ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗଣନା ପୁସ୍ତକ
1. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
2. ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ଵରୂପ ଧ୍ଵଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ଵୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ ।
3. ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଯିହୁଦା-ଧ୍ଵଜାର ପଶ୍ଚାଦ୍ଗାମୀ ଲୋକ; ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦା-ସନ୍ତାନଗଣର ଅଧିପତି ହେବ;
4. ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ଚଉସ୍ତରି ହଜାର ଛଅ ଶହ ।
5. ତାହା ପାଖରେ ଇଷାଖର ବଂଶ ଛାଉଣି ସ୍ଥାପନ କରିବେ, ସୂୟାରର ପୁତ୍ର ନଥନେଲ ଇଷାଖର ସନ୍ତାନଗଣର ଅଧିପତି ହେବ;
6. ତାହାର ଗଣିତ ସୈନ୍ୟସଂଖ୍ୟା ଚଉବନ ହଜାର ଚାରି ଶହ ।
7. ତହୁଁ ସବୂଲୂନ ବଂଶ; ହେଲୋନର ପୁତ୍ର ଇଲୀୟାବ୍ ସବୂଲୂନ ସନ୍ତାନଗଣର ଅଧିପତି ହେବ;
8. ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ସତାବନ ହଜାର ଚାରି ଶହ ।
9. ଯିହୁଦା-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଛୟାଅଶୀ ହଜାର ଚାରି ଶହ । ସେମାନେ ପ୍ରଥମେ ଅଗ୍ରସର ହେବେ ।
10. ଦକ୍ଷିଣ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ରୁବେନ-ଛାଉଣିର ଧ୍ଵଜା ରହିବ; ଶଦେୟରର ପୁତ୍ର ଇଲୀଷୂର ରୁବେନ-ସନ୍ତାନଗଣର ଅଧିପତି ହେବ;
11. ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ ।
12. ତାହା ପାଖରେ ଶିମୀୟୋନ ବଂଶ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ଅଧିପତି ହେବ;
13. ତାହାର ଗଣିତ ସୈନ୍ୟସଂଖ୍ୟା ଊଣଷଠି ହଜାର ତିନି ଶହ ।
14. ତହୁଁ ଗାଦର ବଂଶ ରୁୟେଲର ପୁତ୍ର ଇଲୀୟାସଫ୍ ଗାଦ ସନ୍ତାନଗଣର ଅଧିପତି ହେବ;
15. ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ ।
16. ରୁବେନ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଏକାବନ ହଜାର ଚାରି ଶହ ପଚାଶ । ସେମାନେ ଦ୍ଵିତୀୟରେ ଅଗ୍ରସର ହେବେ ।
17. ଏଉତ୍ତାରେ ସମାଗମ-ତମ୍ଵୁ ଲେବୀୟମାନଙ୍କ ଛାଉଣି ସହିତ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ; ଯେପରି ସେମାନେ ଛାଉଣି ସ୍ଥାପନ କରିବେ, ସେପରି ପ୍ରତ୍ୟେକେ ସ୍ଵ ସ୍ଵ ସ୍ଥାନରେ ଧ୍ଵଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ ।
18. ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ଵଜା ରହିବ; ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ;
19. ଆଉ ତାହାର ଗଣିତ ସୈନ୍ୟସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ ।
20. ତାହା ପାଖରେ ମନଃଶି ବଂଶ ରହିବେ, ପୁଣି ପଦାହସୂରର ପୁତ୍ର ଗମଲୀୟେଲ ମନଃଶି-ସନ୍ତାନମାନଙ୍କର ଅଧିପତି ହେବ;
21. ତାହାର ଗଣିତ ସୈନ୍ୟସଂଖ୍ୟା ବତିଶ ହଜାର ଦୁଇ ଶହ ।
22. ତହୁଁ ବିନ୍ୟାମିନ ବଂଶ; ପୁଣି ଗିଦିୟୋନିର ପୁତ୍ର ଅବୀଦାନ୍ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ହେବ;
23. ତାହାର ଗଣିତ ସୈନ୍ୟସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ ।
24. ଇଫ୍ରୟିମ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଆଠହଜାର ଏକ ଶହ । ସେମାନେ ତୃତୀୟରେ ଅଗ୍ରସର ହେବେ ।
25. ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ-ଛାଉଣିର ଧ୍ଵଜା ରହିବ; ପୁଣି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେସର ଦାନ-ସନ୍ତାନଗଣର ଅଧିପତି ହେବ;
26. ତାହାର ଗଣିତ ସୈନ୍ୟସଂଖ୍ୟା ବାଷଠି ହଜାର ସାତ ଶହ ।
27. ତାହା ପାଖରେ ଆଶେର୍ ବଂଶର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ଅଧିପତି ହେବ;
28. ତାହାର ଗଣିତ ସୈନ୍ୟସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ ।
29. ତହୁଁ ନପ୍ତାଲି ବଂଶ; ଐନନର ପୁତ୍ର ଅହୀର ନପ୍ତାଲି-ସନ୍ତାନଗଣର ଅଧିପତି ହେବ;
30. ତାହାର ଗଣିତ ସୈନ୍ୟସଂଖ୍ୟା ତେପନ ହଜାର ଚାରି ଶହ ।
31. ଦାନ-ଛାଉଣିର ଗଣିତ ଲୋକମାନଙ୍କ ସଂଖ୍ୟା ଏକ ଲକ୍ଷ ସତାବନ ହଜାର ଛଅ ଶହ । ସେମାନେ ଆପଣାମାନଙ୍କ ଧ୍ଵଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ ।
32. ଏମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହାନୁସାରେ ଗଣିତ ହେଲେ; ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣିର ଗଣିତ ଲୋକସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ହେଲା ।
33. ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ ।
34. ଏହିରୂପେ ଇସ୍ରାଏଲ-ସନ୍ତାନଗଣ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାସବୁ ଦେଇଥିଲେ, ସେପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହାନୁସାରେ ଆପଣା ଆପଣା ଧ୍ଵଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ ।

Notes

No Verse Added

Total 36 Chapters, Current Chapter 2 of Total Chapters 36
ଗଣନା ପୁସ୍ତକ 2:1
1. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ହାରୋଣଙ୍କୁ କହିଲେ,
2. ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ଵରୂପ ଧ୍ଵଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ଵୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ
3. ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଯିହୁଦା-ଧ୍ଵଜାର ପଶ୍ଚାଦ୍ଗାମୀ ଲୋକ; ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦା-ସନ୍ତାନଗଣର ଅଧିପତି ହେବ;
4. ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ଚଉସ୍ତରି ହଜାର ଛଅ ଶହ
5. ତାହା ପାଖରେ ଇଷାଖର ବଂଶ ଛାଉଣି ସ୍ଥାପନ କରିବେ, ସୂୟାରର ପୁତ୍ର ନଥନେଲ ଇଷାଖର ସନ୍ତାନଗଣର ଅଧିପତି ହେବ;
6. ତାହାର ଗଣିତ ସୈନ୍ୟସଂଖ୍ୟା ଚଉବନ ହଜାର ଚାରି ଶହ
7. ତହୁଁ ସବୂଲୂନ ବଂଶ; ହେଲୋନର ପୁତ୍ର ଇଲୀୟାବ୍ ସବୂଲୂନ ସନ୍ତାନଗଣର ଅଧିପତି ହେବ;
8. ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ସତାବନ ହଜାର ଚାରି ଶହ
9. ଯିହୁଦା-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଛୟାଅଶୀ ହଜାର ଚାରି ଶହ ସେମାନେ ପ୍ରଥମେ ଅଗ୍ରସର ହେବେ
10. ଦକ୍ଷିଣ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ରୁବେନ-ଛାଉଣିର ଧ୍ଵଜା ରହିବ; ଶଦେୟରର ପୁତ୍ର ଇଲୀଷୂର ରୁବେନ-ସନ୍ତାନଗଣର ଅଧିପତି ହେବ;
11. ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ
12. ତାହା ପାଖରେ ଶିମୀୟୋନ ବଂଶ ଛାଉଣି ସ୍ଥାପନ କରିବେ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ଅଧିପତି ହେବ;
13. ତାହାର ଗଣିତ ସୈନ୍ୟସଂଖ୍ୟା ଊଣଷଠି ହଜାର ତିନି ଶହ
14. ତହୁଁ ଗାଦର ବଂଶ ରୁୟେଲର ପୁତ୍ର ଇଲୀୟାସଫ୍ ଗାଦ ସନ୍ତାନଗଣର ଅଧିପତି ହେବ;
15. ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ
16. ରୁବେନ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଏକାବନ ହଜାର ଚାରି ଶହ ପଚାଶ ସେମାନେ ଦ୍ଵିତୀୟରେ ଅଗ୍ରସର ହେବେ
17. ଏଉତ୍ତାରେ ସମାଗମ-ତମ୍ଵୁ ଲେବୀୟମାନଙ୍କ ଛାଉଣି ସହିତ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ; ଯେପରି ସେମାନେ ଛାଉଣି ସ୍ଥାପନ କରିବେ, ସେପରି ପ୍ରତ୍ୟେକେ ସ୍ଵ ସ୍ଵ ସ୍ଥାନରେ ଧ୍ଵଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ
18. ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ଵଜା ରହିବ; ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ;
19. ଆଉ ତାହାର ଗଣିତ ସୈନ୍ୟସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ
20. ତାହା ପାଖରେ ମନଃଶି ବଂଶ ରହିବେ, ପୁଣି ପଦାହସୂରର ପୁତ୍ର ଗମଲୀୟେଲ ମନଃଶି-ସନ୍ତାନମାନଙ୍କର ଅଧିପତି ହେବ;
21. ତାହାର ଗଣିତ ସୈନ୍ୟସଂଖ୍ୟା ବତିଶ ହଜାର ଦୁଇ ଶହ
22. ତହୁଁ ବିନ୍ୟାମିନ ବଂଶ; ପୁଣି ଗିଦିୟୋନିର ପୁତ୍ର ଅବୀଦାନ୍ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ହେବ;
23. ତାହାର ଗଣିତ ସୈନ୍ୟସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ
24. ଇଫ୍ରୟିମ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଆଠହଜାର ଏକ ଶହ ସେମାନେ ତୃତୀୟରେ ଅଗ୍ରସର ହେବେ
25. ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ-ଛାଉଣିର ଧ୍ଵଜା ରହିବ; ପୁଣି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେସର ଦାନ-ସନ୍ତାନଗଣର ଅଧିପତି ହେବ;
26. ତାହାର ଗଣିତ ସୈନ୍ୟସଂଖ୍ୟା ବାଷଠି ହଜାର ସାତ ଶହ
27. ତାହା ପାଖରେ ଆଶେର୍ ବଂଶର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ଅଧିପତି ହେବ;
28. ତାହାର ଗଣିତ ସୈନ୍ୟସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ
29. ତହୁଁ ନପ୍ତାଲି ବଂଶ; ଐନନର ପୁତ୍ର ଅହୀର ନପ୍ତାଲି-ସନ୍ତାନଗଣର ଅଧିପତି ହେବ;
30. ତାହାର ଗଣିତ ସୈନ୍ୟସଂଖ୍ୟା ତେପନ ହଜାର ଚାରି ଶହ
31. ଦାନ-ଛାଉଣିର ଗଣିତ ଲୋକମାନଙ୍କ ସଂଖ୍ୟା ଏକ ଲକ୍ଷ ସତାବନ ହଜାର ଛଅ ଶହ ସେମାନେ ଆପଣାମାନଙ୍କ ଧ୍ଵଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ
32. ଏମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହାନୁସାରେ ଗଣିତ ହେଲେ; ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣିର ଗଣିତ ଲୋକସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ହେଲା
33. ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ
34. ଏହିରୂପେ ଇସ୍ରାଏଲ-ସନ୍ତାନଗଣ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାସବୁ ଦେଇଥିଲେ, ସେପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହାନୁସାରେ ଆପଣା ଆପଣା ଧ୍ଵଜା ନିକଟରେ ଛାଉଣି ସ୍ଥାପନ କଲେ ସେହିପରି ସେମାନେ ଅଗ୍ରସର ହେଲେ
Total 36 Chapters, Current Chapter 2 of Total Chapters 36
×

Alert

×

oriya Letters Keypad References