ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଦିତୀୟ ରାଜାବଳୀ
1. ଅନନ୍ତର ଆହାବଙ୍କର ମୃତ୍ୟୁ ଉତ୍ତାରେ ମୋୟାବ ଇସ୍ରାଏଲ ବିରୁଦ୍ଧରେ ଦ୍ରୋହାଚରଣ କଲେ ।
2. ପୁଣି ଅହସୀୟ ଶମରୀୟାସ୍ଥିତ ଆପଣା ଉପରିସ୍ଥ କୋଠରିର ଝରକା ଦେଇ ପଡ଼ି ପୀଡ଼ିତ ହେଲେ; ଆଉ ସେ ଦୂତଗଣ ପଠାଇ ସେମାନଙ୍କୁ କହିଲେ, ଯାଅ, ଏହି ପୀଡ଼ାରୁ ମୁଁ ସୁସ୍ଥ ହେବି କି ନାହିଁ, ଏହା ଇକ୍ରୋଣର ଦେବତା ବାଲ୍ସବୂବକୁ ପଚାର ।
3. ମାତ୍ର ସଦାପ୍ରଭୁଙ୍କ ଦୂତ ତିଶ୍ବୀୟ ଏଲୀୟଙ୍କୁ କହିଲେ, ଉଠ, ଶମରୀୟ ରାଜାଙ୍କର ଦୂତଗଣକୁ ସାକ୍ଷାତ କରିବାକୁ ଯାଅ ଓ ସେମାନଙ୍କୁ କୁହ, ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାନ୍ତି ବୋଲି କି ତୁମ୍ଭେମାନେ ଇକ୍ରୋଣର ଦେବତା ବାଲ୍ସବୂବକୁ ପଚାରିବାକୁ ଯାଉଅଛ?
4. ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ । ଏଉତ୍ତାରେ ଏଲୀୟ ପ୍ରସ୍ଥାନ କଲେ ।
5. ତହୁଁ ଦୂତମାନେ ଅହସୀୟଙ୍କର ନିକଟକୁ ଫେରି ଆସନ୍ତେ, ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ଫେରି ଆସିଲ?
6. ଏଥିରେ ସେମାନେ ତାଙ୍କୁ କହିଲେ, ଜଣେ ଲୋକ ଆମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି କହିଲା, ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରି ଯାଇ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍ସବୂବ ନିକଟକୁ ପଚାରି ପଠାଉଅଛ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ ।
7. ତହିଁରେ ସେ ସେମାନଙ୍କୁ ପଚାରିଲେ, ଯେ ତୁମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି ଏହିସବୁ କଥା କହିଲା, ସେ କିପ୍ରକାର ଲୋକ?
8. ତହୁଁ ସେମାନେ ତାଙ୍କୁ ଉତ୍ତର କଲେ, ସେ ଲୋମଶ ମନୁଷ୍ୟ ଓ ତାହାର କଟି ଚର୍ମପଟୁକାରେ ବନ୍ଧା ଥିଲା । ତହିଁରେ ସେ କହିଲେ, ସେ ତ ତିଶ୍ବୀୟ ଏଲୀୟ ।
9. ତେବେ ରାଜା ତାଙ୍କ ନିକଟକୁ ଜଣେ ପଚାଶପତିକି ତାହାର ପଚାଶ ଲୋକ ସହିତ ପଠାଇଲେ । ତହୁଁ ସେ ତାଙ୍କ ନିକଟକୁ ଗଲା; ଆଉ ଦେଖ, ଏଲୀୟ ପର୍ବତଶୃଙ୍ଗରେ ବସିଥିଲେ । ଏଥିରେ ସେ ତାଙ୍କୁ କହିଲା, ହେ ପରମେଶ୍ଵରଙ୍କ ଲୋକ, ରାଜା କହିଅଛନ୍ତି, ତଳକୁ ଆସ ।
10. ତହୁଁ ଏଲୀୟ ସେହି ପଚାଶତ୍ପତିକି ଉତ୍ତର କରି କହିଲେ, ଯେବେ ମୁଁ ପରମେଶ୍ଵରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭ ପଚାଶ ଲୋକଙ୍କୁ ଗ୍ରାସ କରୁ । ଏଥିରେ ଆକାଶରୁ ଅଗ୍ନି ଆସି ତାହାକୁ ଓ ତାହାର ପଚାଶ ଲୋକଙ୍କୁ ଗ୍ରାସ କଲା ।
11. ଏଉତ୍ତାରେ ରାଜା ପୁନର୍ବାର ତାଙ୍କ ନିକଟକୁ ଆଉ ଏକ ପଚାଶପତିକି ତାହାର ପଚାଶ ଲୋକ ସହିତ ପଠାଇଲେ । ତହୁଁ ସେ ତାଙ୍କୁ କହିଲେ, ହେ ପରମେଶ୍ଵରଙ୍କ ଲୋକ, ରାଜା କହିଅଛନ୍ତି, ଶୀଘ୍ର ତଳକୁ ଆସ ।
12. ଏଥିରେ ଏଲୀୟ ସେମାନଙ୍କୁ ଉତ୍ତର କରି କହିଲେ, ଯେବେ ମୁଁ ପରମେଶ୍ଵରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭ ପଚାଶ ଲୋକଙ୍କୁ ଗ୍ରାସ କରୁ । ତହୁଁ ପରମେଶ୍ଵରଙ୍କ ଅଗ୍ନି ଆକାଶରୁ ଆସି ତାହାକୁ ଓ ତାହାର ପଚାଶ ଲୋକଙ୍କୁ ଗ୍ରାସ କଲା ।
13. ଏଥିରେ ରାଜା ପୁନର୍ବାର ତୃତୀୟ ପଚାଶପତିକି ତାହାର ପଚାଶ ଲୋକ ସହିତ ପଠାଇଲେ । ପୁଣି ସେହି ତୃତୀୟ ପଚାଶପତି ଉପରକୁ ଗଲା ଓ ଏଲୀୟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଆପଣା ଆଣ୍ଠୁ ପାତି ବିନୟ କରି ତାଙ୍କୁ କହିଲା, ହେ ପରମେଶ୍ଵରଙ୍କ ଲୋକ, ମୁଁ ବିନୟ କରୁଅଛି, ଆପଣଙ୍କ ଦୃଷ୍ଟିରେ ମୋʼ ପ୍ରାଣ ଓ ଆପଣଙ୍କ ଦାସ ଏହି ପଚାଶ ଲୋକଙ୍କର ପ୍ରାଣ ବହୁମୂଲ୍ୟ ହେଉ ।
14. ଦେଖନ୍ତୁ, ଆକାଶରୁ ଅଗ୍ନି ଆସି ପୂର୍ବ ଦୁଇ ପଚାଶପତିଙ୍କି ଓ ସେମାନଙ୍କ ପଚାଶ ପଚାଶ ଲୋକଙ୍କୁ ଗ୍ରାସ କଲା; ମାତ୍ର ଏବେ ଆପଣଙ୍କ ଦୃଷ୍ଟିରେ ମୋʼ ପ୍ରାଣ ବହୁମୂଲ୍ୟ ହେଉ ।
15. ଏଥିରେ ସଦାପ୍ରଭୁଙ୍କ ଦୂତ ଏଲୀୟଙ୍କୁ କହିଲେ, ତାହା ସଙ୍ଗରେ ତଳକୁ ଯାଅ; ତାହାକୁ ଭୟ ନ କର । ତହୁଁ ସେ ଉଠି ତାହା ସଙ୍ଗରେ ତଳକୁ ଯାଇ ରାଜାଙ୍କ ନିକଟକୁ ଗଲେ ।
16. ପୁଣି ସେ ରାଜାଙ୍କୁ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, କଥା ପଚାରିବା ପାଇଁ ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍ସବୂବକୁ ପଚାରିବା ପାଇଁ ଦୂତମାନଙ୍କୁ ପଠାଇଲ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହଁ, ମାତ୍ର ନିଶ୍ଚୟ ମରିବ ।
17. ଏଥି ଉତ୍ତାରେ ଏଲୀୟଙ୍କ ଦ୍ଵାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେ ମଲେ, ପୁଣି ତାଙ୍କର ପୁତ୍ର ନ ଥିବାରୁ ଯିହୁଦାର ରାଜା ଯିହୋଶାଫଟ୍ଙ୍କର ପୁତ୍ର ଯିହୋରାମର ଅଧିକାରର ଦ୍ଵିତୀୟ ବର୍ଷରେ ଯିହୋରାମ୍ ତାଙ୍କର ପଦରେ ରାଜ୍ୟ କରିବାକୁ ଆରମ୍ଭ କଲେ ।
18. ଏହି ଅହସୀୟଙ୍କର କ୍ରିୟାର ଅବଶିଷ୍ଟ ବୃତ୍ତା; କି ଇସ୍ରାଏଲ-ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?

Notes

No Verse Added

Total 25 Chapters, Current Chapter 1 of Total Chapters 25
ଦିତୀୟ ରାଜାବଳୀ 1:15
1. ଅନନ୍ତର ଆହାବଙ୍କର ମୃତ୍ୟୁ ଉତ୍ତାରେ ମୋୟାବ ଇସ୍ରାଏଲ ବିରୁଦ୍ଧରେ ଦ୍ରୋହାଚରଣ କଲେ
2. ପୁଣି ଅହସୀୟ ଶମରୀୟାସ୍ଥିତ ଆପଣା ଉପରିସ୍ଥ କୋଠରିର ଝରକା ଦେଇ ପଡ଼ି ପୀଡ଼ିତ ହେଲେ; ଆଉ ସେ ଦୂତଗଣ ପଠାଇ ସେମାନଙ୍କୁ କହିଲେ, ଯାଅ, ଏହି ପୀଡ଼ାରୁ ମୁଁ ସୁସ୍ଥ ହେବି କି ନାହିଁ, ଏହା ଇକ୍ରୋଣର ଦେବତା ବାଲ୍ସବୂବକୁ ପଚାର
3. ମାତ୍ର ସଦାପ୍ରଭୁଙ୍କ ଦୂତ ତିଶ୍ବୀୟ ଏଲୀୟଙ୍କୁ କହିଲେ, ଉଠ, ଶମରୀୟ ରାଜାଙ୍କର ଦୂତଗଣକୁ ସାକ୍ଷାତ କରିବାକୁ ଯାଅ ସେମାନଙ୍କୁ କୁହ, ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାନ୍ତି ବୋଲି କି ତୁମ୍ଭେମାନେ ଇକ୍ରୋଣର ଦେବତା ବାଲ୍ସବୂବକୁ ପଚାରିବାକୁ ଯାଉଅଛ?
4. ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ ଏଉତ୍ତାରେ ଏଲୀୟ ପ୍ରସ୍ଥାନ କଲେ
5. ତହୁଁ ଦୂତମାନେ ଅହସୀୟଙ୍କର ନିକଟକୁ ଫେରି ଆସନ୍ତେ, ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ଫେରି ଆସିଲ?
6. ଏଥିରେ ସେମାନେ ତାଙ୍କୁ କହିଲେ, ଜଣେ ଲୋକ ଆମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି କହିଲା, ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରି ଯାଇ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍ସବୂବ ନିକଟକୁ ପଚାରି ପଠାଉଅଛ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ
7. ତହିଁରେ ସେ ସେମାନଙ୍କୁ ପଚାରିଲେ, ଯେ ତୁମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି ଏହିସବୁ କଥା କହିଲା, ସେ କିପ୍ରକାର ଲୋକ?
8. ତହୁଁ ସେମାନେ ତାଙ୍କୁ ଉତ୍ତର କଲେ, ସେ ଲୋମଶ ମନୁଷ୍ୟ ତାହାର କଟି ଚର୍ମପଟୁକାରେ ବନ୍ଧା ଥିଲା ତହିଁରେ ସେ କହିଲେ, ସେ ତିଶ୍ବୀୟ ଏଲୀୟ
9. ତେବେ ରାଜା ତାଙ୍କ ନିକଟକୁ ଜଣେ ପଚାଶପତିକି ତାହାର ପଚାଶ ଲୋକ ସହିତ ପଠାଇଲେ ତହୁଁ ସେ ତାଙ୍କ ନିକଟକୁ ଗଲା; ଆଉ ଦେଖ, ଏଲୀୟ ପର୍ବତଶୃଙ୍ଗରେ ବସିଥିଲେ ଏଥିରେ ସେ ତାଙ୍କୁ କହିଲା, ହେ ପରମେଶ୍ଵରଙ୍କ ଲୋକ, ରାଜା କହିଅଛନ୍ତି, ତଳକୁ ଆସ
10. ତହୁଁ ଏଲୀୟ ସେହି ପଚାଶତ୍ପତିକି ଉତ୍ତର କରି କହିଲେ, ଯେବେ ମୁଁ ପରମେଶ୍ଵରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ତୁମ୍ଭ ପଚାଶ ଲୋକଙ୍କୁ ଗ୍ରାସ କରୁ ଏଥିରେ ଆକାଶରୁ ଅଗ୍ନି ଆସି ତାହାକୁ ତାହାର ପଚାଶ ଲୋକଙ୍କୁ ଗ୍ରାସ କଲା
11. ଏଉତ୍ତାରେ ରାଜା ପୁନର୍ବାର ତାଙ୍କ ନିକଟକୁ ଆଉ ଏକ ପଚାଶପତିକି ତାହାର ପଚାଶ ଲୋକ ସହିତ ପଠାଇଲେ ତହୁଁ ସେ ତାଙ୍କୁ କହିଲେ, ହେ ପରମେଶ୍ଵରଙ୍କ ଲୋକ, ରାଜା କହିଅଛନ୍ତି, ଶୀଘ୍ର ତଳକୁ ଆସ
12. ଏଥିରେ ଏଲୀୟ ସେମାନଙ୍କୁ ଉତ୍ତର କରି କହିଲେ, ଯେବେ ମୁଁ ପରମେଶ୍ଵରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ତୁମ୍ଭ ପଚାଶ ଲୋକଙ୍କୁ ଗ୍ରାସ କରୁ ତହୁଁ ପରମେଶ୍ଵରଙ୍କ ଅଗ୍ନି ଆକାଶରୁ ଆସି ତାହାକୁ ତାହାର ପଚାଶ ଲୋକଙ୍କୁ ଗ୍ରାସ କଲା
13. ଏଥିରେ ରାଜା ପୁନର୍ବାର ତୃତୀୟ ପଚାଶପତିକି ତାହାର ପଚାଶ ଲୋକ ସହିତ ପଠାଇଲେ ପୁଣି ସେହି ତୃତୀୟ ପଚାଶପତି ଉପରକୁ ଗଲା ଏଲୀୟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଆପଣା ଆଣ୍ଠୁ ପାତି ବିନୟ କରି ତାଙ୍କୁ କହିଲା, ହେ ପରମେଶ୍ଵରଙ୍କ ଲୋକ, ମୁଁ ବିନୟ କରୁଅଛି, ଆପଣଙ୍କ ଦୃଷ୍ଟିରେ ମୋʼ ପ୍ରାଣ ଆପଣଙ୍କ ଦାସ ଏହି ପଚାଶ ଲୋକଙ୍କର ପ୍ରାଣ ବହୁମୂଲ୍ୟ ହେଉ
14. ଦେଖନ୍ତୁ, ଆକାଶରୁ ଅଗ୍ନି ଆସି ପୂର୍ବ ଦୁଇ ପଚାଶପତିଙ୍କି ସେମାନଙ୍କ ପଚାଶ ପଚାଶ ଲୋକଙ୍କୁ ଗ୍ରାସ କଲା; ମାତ୍ର ଏବେ ଆପଣଙ୍କ ଦୃଷ୍ଟିରେ ମୋʼ ପ୍ରାଣ ବହୁମୂଲ୍ୟ ହେଉ
15. ଏଥିରେ ସଦାପ୍ରଭୁଙ୍କ ଦୂତ ଏଲୀୟଙ୍କୁ କହିଲେ, ତାହା ସଙ୍ଗରେ ତଳକୁ ଯାଅ; ତାହାକୁ ଭୟ କର ତହୁଁ ସେ ଉଠି ତାହା ସଙ୍ଗରେ ତଳକୁ ଯାଇ ରାଜାଙ୍କ ନିକଟକୁ ଗଲେ
16. ପୁଣି ସେ ରାଜାଙ୍କୁ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, କଥା ପଚାରିବା ପାଇଁ ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍ସବୂବକୁ ପଚାରିବା ପାଇଁ ଦୂତମାନଙ୍କୁ ପଠାଇଲ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହଁ, ମାତ୍ର ନିଶ୍ଚୟ ମରିବ
17. ଏଥି ଉତ୍ତାରେ ଏଲୀୟଙ୍କ ଦ୍ଵାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେ ମଲେ, ପୁଣି ତାଙ୍କର ପୁତ୍ର ଥିବାରୁ ଯିହୁଦାର ରାଜା ଯିହୋଶାଫଟ୍ଙ୍କର ପୁତ୍ର ଯିହୋରାମର ଅଧିକାରର ଦ୍ଵିତୀୟ ବର୍ଷରେ ଯିହୋରାମ୍ ତାଙ୍କର ପଦରେ ରାଜ୍ୟ କରିବାକୁ ଆରମ୍ଭ କଲେ
18. ଏହି ଅହସୀୟଙ୍କର କ୍ରିୟାର ଅବଶିଷ୍ଟ ବୃତ୍ତା; କି ଇସ୍ରାଏଲ-ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Total 25 Chapters, Current Chapter 1 of Total Chapters 25
×

Alert

×

oriya Letters Keypad References