ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଦିତୀୟ ବିବରଣ
1. ତହୁଁ ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି କହିଲେ, ହେ ଇସ୍ରାଏଲ, ମୁଁ ତୁମ୍ଭମାନଙ୍କ ଶିକ୍ଷାର୍ଥେ ଓ ରକ୍ଷାର୍ଥେ ଓ ପାଳନାର୍ଥେ ଆଜି ତୁମ୍ଭମାନଙ୍କ କର୍ଣ୍ଣ-ଗୋଚରରେ ଯେଉଁସବୁ ବିଧି ଓ ଶାସନ କହୁଅଛି, ତହିଁରେ ମନୋଯୋଗ କର ।
2. ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ହୋରେବରେ ଆମ୍ଭମାନଙ୍କ ସହିତ ଗୋଟିଏ ନିୟମ କଲେ।
3. ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସେହି ନିୟମ କଲେ ନାହିଁ; ମାତ୍ର ଆଜି ଏହି ସ୍ଥାନରେ ଜୀବିତ ଅଟୁ ଯେ ଆମ୍ଭେମାନେ, ଆମ୍ଭ ସମସ୍ତଙ୍କ ସହିତ ତାହା କଲେ ।
4. ସଦାପ୍ରଭୁ ପର୍ବତରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ ମୁଖାମୁଖୀ କଥା କହିଲେ ।
5. ସେହି ସମୟରେ ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ୟ ଜ୍ଞାତ କରାଇବା ନିମନ୍ତେ ସେହି ସ୍ଥାନରେ ସଦାପ୍ରଭୁଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଛିଡ଼ା ହେଲି; କାରଣ ତୁମ୍ଭେମାନେ ଅଗ୍ନି ସକାଶୁ ଭୀତ ହେବାରୁ ପର୍ବତ ଆରୋହଣ କଲ ନାହିଁ; ତାହାଙ୍କର ବାକ୍ୟ ଏହି, ଯଥା,
6. ଯେ ତୁମ୍ଭଙ୍କୁ ଦାସ୍ୟଗୃହ ସ୍ଵରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ଵର ଅଟୁ ।
7. ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁଣ।
8. ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; ଉପରିସ୍ଥ ସ୍ଵର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି (ବସ୍ତୁର) ପ୍ରତିମୂର୍ତ୍ତି (ନିର୍ମାଣ କରିବ ନାହିଁ) ।
9. ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ; କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ସ୍ଵଗୌରବ-ରକ୍ଷଣରେ ଉଦ୍ଯୋଗୀ ପରମେଶ୍ଵର ଅଟୁ । ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା;
10. ମାତ୍ର ଯେଉଁମାନେ ଆମ୍ଭଙ୍କୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର (ପୁରୁଷ) ପର୍ଯ୍ୟନ୍ତ ଦୟାକାରୀ ।
11. ତୁମ୍ଭେ ମିଥ୍ୟାରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ନାମ ଘେନିବ ନାହିଁ; ଯେହେତୁ ଯେକେହି ମିଥ୍ୟାରେ ତାହାଙ୍କ ନାମ ଘେନେ, ସଦାପ୍ରଭୁ ତାହାକୁ ନିରପରାଧ କରି ଗଣନା କରିବେ ନାହିଁ ।
12. ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ଆଜ୍ଞାନୁସାରେ ବିଶ୍ରାମଦିନ ପାଳନ କରି ପବିତ୍ର କର ।
13. ତୁମ୍ଭେ ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ;
14. ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, କି ତୁମ୍ଭର ଦାସ, କି ତୁମ୍ଭର ଦାସୀ, କି ତୁମ୍ଭର ଗୋରୁ, କି ତୁମ୍ଭର ଗର୍ଦ୍ଦଭ, କି ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗର-ଦ୍ଵାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ; ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭ ପରି ବିଶ୍ରାମ କରିବେ ।
15. ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ଦାସ ହୋଇଥିଲ, ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ଵର ପରାକ୍ରା; ହସ୍ତ ଓ ବିସ୍ତାରିତ ବାହୁ ଦ୍ଵାରା ସେଠାରୁ ତୁମ୍ଭକୁ ବାହାର କରି ଆଣିଲେ; ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ବିଶ୍ରାମଦିନ ପାଳନାର୍ଥେ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି ।
16. ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଆଜ୍ଞାନୁସାରେ ତୁମ୍ଭେ ଆପଣା ପିତାଙ୍କୁ ଓ ଆପଣା ମାତାଙ୍କୁ ସମ୍ଭ୍ରମ କର; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ,,ଓ ମଙ୍ଗଳ ହେବ ।
17. ତୁମ୍ଭେ ନରହତ୍ୟା କରିବ ନାହିଁ ।
18. କିଅବା ତୁମ୍ଭେ ବ୍ୟଭିଚାର କରିବ ନାହିଁ ।
19. କିଅବା ତୁମ୍ଭେ ଚୋରି କରିବ ନାହିଁ ।
20. କିଅବା ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଦେବ ନାହିଁ ।
21. କିଅବା ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ; କିଅବା ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କି ତାହାର କ୍ଷେତ୍ର, କି ତାହାର ଦାସ, କି ତାହାର ଦାସୀ, କି ତାହାର ଗୋରୁ, କି ତାହାର ଗର୍ଦ୍ଦଭ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ବାଞ୍ଛା କରିବ ନାହିଁ ।
22. ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧାର ମଧ୍ୟରୁ ତୁମ୍ଭମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚୈଃସ୍ଵରରେ କହିଲେ, ଆଉ କିଛି କହିଲେ ନାହିଁ । ତହୁଁ ସେ ଏହି ସମସ୍ତ କଥା ଦୁଇଖଣ୍ତ ପ୍ରସ୍ତର ପଟାରେ ଲେଖି ମୋତେ ସମର୍ପଣ କଲେ ।
23. ମାତ୍ର ପର୍ବତ ଅଗ୍ନିରେ ଜ୍ଵଳିବା ସମୟରେ ତୁମ୍ଭେମାନେ ଅନ୍ଧକାର ମଧ୍ୟରୁ ରବ ଶୁଣି, ତୁମ୍ଭେମାନେ, ଅର୍ଥାତ୍, ତୁମ୍ଭମାନଙ୍କ ବଂଶାଧ୍ୟକ୍ଷ ଓ ପ୍ରାଚୀନମାନେ, ମୋʼନିକଟକୁ ଆସିଲ;
24. ପୁଣି ତୁମ୍ଭେମାନେ କହିଲ, ଦେଖ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କ ନିକଟରେ ଆପଣା ପ୍ରତାପ ଓ ମହିମା ପ୍ରକାଶ କରିଅଛନ୍ତି, ଆଉ ଆମ୍ଭେମାନେ ଅଗ୍ନି ମଧ୍ୟରୁ ତାହାଙ୍କ ରବ ଶୁଣିଅଛୁ; ଆମ୍ଭେମାନେ ଆଜି ଦେଖିଲୁ ଯେ, ପରମେଶ୍ଵର ମନୁଷ୍ୟ ସହିତ କଥା କହିଲେ ହେଁ ସେ ବଞ୍ଚିପାରେ ।
25. ମାତ୍ର ଆମ୍ଭେମାନେ ଏବେ କିହେତୁ ମରିବା? କାରଣ ଏହି ମହା-ଅଗ୍ନି ଆମ୍ଭମାନଙ୍କୁ ଗ୍ରାସ କରିବ; ଆମ୍ଭେମାନେ ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ରବ ଆଉ ଥରେ ଶୁଣିବା, ତେବେ ଆମ୍ଭେମାନେ ମରିଯିବା ।
26. କାରଣ ଆମ୍ଭେମାନେ ଯେପରି ଜୀବିତ ପରମେଶ୍ଵରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଅଛୁ, ପ୍ରାଣୀମାନଙ୍କ ମଧ୍ୟରେ କିଏ ଏପରି ହୋଇଅଛି?
27. ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଯାହା କହିବେ, ତୁମ୍ଭେ ନିକଟକୁ ଯାଇ ତାହା ଶୁଣ; ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ତୁମ୍ଭକୁ ଯାହା କହିବେ, ସେସମସ୍ତ କଥା ତୁମ୍ଭେ ଆମ୍ଭମାନଙ୍କୁ କୁହ; ଆମ୍ଭେମାନେ ତାହା ଶୁଣି ପାଳନ କରିବା ।
28. ତୁମ୍ଭେମାନେ ଯେତେବେଳେ ମୋତେ ଏହି କଥା କହିଲ, ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସେହି ବାକ୍ୟର ରବ ଶୁଣି ମୋତେ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା କହିଅଛନ୍ତି, ଆମ୍ଭେ ସେହି ବାକ୍ୟର ରବ ଶୁଣିଅଛୁ; ସେମାନେ ଯାହା କହିଅଛନ୍ତି, ତାହା ଭଲ କହିଅଛନ୍ତି ।
29. ଆହା, ଯେପରି ସେମାନଙ୍କର ଓ ସେମାନଙ୍କ ସନ୍ତାନଗଣର ଅନନ୍ତକାଳସ୍ଥାୟୀ ମଙ୍ଗଳ ହୁଏ, ଏଥିପାଇଁ ସର୍ବଦା ଆମ୍ଭଙ୍କୁ ଭୟ କରିବାକୁ ଓ ଆମ୍ଭ ଆଜ୍ଞାସବୁ ପାଳନ କରିବାକୁ ଯେବେ ସେମାନଙ୍କର ଏପରି ହୃଦୟ ହୁଅନ୍ତାଣ!
30. ତୁମ୍ଭେ ଯାଇ ସେମାନଙ୍କୁ କୁହ ଯେ, ତୁମ୍ଭେମାନେ ଆପଣା ଆପଣା ତମ୍ଵୁକୁ ଫେରି ଯାଅ ।
31. ମାତ୍ର ତୁମ୍ଭେ ଏହି ସ୍ଥାନରେ ଆମ୍ଭ ନିକଟରେ ଠିଆ ହୁଅ, ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଯେଉଁ ଦେଶ ଦେବା, ସେହି ଦେଶରେ ସେମାନେ ପାଳନ କରିବା ପାଇଁ ତୁମ୍ଭେ ଯେଉଁ ବିଧି ଓ ଆଜ୍ଞା ଓ ଶାସନ ସେମାନଙ୍କୁ ଶିଖାଇବ; ତାହାସବୁ ଆମ୍ଭେ ତୁମ୍ଭକୁ କହିବା ।
32. ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ଯେପରି ଆଜ୍ଞା ଦେଇଅଛନ୍ତି, ତଦନୁସାରେ ପାଳନ କରିବା ପାଇଁ ମନୋଯୋଗ କରିବ; ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ ।
33. ଯେପରି ତୁମ୍ଭେମାନେ ବଞ୍ଚିବ ଓ ତୁମ୍ଭମାନଙ୍କର ମଙ୍ଗଳ ହେବ, ପୁଣି ଯେଉଁ ଦେଶ ତୁମ୍ଭେମାନେ ଅଧିକାର କରିବ, ତହିଁରେ ଯେପରି ତୁମ୍ଭମାନଙ୍କର ଦୀର୍ଘ ପରମାୟୁ ହେବ, ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଯେ ଯେ ପଥରେ ଚାଲିବାକୁ ଆଜ୍ଞା ଦେଇଅଛନ୍ତି, ସେହି ସମସ୍ତ ପଥରେ ଚାଲ ।

Notes

No Verse Added

Total 34 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 5 / 34
ଦିତୀୟ ବିବରଣ 5:10
1 ତହୁଁ ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି କହିଲେ, ହେ ଇସ୍ରାଏଲ, ମୁଁ ତୁମ୍ଭମାନଙ୍କ ଶିକ୍ଷାର୍ଥେ ଓ ରକ୍ଷାର୍ଥେ ଓ ପାଳନାର୍ଥେ ଆଜି ତୁମ୍ଭମାନଙ୍କ କର୍ଣ୍ଣ-ଗୋଚରରେ ଯେଉଁସବୁ ବିଧି ଓ ଶାସନ କହୁଅଛି, ତହିଁରେ ମନୋଯୋଗ କର । 2 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ହୋରେବରେ ଆମ୍ଭମାନଙ୍କ ସହିତ ଗୋଟିଏ ନିୟମ କଲେ। 3 ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସେହି ନିୟମ କଲେ ନାହିଁ; ମାତ୍ର ଆଜି ଏହି ସ୍ଥାନରେ ଜୀବିତ ଅଟୁ ଯେ ଆମ୍ଭେମାନେ, ଆମ୍ଭ ସମସ୍ତଙ୍କ ସହିତ ତାହା କଲେ । 4 ସଦାପ୍ରଭୁ ପର୍ବତରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ ମୁଖାମୁଖୀ କଥା କହିଲେ । 5 ସେହି ସମୟରେ ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ୟ ଜ୍ଞାତ କରାଇବା ନିମନ୍ତେ ସେହି ସ୍ଥାନରେ ସଦାପ୍ରଭୁଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଛିଡ଼ା ହେଲି; କାରଣ ତୁମ୍ଭେମାନେ ଅଗ୍ନି ସକାଶୁ ଭୀତ ହେବାରୁ ପର୍ବତ ଆରୋହଣ କଲ ନାହିଁ; ତାହାଙ୍କର ବାକ୍ୟ ଏହି, ଯଥା, 6 ଯେ ତୁମ୍ଭଙ୍କୁ ଦାସ୍ୟଗୃହ ସ୍ଵରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ଵର ଅଟୁ । 7 ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁଣ। 8 ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; ଉପରିସ୍ଥ ସ୍ଵର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି (ବସ୍ତୁର) ପ୍ରତିମୂର୍ତ୍ତି (ନିର୍ମାଣ କରିବ ନାହିଁ) । 9 ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ; କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ସ୍ଵଗୌରବ-ରକ୍ଷଣରେ ଉଦ୍ଯୋଗୀ ପରମେଶ୍ଵର ଅଟୁ । ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା; 10 ମାତ୍ର ଯେଉଁମାନେ ଆମ୍ଭଙ୍କୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର (ପୁରୁଷ) ପର୍ଯ୍ୟନ୍ତ ଦୟାକାରୀ । 11 ତୁମ୍ଭେ ମିଥ୍ୟାରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ନାମ ଘେନିବ ନାହିଁ; ଯେହେତୁ ଯେକେହି ମିଥ୍ୟାରେ ତାହାଙ୍କ ନାମ ଘେନେ, ସଦାପ୍ରଭୁ ତାହାକୁ ନିରପରାଧ କରି ଗଣନା କରିବେ ନାହିଁ । 12 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ଆଜ୍ଞାନୁସାରେ ବିଶ୍ରାମଦିନ ପାଳନ କରି ପବିତ୍ର କର । 13 ତୁମ୍ଭେ ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ; 14 ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, କି ତୁମ୍ଭର ଦାସ, କି ତୁମ୍ଭର ଦାସୀ, କି ତୁମ୍ଭର ଗୋରୁ, କି ତୁମ୍ଭର ଗର୍ଦ୍ଦଭ, କି ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗର-ଦ୍ଵାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ; ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭ ପରି ବିଶ୍ରାମ କରିବେ । 15 ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ଦାସ ହୋଇଥିଲ, ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ଵର ପରାକ୍ରା; ହସ୍ତ ଓ ବିସ୍ତାରିତ ବାହୁ ଦ୍ଵାରା ସେଠାରୁ ତୁମ୍ଭକୁ ବାହାର କରି ଆଣିଲେ; ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ବିଶ୍ରାମଦିନ ପାଳନାର୍ଥେ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି । 16 ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଆଜ୍ଞାନୁସାରେ ତୁମ୍ଭେ ଆପଣା ପିତାଙ୍କୁ ଓ ଆପଣା ମାତାଙ୍କୁ ସମ୍ଭ୍ରମ କର; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ,,ଓ ମଙ୍ଗଳ ହେବ । 17 ତୁମ୍ଭେ ନରହତ୍ୟା କରିବ ନାହିଁ । 18 କିଅବା ତୁମ୍ଭେ ବ୍ୟଭିଚାର କରିବ ନାହିଁ । 19 କିଅବା ତୁମ୍ଭେ ଚୋରି କରିବ ନାହିଁ । 20 କିଅବା ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଦେବ ନାହିଁ । 21 କିଅବା ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ; କିଅବା ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କି ତାହାର କ୍ଷେତ୍ର, କି ତାହାର ଦାସ, କି ତାହାର ଦାସୀ, କି ତାହାର ଗୋରୁ, କି ତାହାର ଗର୍ଦ୍ଦଭ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ବାଞ୍ଛା କରିବ ନାହିଁ । 22 ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧାର ମଧ୍ୟରୁ ତୁମ୍ଭମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚୈଃସ୍ଵରରେ କହିଲେ, ଆଉ କିଛି କହିଲେ ନାହିଁ । ତହୁଁ ସେ ଏହି ସମସ୍ତ କଥା ଦୁଇଖଣ୍ତ ପ୍ରସ୍ତର ପଟାରେ ଲେଖି ମୋତେ ସମର୍ପଣ କଲେ । 23 ମାତ୍ର ପର୍ବତ ଅଗ୍ନିରେ ଜ୍ଵଳିବା ସମୟରେ ତୁମ୍ଭେମାନେ ଅନ୍ଧକାର ମଧ୍ୟରୁ ରବ ଶୁଣି, ତୁମ୍ଭେମାନେ, ଅର୍ଥାତ୍, ତୁମ୍ଭମାନଙ୍କ ବଂଶାଧ୍ୟକ୍ଷ ଓ ପ୍ରାଚୀନମାନେ, ମୋʼନିକଟକୁ ଆସିଲ; 24 ପୁଣି ତୁମ୍ଭେମାନେ କହିଲ, ଦେଖ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କ ନିକଟରେ ଆପଣା ପ୍ରତାପ ଓ ମହିମା ପ୍ରକାଶ କରିଅଛନ୍ତି, ଆଉ ଆମ୍ଭେମାନେ ଅଗ୍ନି ମଧ୍ୟରୁ ତାହାଙ୍କ ରବ ଶୁଣିଅଛୁ; ଆମ୍ଭେମାନେ ଆଜି ଦେଖିଲୁ ଯେ, ପରମେଶ୍ଵର ମନୁଷ୍ୟ ସହିତ କଥା କହିଲେ ହେଁ ସେ ବଞ୍ଚିପାରେ । 25 ମାତ୍ର ଆମ୍ଭେମାନେ ଏବେ କିହେତୁ ମରିବା? କାରଣ ଏହି ମହା-ଅଗ୍ନି ଆମ୍ଭମାନଙ୍କୁ ଗ୍ରାସ କରିବ; ଆମ୍ଭେମାନେ ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ରବ ଆଉ ଥରେ ଶୁଣିବା, ତେବେ ଆମ୍ଭେମାନେ ମରିଯିବା । 26 କାରଣ ଆମ୍ଭେମାନେ ଯେପରି ଜୀବିତ ପରମେଶ୍ଵରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଅଛୁ, ପ୍ରାଣୀମାନଙ୍କ ମଧ୍ୟରେ କିଏ ଏପରି ହୋଇଅଛି? 27 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଯାହା କହିବେ, ତୁମ୍ଭେ ନିକଟକୁ ଯାଇ ତାହା ଶୁଣ; ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ତୁମ୍ଭକୁ ଯାହା କହିବେ, ସେସମସ୍ତ କଥା ତୁମ୍ଭେ ଆମ୍ଭମାନଙ୍କୁ କୁହ; ଆମ୍ଭେମାନେ ତାହା ଶୁଣି ପାଳନ କରିବା । 28 ତୁମ୍ଭେମାନେ ଯେତେବେଳେ ମୋତେ ଏହି କଥା କହିଲ, ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସେହି ବାକ୍ୟର ରବ ଶୁଣି ମୋତେ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା କହିଅଛନ୍ତି, ଆମ୍ଭେ ସେହି ବାକ୍ୟର ରବ ଶୁଣିଅଛୁ; ସେମାନେ ଯାହା କହିଅଛନ୍ତି, ତାହା ଭଲ କହିଅଛନ୍ତି । 29 ଆହା, ଯେପରି ସେମାନଙ୍କର ଓ ସେମାନଙ୍କ ସନ୍ତାନଗଣର ଅନନ୍ତକାଳସ୍ଥାୟୀ ମଙ୍ଗଳ ହୁଏ, ଏଥିପାଇଁ ସର୍ବଦା ଆମ୍ଭଙ୍କୁ ଭୟ କରିବାକୁ ଓ ଆମ୍ଭ ଆଜ୍ଞାସବୁ ପାଳନ କରିବାକୁ ଯେବେ ସେମାନଙ୍କର ଏପରି ହୃଦୟ ହୁଅନ୍ତାଣ! 30 ତୁମ୍ଭେ ଯାଇ ସେମାନଙ୍କୁ କୁହ ଯେ, ତୁମ୍ଭେମାନେ ଆପଣା ଆପଣା ତମ୍ଵୁକୁ ଫେରି ଯାଅ । 31 ମାତ୍ର ତୁମ୍ଭେ ଏହି ସ୍ଥାନରେ ଆମ୍ଭ ନିକଟରେ ଠିଆ ହୁଅ, ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଯେଉଁ ଦେଶ ଦେବା, ସେହି ଦେଶରେ ସେମାନେ ପାଳନ କରିବା ପାଇଁ ତୁମ୍ଭେ ଯେଉଁ ବିଧି ଓ ଆଜ୍ଞା ଓ ଶାସନ ସେମାନଙ୍କୁ ଶିଖାଇବ; ତାହାସବୁ ଆମ୍ଭେ ତୁମ୍ଭକୁ କହିବା । 32 ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ଯେପରି ଆଜ୍ଞା ଦେଇଅଛନ୍ତି, ତଦନୁସାରେ ପାଳନ କରିବା ପାଇଁ ମନୋଯୋଗ କରିବ; ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ । 33 ଯେପରି ତୁମ୍ଭେମାନେ ବଞ୍ଚିବ ଓ ତୁମ୍ଭମାନଙ୍କର ମଙ୍ଗଳ ହେବ, ପୁଣି ଯେଉଁ ଦେଶ ତୁମ୍ଭେମାନେ ଅଧିକାର କରିବ, ତହିଁରେ ଯେପରି ତୁମ୍ଭମାନଙ୍କର ଦୀର୍ଘ ପରମାୟୁ ହେବ, ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଯେ ଯେ ପଥରେ ଚାଲିବାକୁ ଆଜ୍ଞା ଦେଇଅଛନ୍ତି, ସେହି ସମସ୍ତ ପଥରେ ଚାଲ ।
Total 34 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 5 / 34
Common Bible Languages
West Indian Languages
×

Alert

×

oriya Letters Keypad References