ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗଣନା ପୁସ୍ତକ
1. ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଓ ତୁମ୍ଭର ପିତୃବଂଶ, ତୁମ୍ଭେମାନେ ପବିତ୍ର ସ୍ଥାନଘଟିତ ଅପରାଧ ବହିବ; ପୁଣି ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଯାଜକତ୍ଵ-ପଦଘଟିତ ଅପରାଧ ବହିବ ।
2. ଆଉ ତୁମ୍ଭେ ଲେବୀ ବଂଶୀୟ ତୁମ୍ଭର ଭ୍ରାତୃଗଣକୁ, ଅର୍ଥାତ୍, ତୁମ୍ଭର ପିତୃବଂଶୀୟମାନଙ୍କୁ ଆପଣା ସଙ୍ଗେ ନିକଟକୁ ଆଣ, ସେମାନେ ତୁମ୍ଭ ସହିତ ଯୋଗ ଦେବେ ଓ ତୁମ୍ଭର ସେବା କରିବେ; ମାତ୍ର ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ସାକ୍ଷ୍ୟତମ୍ଵୁ ସମ୍ମୁଖରେ ରହିବ ।
3. ପୁଣି ସେମାନେ ତୁମ୍ଭର ରକ୍ଷଣୀୟ ଓ ସମୁଦାୟ ତମ୍ଵୁର ରକ୍ଷଣୀୟ ରକ୍ଷା କରିବେ; ଯେପରି ସେମାନେ, ଅବା ତୁମ୍ଭେମାନେ ନ ମର, ଏଥିପାଇଁ ସେମାନେ କେବଳ ପବିତ୍ର ସ୍ଥାନର ପାତ୍ର ନିକଟକୁ ଓ ବେଦି ନିକଟକୁ ଯିବେ ନାହିଁ ।
4. ସେମାନେ ତୁମ୍ଭ ସହିତ ଯୋଗ ଦେଇ ତମ୍ଵୁର ସମସ୍ତ ସେବାକର୍ମ ଅନୁସାରେ ସମାଗମ-ତମ୍ଵୁର ରକ୍ଷଣୀୟ ରକ୍ଷା କରିବେ, ଆଉ କୌଣସି ଅନ୍ୟ ବଂଶୀୟ ଲୋକ ସେମାନଙ୍କ ନିକଟକୁ ଯିବ ନାହିଁ ।
5. ପୁଣି ଇସ୍ରାଏଲ-ସନ୍ତାନଗଣ ପ୍ରତି ଯେପରି ଆଉ କ୍ରୋଧ ଉପସ୍ଥିତ ନ ହୁଏ, ଏଥିପାଇଁ ତୁମ୍ଭେମାନେ ପବିତ୍ର ସ୍ଥାନର ରକ୍ଷଣୀୟ ଓ ବେଦିର ରକ୍ଷଣୀୟ ରକ୍ଷା କରିବ ।
6. ଆଉ ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ତୁମ୍ଭମାନଙ୍କର ଭ୍ରାତୃଗଣ ଲେବୀୟମାନଙ୍କୁ ଗ୍ରହଣ କରିଅଛୁ, ସେମାନେ ସମାଗମ-ତମ୍ଵୁର ସେବାକର୍ମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ଦାନ ଅଟନ୍ତି ।
7. ଏଣୁ ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ, ତୁମ୍ଭେମାନେ ବେଦି ସମ୍ଵନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦବସ୍ତ୍ର ଭିତରେ ଆପଣାର ଯାଜକତ୍ଵ ପାଳନ କରିବ ଓ ତୁମ୍ଭେମାନେ ସେବା କରିବ । ଆମ୍ଭେ (ଆପଣା) ଦାନଜନିତ ସେବା ରୂପେ ତୁମ୍ଭମାନଙ୍କୁ ଯାଜକତ୍ଵ ପଦ ଦେଲୁ; ମାତ୍ର ଯେଉଁ ଅନ୍ୟ ବଂଶୀୟ ଲୋକ ନିକଟକୁ ଆସେ, ତାହାର ପ୍ରାଣଦଣ୍ତ ହେବ ।
8. ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, ଆହୁରି ଆମ୍ଭେ, ଦେଖ, ଆମ୍ଭେ ଆପଣା ଉତ୍ତୋଳନୀୟ ଉପହାର, ଅର୍ଥାତ୍, ଇସ୍ରାଏଲ-ସନ୍ତାନଗଣର ସମସ୍ତ ପବିତ୍ରୀକୃତ ଦ୍ରବ୍ୟର ଭାର ତୁମ୍ଭଙ୍କୁ ଦେଲୁ, ତୁମ୍ଭର ଅଭିଷେକ ହେତୁରୁ ତୁମ୍ଭକୁ ଓ ତୁମ୍ଭର ସନ୍ତାନଗଣକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ତାହାସବୁ ଦେଲୁ ।
9. ଅଗ୍ନିକୃତ ମହାପବିତ୍ର ଉପହାର ମଧ୍ୟରୁ ରକ୍ଷିତ ଏହାସବୁ ତୁମ୍ଭର ହେବ; ଆମ୍ଭ ଉଦ୍ଦେଶ୍ୟରେ ସେମାନେ ଯାହା ଉତ୍ସର୍ଗ କରିବେ, ଏପରି ସେମାନଙ୍କର ପ୍ରତ୍ୟେକ ଉପହାର, ଅର୍ଥାତ୍, ସେମାନଙ୍କର ପ୍ରତ୍ୟେକ ଭକ୍ଷ୍ୟ-ନୈବେଦ୍ୟ ଓ ସେମାନଙ୍କର ପ୍ରତ୍ୟେକ ପାପାର୍ଥକ ବଳି ଓ ସେମାନଙ୍କର ପ୍ରତ୍ୟେକ ଦୋଷାର୍ଥକ ବଳି ତୁମ୍ଭ ଓ ତୁମ୍ଭ ପୁତ୍ରଗଣ ନିମନ୍ତେ ମହାପବିତ୍ର ହେବ ।
10. ତୁମ୍ଭେ ତାହା ମହାପବିତ୍ର ଦ୍ରବ୍ୟ ମଣି ତହିଁରୁ ଭୋଜନ କରିବ; ପ୍ରତ୍ୟେକ ପୁରୁଷ ତହିଁରୁ ଭୋଜନ କରିବ; ତାହା ତୁମ୍ଭ ପ୍ରତି ପବିତ୍ର ହେବ ।
11. ଆଉ ଏହା ତୁମ୍ଭର ଅଟେ; ଅର୍ଥାତ୍, ଇସ୍ରାଏଲ-ସନ୍ତାନଗଣର ସମସ୍ତ ଦୋଳନୀୟ ନୈବେଦ୍ୟର ଦାନ ମଧ୍ୟରୁ ଉତ୍ତୋଳନୀୟ ଉପହାର; ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତାହାସବୁ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭର ପୁତ୍ରଗଣକୁ ଓ ତୁମ୍ଭର କନ୍ୟାଗଣକୁ ଦେଲୁ; ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ଶୁଚି ଲୋକ ତାହା ଭୋଜନ କରିବ ।
12. ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା-ମାନଙ୍କର ସମସ୍ତ ଉତ୍ତମ ତୈଳ ଓ ସମସ୍ତ ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ୟ, ଯେ ଯେ ପ୍ରଥମଜାତ ଫଳ ଉତ୍ସର୍ଗ କରିବେ, ତାହାସବୁ ଆମ୍ଭେ ତୁମ୍ଭକୁ ଦେଲୁ ।
13. ସେମାନେ ଆପଣା ଆପଣା ଭୂମିରୁ ଉତ୍ପନ୍ନ ଯେସବୁ ପ୍ରଥମ ପକ୍ଵ ଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେସବୁ ତୁମ୍ଭର ହେବ; ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ଶୁଚି ଲୋକ ତାହା ଭୋଜନ କରିବ ।
14. ଇସ୍ରାଏଲ ମଧ୍ୟରେ ବର୍ଜିତ ବସ୍ତୁସବୁ ତୁମ୍ଭର ହେବ ।
15. ସେମାନେ ମନୁଷ୍ୟ କି ପଶୁମାନଙ୍କ ମଧ୍ୟରୁ ଯେସମସ୍ତ ପ୍ରଥମଜାତ ଗର୍ଭଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେସମସ୍ତ ତୁମ୍ଭର ହେବ; ତଥାପି ତୁମ୍ଭେ ମନୁଷ୍ୟର ପ୍ରଥମଜାତକୁ ଅବଶ୍ୟ ମୁକ୍ତ କରିବ, ପୁଣି ତୁମ୍ଭେ ଅଶୁଚି ପଶୁର ପ୍ରଥମଜାତକୁ ମୁକ୍ତ କରିବ ।
16. ପୁଣି ଯେଉଁମାନେ ଏକ ମାସ ବୟସ୍କ ଅବଧି ମୁକ୍ତ କରାଯିବେ, ସେସମସ୍ତଙ୍କୁ ତୁମ୍ଭର ନିରୂପଣୀୟ ମୂଲ୍ୟରେ ପବିତ୍ର ସ୍ଥାନର କୋଡ଼ିଏ ଗେରା ପରିମିତ ଶେକଲ ଅନୁସାରେ ପାଞ୍ଚ ଶେକଲ ରୂପାରେ ମୁକ୍ତ କରିବ ।
17. ମାତ୍ର ତୁମ୍ଭେ ଗୋରୁର ପ୍ରଥମଜାତକୁ ଅବା ମେଷର ପ୍ରଥମଜାତକୁ ଅବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ, ସେମାନେ ପବିତ୍ର; ତୁମ୍ଭେ ବେଦି ଉପରେ ସେମାନଙ୍କର ରକ୍ତ ସେଚନ କରିବ, ପୁଣି ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ସେମାନଙ୍କର ମେଦ ଦଗ୍ଧ କରିବ ।
18. ଆଉ ସେମାନଙ୍କର ମାଂସ ତୁମ୍ଭର ହେବ, ଯେପରି ଦୋଳନୀୟ ନୈବେଦ୍ୟାର୍ଥକ ବକ୍ଷ ଓ ଦକ୍ଷିଣ ଚଟୁଆ, ସେପରି ତାହା ତୁମ୍ଭର ହେବ ।
19. ଇସ୍ରାଏଲ-ସନ୍ତାନଗଣ ଯେସମସ୍ତ ବସ୍ତୁ ପବିତ୍ର କରି ଉତ୍ତୋଳନୀୟ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେସକଳ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣକୁ ଓ ତୁମ୍ଭ କନ୍ୟାଗଣକୁ ଦେଲୁ; ତୁମ୍ଭ ଓ ତୁମ୍ଭ ସଙ୍ଗେ ତୁମ୍ଭ ବଂଶ ପକ୍ଷରେ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ଲବଣର ନିୟମ ।
20. ଆହୁରି ସଦାପ୍ରଭୁ ହାରୋଣଙ୍କୁ କହିଲେ, ସେମାନଙ୍କ ଭୂମିରେ ତୁମ୍ଭର କୌଣସି ଅଧିକାର ରହିବ ନାହିଁ; ଓ ସେମାନଙ୍କ ମଧ୍ୟରେ ତୁମ୍ଭର କୌଣସି ବାଣ୍ଟ ରହିବ ନାହିଁ; ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆମ୍ଭେ ହିଁ ତୁମ୍ଭର ବାଣ୍ଟ ଓ ତୁମ୍ଭର ଅଧିକାର ।
21. ଆଉ ଦେଖ, ଲେବୀ-ସନ୍ତାନଗଣ ଯେଉଁ ସେବା-କାର୍ଯ୍ୟ କରନ୍ତି, ସମାଗମ-ତମ୍ଵୁ ସମ୍ଵନ୍ଧୀୟ ସେମାନଙ୍କ ସେହି ସେବାକାର୍ଯ୍ୟର ପରିଶୋଧରେ ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଇସ୍ରାଏଲ ମଧ୍ୟରେ ସମସ୍ତ ଦଶମାଂଶ ଦେଲୁ ।
22. ଆଉ ଇସ୍ରାଏଲ-ସନ୍ତାନଗଣ ପାପ ବହି ଯେପରି ନ ମରନ୍ତି, ଏଥିପାଇଁ,ଏହି ସମୟଠାରୁ ସେମାନେ ସମାଗମ-ତମ୍ଵୁ ନିକଟକୁ ଆସିବେ ନାହିଁ ।
23. ମାତ୍ର ଲେବୀୟମାନେ ସମାଗମ-ତମ୍ଵୁର ସେବାକାର୍ଯ୍ୟ କରିବେ ଓ ସେମାନେ ଆପଣା ଆପଣା ଅପରାଧ ବହିବେ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମସ୍ଥାୟୀ ଅନନ୍ତକାଳୀନ ବିଧି,ପୁଣି ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ ।
24. କାରଣ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ଦଶମାଂଶ ଉତ୍ସର୍ଗ କରନ୍ତି,ତାହା ଆମ୍ଭେ ଲେବୀୟମାନଙ୍କୁ ଅଧିକାରାର୍ଥେ ଦେଲୁ; ଏହେତୁ ଆମ୍ଭେ ସେମାନଙ୍କ ବିଷୟରେ କହିଲୁ, ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନେ କୌଣସି ଅଧିକାର ପାଇବେ ନାହିଁ ।
25. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
26. ଆହୁରି ତୁମ୍ଭେ ଲେବୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇସ୍ରାଏଲ-ସନ୍ତାନଗଣଠାରୁ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ତାହା ଯେତେବେଳେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ, ସେତେବେଳେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ସେହି ଦଶମାଂଶର ଦଶମାଂଶ ଉତ୍ସର୍ଗ କରିବ ।
27. ତୁମ୍ଭମାନଙ୍କ ଏହି ଉତ୍ତୋଳନୀୟ ଉପହାର ଖଳାର ଶସ୍ୟ ତୁଲ୍ୟ ଓ ଦ୍ରାକ୍ଷାଯନ୍ତ୍ରର ପୂର୍ଣ୍ଣତା ତୁଲ୍ୟ ତୁମ୍ଭମାନଙ୍କ ପକ୍ଷରେ ଗଣାଯିବ ।
28. ଏହିରୂପେ ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣଠାରୁ ଯେଉଁ ଦଶମାଂଶ ଗ୍ରହଣ କରିବ, ତହିଁରୁ ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ; ପୁଣି ତହିଁରୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉତ୍ତୋଳନୀୟ ଉପହାର ହାରୋଣ ଯାଜକକୁ ଦେବ ।
29. ତୁମ୍ଭମାନଙ୍କର ପ୍ରାପ୍ତ ସମସ୍ତ ଦାନ ମଧ୍ୟରୁ ସେ ସଦାପ୍ରଭୁଙ୍କ ଉତ୍ତୋଳନୀୟ ଉପହାର, ଅର୍ଥାତ୍, ତହିଁର ସମସ୍ତ ଉତ୍ତମ ଦ୍ରବ୍ୟରୁ ତହିଁର ପବିତ୍ର ଅଂଶ ଉତ୍ସର୍ଗ କରିବ ।
30. ଏହେତୁ ତୁମ୍ଭେ ସେମାନଙ୍କୁ କହିବ, ତୁମ୍ଭେମାନେ ଯେତେବେଳେ ତହିଁରୁ ଉତ୍ତମ ଦ୍ରବ୍ୟ ଉତ୍ତୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ, ସେତେବେଳେ ତାହା ଲେବୀୟମାନଙ୍କ ପକ୍ଷରେ ଖଳାରୁ ଉତ୍ପନ୍ନ ଦ୍ରବ୍ୟ ଓ ଦ୍ରାକ୍ଷାଯନ୍ତ୍ରରୁ ଉତ୍ପନ୍ନ ଦ୍ରବ୍ୟ ବୋଲି ଗଣାଯିବ ।
31. ପୁଣି ତୁମ୍ଭେମାନେ ଓ ତୁମ୍ଭମାନଙ୍କ ପରିଜନଗଣ ସବୁ ସ୍ଥାନରେ ତାହା ଭୋଜନ କରିବ; କାରଣ ତାହା ସମାଗମ-ତମ୍ଵୁରେ କୃତ ତୁମ୍ଭମାନଙ୍କ ସେବାକାର୍ଯ୍ୟ ପରିଶୋଧରେ ତୁମ୍ଭମାନଙ୍କର ପୁରସ୍କାର ଅଟେ ।
32. ଆଉ ତହିଁରୁ ସେହି ଉତ୍ତମ ଦ୍ରବ୍ୟ ଉପହାର ରୂପେ ଉତ୍ସର୍ଗ କଲେ, ତୁମ୍ଭେମାନେ ତଦ୍ଦ୍ଵାରା ଘଟିତ କୌଣସି ପାପ ବହିବ ନାହିଁ; ପୁଣି ତୁମ୍ଭେମାନେ ଯେପରି ନ ମର, ଏଥିପାଇଁ ଇସ୍ରାଏଲ-ସନ୍ତାନଗଣର ପବିତ୍ର ଦ୍ରବ୍ୟ ଅପବିତ୍ର କରିବ ନାହିଁ ।
Total 36 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 18 / 36
1 ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଓ ତୁମ୍ଭର ପିତୃବଂଶ, ତୁମ୍ଭେମାନେ ପବିତ୍ର ସ୍ଥାନଘଟିତ ଅପରାଧ ବହିବ; ପୁଣି ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଯାଜକତ୍ଵ-ପଦଘଟିତ ଅପରାଧ ବହିବ । 2 ଆଉ ତୁମ୍ଭେ ଲେବୀ ବଂଶୀୟ ତୁମ୍ଭର ଭ୍ରାତୃଗଣକୁ, ଅର୍ଥାତ୍, ତୁମ୍ଭର ପିତୃବଂଶୀୟମାନଙ୍କୁ ଆପଣା ସଙ୍ଗେ ନିକଟକୁ ଆଣ, ସେମାନେ ତୁମ୍ଭ ସହିତ ଯୋଗ ଦେବେ ଓ ତୁମ୍ଭର ସେବା କରିବେ; ମାତ୍ର ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ସାକ୍ଷ୍ୟତମ୍ଵୁ ସମ୍ମୁଖରେ ରହିବ । 3 ପୁଣି ସେମାନେ ତୁମ୍ଭର ରକ୍ଷଣୀୟ ଓ ସମୁଦାୟ ତମ୍ଵୁର ରକ୍ଷଣୀୟ ରକ୍ଷା କରିବେ; ଯେପରି ସେମାନେ, ଅବା ତୁମ୍ଭେମାନେ ନ ମର, ଏଥିପାଇଁ ସେମାନେ କେବଳ ପବିତ୍ର ସ୍ଥାନର ପାତ୍ର ନିକଟକୁ ଓ ବେଦି ନିକଟକୁ ଯିବେ ନାହିଁ । 4 ସେମାନେ ତୁମ୍ଭ ସହିତ ଯୋଗ ଦେଇ ତମ୍ଵୁର ସମସ୍ତ ସେବାକର୍ମ ଅନୁସାରେ ସମାଗମ-ତମ୍ଵୁର ରକ୍ଷଣୀୟ ରକ୍ଷା କରିବେ, ଆଉ କୌଣସି ଅନ୍ୟ ବଂଶୀୟ ଲୋକ ସେମାନଙ୍କ ନିକଟକୁ ଯିବ ନାହିଁ । 5 ପୁଣି ଇସ୍ରାଏଲ-ସନ୍ତାନଗଣ ପ୍ରତି ଯେପରି ଆଉ କ୍ରୋଧ ଉପସ୍ଥିତ ନ ହୁଏ, ଏଥିପାଇଁ ତୁମ୍ଭେମାନେ ପବିତ୍ର ସ୍ଥାନର ରକ୍ଷଣୀୟ ଓ ବେଦିର ରକ୍ଷଣୀୟ ରକ୍ଷା କରିବ । 6 ଆଉ ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ତୁମ୍ଭମାନଙ୍କର ଭ୍ରାତୃଗଣ ଲେବୀୟମାନଙ୍କୁ ଗ୍ରହଣ କରିଅଛୁ, ସେମାନେ ସମାଗମ-ତମ୍ଵୁର ସେବାକର୍ମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ଦାନ ଅଟନ୍ତି । 7 ଏଣୁ ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ, ତୁମ୍ଭେମାନେ ବେଦି ସମ୍ଵନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦବସ୍ତ୍ର ଭିତରେ ଆପଣାର ଯାଜକତ୍ଵ ପାଳନ କରିବ ଓ ତୁମ୍ଭେମାନେ ସେବା କରିବ । ଆମ୍ଭେ (ଆପଣା) ଦାନଜନିତ ସେବା ରୂପେ ତୁମ୍ଭମାନଙ୍କୁ ଯାଜକତ୍ଵ ପଦ ଦେଲୁ; ମାତ୍ର ଯେଉଁ ଅନ୍ୟ ବଂଶୀୟ ଲୋକ ନିକଟକୁ ଆସେ, ତାହାର ପ୍ରାଣଦଣ୍ତ ହେବ । 8 ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, ଆହୁରି ଆମ୍ଭେ, ଦେଖ, ଆମ୍ଭେ ଆପଣା ଉତ୍ତୋଳନୀୟ ଉପହାର, ଅର୍ଥାତ୍, ଇସ୍ରାଏଲ-ସନ୍ତାନଗଣର ସମସ୍ତ ପବିତ୍ରୀକୃତ ଦ୍ରବ୍ୟର ଭାର ତୁମ୍ଭଙ୍କୁ ଦେଲୁ, ତୁମ୍ଭର ଅଭିଷେକ ହେତୁରୁ ତୁମ୍ଭକୁ ଓ ତୁମ୍ଭର ସନ୍ତାନଗଣକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ତାହାସବୁ ଦେଲୁ । 9 ଅଗ୍ନିକୃତ ମହାପବିତ୍ର ଉପହାର ମଧ୍ୟରୁ ରକ୍ଷିତ ଏହାସବୁ ତୁମ୍ଭର ହେବ; ଆମ୍ଭ ଉଦ୍ଦେଶ୍ୟରେ ସେମାନେ ଯାହା ଉତ୍ସର୍ଗ କରିବେ, ଏପରି ସେମାନଙ୍କର ପ୍ରତ୍ୟେକ ଉପହାର, ଅର୍ଥାତ୍, ସେମାନଙ୍କର ପ୍ରତ୍ୟେକ ଭକ୍ଷ୍ୟ-ନୈବେଦ୍ୟ ଓ ସେମାନଙ୍କର ପ୍ରତ୍ୟେକ ପାପାର୍ଥକ ବଳି ଓ ସେମାନଙ୍କର ପ୍ରତ୍ୟେକ ଦୋଷାର୍ଥକ ବଳି ତୁମ୍ଭ ଓ ତୁମ୍ଭ ପୁତ୍ରଗଣ ନିମନ୍ତେ ମହାପବିତ୍ର ହେବ । 10 ତୁମ୍ଭେ ତାହା ମହାପବିତ୍ର ଦ୍ରବ୍ୟ ମଣି ତହିଁରୁ ଭୋଜନ କରିବ; ପ୍ରତ୍ୟେକ ପୁରୁଷ ତହିଁରୁ ଭୋଜନ କରିବ; ତାହା ତୁମ୍ଭ ପ୍ରତି ପବିତ୍ର ହେବ । 11 ଆଉ ଏହା ତୁମ୍ଭର ଅଟେ; ଅର୍ଥାତ୍, ଇସ୍ରାଏଲ-ସନ୍ତାନଗଣର ସମସ୍ତ ଦୋଳନୀୟ ନୈବେଦ୍ୟର ଦାନ ମଧ୍ୟରୁ ଉତ୍ତୋଳନୀୟ ଉପହାର; ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତାହାସବୁ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭର ପୁତ୍ରଗଣକୁ ଓ ତୁମ୍ଭର କନ୍ୟାଗଣକୁ ଦେଲୁ; ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ଶୁଚି ଲୋକ ତାହା ଭୋଜନ କରିବ । 12 ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା-ମାନଙ୍କର ସମସ୍ତ ଉତ୍ତମ ତୈଳ ଓ ସମସ୍ତ ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ୟ, ଯେ ଯେ ପ୍ରଥମଜାତ ଫଳ ଉତ୍ସର୍ଗ କରିବେ, ତାହାସବୁ ଆମ୍ଭେ ତୁମ୍ଭକୁ ଦେଲୁ । 13 ସେମାନେ ଆପଣା ଆପଣା ଭୂମିରୁ ଉତ୍ପନ୍ନ ଯେସବୁ ପ୍ରଥମ ପକ୍ଵ ଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେସବୁ ତୁମ୍ଭର ହେବ; ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ଶୁଚି ଲୋକ ତାହା ଭୋଜନ କରିବ । 14 ଇସ୍ରାଏଲ ମଧ୍ୟରେ ବର୍ଜିତ ବସ୍ତୁସବୁ ତୁମ୍ଭର ହେବ । 15 ସେମାନେ ମନୁଷ୍ୟ କି ପଶୁମାନଙ୍କ ମଧ୍ୟରୁ ଯେସମସ୍ତ ପ୍ରଥମଜାତ ଗର୍ଭଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେସମସ୍ତ ତୁମ୍ଭର ହେବ; ତଥାପି ତୁମ୍ଭେ ମନୁଷ୍ୟର ପ୍ରଥମଜାତକୁ ଅବଶ୍ୟ ମୁକ୍ତ କରିବ, ପୁଣି ତୁମ୍ଭେ ଅଶୁଚି ପଶୁର ପ୍ରଥମଜାତକୁ ମୁକ୍ତ କରିବ । 16 ପୁଣି ଯେଉଁମାନେ ଏକ ମାସ ବୟସ୍କ ଅବଧି ମୁକ୍ତ କରାଯିବେ, ସେସମସ୍ତଙ୍କୁ ତୁମ୍ଭର ନିରୂପଣୀୟ ମୂଲ୍ୟରେ ପବିତ୍ର ସ୍ଥାନର କୋଡ଼ିଏ ଗେରା ପରିମିତ ଶେକଲ ଅନୁସାରେ ପାଞ୍ଚ ଶେକଲ ରୂପାରେ ମୁକ୍ତ କରିବ । 17 ମାତ୍ର ତୁମ୍ଭେ ଗୋରୁର ପ୍ରଥମଜାତକୁ ଅବା ମେଷର ପ୍ରଥମଜାତକୁ ଅବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ, ସେମାନେ ପବିତ୍ର; ତୁମ୍ଭେ ବେଦି ଉପରେ ସେମାନଙ୍କର ରକ୍ତ ସେଚନ କରିବ, ପୁଣି ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ସେମାନଙ୍କର ମେଦ ଦଗ୍ଧ କରିବ । 18 ଆଉ ସେମାନଙ୍କର ମାଂସ ତୁମ୍ଭର ହେବ, ଯେପରି ଦୋଳନୀୟ ନୈବେଦ୍ୟାର୍ଥକ ବକ୍ଷ ଓ ଦକ୍ଷିଣ ଚଟୁଆ, ସେପରି ତାହା ତୁମ୍ଭର ହେବ । 19 ଇସ୍ରାଏଲ-ସନ୍ତାନଗଣ ଯେସମସ୍ତ ବସ୍ତୁ ପବିତ୍ର କରି ଉତ୍ତୋଳନୀୟ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେସକଳ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣକୁ ଓ ତୁମ୍ଭ କନ୍ୟାଗଣକୁ ଦେଲୁ; ତୁମ୍ଭ ଓ ତୁମ୍ଭ ସଙ୍ଗେ ତୁମ୍ଭ ବଂଶ ପକ୍ଷରେ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ଲବଣର ନିୟମ । 20 ଆହୁରି ସଦାପ୍ରଭୁ ହାରୋଣଙ୍କୁ କହିଲେ, ସେମାନଙ୍କ ଭୂମିରେ ତୁମ୍ଭର କୌଣସି ଅଧିକାର ରହିବ ନାହିଁ; ଓ ସେମାନଙ୍କ ମଧ୍ୟରେ ତୁମ୍ଭର କୌଣସି ବାଣ୍ଟ ରହିବ ନାହିଁ; ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆମ୍ଭେ ହିଁ ତୁମ୍ଭର ବାଣ୍ଟ ଓ ତୁମ୍ଭର ଅଧିକାର । 21 ଆଉ ଦେଖ, ଲେବୀ-ସନ୍ତାନଗଣ ଯେଉଁ ସେବା-କାର୍ଯ୍ୟ କରନ୍ତି, ସମାଗମ-ତମ୍ଵୁ ସମ୍ଵନ୍ଧୀୟ ସେମାନଙ୍କ ସେହି ସେବାକାର୍ଯ୍ୟର ପରିଶୋଧରେ ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଇସ୍ରାଏଲ ମଧ୍ୟରେ ସମସ୍ତ ଦଶମାଂଶ ଦେଲୁ । 22 ଆଉ ଇସ୍ରାଏଲ-ସନ୍ତାନଗଣ ପାପ ବହି ଯେପରି ନ ମରନ୍ତି, ଏଥିପାଇଁ,ଏହି ସମୟଠାରୁ ସେମାନେ ସମାଗମ-ତମ୍ଵୁ ନିକଟକୁ ଆସିବେ ନାହିଁ । 23 ମାତ୍ର ଲେବୀୟମାନେ ସମାଗମ-ତମ୍ଵୁର ସେବାକାର୍ଯ୍ୟ କରିବେ ଓ ସେମାନେ ଆପଣା ଆପଣା ଅପରାଧ ବହିବେ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମସ୍ଥାୟୀ ଅନନ୍ତକାଳୀନ ବିଧି,ପୁଣି ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ । 24 କାରଣ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ଦଶମାଂଶ ଉତ୍ସର୍ଗ କରନ୍ତି,ତାହା ଆମ୍ଭେ ଲେବୀୟମାନଙ୍କୁ ଅଧିକାରାର୍ଥେ ଦେଲୁ; ଏହେତୁ ଆମ୍ଭେ ସେମାନଙ୍କ ବିଷୟରେ କହିଲୁ, ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନେ କୌଣସି ଅଧିକାର ପାଇବେ ନାହିଁ । 25 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 26 ଆହୁରି ତୁମ୍ଭେ ଲେବୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇସ୍ରାଏଲ-ସନ୍ତାନଗଣଠାରୁ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ତାହା ଯେତେବେଳେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ, ସେତେବେଳେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ସେହି ଦଶମାଂଶର ଦଶମାଂଶ ଉତ୍ସର୍ଗ କରିବ । 27 ତୁମ୍ଭମାନଙ୍କ ଏହି ଉତ୍ତୋଳନୀୟ ଉପହାର ଖଳାର ଶସ୍ୟ ତୁଲ୍ୟ ଓ ଦ୍ରାକ୍ଷାଯନ୍ତ୍ରର ପୂର୍ଣ୍ଣତା ତୁଲ୍ୟ ତୁମ୍ଭମାନଙ୍କ ପକ୍ଷରେ ଗଣାଯିବ । 28 ଏହିରୂପେ ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣଠାରୁ ଯେଉଁ ଦଶମାଂଶ ଗ୍ରହଣ କରିବ, ତହିଁରୁ ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ; ପୁଣି ତହିଁରୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉତ୍ତୋଳନୀୟ ଉପହାର ହାରୋଣ ଯାଜକକୁ ଦେବ । 29 ତୁମ୍ଭମାନଙ୍କର ପ୍ରାପ୍ତ ସମସ୍ତ ଦାନ ମଧ୍ୟରୁ ସେ ସଦାପ୍ରଭୁଙ୍କ ଉତ୍ତୋଳନୀୟ ଉପହାର, ଅର୍ଥାତ୍, ତହିଁର ସମସ୍ତ ଉତ୍ତମ ଦ୍ରବ୍ୟରୁ ତହିଁର ପବିତ୍ର ଅଂଶ ଉତ୍ସର୍ଗ କରିବ । 30 ଏହେତୁ ତୁମ୍ଭେ ସେମାନଙ୍କୁ କହିବ, ତୁମ୍ଭେମାନେ ଯେତେବେଳେ ତହିଁରୁ ଉତ୍ତମ ଦ୍ରବ୍ୟ ଉତ୍ତୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ, ସେତେବେଳେ ତାହା ଲେବୀୟମାନଙ୍କ ପକ୍ଷରେ ଖଳାରୁ ଉତ୍ପନ୍ନ ଦ୍ରବ୍ୟ ଓ ଦ୍ରାକ୍ଷାଯନ୍ତ୍ରରୁ ଉତ୍ପନ୍ନ ଦ୍ରବ୍ୟ ବୋଲି ଗଣାଯିବ । 31 ପୁଣି ତୁମ୍ଭେମାନେ ଓ ତୁମ୍ଭମାନଙ୍କ ପରିଜନଗଣ ସବୁ ସ୍ଥାନରେ ତାହା ଭୋଜନ କରିବ; କାରଣ ତାହା ସମାଗମ-ତମ୍ଵୁରେ କୃତ ତୁମ୍ଭମାନଙ୍କ ସେବାକାର୍ଯ୍ୟ ପରିଶୋଧରେ ତୁମ୍ଭମାନଙ୍କର ପୁରସ୍କାର ଅଟେ । 32 ଆଉ ତହିଁରୁ ସେହି ଉତ୍ତମ ଦ୍ରବ୍ୟ ଉପହାର ରୂପେ ଉତ୍ସର୍ଗ କଲେ, ତୁମ୍ଭେମାନେ ତଦ୍ଦ୍ଵାରା ଘଟିତ କୌଣସି ପାପ ବହିବ ନାହିଁ; ପୁଣି ତୁମ୍ଭେମାନେ ଯେପରି ନ ମର, ଏଥିପାଇଁ ଇସ୍ରାଏଲ-ସନ୍ତାନଗଣର ପବିତ୍ର ଦ୍ରବ୍ୟ ଅପବିତ୍ର କରିବ ନାହିଁ ।
Total 36 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 18 / 36
×

Alert

×

Oriya Letters Keypad References