1. ଆହୁରି ଆସଫର ଓ ହେମନର ଓ ଯିଦୂଥୂନର ସନ୍ତାନଗଣ ମଧ୍ୟରୁ ଦାଉଦ ଓ ସେନାପତି- ମାନେ କେତେକଙ୍କୁ ବୀଣା, ନେବଲ ଓ କରତାଳ ଦ୍ଵାରା ଭବିଷ୍ୟଦ୍ବାକ୍ୟ ପ୍ରଚାରର ସେବାକାର୍ଯ୍ୟ ନିମନ୍ତେ ପୃଥକ କଲେ; ପୁଣି ଆପଣା ଆପଣା ସେବାନୁସାରେ କର୍ମକାରୀ-ମାନଙ୍କ ସଂଖ୍ୟା ଏହି ।
|
2. ଆସଫର ସନ୍ତାନମାନଙ୍କ କଥା; ଆସଫର ସନ୍ତାନ ସକ୍କୁର୍ ଓ ଯୋଷେଫ ଓ ନଥନୀୟ ଓ ଅସାରେଲ; ଏମାନେ ଆସଫର ହସ୍ତାଧୀନରେ ରାଜାଜ୍ଞାନୁସାରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ ।
|
3. ଯିଦୂଥୂନର କଥା; ଯିଦୂଥୂନର ସନ୍ତାନ ଗଦଲୀୟ ଓ ସରୀ ଓ ଯିଶାୟାହ, ହଶବୀୟ ଓ ମତ୍ତଥୀୟ, ଛଅ ଜଣ; ଏମାନେ ଆପଣାମାନଙ୍କ ପିତା ଯିଦୂଥୂନର ହସ୍ତାଧୀନରେ ବୀଣା ଦ୍ଵାରା ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରି ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ ।
|
4. ହେମନର କଥା; ହେମନର ସନ୍ତାନ ବୁକ୍କୀୟ, ମତ୍ତନୀୟ, ଉଷୀୟେଲ୍, ଶବୂୟେଲ୍ ଓ ଯିରେମୋତ୍, ହନାନୀୟ, ହନାନି, ଇଲୀୟାଥା, ଗିଦ୍ଦଲ୍ତି ଓ ରୋମାମ୍ତି-ଏଷର୍, ଯଶ୍ବକାଶା, ମଲ୍ଲୋଥି, ହୋଥୀର୍, ମହସୀୟୋତ୍;
|
5. ଏସମସ୍ତେ ଶୃଙ୍ଗଧ୍ଵନି କରିବା ନିମନ୍ତେ ପରମେଶ୍ଵରଙ୍କ ବାକ୍ୟ ବିଷୟରେ ରାଜାଙ୍କର ଦର୍ଶକ ହେମନର ପୁତ୍ର ଥିଲେ । ପରମେଶ୍ଵର ହେମନକୁ ଚଉଦ ପୁତ୍ର ଓ ତିନି କନ୍ୟା ଦେଲେ ।
|
6. ଏସମସ୍ତେ ପରମେଶ୍ଵରଙ୍କ ଗୃହର ସେବାକାର୍ଯ୍ୟାର୍ଥେ କରତାଳ, ନେବଲ ଓ ବୀଣା ଦ୍ଵାରା ସଦାପ୍ରଭୁଙ୍କ ଗୃହରେ ଗାନ କରିବା ପାଇଁ ଆପଣାମାନଙ୍କ ପିତାଙ୍କ ହସ୍ତାଧୀନରେ ଥିଲେ; ଆସଫ, ଯିଦୂଥୂନ୍ ଓ ହେମନ ରାଜାଜ୍ଞାଧୀନ ଥିଲେ ।
|
7. ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନକାର୍ଯ୍ୟରେ ଶିକ୍ଷିତ ଓ ନିପୁଣ ଏସମସ୍ତେ ଓ ଏମାନଙ୍କ ଭ୍ରାତୃଗଣ ସଂଖ୍ୟାରେ ଦୁଇ ଶହ ଅଠାଶୀ ଜଣ ଥିଲେ ।
|
9. ତହୁଁ ଆସଫ ନିମନ୍ତେ ଯୋଷେଫ ପକ୍ଷରେ ପ୍ରଥମ ବାଣ୍ଟ ଉଠିଲା; ଦ୍ଵିତୀୟ ଗଦଲୀୟ ପକ୍ଷରେ; ସେ ଓ ତାହାର ଭ୍ରାତା ଓ ପୁତ୍ରମାନେ ବାର ଜଣ ଥିଲେ ।
|