୁର ବୃକ୍ଷର ଶିଳ୍ପ କର୍ମ ଥିଲା କିରୂବ କିରୂବ ମଧ୍ୟରେ ଏକ ଖର୍ଜ୍ଜୁର ବୃକ୍ଷ ପ୍ରତ୍ୟେକ କିରୂବର ଦୁଇ ଦୁଇ ମୁଖ ଥିଲା
19. ଏହିରୂପେ ଏକ ପାର୍ଶ୍ଵସ୍ଥ ଖର୍ଜ୍ଜୁର ବୃକ୍ଷ ଆଡ଼େ ମନୁଷ୍ୟର ମୁଖ ଅନ୍ୟ ପାର୍ଶ୍ଵସ୍ଥ ଖର୍ଜ୍ଜୁର ବୃକ୍ଷଆଡ଼େ ଯୁବାସିଂହର ମୁଖ ଥିଲା; ଏହି ପ୍ରକାର ଗୃହଯାକ ଥିଲା
20. ଭୂମିଠାରୁ ଦ୍ଵାରର ଉପରଭାଗ ପର୍ଯ୍ୟନ୍ତ କିରୂବ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ହୋଇଥିଲା; ଏହି ପ୍ରକାରେ ମନ୍ଦିରର କାନ୍ଥ ଥିଲା
21. ମନ୍ଦିରର ଦ୍ଵାରବନ୍ଧସବୁ ଚତୁଷ୍କୋଣାକାର ପବିତ୍ର ସ୍ଥାନର ସମ୍ମୁଖ ଦେଶର ଆକୃତି ମନ୍ଦିରର ଆକୃତି ତୁଲ୍ୟ ଥିଲା
22. ବେଦି କାଷ୍ଠନିର୍ମିତ ତିନି ହାତ ଉଚ୍ଚ ତହିଁର ଦୀର୍ଘତା ଦୁଇ ହାତ ଥିଲା; ଆଉ, ତହିଁର କୋଣସବୁ ତହିଁର ଦୀର୍ଘତା ତହିଁର ଚାରିପାଖ କାଷ୍ଠମୟ ଥିଲାନ୍ତ ପୁଣି, ସେ ଆମ୍ଭକୁ କହିଲେ, ସଦାପ୍ରଭୁଙ୍କର ସମ୍ମୁଖସ୍ଥ ମେଜ ଏହି
23. ମନ୍ଦିର ପବିତ୍ର ସ୍ଥାନର ଦୁଇ ଦ୍ଵାର ଥିଲା
24. ଆଉ, ଏକ ଏକ କବାଟର ଦୁଇ ଦୁଇ ପଟ, ଦୁଇ ଦୁଇ ଘୂରିବା ପଟ ଥିଲା, ଅର୍ଥାତ୍, ଏକ ଦ୍ଵାରର ଦୁଇ ପଟ ଅନ୍ୟ ଦ୍ଵାରର ଦୁଇ ପଟ ଥିଲା
25. ପୁଣି ସେସବୁରେ, ଅର୍ଥାତ୍, ମନ୍ଦିର କବାଟରେ କାନ୍ଥରେ ଯେପରି, ସେହିପରି କିରୂବଗଣ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ଥିଲା; ଆଉ, ବାହାର ବରଣ୍ତାର ଅଗ୍ରଭାଗରେ ମୋଟ କଡ଼ିକାଠ ଥିଲା
26. ଆଉ, ବରଣ୍ତାର ପାର୍ଶ୍ଵରେ ଏପାଖରେ ସେପାଖରେ ବନ୍ଦ ଜଳାକବାଟି ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା, ଗୃହର ପାର୍ଶ୍ଵସ୍ଥ କୋଠରି ମୋଟ କଡ଼ିକାଠସବୁ ଏହି ପ୍ରକାର ଥିଲା
Total 48 Chapters, Current Chapter 41 of Total Chapters 48
×

Alert

×

oriya Letters Keypad References