2. ପୁଣି, ଭଗ୍ନୀ ଆପ୍ପିୟା ଏବଂ ଆମ୍ଭମାନଙ୍କ ସହ-ସୈନିକ ଆର୍ଖିପ୍ପ ଓ ତୁମ୍ଭ ଗୃହସ୍ଥିତ ମଣ୍ତଳୀ ନିକଟକୁ ପତ୍ର ଲେଖୁଅଛୁ;
|
6. ଯେପରି ତୁମ୍ଭ ବିଶ୍ଵାସର ସହଭାଗିତା, ଆମ୍ଭମାନଙ୍କୁ ଦତ୍ତ ସମସ୍ତ ଉତ୍ତମ ବିଷୟ ସମ୍ଵନ୍ଧୀୟ ଜ୍ଞାନ ଦ୍ଵାରା ଖ୍ରୀଷ୍ଟଙ୍କ ପକ୍ଷରେ କାର୍ଯ୍ୟସାଧକ ହୁଏ ।
|
7. କାରଣ, ହେ ଭାଇ, ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ଵାରା ଆଶ୍ଵାସ ପ୍ରାପ୍ତ ହୋଇଥିବାରୁ ମୁଁ ତୁମ୍ଭ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି ।
|
8. ଅତଏବ ଯାହା ଉପଯୁକ୍ତ, ସେ ସମ୍ଵନ୍ଧରେ ତୁମ୍ଭକୁ ଆଦେଶ ଦେବା ପାଇଁ ଖ୍ରୀଷ୍ଟଙ୍କ ସେବକ ସ୍ଵରୂପେ ଯଦ୍ୟପି ମୋହର ସମ୍ପୂର୍ଣ୍ଣ ସାହସ ଅଛି,
|
9. ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ବରଂ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ,
|
13. ସୁସମାଚାର ନିମନ୍ତେ ବନ୍ଧନ ଅବସ୍ଥାରେ ତାହାକୁ ତୁମ୍ଭ ସ୍ଥାନରେ ମୋହର ସେବା କରିବା ପାଇଁ ପାଖରେ ରଖିବାକୁ ମୋହର ମନ ହେଉଥିଲା,
|
14. କିନ୍ତୁ ତୁମ୍ଭର ସମ୍ମତି ନ ନେଇ ମୁଁ କିଛି କରିବାକୁ ଇଚ୍ଛା କଲି ନାହିଁ, ଯେପରି ତୁମ୍ଭର ଉତ୍ତମ କାର୍ଯ୍ୟ ବଳାତ୍କାରରେ କଲା ପରି ନ ହୋଇ ସ୍ଵଚ୍ଛନ୍ଦ ମନରେ ହେବ ।
|
15. କାରଣ ହୋଇ ପାରେ, ଯେପରି ତୁମ୍ଭେ ତାହାକୁ ଆଉ ଦାସ ସ୍ଵରୂପେ ନ ପାଇ ବରଂ ଦାସଠାରୁ ଶ୍ରେଷ୍ଠ, ଅର୍ଥାତ୍, ଜଣେ ପ୍ରିୟ ଭ୍ରାତା ସ୍ଵରୂପେ ଚିରକାଳ ପାଇ ପାର, ଏଥିପାଇଁ ସେ କିଛି କାଳ ନିମନ୍ତେ ତୁମ୍ଭଠାରୁ ଅନ୍ତର ହୋଇଥିଲା;
|
16. ବିଶେଷରେ ସେ ମୋହର ଜଣେ ପ୍ରିୟ ଭ୍ରାତା, ଅତଏବ, ଶରୀରରେ ଓ ମଧ୍ୟ ପ୍ରଭୁଙ୍କଠାରେ ତୁମ୍ଭ ପ୍ରତି ଅବା କେତେ ଅଧିକ ପ୍ରିୟ ନ ହେବ ।
|
19. ମୁଁ ପାଉଲ ସ୍ଵହସ୍ତରେ ଏହା ଲେଖିଦେଉଅଛି, ମୁଁ ତାହା ପରିଶୋଧ କରିବି । ତୁମ୍ଭେ ନିଜେ ଯେ ମୋʼ ନିକଟରେ ଚିରଋଣୀ, ଏ ବିଷୟରେ ମୁଁ ଆଉ କହିବାକୁ ଇଚ୍ଛା କରୁ ନାହିଁ ।
|
20. ହଁ, ଭାଇ, ପ୍ରଭୁଙ୍କ ସହଭାଗିତାରେ ତୁମ୍ଭ ଦ୍ଵାରା ମୋହର ଲାଭ ହେଉ, ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ଵାସ ଦିଅ ।
|
21. ତୁମ୍ଭର ଆଜ୍ଞାବହତାରେ ମୋହର ବିଶ୍ଵାସ ଥିବାରୁ ମୁଁ ତୁମ୍ଭକୁ ଲେଖୁଅଛି; ମୁଁ ଜାଣେ ଯେ, ମୁଁ ଯାହା କହୁଅଛି, ତୁମ୍ଭେ ତାʼଠାରୁ ଅଧିକ ମଧ୍ୟ କରିବ ।
|
22. ସେଥି ସଙ୍ଗେ ସଙ୍ଗେ ମୋହର ରହିବା ସ୍ଥାନ ମଧ୍ୟ ପ୍ରସ୍ତୁତ କରି ରଖ, କାରଣ ତୁମ୍ଭମାନଙ୍କ ପ୍ରାର୍ଥନା ଦ୍ଵାରା ତୁମ୍ଭେମାନେ ଯେ ମୋତେ ଫେରି ପାଇବ, ମୁଁ ଏହା ଆଶା କରୁଅଛି ।
|
23. ଖ୍ରୀଷ୍ଟ ଯୀଶୁଙ୍କ ହେତୁ ମୋହର ସହବନ୍ଦୀ ଏପାଫ୍ରା ଏବଂ ମୋହର ସହକର୍ମୀମାନେ ଯେ ମାର୍କ, ଆରିସ୍ତାର୍ଖ,, ଦୀମା ଓ ଲୂକଜ, ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି ।
|