ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. ଗୀତ; କୋରହ-ସନ୍ତାନଗଣର ଗୀତ । ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ- ଶ୍ରେଣୀରେ ସ୍ଥାପିତ ।
2. ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା ସିୟୋନର ଦ୍ଵାରସମୂହକୁ ଅଧିକ ସ୍ନେହ କରନ୍ତି ।
3. ହେ ପରମେଶ୍ଵରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି । [ସେଲା
4. ମୋʼ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ ଉଲ୍ଲେଖ କରିବି; ପଲେଷ୍ଟୀୟା ଓ ସୋର ଓ କୂଶକୁ ଦେଖ; ଏହି ଜଣ ସେଠାରେ ଜାତ ହେଲା ।
5. ଆହୁରି, ସିୟୋନ ବିଷୟରେ କୁହାଯିବ, ଏଜଣ ଓ ସେଜଣ ତହିଁ ମଧ୍ୟରେ ଜାତ ହେଲେ; ପୁଣି, ସର୍ବୋପରିସ୍ଥ ସ୍ଵୟଂ ତାହା ସୁସ୍ଥିର କରିବେ ।
6. ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ, ଏଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ । [ସେଲା
7. ଗାୟକ ଓ ନର୍ତ୍ତକମାନେ କହିବେ, ମୋହର ସବୁ ଝର ତୁମ୍ଭଠାରେ ଅଛି ।

Notes

No Verse Added

Total 150 Chapters, Current Chapter 87 of Total Chapters 150
ଗୀତସଂହିତା 87:37
1. ଗୀତ; କୋରହ-ସନ୍ତାନଗଣର ଗୀତ ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ- ଶ୍ରେଣୀରେ ସ୍ଥାପିତ
2. ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା ସିୟୋନର ଦ୍ଵାରସମୂହକୁ ଅଧିକ ସ୍ନେହ କରନ୍ତି
3. ହେ ପରମେଶ୍ଵରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି ସେଲା
4. ମୋʼ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ବାବିଲକୁ ଉଲ୍ଲେଖ କରିବି; ପଲେଷ୍ଟୀୟା ସୋର କୂଶକୁ ଦେଖ; ଏହି ଜଣ ସେଠାରେ ଜାତ ହେଲା
5. ଆହୁରି, ସିୟୋନ ବିଷୟରେ କୁହାଯିବ, ଏଜଣ ସେଜଣ ତହିଁ ମଧ୍ୟରେ ଜାତ ହେଲେ; ପୁଣି, ସର୍ବୋପରିସ୍ଥ ସ୍ଵୟଂ ତାହା ସୁସ୍ଥିର କରିବେ
6. ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ, ଏଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ ସେଲା
7. ଗାୟକ ନର୍ତ୍ତକମାନେ କହିବେ, ମୋହର ସବୁ ଝର ତୁମ୍ଭଠାରେ ଅଛି
Total 150 Chapters, Current Chapter 87 of Total Chapters 150
×

Alert

×

oriya Letters Keypad References