ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଦିତୀୟ ବିବରଣ
1. ଅନନ୍ତର ମୋʼ ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମ୍ଭେମାନେ ଫେରି ସୂଫ ସମୁଦ୍ର ପଥ ଦେଇ ପ୍ରାନ୍ତର ଆଡ଼େ ଯାତ୍ରା କଲୁ; ପୁଣି ସେୟୀର ପର୍ବତ ବୁଲି ଆସିବାକୁ ଆମ୍ଭମାନଙ୍କୁ ଅନେକ ଦିନ ଲାଗିଲା ।
2. ତହୁଁ ସଦାପ୍ରଭୁ ମୋତେ କହିଲେ,
3. ତୁମ୍ଭେମାନେ ଯଥେଷ୍ଟ କାଳ ଏହି ପର୍ବତ ବୁଲିଅଛ; ଏବେ ଉତ୍ତର ଦିଗକୁ ଫେର ।
4. ତୁମ୍ଭେ ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସେୟୀର ନିବାସୀ ତୁମ୍ଭମାନଙ୍କ ଭ୍ରାତୃଗଣର, ଅର୍ଥାତ୍, ଏଷୌ-ସନ୍ତାନଗଣର ସୀମା ଦେଇ ତୁମ୍ଭମାନଙ୍କୁ ଯିବାକୁ ହେବ; ତହିଁରେ ସେମାନେ ତୁମ୍ଭମାନଙ୍କଠାରୁ ଭୀତ ହେବେ; ଏଣୁ ତୁମ୍ଭେମାନେ ଅତି ସାବଧାନ ହୁଅ ।
5. ସେମାନଙ୍କ ସହିତ ବିରୋଧ କର ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦେଶରୁ କିଛି ଦେବା ନାହିଁ । ଏକ ପାଦ ପରିମିତ ଭୂମି ହିଁ ଦେବା ନାହିଁ; ଯେହେତୁ ଆମ୍ଭେ ଏଷୌକୁ ଅଧିକାରାର୍ଥେ ସେୟୀର ପର୍ବତ ଦେଇଅଛୁ ।
6. ତୁମ୍ଭେମାନେ ରୂପା ଦେଇ ସେମାନଙ୍କଠାରୁ ଅନ୍ନ କିଣି ଭୋଜନ କରିବ ଓ ରୂପା ଦେଇ ଜଳ କିଣି ପାନ କରିବ ।
7. କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ଵର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭଙ୍କୁ ଆଶୀର୍ବାଦ କରିଅଛନ୍ତି; ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ତୁମ୍ଭ ଗମନର ତତ୍ତ୍ଵ ନେଇଅଛନ୍ତି; ଏହି ଚାଳିଶ ବର୍ଷଯାକ ସଦାପ୍ରଭୁ ତୁମ୍ଭର ପରମେଶ୍ଵର ତୁମ୍ଭର ସହବର୍ତ୍ତୀ ହୋଇଅଛନ୍ତି; ତୁମ୍ଭର କିଛି ଅଭାବ ହୋଇ ନାହିଁ ।
8. ଏଉତ୍ତାରେ ଆମ୍ଭେମାନେ ସେୟୀର ନିବାସୀ ଆପଣା ଭ୍ରାତୃଗଣ ଏଷୌ-ସନ୍ତାନମାନଙ୍କ ନିକଟ ଦେଇ ଏଲତ୍ ଓ ଇତ୍ସିୟୋନ-ଗେବର ପଦାଭୂମିର ପଥଠାରୁ ଯାତ୍ରା କଲୁ । ତହୁଁ ଆମ୍ଭେମାନେ ଫେରି ମୋୟାବ-ପ୍ରାନ୍ତର ପଥ ଦେଇ ଯାତ୍ରା କଲୁ ।
9. ତହିଁରେ ସଦାପ୍ରଭୁ ମୋତେ କହିଲେ, ମୋୟାବକୁ କ୍ଳେଶ ଦିଅ ନାହିଁ, ଅବା ସେମାନଙ୍କ ସହିତ ଯୁଦ୍ଧ ଲଗାଅ ନାହିଁ; କାରଣ ଆମ୍ଭେ ତୁମ୍ଭକୁ ଅଧିକାରାର୍ଥେ ସେମାନଙ୍କ ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ଆର ନଗର ଅଧିକାରାର୍ଥେ ଦେଇଅଛୁ ।
10. (ପୂର୍ବେ ସେହି ସ୍ଥାନରେ ଏମୀୟ ଲୋକମାନେ ବାସ କଲେ, ସେମାନେ ବଳବାନ ଓ ଅନେକ ଓ ଅନାକୀୟମାନଙ୍କ ପରି ଦୀର୍ଘକାୟ ଥିଲେ ।
11. ଅନାକୀୟମାନଙ୍କ ତୁଲ୍ୟ ସେମାନେ ହେଁ ରଫାୟୀୟ-ମାନଙ୍କ ମଧ୍ୟରେ ଗଣିତ ଥିଲେ, ମାତ୍ର ମୋୟାବୀୟ ଲୋକମାନେ ସେମାନଙ୍କୁ ଏମୀୟ ବୋଲି କହିଲେ ।
12. ପୁଣି ପୂର୍ବେ ହୋରୀୟ ଲୋକମାନେ ସେୟୀରରେ ବାସ କଲେ, ମାତ୍ର ଏଷୌର ସନ୍ତାନଗଣ ସେମାନଙ୍କୁ ଅଧିକାରଚ୍ୟୁତ କଲେ ଓ ଆପଣାମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ; ଯେରୂପେ ଇସ୍ରାଏଲ ସଦାପ୍ରଭୁଙ୍କ ଦତ୍ତ ଆପଣା ଅଧିକାର-ଭୂମିରେ କଲେ) ।
13. ଏବେ ତୁମ୍ଭେମାନେ ଉଠ ଓ ସେରଦ୍ ନଦୀ ପାର ହୁଅ । ତହିଁରେ ଆମ୍ଭେମାନେ ସେରଦ୍ ନଦୀ ପାର ହେଲୁ ।
14. କାଦେଶ-ବର୍ଣ୍ଣେୟଠାରୁ ସେରଦ୍ ନଦୀ ପାର ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଅଠତିରିଶ ବର୍ଷ ଲାଗିଲା, ସେହି ସମୟକୁ ସଦାପ୍ରଭୁଙ୍କ ଶପଥ ଅନୁସାରେ ଛାଉଣି ମଧ୍ୟରୁ ସେହି ପୁରୁଷର ସମସ୍ତ ଯୋଦ୍ଧା ଉଚ୍ଛିନ୍ନ ହୋଇଥିଲେ ।
15. କାରଣ ଛାଉଣି ମଧ୍ୟରୁ ସେମାନଙ୍କୁ ନିଃଶେଷରେ ଲୋପ କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ହସ୍ତ ଥିଲା ।
16. ଏହିରୂପେ ସେହି ସମସ୍ତ ଯୋଦ୍ଧା ମରି ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେଲା ଉତ୍ତାରେ
17. ସଦାପ୍ରଭୁ ମୋତେ କହିଲେ,
18. ଆଜି ତୁମ୍ଭକୁ ମୋୟାବର ସୀମା ଆର ଦେଇ ଯିବାକୁ ହେବ;
19. (ପୁଣି ତୁମ୍ଭେ ଅମ୍ମୋନ-ସନ୍ତାନଗଣର ସମ୍ମୁଖରେ ଉପସ୍ଥିତ ହେଲେ ସେମାନଙ୍କୁ କ୍ଳେଶ ଦିଅ ନାହିଁ, କି ସେମାନଙ୍କ ସଙ୍ଗେ ବିରୋଧ କର ନାହିଁ, କାରଣ ଆମ୍ଭେ ଅଧିକାରାର୍ଥେ ତୁମ୍ଭକୁ ଅମ୍ମୋନ-ସନ୍ତାନଗଣର ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ତାହା ଅଧିକାର କରିବା ପାଇଁ ଦେଇଅଛୁ ।
20. (ସେହି ଦେଶ ମଧ୍ୟ ରଫାୟୀୟମାନଙ୍କ ଦେଶ ବୋଲି ଗଣିତ; ପୂର୍ବେ ରଫାୟୀୟମାନେ ସେଠାରେ ବାସ କଲେ; ମାତ୍ର ଅମ୍ମୋନୀୟମାନେ ସେମାନଙ୍କୁ ସମ୍ସୁମ୍ମୀୟ ବୋଲି କହିଲେ;
21. ସେମାନେ ବଳବାନ ଓ ଅନେକ ଓ ଅନାକୀୟମାନଙ୍କ ପରି ଦୀର୍ଘକାୟ ଲୋକ ଥିଲେ; ମାତ୍ର ସଦାପ୍ରଭୁ ଅମ୍ମୋନୀୟମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କଲେ; ପୁଣି ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ସେମାନଙ୍କ ସ୍ଥାନରେ ବସତି କଲେ ।
22. ସେ ସେୟୀର ନିବାସୀ ଏଷୌ-ସନ୍ତାନଗଣ ନିମନ୍ତେ ସେହି ରୂପ କର୍ମ କରିଥିଲେ, ଅର୍ଥାତ୍, ସେମାନଙ୍କ ସମ୍ମୁଖରୁ ହୋରୀୟମାନଙ୍କୁ ବିନଷ୍ଟ କଲେ, ତହିଁରେ ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ଅଦ୍ୟାପି ସେମାନଙ୍କ ସ୍ଥାନରେ ବାସ କରୁଅଛନ୍ତି ।
23. ପୁଣି କପ୍ତୋରରୁ ଆଗତ କପ୍ତୋରୀୟ ଲୋକମାନେ ଘସା ପର୍ଯ୍ୟନ୍ତ ଗ୍ରାମମାନଙ୍କରେ ବାସକାରୀ ଅବ୍ବୀୟମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ) ।
24. ତୁମ୍ଭେମାନେ ଉଠ ଓ ଯାତ୍ରା କରି ଅର୍ଣ୍ଣୋନ୍ ଉପତ୍ୟକା ପାର ହୁଅ; ଦେଖ, ଆମ୍ଭେ ହିଷ୍ବୋନର ରାଜା ଇମୋରୀୟ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ; ତାହା ଅଧିକାର କରିବାକୁ ଆରମ୍ଭ କର ଓ ତାହା ସଙ୍ଗେ ଯୁଦ୍ଧ ଲଗାଅ ।
25. ଅଦ୍ୟାବଧି ଆମ୍ଭେ ସମସ୍ତ ଆକାଶମଣ୍ତଳର ଅଧଃସ୍ଥିତ ଲୋକମାନଙ୍କ ମନରେ ତୁମ୍ଭ ବିଷୟକ ଆଶଙ୍କା ଓ ଭୟ ଜନ୍ମାଇବାକୁ ଆରମ୍ଭ କରିବା, ସେମାନେ ତୁମ୍ଭ ବିଷୟର ସମ୍ଵାଦ ଶୁଣିଲେ ତୁମ୍ଭ ସକାଶୁ କମ୍ପିତ ଓ ବ୍ୟଥିତ ହେବେ ।
26. ଆଉ ମୁଁ କଦେମୋତ୍ ପ୍ରାନ୍ତରରୁ ହିଷ୍ବୋନର ରାଜା ସୀହୋନ ନିକଟକୁ ଦୂତ ଦ୍ଵାରା ଏହି ଶାନ୍ତିସୂଚକ ବାକ୍ୟ କହି ପଠାଇଲି,
27. ତୁମ୍ଭ ଦେଶ ଦେଇ ମୋତେ ଯିବାକୁ ଦିଅ, ମୁଁ ବାଟେ ବାଟେ ଯିବି, ଦକ୍ଷିଣରେ କି ବାମରେ ଫେରିବି ନାହିଁ ।
28. ସେୟୀର ନିବାସୀ ଏଷୌ-ସନ୍ତାନଗଣ ଓ ଆର ନିବାସୀ ମୋୟାବୀୟ ଲୋକମାନେ ମୋʼ ପ୍ରତି ଯେରୂପ କଲେ, ତଦ୍ରୂପ ତୁମ୍ଭେ କର;
29. ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ଆମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେପର୍ଯ୍ୟନ୍ତ ସେହି ଦେଶରେ ଉପସ୍ଥିତ ନ ହେଉ, ସେପର୍ଯ୍ୟନ୍ତ ତୁମ୍ଭେ ରୂପା ନେଇ ମୋତେ ଭୋଜନର ଅନ୍ନ ଦିଅ ଓ ରୂପା ନେଇ ପିଇବାର ଜଳ ଦିଅ; ମୁଁ କେବଳ ଆପଣା ପାଦ ଦେଇ ପାର ହୋଇଯିବି ।
30. ମାତ୍ର ହିଷ୍ବୋନର ରାଜା ସୀହୋନ ଆପଣା ଦେଶ ମଧ୍ୟଦେଇ ଯିବା ପାଇଁ ଆମ୍ଭମାନଙ୍କୁ ଅନୁମତି ଦେଲା ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ଵର ତୁମ୍ଭ ହସ୍ତରେ ଆଜିର ନ୍ୟାୟ ତାହାକୁ ସମର୍ପଣ କରିବା ପାଇଁ ତାହାର ମନ କଠିନ କଲେ ଓ ତାହାର ହୃଦୟ ଶକ୍ତ କଲେ ।
31. ପୁଣି ସଦାପ୍ରଭୁ ମୋତେ କହିଲେ, ଦେଖ, ଆମ୍ଭେ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ଆଗରେ ସମର୍ପଣ କରିବାକୁ ପ୍ରବୃତ୍ତ ହେଲୁଣି; ତୁମ୍ଭେ ତାହାର ଦେଶ ଅଧିକାର କରିବାକୁ ପ୍ରବୃତ୍ତ ହୁଅ ।
32. ସେତେବେଳେ ସୀହୋନ, ସେ ଓ ତାହାର ସମସ୍ତ ପ୍ରଜା ଆମ୍ଭମାନଙ୍କ ବିରୁଦ୍ଧରେ ବାହାରି ଯହସରେ ଯୁଦ୍ଧ କରିବାକୁ ଆସିଲେ ।
33. ତେବେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କ ଆଗରେ ତାହାକୁ ସମର୍ପଣ କଲେ; ତହିଁରେ ଆମ୍ଭେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ବଧ କଲୁ ।
34. ଆଉ ସେହି ସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କରି ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି-ନଗର ବର୍ଜିତ ରୂପେ ବିନଷ୍ଟ କଲୁ; ଆମ୍ଭେମାନେ କାହାକୁ ହିଁ ବଞ୍ଚାଇ ରଖିଲୁ ନାହିଁ ।
35. କେବଳ ପଶୁଗଣକୁ ଓ ଯେ ଯେ ନଗର ହସ୍ତଗତ କରିଥିଲୁ, ତହିଁର ଲୁଟିତ ଦ୍ରବ୍ୟସବୁକୁ ଆମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲୁ ।
36. ଅର୍ଣ୍ଣୋନ୍-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗରଠାରୁ ଗିଲୀୟଦ ପର୍ଯ୍ୟନ୍ତ ଏକ ନଗର ହିଁ ଆମ୍ଭମାନଙ୍କ ଶକ୍ତିର ଅତିରିକ୍ତ ନ ଥିଲା; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କ ଆଗରେ ସମଗ୍ର ସମର୍ପଣ କଲେ ।
37. କେବଳ ଅମ୍ମୋନ-ସନ୍ତାନମାନଙ୍କ ଦେଶ, ଅର୍ଥାତ୍, ଯବ୍ବୋକ୍ ନଦୀର ପାର୍ଶ୍ଵସ୍ଥ ପ୍ରଦେଶ ଓ ପର୍ବତମୟ ସକଳ ନଗର ପ୍ରଭୃତି ଯେଉଁ ଦେଶ ବିଷୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ନିଷେଧ କରିଥିଲେ; ତହିଁ ନିକଟରେ ତୁମ୍ଭେ ଉପସ୍ଥିତ ହେଲ ନାହିଁ ।

ରେକର୍ଡଗୁଡିକ

Total 34 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 2 / 34
1 ଅନନ୍ତର ମୋʼ ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମ୍ଭେମାନେ ଫେରି ସୂଫ ସମୁଦ୍ର ପଥ ଦେଇ ପ୍ରାନ୍ତର ଆଡ଼େ ଯାତ୍ରା କଲୁ; ପୁଣି ସେୟୀର ପର୍ବତ ବୁଲି ଆସିବାକୁ ଆମ୍ଭମାନଙ୍କୁ ଅନେକ ଦିନ ଲାଗିଲା । 2 ତହୁଁ ସଦାପ୍ରଭୁ ମୋତେ କହିଲେ, 3 ତୁମ୍ଭେମାନେ ଯଥେଷ୍ଟ କାଳ ଏହି ପର୍ବତ ବୁଲିଅଛ; ଏବେ ଉତ୍ତର ଦିଗକୁ ଫେର । 4 ତୁମ୍ଭେ ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସେୟୀର ନିବାସୀ ତୁମ୍ଭମାନଙ୍କ ଭ୍ରାତୃଗଣର, ଅର୍ଥାତ୍, ଏଷୌ-ସନ୍ତାନଗଣର ସୀମା ଦେଇ ତୁମ୍ଭମାନଙ୍କୁ ଯିବାକୁ ହେବ; ତହିଁରେ ସେମାନେ ତୁମ୍ଭମାନଙ୍କଠାରୁ ଭୀତ ହେବେ; ଏଣୁ ତୁମ୍ଭେମାନେ ଅତି ସାବଧାନ ହୁଅ । 5 ସେମାନଙ୍କ ସହିତ ବିରୋଧ କର ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦେଶରୁ କିଛି ଦେବା ନାହିଁ । ଏକ ପାଦ ପରିମିତ ଭୂମି ହିଁ ଦେବା ନାହିଁ; ଯେହେତୁ ଆମ୍ଭେ ଏଷୌକୁ ଅଧିକାରାର୍ଥେ ସେୟୀର ପର୍ବତ ଦେଇଅଛୁ । 6 ତୁମ୍ଭେମାନେ ରୂପା ଦେଇ ସେମାନଙ୍କଠାରୁ ଅନ୍ନ କିଣି ଭୋଜନ କରିବ ଓ ରୂପା ଦେଇ ଜଳ କିଣି ପାନ କରିବ । 7 କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ଵର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭଙ୍କୁ ଆଶୀର୍ବାଦ କରିଅଛନ୍ତି; ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ତୁମ୍ଭ ଗମନର ତତ୍ତ୍ଵ ନେଇଅଛନ୍ତି; ଏହି ଚାଳିଶ ବର୍ଷଯାକ ସଦାପ୍ରଭୁ ତୁମ୍ଭର ପରମେଶ୍ଵର ତୁମ୍ଭର ସହବର୍ତ୍ତୀ ହୋଇଅଛନ୍ତି; ତୁମ୍ଭର କିଛି ଅଭାବ ହୋଇ ନାହିଁ । 8 ଏଉତ୍ତାରେ ଆମ୍ଭେମାନେ ସେୟୀର ନିବାସୀ ଆପଣା ଭ୍ରାତୃଗଣ ଏଷୌ-ସନ୍ତାନମାନଙ୍କ ନିକଟ ଦେଇ ଏଲତ୍ ଓ ଇତ୍ସିୟୋନ-ଗେବର ପଦାଭୂମିର ପଥଠାରୁ ଯାତ୍ରା କଲୁ । ତହୁଁ ଆମ୍ଭେମାନେ ଫେରି ମୋୟାବ-ପ୍ରାନ୍ତର ପଥ ଦେଇ ଯାତ୍ରା କଲୁ । 9 ତହିଁରେ ସଦାପ୍ରଭୁ ମୋତେ କହିଲେ, ମୋୟାବକୁ କ୍ଳେଶ ଦିଅ ନାହିଁ, ଅବା ସେମାନଙ୍କ ସହିତ ଯୁଦ୍ଧ ଲଗାଅ ନାହିଁ; କାରଣ ଆମ୍ଭେ ତୁମ୍ଭକୁ ଅଧିକାରାର୍ଥେ ସେମାନଙ୍କ ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ଆର ନଗର ଅଧିକାରାର୍ଥେ ଦେଇଅଛୁ । 10 (ପୂର୍ବେ ସେହି ସ୍ଥାନରେ ଏମୀୟ ଲୋକମାନେ ବାସ କଲେ, ସେମାନେ ବଳବାନ ଓ ଅନେକ ଓ ଅନାକୀୟମାନଙ୍କ ପରି ଦୀର୍ଘକାୟ ଥିଲେ । 11 ଅନାକୀୟମାନଙ୍କ ତୁଲ୍ୟ ସେମାନେ ହେଁ ରଫାୟୀୟ-ମାନଙ୍କ ମଧ୍ୟରେ ଗଣିତ ଥିଲେ, ମାତ୍ର ମୋୟାବୀୟ ଲୋକମାନେ ସେମାନଙ୍କୁ ଏମୀୟ ବୋଲି କହିଲେ । 12 ପୁଣି ପୂର୍ବେ ହୋରୀୟ ଲୋକମାନେ ସେୟୀରରେ ବାସ କଲେ, ମାତ୍ର ଏଷୌର ସନ୍ତାନଗଣ ସେମାନଙ୍କୁ ଅଧିକାରଚ୍ୟୁତ କଲେ ଓ ଆପଣାମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ; ଯେରୂପେ ଇସ୍ରାଏଲ ସଦାପ୍ରଭୁଙ୍କ ଦତ୍ତ ଆପଣା ଅଧିକାର-ଭୂମିରେ କଲେ) । 13 ଏବେ ତୁମ୍ଭେମାନେ ଉଠ ଓ ସେରଦ୍ ନଦୀ ପାର ହୁଅ । ତହିଁରେ ଆମ୍ଭେମାନେ ସେରଦ୍ ନଦୀ ପାର ହେଲୁ । 14 କାଦେଶ-ବର୍ଣ୍ଣେୟଠାରୁ ସେରଦ୍ ନଦୀ ପାର ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଅଠତିରିଶ ବର୍ଷ ଲାଗିଲା, ସେହି ସମୟକୁ ସଦାପ୍ରଭୁଙ୍କ ଶପଥ ଅନୁସାରେ ଛାଉଣି ମଧ୍ୟରୁ ସେହି ପୁରୁଷର ସମସ୍ତ ଯୋଦ୍ଧା ଉଚ୍ଛିନ୍ନ ହୋଇଥିଲେ । 15 କାରଣ ଛାଉଣି ମଧ୍ୟରୁ ସେମାନଙ୍କୁ ନିଃଶେଷରେ ଲୋପ କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ହସ୍ତ ଥିଲା । 16 ଏହିରୂପେ ସେହି ସମସ୍ତ ଯୋଦ୍ଧା ମରି ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେଲା ଉତ୍ତାରେ 17 ସଦାପ୍ରଭୁ ମୋତେ କହିଲେ, 18 ଆଜି ତୁମ୍ଭକୁ ମୋୟାବର ସୀମା ଆର ଦେଇ ଯିବାକୁ ହେବ; 19 (ପୁଣି ତୁମ୍ଭେ ଅମ୍ମୋନ-ସନ୍ତାନଗଣର ସମ୍ମୁଖରେ ଉପସ୍ଥିତ ହେଲେ ସେମାନଙ୍କୁ କ୍ଳେଶ ଦିଅ ନାହିଁ, କି ସେମାନଙ୍କ ସଙ୍ଗେ ବିରୋଧ କର ନାହିଁ, କାରଣ ଆମ୍ଭେ ଅଧିକାରାର୍ଥେ ତୁମ୍ଭକୁ ଅମ୍ମୋନ-ସନ୍ତାନଗଣର ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ତାହା ଅଧିକାର କରିବା ପାଇଁ ଦେଇଅଛୁ । 20 (ସେହି ଦେଶ ମଧ୍ୟ ରଫାୟୀୟମାନଙ୍କ ଦେଶ ବୋଲି ଗଣିତ; ପୂର୍ବେ ରଫାୟୀୟମାନେ ସେଠାରେ ବାସ କଲେ; ମାତ୍ର ଅମ୍ମୋନୀୟମାନେ ସେମାନଙ୍କୁ ସମ୍ସୁମ୍ମୀୟ ବୋଲି କହିଲେ; 21 ସେମାନେ ବଳବାନ ଓ ଅନେକ ଓ ଅନାକୀୟମାନଙ୍କ ପରି ଦୀର୍ଘକାୟ ଲୋକ ଥିଲେ; ମାତ୍ର ସଦାପ୍ରଭୁ ଅମ୍ମୋନୀୟମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କଲେ; ପୁଣି ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ସେମାନଙ୍କ ସ୍ଥାନରେ ବସତି କଲେ । 22 ସେ ସେୟୀର ନିବାସୀ ଏଷୌ-ସନ୍ତାନଗଣ ନିମନ୍ତେ ସେହି ରୂପ କର୍ମ କରିଥିଲେ, ଅର୍ଥାତ୍, ସେମାନଙ୍କ ସମ୍ମୁଖରୁ ହୋରୀୟମାନଙ୍କୁ ବିନଷ୍ଟ କଲେ, ତହିଁରେ ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ଅଦ୍ୟାପି ସେମାନଙ୍କ ସ୍ଥାନରେ ବାସ କରୁଅଛନ୍ତି । 23 ପୁଣି କପ୍ତୋରରୁ ଆଗତ କପ୍ତୋରୀୟ ଲୋକମାନେ ଘସା ପର୍ଯ୍ୟନ୍ତ ଗ୍ରାମମାନଙ୍କରେ ବାସକାରୀ ଅବ୍ବୀୟମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ) । 24 ତୁମ୍ଭେମାନେ ଉଠ ଓ ଯାତ୍ରା କରି ଅର୍ଣ୍ଣୋନ୍ ଉପତ୍ୟକା ପାର ହୁଅ; ଦେଖ, ଆମ୍ଭେ ହିଷ୍ବୋନର ରାଜା ଇମୋରୀୟ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ; ତାହା ଅଧିକାର କରିବାକୁ ଆରମ୍ଭ କର ଓ ତାହା ସଙ୍ଗେ ଯୁଦ୍ଧ ଲଗାଅ । 25 ଅଦ୍ୟାବଧି ଆମ୍ଭେ ସମସ୍ତ ଆକାଶମଣ୍ତଳର ଅଧଃସ୍ଥିତ ଲୋକମାନଙ୍କ ମନରେ ତୁମ୍ଭ ବିଷୟକ ଆଶଙ୍କା ଓ ଭୟ ଜନ୍ମାଇବାକୁ ଆରମ୍ଭ କରିବା, ସେମାନେ ତୁମ୍ଭ ବିଷୟର ସମ୍ଵାଦ ଶୁଣିଲେ ତୁମ୍ଭ ସକାଶୁ କମ୍ପିତ ଓ ବ୍ୟଥିତ ହେବେ । 26 ଆଉ ମୁଁ କଦେମୋତ୍ ପ୍ରାନ୍ତରରୁ ହିଷ୍ବୋନର ରାଜା ସୀହୋନ ନିକଟକୁ ଦୂତ ଦ୍ଵାରା ଏହି ଶାନ୍ତିସୂଚକ ବାକ୍ୟ କହି ପଠାଇଲି, 27 ତୁମ୍ଭ ଦେଶ ଦେଇ ମୋତେ ଯିବାକୁ ଦିଅ, ମୁଁ ବାଟେ ବାଟେ ଯିବି, ଦକ୍ଷିଣରେ କି ବାମରେ ଫେରିବି ନାହିଁ । 28 ସେୟୀର ନିବାସୀ ଏଷୌ-ସନ୍ତାନଗଣ ଓ ଆର ନିବାସୀ ମୋୟାବୀୟ ଲୋକମାନେ ମୋʼ ପ୍ରତି ଯେରୂପ କଲେ, ତଦ୍ରୂପ ତୁମ୍ଭେ କର; 29 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ଆମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେପର୍ଯ୍ୟନ୍ତ ସେହି ଦେଶରେ ଉପସ୍ଥିତ ନ ହେଉ, ସେପର୍ଯ୍ୟନ୍ତ ତୁମ୍ଭେ ରୂପା ନେଇ ମୋତେ ଭୋଜନର ଅନ୍ନ ଦିଅ ଓ ରୂପା ନେଇ ପିଇବାର ଜଳ ଦିଅ; ମୁଁ କେବଳ ଆପଣା ପାଦ ଦେଇ ପାର ହୋଇଯିବି । 30 ମାତ୍ର ହିଷ୍ବୋନର ରାଜା ସୀହୋନ ଆପଣା ଦେଶ ମଧ୍ୟଦେଇ ଯିବା ପାଇଁ ଆମ୍ଭମାନଙ୍କୁ ଅନୁମତି ଦେଲା ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ଵର ତୁମ୍ଭ ହସ୍ତରେ ଆଜିର ନ୍ୟାୟ ତାହାକୁ ସମର୍ପଣ କରିବା ପାଇଁ ତାହାର ମନ କଠିନ କଲେ ଓ ତାହାର ହୃଦୟ ଶକ୍ତ କଲେ । 31 ପୁଣି ସଦାପ୍ରଭୁ ମୋତେ କହିଲେ, ଦେଖ, ଆମ୍ଭେ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ଆଗରେ ସମର୍ପଣ କରିବାକୁ ପ୍ରବୃତ୍ତ ହେଲୁଣି; ତୁମ୍ଭେ ତାହାର ଦେଶ ଅଧିକାର କରିବାକୁ ପ୍ରବୃତ୍ତ ହୁଅ । 32 ସେତେବେଳେ ସୀହୋନ, ସେ ଓ ତାହାର ସମସ୍ତ ପ୍ରଜା ଆମ୍ଭମାନଙ୍କ ବିରୁଦ୍ଧରେ ବାହାରି ଯହସରେ ଯୁଦ୍ଧ କରିବାକୁ ଆସିଲେ । 33 ତେବେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କ ଆଗରେ ତାହାକୁ ସମର୍ପଣ କଲେ; ତହିଁରେ ଆମ୍ଭେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ବଧ କଲୁ । 34 ଆଉ ସେହି ସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କରି ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି-ନଗର ବର୍ଜିତ ରୂପେ ବିନଷ୍ଟ କଲୁ; ଆମ୍ଭେମାନେ କାହାକୁ ହିଁ ବଞ୍ଚାଇ ରଖିଲୁ ନାହିଁ । 35 କେବଳ ପଶୁଗଣକୁ ଓ ଯେ ଯେ ନଗର ହସ୍ତଗତ କରିଥିଲୁ, ତହିଁର ଲୁଟିତ ଦ୍ରବ୍ୟସବୁକୁ ଆମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲୁ । 36 ଅର୍ଣ୍ଣୋନ୍-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗରଠାରୁ ଗିଲୀୟଦ ପର୍ଯ୍ୟନ୍ତ ଏକ ନଗର ହିଁ ଆମ୍ଭମାନଙ୍କ ଶକ୍ତିର ଅତିରିକ୍ତ ନ ଥିଲା; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କ ଆଗରେ ସମଗ୍ର ସମର୍ପଣ କଲେ । 37 କେବଳ ଅମ୍ମୋନ-ସନ୍ତାନମାନଙ୍କ ଦେଶ, ଅର୍ଥାତ୍, ଯବ୍ବୋକ୍ ନଦୀର ପାର୍ଶ୍ଵସ୍ଥ ପ୍ରଦେଶ ଓ ପର୍ବତମୟ ସକଳ ନଗର ପ୍ରଭୃତି ଯେଉଁ ଦେଶ ବିଷୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ନିଷେଧ କରିଥିଲେ; ତହିଁ ନିକଟରେ ତୁମ୍ଭେ ଉପସ୍ଥିତ ହେଲ ନାହିଁ ।
Total 34 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 2 / 34
×

Alert

×

Oriya Letters Keypad References