1. ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । ହେ ସଦାପ୍ରଭୋ, କେତେ କାଳ, ତୁମ୍ଭେ କି ସଦାକାଳ ମୋତେ ପାସୋରିବ? ତୁମ୍ଭେ କେତେ କାଳ ମୋʼଠାରୁ ଆପଣା ମୁଖ ଲୁଚାଇବ?
|
2. ମୁଁ ଦିନଯାକ ନିଜ ଅନ୍ତଃକରଣରେ ଦୁଃଖିତ ହୋଇ କେତେ କାଳ ମନେ ମନେ ପରାମର୍ଶ କରିବି? କେତେ କାଳ ମୋʼ ଶତ୍ରୁ ମୋʼ ଉପରେ ଉଚ୍ଚୀକୃତ ହେବ?
|
3. ହେ ସଦାପ୍ରଭୋ, ମୋʼ ପରମେଶ୍ଵର, ବିବେଚନା କର ଓ ମୋତେ ଉତ୍ତର ଦିଅ; ମୋହର ଚକ୍ଷୁ ସତେଜ କର, ନୋହିଲେ ମୁଁ ମୃତ୍ୟୁ-ନିଦ୍ରାରେ ନିଦ୍ରାଗତ ହେବି;
|