ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ପ୍ରଥମ ଶାମୁୟେଲ
1. ସେହି ସମୟରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ନିମନ୍ତେ ପଲେଷ୍ଟୀୟମାନେ ସଂଗ୍ରାମ ପାଇଁ ଆପଣାମାନଙ୍କ ସୈନ୍ୟସାମ; ସଂଗ୍ରହ କଲେ । ଏଣୁ ଆଖୀଶ୍ ଦାଉଦଙ୍କୁ କହିଲା, ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ସୈନ୍ୟସାମନ୍ତଭୁକ୍ତ ହୋଇ ମୋʼ ସଙ୍ଗେ ଯିବାକୁ ହେବ, ଏହା ତୁମ୍ଭେ ନିଶ୍ଚୟ ଜାଣ ।
2. ତହିଁରେ ଦାଉଦ ଆଖୀଶ୍କୁ କହିଲେ, ତାହାହେଲେ ଆପଣଙ୍କ ଦାସ କଅଣ କରିବ, ତାହା ଆପଣ ଜାଣିବେ । ତେଣୁ ଆଖୀଶ୍ ଦାଉଦଙ୍କୁ କହିଲା, ସେଥିପାଇଁ ମୁଁ ତୁମ୍ଭକୁ ଯାବଜ୍ଜୀବନ ଆପଣା ମସ୍ତକ-ରକ୍ଷକ କରିବି ।
3. ଏହି ସମୟକୁ ଶାମୁୟେଲ ମରିଯାଇଥିଲେ ଓ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କର ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ । ପୁଣି ଶାଉଲ ଭୂତୁଡ଼ିଆ ଓ ଗୁଣିଆ ଲୋକମାନଙ୍କୁ ଦେଶରୁ ଦୂର କରି ଦେଇଥିଲେ ।
4. ଏଥିରେ ପଲେଷ୍ଟୀୟମାନେ ଏକତ୍ର ହୋଇ ଆସି ଶୂନେମରେ ଛାଉଣି ସ୍ଥାପନ କଲେ; ପୁଣି ଶାଉଲ ସମସ୍ତ ଇସ୍ରାଏଲକୁ ଏକତ୍ର କରନ୍ତେ, ସେମାନେ ଗିଲବୋୟରେ ଛାଉଣି ସ୍ଥାପନ କଲେ ।
5. ମାତ୍ର ଶାଉଲ ପଲେଷ୍ଟୀୟମାନଙ୍କ ସୈନ୍ୟସାମ; ଦେଖି ଭୀତ ହେଲେ ଓ ତାଙ୍କର ହୃଦୟ ଅତ୍ୟ; କମ୍ପିତ ହେଲା ।
6. ତହୁଁ ଶାଉଲ ସଦାପ୍ରଭୁଙ୍କ ନିକଟରେ ପଚାରନ୍ତେ, ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ ନାହିଁ; ନା ସ୍ଵପ୍ନ ଦ୍ଵାରା, ନା ଊରୀମ୍ ଦ୍ଵାରା, ନା ଭବିଷ୍ୟଦ୍ବକ୍ତାମାନଙ୍କ ଦ୍ଵାରା ।
7. ତେବେ ଶାଉଲ ଆପଣା ଦାସମାନଙ୍କୁ କହିଲେ, ମୋʼ ପାଇଁ ଗୋଟିଏ ଭୂତୁଡ଼ିଆ ସ୍ତ୍ରୀ ଖୋଜ, ମୁଁ ତାହା କତିକି ଯାଇ ତାହାଠାରୁ ବୁଝିବି । ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, ଦେଖନ୍ତୁ, ଐନଦୋରରେ ଏକ ଭୂତୁଡ଼ିଆ ସ୍ତ୍ରୀ ଅଛି ।
8. ତହୁଁ ଶାଉଲ ଅନ୍ୟ ବସ୍ତ୍ର ପିନ୍ଧି ଛଦ୍ମବେଶ ଧରି ଦୁଇ ଜଣ ପୁରୁଷଙ୍କୁ ସଙ୍ଗେ ନେଇ ଗଲେ ଓ ସେମାନେ ରାତ୍ରି ବେଳେ ସେହି ସ୍ତ୍ରୀ ନିକଟରେ ଉପସ୍ଥିତ ହେଲେ; ତହୁଁ ଶାଉଲ କହିଲେ, ତୁମ୍ଭେ ଭୂତ ଦ୍ଵାରା ମୋʼ ପାଇଁ ଟିକିଏ ମନ୍ତ୍ର ପଢ଼, ମୁଁ ତୁମ୍ଭକୁ ଯାହାଙ୍କର ନାମ କହିବି, ତାଙ୍କୁ ମୋʼ କତିକି ଉଠାଇ ଆଣ ।
9. ଏଥିରେ ସେ ସ୍ତ୍ରୀ କହିଲା, ଦେଖ, ଶାଉଲ ଯାହା କରିଅଛି, କିପରି ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କୁ ଦେଶରୁ ଉଚ୍ଛିନ୍ନ କରିଅଛି, ତାହା ତୁମ୍ଭେ ଜାଣ; ଏଣୁ ମୋହର ମୃତ୍ୟୁ ଘଟାଇବା ପାଇଁ କିହେତୁ ମୋହର ପ୍ରାଣ ବିରୁଦ୍ଧରେ ଫାନ୍ଦ ପାତୁଅଛ?
10. ଏଥିରେ ଶାଉଲ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କଥା ସକାଶୁ ତୁମ୍ଭ ପ୍ରତି କୌଣସି ଦଣ୍ତ ବର୍ତ୍ତିବ ନାହିଁ ।
11. ସେତେବେଳେ ସେହି ସ୍ତ୍ରୀ କହିଲା, ମୁଁ କାହାକୁ ତୁମ୍ଭ କତିକି ଉଠାଇ ଆଣିବି? ସେ କହିଲେ, ମୋʼ କତିକି ଶାମୁୟେଲଙ୍କୁ ଉଠାଇ ଆଣ ।
12. ଏଥିରେ ସେ ସ୍ତ୍ରୀ ଶାମୁୟେଲଙ୍କୁ ଦେଖି ଉଚ୍ଚୈଃସ୍ଵରରେ କ୍ରନ୍ଦନ କଲା, ଆଉ ସେ ଶାଉଲଙ୍କୁ କହିଲା, ଆପଣ କିହେତୁ ମୋତେ ପ୍ରତାରଣା କଲେ? କାରଣ ଆପଣ ଶାଉଲ ।
13. ତହୁଁ ରାଜା ତାହାକୁ କହିଲେ, ଭୟ ନ କର; ତୁମ୍ଭେ କଅଣ ଦେଖୁଅଛ? ତହିଁରେ ସେ ସ୍ତ୍ରୀ ଶାଉଲଙ୍କୁ କହିଲା, ମୁଁ ଦେବଗଣ (ତୁଲ୍ୟ ଏକ ବ୍ୟକ୍ତି) ଭୂମିରୁ ଉଠି ଆସିବାର ଦେଖୁଅଛି ।
14. ଏଥିରେ ଶାଉଲ ତାହାକୁ ପଚାରିଲେ, ତାହାର ରୂପ କି ପ୍ରକାର? ସେ କହିଲା, ଜଣେ ବୃଦ୍ଧ ଲୋକ ଉଠି ଆସୁଅଛି; ସେ ଚୋଗାରେ ଆଚ୍ଛନ୍ନ! ତହୁଁ ଶାଉଲ ଜାଣିଲେ ଯେ, ସେ ଶାମୁୟେଲ, ଏଣୁ ସେ ଭୂମିଷ୍ଠ ପ୍ରଣାମ କଲେ ।
15. ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, ତୁମ୍ଭେ ମୋତେ ଉଠାଇ ଆଣି କାହିଁକି ବ୍ୟସ୍ତ କଲ? ତହୁଁ ଶାଉଲ ଉତ୍ତର ଦେଲେ, ମୁଁ ଅତ୍ୟ; ବିପଦ୍ଗ୍ରସ୍ତ ହୋଇଅଛି; କାରଣ ପଲେଷ୍ଟୀୟମାନେ ମୋʼ ସଙ୍ଗେ ଯୁଦ୍ଧ କରୁଅଛନ୍ତି ଓ ପରମେଶ୍ଵର ମୋତେ ତ୍ୟାଗ କରିଅଛନ୍ତି ପୁଣି ମୋତେ ଆଉ ଉତ୍ତର ଦେଉ ନାହାନ୍ତି, ନା ଭବିଷ୍ୟଦ୍ବକ୍ତାମାନଙ୍କ ହାତରେ, ନା ସ୍ଵପ୍ନରେ (ଉତ୍ତର ଦେଉ ନାହାନ୍ତି); ଏଥିପାଇଁ ମୁଁ କଅଣ କରିବି, ଏହା ମୋତେ ଜଣାଇବା ପାଇଁ ମୁଁ ତୁମ୍ଭକୁ ଡକାଇଲି ।
16. ଏଥିରେ ଶାମୁୟେଲ କହିଲେ, ସଦାପ୍ରଭୁ ତ ତୁମ୍ଭକୁ ତ୍ୟାଗ କରିଅଛନ୍ତି ଓ ତୁମ୍ଭର ବିପକ୍ଷ ହୋଇଅଛନ୍ତି, ତେବେ ତୁମ୍ଭେ ମୋତେ କାହିଁକି ପଚାରୁଅଛ?
17. ସଦାପ୍ରଭୁ ମୋʼ ଦ୍ଵାରା ଯେପରି କହିଥିଲେ, ସେ ଆପଣା ପାଇଁ ସେପରି କରିଅଛନ୍ତି; ପୁଣି ସଦାପ୍ରଭୁ ତୁମ୍ଭ ହସ୍ତରୁ ରାଜତ୍ଵ ଟାଣି ଚିରିଅଛନ୍ତି ଓ ତୁମ୍ଭ ପ୍ରତିବାସୀ ଦାଉଦଙ୍କୁ ତାହା ଦେଇଅଛନ୍ତି ।
18. ଯେହେତୁ ତୁମ୍ଭେ ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ ଓ ଅମାଲେକ ପ୍ରତି ତାହାଙ୍କ ପ୍ରଚଣ୍ତ କୋପ ସଫଳ କଲ ନାହିଁ, ଏହେତୁ ଆଜି ସଦାପ୍ରଭୁ ତୁମ୍ଭ ପ୍ରତି ଏହି କର୍ମ କରିଅଛନ୍ତି ।
19. ଆହୁରି ସଦାପ୍ରଭୁ ତୁମ୍ଭ ସହିତ ଇସ୍ରାଏଲକୁ ମଧ୍ୟ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କରିବେ; ଏଣୁ କାଲି ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଆମ୍ଭ ସଙ୍ଗୀ ହେବ; ମଧ୍ୟ ସଦାପ୍ରଭୁ ଇସ୍ରାଏଲର ସୈନ୍ୟସାମନ୍ତଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କରିବେ ।
20. ତହିଁରେ ଶାଉଲ ସେହିକ୍ଷଣି ଭୂମିରେ ଲମ୍ଵ ହୋଇ ପଡ଼ିଗଲେ ଓ ଶାମୁୟେଲଙ୍କର କଥା ସକାଶୁ ଅତିଶୟ ଭୟ କଲେ ଓ ତାଙ୍କଠାରେ ଆଉ କିଛି ବଳ ରହିଲା ନାହିଁ; କାରଣ ସେ ଦିନଯାକ ଓ ରାତ୍ରିଯାକ କିଛି ଭୋଜନ କରି ନ ଥିଲେ ।
21. ଏଥିରେ ସେ ସ୍ତ୍ରୀ ଶାଉଲଙ୍କ ନିକଟକୁ ଆସି ତାଙ୍କୁ ଅତିଶୟ ବିହ୍ଵଳ ଦେଖି କହିଲା, ଦେଖନ୍ତୁ, ଆପଣଙ୍କ ଦାସୀ ଆପଣଙ୍କ ରବ ଶୁଣିଅଛି ଓ ମୁଁ ମୋʼ ପ୍ରାଣ ଆପଣା ହାତରେ ଧରି ଯାହା ଆପଣ ମୋତେ କହିଲେ, ଆପଣଙ୍କ ସେହି କଥା ମୁଁ ଶୁଣିଲି ।
22. ଏହେତୁ ବିନୟ କରୁଅଛି, ଏବେ ଆପଣ ମଧ୍ୟ ଆପଣା ଦାସୀର ରବ ଶୁଣନ୍ତୁ ଓ ଆପଣଙ୍କ ସମ୍ମୁଖରେ ମୁଠିଏ ଆହାର ଥୋଇବା ପାଇଁ ମୋତେ ଅନୁମତି ଦେଉନ୍ତୁ ଓ ଭୋଜନ କରନ୍ତୁ, ତହିଁରେ ନିଜ ପଥରେ ଗଲା ବେଳେ ବଳ ପାଇବେ ।
23. ମାତ୍ର ସେ ଅସମ୍ମତ ହୋଇ କହିଲେ, ମୁଁ ଭୋଜନ କରିବି ନାହିଁ । ତଥାପି ତାଙ୍କର ଦାସମାନେ ଓ ସେ ସ୍ତ୍ରୀ ମିଶି ତାଙ୍କୁ ବଳାନ୍ତେ, ସେ ସେମାନଙ୍କ ରବ ଶୁଣିଲେ । ପୁଣି ସେ ଭୂମିରୁ ଉଠି ଶଯ୍ୟା ଉପରେ ବସିଲେ ।
24. ସେତେବେଳେ ସେ ସ୍ତ୍ରୀର ଗୃହରେ ଗୋଟିଏ ହୃଷ୍ଟପୁଷ୍ଟ ବାଛୁରି ଥିଲା; ଏଣୁ ସେ ଶୀଘ୍ର ତାକୁ ମାରିଲା ଓ ମଇଦା ନେଇ ତାହା ଦଳି ତାଡ଼ିଶୂନ୍ୟ ରୋଟୀ ପ୍ରସ୍ତୁତ କଲା ।
25. ତହୁଁ ସେ ଶାଉଲଙ୍କ ସମ୍ମୁଖକୁ ଓ ତାଙ୍କର ଦାସମାନଙ୍କ ସମ୍ମୁଖକୁ ତାହା ଆଣନ୍ତେ, ସେମାନେ ଭୋଜନ କଲେ । ତହିଁ ଉତ୍ତାରେ ସେହି ରାତ୍ରିରେ ସେମାନେ ଉଠି ଚାଲିଗଲେ ।

Notes

No Verse Added

Total 31 Chapters, Current Chapter 28 of Total Chapters 31
ପ୍ରଥମ ଶାମୁୟେଲ 28
1. ସେହି ସମୟରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ନିମନ୍ତେ ପଲେଷ୍ଟୀୟମାନେ ସଂଗ୍ରାମ ପାଇଁ ଆପଣାମାନଙ୍କ ସୈନ୍ୟସାମ; ସଂଗ୍ରହ କଲେ ଏଣୁ ଆଖୀଶ୍ ଦାଉଦଙ୍କୁ କହିଲା, ତୁମ୍ଭକୁ ତୁମ୍ଭ ଲୋକମାନଙ୍କୁ ସୈନ୍ୟସାମନ୍ତଭୁକ୍ତ ହୋଇ ମୋʼ ସଙ୍ଗେ ଯିବାକୁ ହେବ, ଏହା ତୁମ୍ଭେ ନିଶ୍ଚୟ ଜାଣ
2. ତହିଁରେ ଦାଉଦ ଆଖୀଶ୍କୁ କହିଲେ, ତାହାହେଲେ ଆପଣଙ୍କ ଦାସ କଅଣ କରିବ, ତାହା ଆପଣ ଜାଣିବେ ତେଣୁ ଆଖୀଶ୍ ଦାଉଦଙ୍କୁ କହିଲା, ସେଥିପାଇଁ ମୁଁ ତୁମ୍ଭକୁ ଯାବଜ୍ଜୀବନ ଆପଣା ମସ୍ତକ-ରକ୍ଷକ କରିବି
3. ଏହି ସମୟକୁ ଶାମୁୟେଲ ମରିଯାଇଥିଲେ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କର ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ ପୁଣି ଶାଉଲ ଭୂତୁଡ଼ିଆ ଗୁଣିଆ ଲୋକମାନଙ୍କୁ ଦେଶରୁ ଦୂର କରି ଦେଇଥିଲେ
4. ଏଥିରେ ପଲେଷ୍ଟୀୟମାନେ ଏକତ୍ର ହୋଇ ଆସି ଶୂନେମରେ ଛାଉଣି ସ୍ଥାପନ କଲେ; ପୁଣି ଶାଉଲ ସମସ୍ତ ଇସ୍ରାଏଲକୁ ଏକତ୍ର କରନ୍ତେ, ସେମାନେ ଗିଲବୋୟରେ ଛାଉଣି ସ୍ଥାପନ କଲେ
5. ମାତ୍ର ଶାଉଲ ପଲେଷ୍ଟୀୟମାନଙ୍କ ସୈନ୍ୟସାମ; ଦେଖି ଭୀତ ହେଲେ ତାଙ୍କର ହୃଦୟ ଅତ୍ୟ; କମ୍ପିତ ହେଲା
6. ତହୁଁ ଶାଉଲ ସଦାପ୍ରଭୁଙ୍କ ନିକଟରେ ପଚାରନ୍ତେ, ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ ନାହିଁ; ନା ସ୍ଵପ୍ନ ଦ୍ଵାରା, ନା ଊରୀମ୍ ଦ୍ଵାରା, ନା ଭବିଷ୍ୟଦ୍ବକ୍ତାମାନଙ୍କ ଦ୍ଵାରା
7. ତେବେ ଶାଉଲ ଆପଣା ଦାସମାନଙ୍କୁ କହିଲେ, ମୋʼ ପାଇଁ ଗୋଟିଏ ଭୂତୁଡ଼ିଆ ସ୍ତ୍ରୀ ଖୋଜ, ମୁଁ ତାହା କତିକି ଯାଇ ତାହାଠାରୁ ବୁଝିବି ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, ଦେଖନ୍ତୁ, ଐନଦୋରରେ ଏକ ଭୂତୁଡ଼ିଆ ସ୍ତ୍ରୀ ଅଛି
8. ତହୁଁ ଶାଉଲ ଅନ୍ୟ ବସ୍ତ୍ର ପିନ୍ଧି ଛଦ୍ମବେଶ ଧରି ଦୁଇ ଜଣ ପୁରୁଷଙ୍କୁ ସଙ୍ଗେ ନେଇ ଗଲେ ସେମାନେ ରାତ୍ରି ବେଳେ ସେହି ସ୍ତ୍ରୀ ନିକଟରେ ଉପସ୍ଥିତ ହେଲେ; ତହୁଁ ଶାଉଲ କହିଲେ, ତୁମ୍ଭେ ଭୂତ ଦ୍ଵାରା ମୋʼ ପାଇଁ ଟିକିଏ ମନ୍ତ୍ର ପଢ଼, ମୁଁ ତୁମ୍ଭକୁ ଯାହାଙ୍କର ନାମ କହିବି, ତାଙ୍କୁ ମୋʼ କତିକି ଉଠାଇ ଆଣ
9. ଏଥିରେ ସେ ସ୍ତ୍ରୀ କହିଲା, ଦେଖ, ଶାଉଲ ଯାହା କରିଅଛି, କିପରି ସେ ଭୂତୁଡ଼ିଆ ଗୁଣିଆମାନଙ୍କୁ ଦେଶରୁ ଉଚ୍ଛିନ୍ନ କରିଅଛି, ତାହା ତୁମ୍ଭେ ଜାଣ; ଏଣୁ ମୋହର ମୃତ୍ୟୁ ଘଟାଇବା ପାଇଁ କିହେତୁ ମୋହର ପ୍ରାଣ ବିରୁଦ୍ଧରେ ଫାନ୍ଦ ପାତୁଅଛ?
10. ଏଥିରେ ଶାଉଲ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କଥା ସକାଶୁ ତୁମ୍ଭ ପ୍ରତି କୌଣସି ଦଣ୍ତ ବର୍ତ୍ତିବ ନାହିଁ
11. ସେତେବେଳେ ସେହି ସ୍ତ୍ରୀ କହିଲା, ମୁଁ କାହାକୁ ତୁମ୍ଭ କତିକି ଉଠାଇ ଆଣିବି? ସେ କହିଲେ, ମୋʼ କତିକି ଶାମୁୟେଲଙ୍କୁ ଉଠାଇ ଆଣ
12. ଏଥିରେ ସେ ସ୍ତ୍ରୀ ଶାମୁୟେଲଙ୍କୁ ଦେଖି ଉଚ୍ଚୈଃସ୍ଵରରେ କ୍ରନ୍ଦନ କଲା, ଆଉ ସେ ଶାଉଲଙ୍କୁ କହିଲା, ଆପଣ କିହେତୁ ମୋତେ ପ୍ରତାରଣା କଲେ? କାରଣ ଆପଣ ଶାଉଲ
13. ତହୁଁ ରାଜା ତାହାକୁ କହିଲେ, ଭୟ କର; ତୁମ୍ଭେ କଅଣ ଦେଖୁଅଛ? ତହିଁରେ ସେ ସ୍ତ୍ରୀ ଶାଉଲଙ୍କୁ କହିଲା, ମୁଁ ଦେବଗଣ (ତୁଲ୍ୟ ଏକ ବ୍ୟକ୍ତି) ଭୂମିରୁ ଉଠି ଆସିବାର ଦେଖୁଅଛି
14. ଏଥିରେ ଶାଉଲ ତାହାକୁ ପଚାରିଲେ, ତାହାର ରୂପ କି ପ୍ରକାର? ସେ କହିଲା, ଜଣେ ବୃଦ୍ଧ ଲୋକ ଉଠି ଆସୁଅଛି; ସେ ଚୋଗାରେ ଆଚ୍ଛନ୍ନ! ତହୁଁ ଶାଉଲ ଜାଣିଲେ ଯେ, ସେ ଶାମୁୟେଲ, ଏଣୁ ସେ ଭୂମିଷ୍ଠ ପ୍ରଣାମ କଲେ
15. ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, ତୁମ୍ଭେ ମୋତେ ଉଠାଇ ଆଣି କାହିଁକି ବ୍ୟସ୍ତ କଲ? ତହୁଁ ଶାଉଲ ଉତ୍ତର ଦେଲେ, ମୁଁ ଅତ୍ୟ; ବିପଦ୍ଗ୍ରସ୍ତ ହୋଇଅଛି; କାରଣ ପଲେଷ୍ଟୀୟମାନେ ମୋʼ ସଙ୍ଗେ ଯୁଦ୍ଧ କରୁଅଛନ୍ତି ପରମେଶ୍ଵର ମୋତେ ତ୍ୟାଗ କରିଅଛନ୍ତି ପୁଣି ମୋତେ ଆଉ ଉତ୍ତର ଦେଉ ନାହାନ୍ତି, ନା ଭବିଷ୍ୟଦ୍ବକ୍ତାମାନଙ୍କ ହାତରେ, ନା ସ୍ଵପ୍ନରେ (ଉତ୍ତର ଦେଉ ନାହାନ୍ତି); ଏଥିପାଇଁ ମୁଁ କଅଣ କରିବି, ଏହା ମୋତେ ଜଣାଇବା ପାଇଁ ମୁଁ ତୁମ୍ଭକୁ ଡକାଇଲି
16. ଏଥିରେ ଶାମୁୟେଲ କହିଲେ, ସଦାପ୍ରଭୁ ତୁମ୍ଭକୁ ତ୍ୟାଗ କରିଅଛନ୍ତି ତୁମ୍ଭର ବିପକ୍ଷ ହୋଇଅଛନ୍ତି, ତେବେ ତୁମ୍ଭେ ମୋତେ କାହିଁକି ପଚାରୁଅଛ?
17. ସଦାପ୍ରଭୁ ମୋʼ ଦ୍ଵାରା ଯେପରି କହିଥିଲେ, ସେ ଆପଣା ପାଇଁ ସେପରି କରିଅଛନ୍ତି; ପୁଣି ସଦାପ୍ରଭୁ ତୁମ୍ଭ ହସ୍ତରୁ ରାଜତ୍ଵ ଟାଣି ଚିରିଅଛନ୍ତି ତୁମ୍ଭ ପ୍ରତିବାସୀ ଦାଉଦଙ୍କୁ ତାହା ଦେଇଅଛନ୍ତି
18. ଯେହେତୁ ତୁମ୍ଭେ ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ ଅମାଲେକ ପ୍ରତି ତାହାଙ୍କ ପ୍ରଚଣ୍ତ କୋପ ସଫଳ କଲ ନାହିଁ, ଏହେତୁ ଆଜି ସଦାପ୍ରଭୁ ତୁମ୍ଭ ପ୍ରତି ଏହି କର୍ମ କରିଅଛନ୍ତି
19. ଆହୁରି ସଦାପ୍ରଭୁ ତୁମ୍ଭ ସହିତ ଇସ୍ରାଏଲକୁ ମଧ୍ୟ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କରିବେ; ଏଣୁ କାଲି ତୁମ୍ଭେ ତୁମ୍ଭ ପୁତ୍ରମାନେ ଆମ୍ଭ ସଙ୍ଗୀ ହେବ; ମଧ୍ୟ ସଦାପ୍ରଭୁ ଇସ୍ରାଏଲର ସୈନ୍ୟସାମନ୍ତଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କରିବେ
20. ତହିଁରେ ଶାଉଲ ସେହିକ୍ଷଣି ଭୂମିରେ ଲମ୍ଵ ହୋଇ ପଡ଼ିଗଲେ ଶାମୁୟେଲଙ୍କର କଥା ସକାଶୁ ଅତିଶୟ ଭୟ କଲେ ତାଙ୍କଠାରେ ଆଉ କିଛି ବଳ ରହିଲା ନାହିଁ; କାରଣ ସେ ଦିନଯାକ ରାତ୍ରିଯାକ କିଛି ଭୋଜନ କରି ଥିଲେ
21. ଏଥିରେ ସେ ସ୍ତ୍ରୀ ଶାଉଲଙ୍କ ନିକଟକୁ ଆସି ତାଙ୍କୁ ଅତିଶୟ ବିହ୍ଵଳ ଦେଖି କହିଲା, ଦେଖନ୍ତୁ, ଆପଣଙ୍କ ଦାସୀ ଆପଣଙ୍କ ରବ ଶୁଣିଅଛି ମୁଁ ମୋʼ ପ୍ରାଣ ଆପଣା ହାତରେ ଧରି ଯାହା ଆପଣ ମୋତେ କହିଲେ, ଆପଣଙ୍କ ସେହି କଥା ମୁଁ ଶୁଣିଲି
22. ଏହେତୁ ବିନୟ କରୁଅଛି, ଏବେ ଆପଣ ମଧ୍ୟ ଆପଣା ଦାସୀର ରବ ଶୁଣନ୍ତୁ ଆପଣଙ୍କ ସମ୍ମୁଖରେ ମୁଠିଏ ଆହାର ଥୋଇବା ପାଇଁ ମୋତେ ଅନୁମତି ଦେଉନ୍ତୁ ଭୋଜନ କରନ୍ତୁ, ତହିଁରେ ନିଜ ପଥରେ ଗଲା ବେଳେ ବଳ ପାଇବେ
23. ମାତ୍ର ସେ ଅସମ୍ମତ ହୋଇ କହିଲେ, ମୁଁ ଭୋଜନ କରିବି ନାହିଁ ତଥାପି ତାଙ୍କର ଦାସମାନେ ସେ ସ୍ତ୍ରୀ ମିଶି ତାଙ୍କୁ ବଳାନ୍ତେ, ସେ ସେମାନଙ୍କ ରବ ଶୁଣିଲେ ପୁଣି ସେ ଭୂମିରୁ ଉଠି ଶଯ୍ୟା ଉପରେ ବସିଲେ
24. ସେତେବେଳେ ସେ ସ୍ତ୍ରୀର ଗୃହରେ ଗୋଟିଏ ହୃଷ୍ଟପୁଷ୍ଟ ବାଛୁରି ଥିଲା; ଏଣୁ ସେ ଶୀଘ୍ର ତାକୁ ମାରିଲା ମଇଦା ନେଇ ତାହା ଦଳି ତାଡ଼ିଶୂନ୍ୟ ରୋଟୀ ପ୍ରସ୍ତୁତ କଲା
25. ତହୁଁ ସେ ଶାଉଲଙ୍କ ସମ୍ମୁଖକୁ ତାଙ୍କର ଦାସମାନଙ୍କ ସମ୍ମୁଖକୁ ତାହା ଆଣନ୍ତେ, ସେମାନେ ଭୋଜନ କଲେ ତହିଁ ଉତ୍ତାରେ ସେହି ରାତ୍ରିରେ ସେମାନେ ଉଠି ଚାଲିଗଲେ
Total 31 Chapters, Current Chapter 28 of Total Chapters 31
×

Alert

×

oriya Letters Keypad References