ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
1. ଅବଶେଷରେ, ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ପ୍ରଭୁଙ୍କ ବାକ୍ୟ ତୁମ୍ଭମାନଙ୍କ ମଧ୍ୟରେ ଯେରୂପେ, ସେହିରୂପେ ସର୍ବତ୍ର ଶୀଘ୍ର ବ୍ୟାପିଯାଇ ଗୌରବପ୍ରାପ୍ତ ହେବ,
2. ପୁଣି, ଯେପରି ଆମ୍ଭେମାନେ ଅବିବେଚକ ଓ ଦୁଷ୍ଟ ଲୋକମାନଙ୍କଠାରୁ ଉଦ୍ଧାର ପାଇବୁ; କାରଣ ସମସ୍ତଙ୍କର ବିଶ୍ଵାସ ନାହିଁ।
3. କିନ୍ତୁ ପ୍ରଭୁ ବିଶ୍ଵସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି ମନ୍ଦରୁ ରକ୍ଷା କରିବେ ।
4. ଆମ୍ଭେମାନେ ଯେଉଁ ସବୁ ଆଦେଶ ଦେଉଅଛୁ, ସେହିସବୁ ଯେ ତୁମ୍ଭେମାନେ କରୁଅଛ ଓ କରିବ, ଏହା ତୁମ୍ଭମାନଙ୍କ ସମ୍ଵନ୍ଧରେ ପ୍ରଭୁଙ୍କଠାରେ ଆମ୍ଭମାନଙ୍କର ଦୃଢ଼ ବିଶ୍ଵାସ ।
5. ଆଉ ପ୍ରଭୁ ତୁମ୍ଭମାନଙ୍କ ହୃଦୟକୁ ଈଶ୍ଵରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ଧୈର୍ଯ୍ୟରୂପ ପଥରେ ଅଗ୍ରସର କରାଉନ୍ତୁ ।
6. ହେ ଭ୍ରାତୃବୃନ୍ଦ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଉଅଛୁ, ଯେକୌଣସି ଭାଇ ଆମ୍ଭମାନଙ୍କଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ ନ କରି ଆଳସ୍ୟ ପରାୟଣ ଆଚରଣ କରେ, ତାହାଠାରୁ ଆପଣା ଆପଣାକୁ ପୃଥକ କର ।
7. କାରଣ କିପରି ଆମ୍ଭମାନଙ୍କୁ ଅନୁକରଣ କରିବା ତୁମ୍ଭମାନଙ୍କର ଉଚିତ୍ ତାହା ତୁମ୍ଭେମାନେ ନିଜେ ଜାଣୁଅଛ; ଯେଣୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଆଳସ୍ୟ ପରାୟଣ ଆଚରଣ କରି ନ ଥିଲୁ,
8. କିଅବା ବିନାମୂଲ୍ୟରେ କାହାରି ଅନ୍ନ ଭୋଜନ କରି ନ ଥିଲୁ, ବରଂ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଭାର ସ୍ଵରୂପ ନ ହେବା ପାଇଁ ପରିଶ୍ରମ ଓ କ୍ଳେଶ ସହ ଦିବାରାତ୍ର କାର୍ଯ୍ୟ କରିଥିଲୁ;
9. ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିବାକୁ ଯେ ଆମ୍ଭମାନଙ୍କର ଅଧିକାର ନାହିଁ, ତାହା ନୁହେଁ, କିନ୍ତୁ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ଅନୁକରଣ କର; ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶ ରୂପେ ଦେଖାଇବା ପାଇଁ ସେପରି କଲୁ ।
10. କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେକେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ ।
11. ଯେଣୁ ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଆଳସ୍ୟ ପରାୟଣ ଆଚରଣ କରୁଅଛନ୍ତି ଓ କୌଣସି କାର୍ଯ୍ୟ ନ କରି ଅନଧିକାରଚର୍ଚ୍ଚାରେ ବ୍ୟସ୍ତ ଅଟନ୍ତି ବୋଲି ଆମ୍ଭେମାନେ ଶୁଣୁଅଛୁ ।
12. ଏହିପ୍ରକାର ଲୋକମାନଙ୍କୁ ଶା; ଭାବରେ କାର୍ଯ୍ୟ କରି ନିଜ ନିଜର ଅନ୍ନ ଭୋଜନ କରିବାକୁ ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ ।
13. କିନ୍ତୁ ହେ ଭ୍ରାତୃବୃନ୍ଦ, ସତ୍କର୍ମ କରିବାରେ ତୁମ୍ଭେମାନେ କ୍ଲା; ନ ହୁଅ ।
14. ଆଉ ଯେବେ କେହି ଏହି ପତ୍ରରେ ଲିଖିତ ଆମ୍ଭମାନଙ୍କ କଥା ନ ମାନେ, ତେବେ ସେହି ଲୋକକୁ ଚିହ୍ନି ରଖ, ପୁଣି ସେ ଯେପରି ଲଜ୍ଜିତ ହୁଏ, ଏଥିନିମନ୍ତେ ତାହା ସହିତ ସମ୍ଵନ୍ଧ ରଖ ନାହିଁ;
15. ତଥାପି ତାହାକୁ ଶତ୍ରୁ ବୋଲି ଜ୍ଞାନ କର ନାହିଁ, ମାତ୍ର ତାହାକୁ ଭାଇ ବୋଲି ଜ୍ଞାନ କରି ଚେତନା ଦିଅ ।
16. ଶାନ୍ତିଦାତା ପ୍ରଭୁ ସ୍ଵୟଂ ତୁମ୍ଭମାନଙ୍କୁ ସର୍ବଦା ଓ ସର୍ବପ୍ରକାରେ ଶାନ୍ତି ଦେଉନ୍ତୁ । ପ୍ରଭୁ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉନ୍ତୁ ।
17. ମୁଁ ପାଉଲ ମୋହର ନିଜ ହସ୍ତରେ ଲେଖି ନମସ୍କାର ଜଣାଉଅଛି; ପ୍ରତ୍ୟେକ ପତ୍ରରେ ଏହା ଚିହ୍ନ ସ୍ଵରୂପ, ମୁଁ ଏହିପରି ଲେଖେ ।
18. ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ ।
Total 3 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 3 / 3
1 2 3
1 ଅବଶେଷରେ, ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ପ୍ରଭୁଙ୍କ ବାକ୍ୟ ତୁମ୍ଭମାନଙ୍କ ମଧ୍ୟରେ ଯେରୂପେ, ସେହିରୂପେ ସର୍ବତ୍ର ଶୀଘ୍ର ବ୍ୟାପିଯାଇ ଗୌରବପ୍ରାପ୍ତ ହେବ, 2 ପୁଣି, ଯେପରି ଆମ୍ଭେମାନେ ଅବିବେଚକ ଓ ଦୁଷ୍ଟ ଲୋକମାନଙ୍କଠାରୁ ଉଦ୍ଧାର ପାଇବୁ; କାରଣ ସମସ୍ତଙ୍କର ବିଶ୍ଵାସ ନାହିଁ। 3 କିନ୍ତୁ ପ୍ରଭୁ ବିଶ୍ଵସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି ମନ୍ଦରୁ ରକ୍ଷା କରିବେ । 4 ଆମ୍ଭେମାନେ ଯେଉଁ ସବୁ ଆଦେଶ ଦେଉଅଛୁ, ସେହିସବୁ ଯେ ତୁମ୍ଭେମାନେ କରୁଅଛ ଓ କରିବ, ଏହା ତୁମ୍ଭମାନଙ୍କ ସମ୍ଵନ୍ଧରେ ପ୍ରଭୁଙ୍କଠାରେ ଆମ୍ଭମାନଙ୍କର ଦୃଢ଼ ବିଶ୍ଵାସ । 5 ଆଉ ପ୍ରଭୁ ତୁମ୍ଭମାନଙ୍କ ହୃଦୟକୁ ଈଶ୍ଵରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ଧୈର୍ଯ୍ୟରୂପ ପଥରେ ଅଗ୍ରସର କରାଉନ୍ତୁ । 6 ହେ ଭ୍ରାତୃବୃନ୍ଦ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଉଅଛୁ, ଯେକୌଣସି ଭାଇ ଆମ୍ଭମାନଙ୍କଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ ନ କରି ଆଳସ୍ୟ ପରାୟଣ ଆଚରଣ କରେ, ତାହାଠାରୁ ଆପଣା ଆପଣାକୁ ପୃଥକ କର । 7 କାରଣ କିପରି ଆମ୍ଭମାନଙ୍କୁ ଅନୁକରଣ କରିବା ତୁମ୍ଭମାନଙ୍କର ଉଚିତ୍ ତାହା ତୁମ୍ଭେମାନେ ନିଜେ ଜାଣୁଅଛ; ଯେଣୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଆଳସ୍ୟ ପରାୟଣ ଆଚରଣ କରି ନ ଥିଲୁ, 8 କିଅବା ବିନାମୂଲ୍ୟରେ କାହାରି ଅନ୍ନ ଭୋଜନ କରି ନ ଥିଲୁ, ବରଂ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଭାର ସ୍ଵରୂପ ନ ହେବା ପାଇଁ ପରିଶ୍ରମ ଓ କ୍ଳେଶ ସହ ଦିବାରାତ୍ର କାର୍ଯ୍ୟ କରିଥିଲୁ; 9 ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିବାକୁ ଯେ ଆମ୍ଭମାନଙ୍କର ଅଧିକାର ନାହିଁ, ତାହା ନୁହେଁ, କିନ୍ତୁ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ଅନୁକରଣ କର; ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶ ରୂପେ ଦେଖାଇବା ପାଇଁ ସେପରି କଲୁ । 10 କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେକେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ । 11 ଯେଣୁ ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଆଳସ୍ୟ ପରାୟଣ ଆଚରଣ କରୁଅଛନ୍ତି ଓ କୌଣସି କାର୍ଯ୍ୟ ନ କରି ଅନଧିକାରଚର୍ଚ୍ଚାରେ ବ୍ୟସ୍ତ ଅଟନ୍ତି ବୋଲି ଆମ୍ଭେମାନେ ଶୁଣୁଅଛୁ । 12 ଏହିପ୍ରକାର ଲୋକମାନଙ୍କୁ ଶା; ଭାବରେ କାର୍ଯ୍ୟ କରି ନିଜ ନିଜର ଅନ୍ନ ଭୋଜନ କରିବାକୁ ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ । 13 କିନ୍ତୁ ହେ ଭ୍ରାତୃବୃନ୍ଦ, ସତ୍କର୍ମ କରିବାରେ ତୁମ୍ଭେମାନେ କ୍ଲା; ନ ହୁଅ । 14 ଆଉ ଯେବେ କେହି ଏହି ପତ୍ରରେ ଲିଖିତ ଆମ୍ଭମାନଙ୍କ କଥା ନ ମାନେ, ତେବେ ସେହି ଲୋକକୁ ଚିହ୍ନି ରଖ, ପୁଣି ସେ ଯେପରି ଲଜ୍ଜିତ ହୁଏ, ଏଥିନିମନ୍ତେ ତାହା ସହିତ ସମ୍ଵନ୍ଧ ରଖ ନାହିଁ; 15 ତଥାପି ତାହାକୁ ଶତ୍ରୁ ବୋଲି ଜ୍ଞାନ କର ନାହିଁ, ମାତ୍ର ତାହାକୁ ଭାଇ ବୋଲି ଜ୍ଞାନ କରି ଚେତନା ଦିଅ । 16 ଶାନ୍ତିଦାତା ପ୍ରଭୁ ସ୍ଵୟଂ ତୁମ୍ଭମାନଙ୍କୁ ସର୍ବଦା ଓ ସର୍ବପ୍ରକାରେ ଶାନ୍ତି ଦେଉନ୍ତୁ । ପ୍ରଭୁ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉନ୍ତୁ । 17 ମୁଁ ପାଉଲ ମୋହର ନିଜ ହସ୍ତରେ ଲେଖି ନମସ୍କାର ଜଣାଉଅଛି; ପ୍ରତ୍ୟେକ ପତ୍ରରେ ଏହା ଚିହ୍ନ ସ୍ଵରୂପ, ମୁଁ ଏହିପରି ଲେଖେ । 18 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ ।
Total 3 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 3 / 3
1 2 3
×

Alert

×

Oriya Letters Keypad References