ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିହିଜିକଲ
1. ଗୋଷ୍ଠୀବର୍ଗଙ୍କର ଏହି ଏହି ନାମ: ହମାତ୍ର ପ୍ରବେଶ-ସ୍ଥାନକୁ ଯିବାର ହତ୍ଲୋନର ପଥ ନିକଟସ୍ଥ ଉତ୍ତର ପ୍ରା; ସୀମାଠାରୁ ଦାମାସ୍କସ୍ର ସୀମା ନିକଟସ୍ଥ ହତ୍ସର-ଐନନ୍, ହମାତ୍ ପାର୍ଶ୍ଵସ୍ଥ ଉତ୍ତର ଦିଗ ପର୍ଯ୍ୟନ୍ତ; ଆଉ, ତହିଁର ପୂର୍ବ ଓ ପଶ୍ଚିମ ସୀମା ହେବ; ଦାନ, ଏକ ଅଂଶ ।
2. ଆଉ, ଦାନର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଆଶେର, ଏକ ଅଂଶ ।
3. ପୁଣି, ଆଶେରର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ନପ୍ତାଲି, ଏକ ଅଂଶ
4. ଓ ନପ୍ତାଲିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ମନଃଶି, ଏକ ଅଂଶ ।
5. ଆଉ, ମନଃଶିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଇଫ୍ରୟିମ, ଏକ ଅଂଶ ।
6. ଇଫ୍ରୟିମର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ରୁବେନ, ଏକ ଅଂଶ ।
7. ଆଉ, ରୁବେନର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଯିହୁଦା, ଏକ ଅଂଶ ।
8. ପୁଣି, ଯିହୁଦାର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଦତ୍ତ ଉପହାର ଭୂମି ରହିବ, ତାହା ପ୍ରସ୍ଥରେ ପଚିଶ ହଜାର ନଳ ଓ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଦୀର୍ଘତାରେ ଅନ୍ୟାନ୍ୟ ଅଂଶର ସମାନ ହେବ; ପୁଣି, ତହିଁର ମଧ୍ୟସ୍ଥାନରେ ଧର୍ମଧାମ ହେବ ।
9. ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଭୂମି ନିବେଦନ କରିବ, ତାହା ଦୀର୍ଘରେ ପଚିଶ ହଜାର ଓ ପ୍ରସ୍ଥରେ ଦଶ ହଜାର ନଳ ହେବ ।
10. ସେହି ପବିତ୍ର ଉପହାର ଭୂମି ଏମାନଙ୍କ ପାଇଁ, ଅର୍ଥାତ୍, ଯାଜକମାନଙ୍କ ପାଇଁ ହେବ; ତାହା ଉତ୍ତର ଆଡ଼େ ପଚିଶ ହଜାର ନଳ ଦୀର୍ଘ ଓ ପଶ୍ଚିମ ଆଡ଼େ ଦଶ ହଜାର ନଳ ପ୍ରସ୍ଥ, ପୂର୍ବ ଆଡ଼େ ଦଶ ହଜାର ନଳ ପ୍ରସ୍ଥ ଓ ଦକ୍ଷିଣ ଆଡ଼େ ପଚିଶ ହଜାର ନଳ ଦୀର୍ଘ ହେବ; ତହିଁର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ଧର୍ମଧାମ ହେବ ।
11. ତାହା ସାଦୋକର ସନ୍ତାନଗଣ ମଧ୍ୟରୁ ପବିତ୍ରୀକୃତ ଯାଜକମାନଙ୍କ ନିମନ୍ତେ ହେବ, ସେମାନେ ଆମ୍ଭର ରକ୍ଷଣୀୟ ରକ୍ଷା କରିଅଛନ୍ତି; ଇସ୍ରାଏଲର ସନ୍ତାନଗଣ ବିପଥଗାମୀ ହେବା ସମୟରେ ଲେବୀୟମାନେ ଯେପରି ବିପଥଗାମୀ ହେଲେ, ସେମାନେ ସେପରି ବିପଥଗାମୀ ହେଲେ ନାହିଁ ।
12. ଲେବୀୟମାନଙ୍କ ସୀମା ନିକଟସ୍ଥ ଦେଶର ଉପହାର ଭୂମିରୁ ସେମାନେ ଉପହାର ଭୂମି ପାଇବେ, ତାହା ମହାପବିତ୍ର ହେବ ।
13. ଆଉ, ଯାଜକମାନଙ୍କର ସୀମାନୁସାରେ, ଲେବୀୟମାନେ ପଚିଶ ହଜାର ନଳ ଦୀର୍ଘ ଓ ଦଶ ହଜାର ନଳ ପ୍ରସ୍ଥ ଭୂମି ପାଇବେ; ସମୁଦାୟ ଭୂମିର ଦୀର୍ଘତା ପଚିଶ ହଜାର ଓ ପ୍ରସ୍ଥ ଦଶ ହଜାର ନଳ ହେବ ।
14. ପୁଣି, ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ; କିଅବା ତାହା ପରିବର୍ତ୍ତନ କରିବେ ନାହିଁ, ଅଥବା ଦେଶର ପ୍ରଥମଜାତ ଫଳ ହସ୍ତାନ୍ତରିତ ହେବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ ।
15. ଆଉ, ପଚିଶ ହଜାର ନଳ ଭୂମିର ସମ୍ମୁଖରେ ପ୍ରସ୍ଥ ପରିମାଣରେ ଯେଉଁ ପାଞ୍ଚ ହଜାର ନଳ ଅବଶିଷ୍ଟ ରହେ, ତାହା ସାଧାରଣ ବ୍ୟବହାର, ନଗର, ବସତି-ସ୍ଥାନ ଓ ତଳଭୂମି ନିମନ୍ତେ ରହିବ ଓ ନଗର ତହିଁ ମଧ୍ୟସ୍ଥାନରେ ହେବ ।
16. ପୁଣି, ତହିଁର ପରିମାଣ ଏହିରୂପ ହେବ; ଉତ୍ତର ସୀମା ଚାରି ହଜାର ପାଞ୍ଚଶହ ନଳ, ଦକ୍ଷିଣ ସୀମା ଚାରି ହଜାର ପାଞ୍ଚଶହ, ପୂର୍ବ ସୀମା ଚାରି ହଜାର ପାଞ୍ଚଶହ ଓ ପଶ୍ଚିମ ସୀମା ଚାରି ହଜାର ପାଞ୍ଚଶହ ନଳ ହେବ ।
17. ଆଉ, ନଗରର ତଳଭୂମି ରହିବ; ଉତ୍ତର ଆଡ଼େ ଦୁଇଶହ ପଚାଶ ନଳ, ଦକ୍ଷିଣ ଆଡ଼େ ଦୁଇଶହ ପଚାଶ, ପୂର୍ବ ଆଡ଼େ ଦୁଇଶହ ପଚାଶ ଓ ପଶ୍ଚିମ ଆଡ଼େ ଦୁଇଶହ ପଚାଶ ନଳ ଭୂମି ରହିବ ।
18. ପୁଣି, ପବିତ୍ର ଉପହାର ଭୂମି ଦୀର୍ଘତାନୁସାରେ ଯେଉଁ ଅବଶିଷ୍ଟ ଭୂମି, ତାହା ପୂର୍ବ ଆଡ଼େ ଦଶ ହଜାର ଓ ପଶ୍ଚିମ ଆଡ଼େ ଦଶ ହଜାର ନଳ ହେବ ଓ ତାହା ପବିତ୍ର ଉପହାର ଭୂମିର ସମ୍ମୁଖବର୍ତ୍ତୀ ହେବ ଓ ତଦ୍ୟୁତ୍ପନ୍ନ ଦ୍ରବ୍ୟ ନଗରର ପରିଶ୍ରମକାରୀମାନଙ୍କ ଭକ୍ଷ୍ୟ ନିମନ୍ତେ ହେବ ।
19. ଆଉ, ଇସ୍ରାଏଲର ଯାବତୀୟ ଗୋଷ୍ଠୀ ମଧ୍ୟରୁ ନଗରରେ ଶ୍ରମକାରୀମାନେ ତାହା କୃଷି କରିବେ ।
20. ସମୁଦାୟ ଉପହାର ଭୂମି ପଚିଶ ହଜାର ନଳ ଦୀର୍ଘ ଓ ପଚିଶ ହଜାର ନଳ ପ୍ରସ୍ଥ ହେବ; ତୁମ୍ଭେମାନେ ନଗର ଅଧିକାର ସହିତ ଚତୁଃଷ୍କୋଣ ପବିତ୍ର ଉପହାର ଭୂମି ନିବେଦନ କରିବ ।
21. ପୁଣି, ପବିତ୍ର ଉପହାର ଭୂମିର ଓ ନଗର ଅଧିକାରର ଏପାଖରେ ଓ ସେପାଖରେ ଅବଶିଷ୍ଟ ଭୂମି ଅଧିପତିଙ୍କର ହେବ; ଅର୍ଥାତ୍, ଅନ୍ୟାନ୍ୟ ଅଂଶର ଅନୁସାରେ ପୂର୍ବ ସୀମା ଆଡ଼େ ପଚିଶ ହଜାର ନଳ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗରେ ପଶ୍ଚିମ ଆଡ଼େ ପଚିଶ ହଜାର ନଳ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହେବ; ଆଉ, ପବିତ୍ର ଉପହାର ଭୂମି ଓ ଗୃହର ପବିତ୍ର ସ୍ଥାନ ତହିଁର ମଧ୍ୟସ୍ଥିତ ହେବ ।
22. ଆହୁରି, ଅଧିପତିଙ୍କ ଅଂଶ ମଧ୍ୟସ୍ଥିତ ଲେବୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ (ଯେଉଁ ଭୂମି) ଯିହୁଦା ଓ ବିନ୍ୟାମୀନର ସୀମାର ମଧ୍ୟବର୍ତ୍ତୀ ଅଛି, ତାହା ଅଧିପତିଙ୍କ ପାଇଁ ହେବ ।
23. ଅବଶିଷ୍ଟ ଗୋଷ୍ଠୀମାନଙ୍କ ବିଷୟ: ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ବିନ୍ୟାମୀନର ଏକ ଅଂଶ ।
24. ବିନ୍ୟାମୀନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଶିମୀୟୋନର ଏକ ଅଂଶ ଯିହୋ. ୧୯:୧-୯
25. ପୁଣି, ଶିମୀୟୋନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଇଷାଖରର ଏକ ଅଂଶ ।
26. ଆଉ, ଇଷାଖରର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ସବୂଲୂନର ଏକ ଅଂଶ ।
27. ସବୂଲୂନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଗାଦର ଏକ ଅଂଶ ।
28. ପୁଣି, ଗାଦର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ ପର୍ଯ୍ୟନ୍ତ, ଅର୍ଥାତ୍, ମିସରର ନଦୀ ଓ ମହାସମୁଦ୍ର ପର୍ଯ୍ୟନ୍ତ (ଦେଶର) ସୀମା ହେବ ।
29. ତୁମ୍ଭେମାନେ ଇସ୍ରାଏଲ ଗୋଷ୍ଠୀଗଣର ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ଗୁଲିବାଣ୍ଟ ଦ୍ଵାରା ବିଭାଗ କରିବ, ତାହା ଏହି ଓ ଏହିସବୁ ସେମାନଙ୍କର ଭିନ୍ନ ଭିନ୍ନ ଅଂଶ ହେବ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।
30. ଆଉ, ଏହିସବୁ ନଗରର ନିର୍ଗମନ ସ୍ଥାନ ହେବ; ଉତ୍ତର ଆଡ଼େ ଚାରି ହଜାର ପାଞ୍ଚଶହ ନଳ ପରିମିତ ଭୂମି
31. ଓ ନଗରର ଦ୍ଵାରସକଳ ଇସ୍ରାଏଲ ଗୋଷ୍ଠୀଗଣର ନାମାନୁସାରେ ହେବ; ଉତ୍ତର ଆଡ଼େ ତିନି ଦ୍ଵାର ହେବ; ଅର୍ଥାତ୍, ରୁବେନର ଏକ ଦ୍ଵାର; ଯିହୁଦାର ଏକ ଦ୍ଵାର; ଲେବୀର ଏକ ଦ୍ଵାର;
32. ପୁଣି, ପୂର୍ବ ଆଡ଼େ ଚାରି ହଜାର ପାଞ୍ଚଶହ ନଳ ଭୂମି ଓ ତିନି ଦ୍ଵାର ହେବ; ଅର୍ଥାତ୍, ଯୋଷେଫର ଏକ ଦ୍ଵାର, ବିନ୍ୟାମୀନର ଏକ ଦ୍ଵାର, ଦାନର ଏକ ଦ୍ଵାର;
33. ଆଉ, ଦକ୍ଷିଣ ଆଡ଼େ ଚାରି ହଜାର ପାଞ୍ଚଶହ ନଳ ପରିମିତ ଭୂମି ଓ ତିନି ଦ୍ଵାର ହେବ; ଶିମୀୟୋନର ଏକ ଦ୍ଵାର; ଇଷାଖରର ଏକ ଦ୍ଵାର; ସବୂଲୂନର ଏକ ଦ୍ଵାର;
34. ପଶ୍ଚିମ ଆଡ଼େ ଚାରି ହଜାର ପାଞ୍ଚଶହ ନଳ ଭୂମି ଓ ତିନି ଦ୍ଵାର ହେବ; ଗାଦର ଏକ ଦ୍ଵାର; ଆଶେରର ଏକ ଦ୍ଵାର; ନପ୍ତାଲିର ଏକ ଦ୍ଵାର ହେବ ।
35. ଚତୁର୍ଦ୍ଦିଗ ଅଠର ହଜାର ନଳ ପରିମିତ ହେବ, ଆଉ ‘ସଦାପ୍ରଭୁ ତହିଁ ବିଦ୍ୟମାନʼ, ସେହି ଦିନଠାରୁ ନଗରର ଏହି ନାମ ହେବ ।
Total 48 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 48 / 48
1 ଗୋଷ୍ଠୀବର୍ଗଙ୍କର ଏହି ଏହି ନାମ: ହମାତ୍ର ପ୍ରବେଶ-ସ୍ଥାନକୁ ଯିବାର ହତ୍ଲୋନର ପଥ ନିକଟସ୍ଥ ଉତ୍ତର ପ୍ରା; ସୀମାଠାରୁ ଦାମାସ୍କସ୍ର ସୀମା ନିକଟସ୍ଥ ହତ୍ସର-ଐନନ୍, ହମାତ୍ ପାର୍ଶ୍ଵସ୍ଥ ଉତ୍ତର ଦିଗ ପର୍ଯ୍ୟନ୍ତ; ଆଉ, ତହିଁର ପୂର୍ବ ଓ ପଶ୍ଚିମ ସୀମା ହେବ; ଦାନ, ଏକ ଅଂଶ । 2 ଆଉ, ଦାନର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଆଶେର, ଏକ ଅଂଶ । 3 ପୁଣି, ଆଶେରର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ନପ୍ତାଲି, ଏକ ଅଂଶ 4 ଓ ନପ୍ତାଲିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ମନଃଶି, ଏକ ଅଂଶ । 5 ଆଉ, ମନଃଶିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଇଫ୍ରୟିମ, ଏକ ଅଂଶ । 6 ଇଫ୍ରୟିମର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ରୁବେନ, ଏକ ଅଂଶ । 7 ଆଉ, ରୁବେନର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଯିହୁଦା, ଏକ ଅଂଶ । 8 ପୁଣି, ଯିହୁଦାର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଦତ୍ତ ଉପହାର ଭୂମି ରହିବ, ତାହା ପ୍ରସ୍ଥରେ ପଚିଶ ହଜାର ନଳ ଓ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଦୀର୍ଘତାରେ ଅନ୍ୟାନ୍ୟ ଅଂଶର ସମାନ ହେବ; ପୁଣି, ତହିଁର ମଧ୍ୟସ୍ଥାନରେ ଧର୍ମଧାମ ହେବ । 9 ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଭୂମି ନିବେଦନ କରିବ, ତାହା ଦୀର୍ଘରେ ପଚିଶ ହଜାର ଓ ପ୍ରସ୍ଥରେ ଦଶ ହଜାର ନଳ ହେବ । 10 ସେହି ପବିତ୍ର ଉପହାର ଭୂମି ଏମାନଙ୍କ ପାଇଁ, ଅର୍ଥାତ୍, ଯାଜକମାନଙ୍କ ପାଇଁ ହେବ; ତାହା ଉତ୍ତର ଆଡ଼େ ପଚିଶ ହଜାର ନଳ ଦୀର୍ଘ ଓ ପଶ୍ଚିମ ଆଡ଼େ ଦଶ ହଜାର ନଳ ପ୍ରସ୍ଥ, ପୂର୍ବ ଆଡ଼େ ଦଶ ହଜାର ନଳ ପ୍ରସ୍ଥ ଓ ଦକ୍ଷିଣ ଆଡ଼େ ପଚିଶ ହଜାର ନଳ ଦୀର୍ଘ ହେବ; ତହିଁର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ଧର୍ମଧାମ ହେବ । 11 ତାହା ସାଦୋକର ସନ୍ତାନଗଣ ମଧ୍ୟରୁ ପବିତ୍ରୀକୃତ ଯାଜକମାନଙ୍କ ନିମନ୍ତେ ହେବ, ସେମାନେ ଆମ୍ଭର ରକ୍ଷଣୀୟ ରକ୍ଷା କରିଅଛନ୍ତି; ଇସ୍ରାଏଲର ସନ୍ତାନଗଣ ବିପଥଗାମୀ ହେବା ସମୟରେ ଲେବୀୟମାନେ ଯେପରି ବିପଥଗାମୀ ହେଲେ, ସେମାନେ ସେପରି ବିପଥଗାମୀ ହେଲେ ନାହିଁ । 12 ଲେବୀୟମାନଙ୍କ ସୀମା ନିକଟସ୍ଥ ଦେଶର ଉପହାର ଭୂମିରୁ ସେମାନେ ଉପହାର ଭୂମି ପାଇବେ, ତାହା ମହାପବିତ୍ର ହେବ । 13 ଆଉ, ଯାଜକମାନଙ୍କର ସୀମାନୁସାରେ, ଲେବୀୟମାନେ ପଚିଶ ହଜାର ନଳ ଦୀର୍ଘ ଓ ଦଶ ହଜାର ନଳ ପ୍ରସ୍ଥ ଭୂମି ପାଇବେ; ସମୁଦାୟ ଭୂମିର ଦୀର୍ଘତା ପଚିଶ ହଜାର ଓ ପ୍ରସ୍ଥ ଦଶ ହଜାର ନଳ ହେବ । 14 ପୁଣି, ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ; କିଅବା ତାହା ପରିବର୍ତ୍ତନ କରିବେ ନାହିଁ, ଅଥବା ଦେଶର ପ୍ରଥମଜାତ ଫଳ ହସ୍ତାନ୍ତରିତ ହେବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ । 15 ଆଉ, ପଚିଶ ହଜାର ନଳ ଭୂମିର ସମ୍ମୁଖରେ ପ୍ରସ୍ଥ ପରିମାଣରେ ଯେଉଁ ପାଞ୍ଚ ହଜାର ନଳ ଅବଶିଷ୍ଟ ରହେ, ତାହା ସାଧାରଣ ବ୍ୟବହାର, ନଗର, ବସତି-ସ୍ଥାନ ଓ ତଳଭୂମି ନିମନ୍ତେ ରହିବ ଓ ନଗର ତହିଁ ମଧ୍ୟସ୍ଥାନରେ ହେବ । 16 ପୁଣି, ତହିଁର ପରିମାଣ ଏହିରୂପ ହେବ; ଉତ୍ତର ସୀମା ଚାରି ହଜାର ପାଞ୍ଚଶହ ନଳ, ଦକ୍ଷିଣ ସୀମା ଚାରି ହଜାର ପାଞ୍ଚଶହ, ପୂର୍ବ ସୀମା ଚାରି ହଜାର ପାଞ୍ଚଶହ ଓ ପଶ୍ଚିମ ସୀମା ଚାରି ହଜାର ପାଞ୍ଚଶହ ନଳ ହେବ । 17 ଆଉ, ନଗରର ତଳଭୂମି ରହିବ; ଉତ୍ତର ଆଡ଼େ ଦୁଇଶହ ପଚାଶ ନଳ, ଦକ୍ଷିଣ ଆଡ଼େ ଦୁଇଶହ ପଚାଶ, ପୂର୍ବ ଆଡ଼େ ଦୁଇଶହ ପଚାଶ ଓ ପଶ୍ଚିମ ଆଡ଼େ ଦୁଇଶହ ପଚାଶ ନଳ ଭୂମି ରହିବ । 18 ପୁଣି, ପବିତ୍ର ଉପହାର ଭୂମି ଦୀର୍ଘତାନୁସାରେ ଯେଉଁ ଅବଶିଷ୍ଟ ଭୂମି, ତାହା ପୂର୍ବ ଆଡ଼େ ଦଶ ହଜାର ଓ ପଶ୍ଚିମ ଆଡ଼େ ଦଶ ହଜାର ନଳ ହେବ ଓ ତାହା ପବିତ୍ର ଉପହାର ଭୂମିର ସମ୍ମୁଖବର୍ତ୍ତୀ ହେବ ଓ ତଦ୍ୟୁତ୍ପନ୍ନ ଦ୍ରବ୍ୟ ନଗରର ପରିଶ୍ରମକାରୀମାନଙ୍କ ଭକ୍ଷ୍ୟ ନିମନ୍ତେ ହେବ । 19 ଆଉ, ଇସ୍ରାଏଲର ଯାବତୀୟ ଗୋଷ୍ଠୀ ମଧ୍ୟରୁ ନଗରରେ ଶ୍ରମକାରୀମାନେ ତାହା କୃଷି କରିବେ । 20 ସମୁଦାୟ ଉପହାର ଭୂମି ପଚିଶ ହଜାର ନଳ ଦୀର୍ଘ ଓ ପଚିଶ ହଜାର ନଳ ପ୍ରସ୍ଥ ହେବ; ତୁମ୍ଭେମାନେ ନଗର ଅଧିକାର ସହିତ ଚତୁଃଷ୍କୋଣ ପବିତ୍ର ଉପହାର ଭୂମି ନିବେଦନ କରିବ । 21 ପୁଣି, ପବିତ୍ର ଉପହାର ଭୂମିର ଓ ନଗର ଅଧିକାରର ଏପାଖରେ ଓ ସେପାଖରେ ଅବଶିଷ୍ଟ ଭୂମି ଅଧିପତିଙ୍କର ହେବ; ଅର୍ଥାତ୍, ଅନ୍ୟାନ୍ୟ ଅଂଶର ଅନୁସାରେ ପୂର୍ବ ସୀମା ଆଡ଼େ ପଚିଶ ହଜାର ନଳ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗରେ ପଶ୍ଚିମ ଆଡ଼େ ପଚିଶ ହଜାର ନଳ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହେବ; ଆଉ, ପବିତ୍ର ଉପହାର ଭୂମି ଓ ଗୃହର ପବିତ୍ର ସ୍ଥାନ ତହିଁର ମଧ୍ୟସ୍ଥିତ ହେବ । 22 ଆହୁରି, ଅଧିପତିଙ୍କ ଅଂଶ ମଧ୍ୟସ୍ଥିତ ଲେବୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ (ଯେଉଁ ଭୂମି) ଯିହୁଦା ଓ ବିନ୍ୟାମୀନର ସୀମାର ମଧ୍ୟବର୍ତ୍ତୀ ଅଛି, ତାହା ଅଧିପତିଙ୍କ ପାଇଁ ହେବ । 23 ଅବଶିଷ୍ଟ ଗୋଷ୍ଠୀମାନଙ୍କ ବିଷୟ: ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ବିନ୍ୟାମୀନର ଏକ ଅଂଶ । 24 ବିନ୍ୟାମୀନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଶିମୀୟୋନର ଏକ ଅଂଶ ଯିହୋ. ୧୯:୧-୯ 25 ପୁଣି, ଶିମୀୟୋନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଇଷାଖରର ଏକ ଅଂଶ । 26 ଆଉ, ଇଷାଖରର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ସବୂଲୂନର ଏକ ଅଂଶ । 27 ସବୂଲୂନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଗାଦର ଏକ ଅଂଶ । 28 ପୁଣି, ଗାଦର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ ପର୍ଯ୍ୟନ୍ତ, ଅର୍ଥାତ୍, ମିସରର ନଦୀ ଓ ମହାସମୁଦ୍ର ପର୍ଯ୍ୟନ୍ତ (ଦେଶର) ସୀମା ହେବ । 29 ତୁମ୍ଭେମାନେ ଇସ୍ରାଏଲ ଗୋଷ୍ଠୀଗଣର ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ଗୁଲିବାଣ୍ଟ ଦ୍ଵାରା ବିଭାଗ କରିବ, ତାହା ଏହି ଓ ଏହିସବୁ ସେମାନଙ୍କର ଭିନ୍ନ ଭିନ୍ନ ଅଂଶ ହେବ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି । 30 ଆଉ, ଏହିସବୁ ନଗରର ନିର୍ଗମନ ସ୍ଥାନ ହେବ; ଉତ୍ତର ଆଡ଼େ ଚାରି ହଜାର ପାଞ୍ଚଶହ ନଳ ପରିମିତ ଭୂମି 31 ଓ ନଗରର ଦ୍ଵାରସକଳ ଇସ୍ରାଏଲ ଗୋଷ୍ଠୀଗଣର ନାମାନୁସାରେ ହେବ; ଉତ୍ତର ଆଡ଼େ ତିନି ଦ୍ଵାର ହେବ; ଅର୍ଥାତ୍, ରୁବେନର ଏକ ଦ୍ଵାର; ଯିହୁଦାର ଏକ ଦ୍ଵାର; ଲେବୀର ଏକ ଦ୍ଵାର; 32 ପୁଣି, ପୂର୍ବ ଆଡ଼େ ଚାରି ହଜାର ପାଞ୍ଚଶହ ନଳ ଭୂମି ଓ ତିନି ଦ୍ଵାର ହେବ; ଅର୍ଥାତ୍, ଯୋଷେଫର ଏକ ଦ୍ଵାର, ବିନ୍ୟାମୀନର ଏକ ଦ୍ଵାର, ଦାନର ଏକ ଦ୍ଵାର; 33 ଆଉ, ଦକ୍ଷିଣ ଆଡ଼େ ଚାରି ହଜାର ପାଞ୍ଚଶହ ନଳ ପରିମିତ ଭୂମି ଓ ତିନି ଦ୍ଵାର ହେବ; ଶିମୀୟୋନର ଏକ ଦ୍ଵାର; ଇଷାଖରର ଏକ ଦ୍ଵାର; ସବୂଲୂନର ଏକ ଦ୍ଵାର; 34 ପଶ୍ଚିମ ଆଡ଼େ ଚାରି ହଜାର ପାଞ୍ଚଶହ ନଳ ଭୂମି ଓ ତିନି ଦ୍ଵାର ହେବ; ଗାଦର ଏକ ଦ୍ଵାର; ଆଶେରର ଏକ ଦ୍ଵାର; ନପ୍ତାଲିର ଏକ ଦ୍ଵାର ହେବ । 35 ଚତୁର୍ଦ୍ଦିଗ ଅଠର ହଜାର ନଳ ପରିମିତ ହେବ, ଆଉ ‘ସଦାପ୍ରଭୁ ତହିଁ ବିଦ୍ୟମାନʼ, ସେହି ଦିନଠାରୁ ନଗରର ଏହି ନାମ ହେବ ।
Total 48 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 48 / 48
×

Alert

×

Oriya Letters Keypad References