ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ପ୍ରଥମ ବଂଶାବଳୀ
1. ଇସ୍ରାଏଲର ପ୍ରଥମଜାତ ରୁବେନ୍ର ସନ୍ତାନଗଣର କଥା, ରୁବେନ୍ ପ୍ରଥମଜାତ ଥିଲା; ମାତ୍ର ସେ ଆପଣା ପିତୃଶର୍ଯ୍ୟା ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋଷେଫର ପୁତ୍ରମାନଙ୍କୁ ଦିଆଗଲା; ତଥାପି ଜ୍ୟେଷ୍ଠାଧିକାରାନୁସାରେ ବଂଶାବଳୀ ଲେଖା ହୁଏ ନାହିଁ ।
2. କାରଣ ଯିହୁଦା ଆପଣା ଭ୍ରାତୃଗଣ ଅପେକ୍ଷା ପରାକ୍ରମୀ ହେଲା ଓ ତାହାଠାରୁ ଅଧିପତି ଉତ୍ପନ୍ନ ହେଲେ; ମାତ୍ର ଜ୍ୟେଷ୍ଠାଧିକାର ଯୋଷେଫର ହେଲା;
3. ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ରୁବେନ୍ର ସନ୍ତାନ ହନୋକ ଓ ପଲ୍ଲୁ, ହିଷ୍ରୋଣ ଓ କର୍ମୀ ।
4. ଯୋୟେଲର ସନ୍ତାନଗଣ; ତାହାର ପୁତ୍ର ଶିମୟୀୟ, ତାହାର ପୁତ୍ର ଗୋଗ୍, ତାହାର ପୁତ୍ର ଶିମୀୟି;
5. ତାହାର ପୁତ୍ର ମୀଖା, ତାହାର ପୁତ୍ର ରାୟା, ତାହାର ପୁତ୍ର ବାଲ୍;
6. ତାହାର ପୁତ୍ର ବେରା, ଏହାକୁ ଅଶୂର-ରାଜା ତିଗ୍ଲତ୍-ପିଲେଷର ବନ୍ଦୀ କରି ନେଇଗଲା; ଏ ରୁବେନୀୟମାନଙ୍କର ଅଧିପତି ଥିଲା ।
7. ଯେତେବେଳେ ସେମାନଙ୍କ ବଂଶାବଳୀ ଲେଖାଗଲା, ସେତେବେଳେ ଆପଣା ଆପଣା ଗୋଷ୍ଠୀ ଅନୁସାରେ ଏହାର ଏହି ଭ୍ରାତୃଗଣ ଥିଲେ; ପ୍ରଧାନ ଯିୟୀୟେଲ ଓ ଜିଖରୀୟ ପ୍ର.ବଂ.୫:୧୭
8. ଓ ଯୋୟେଲର ପ୍ରପୌତ୍ର ଶେମାର ପୌତ୍ର ଆସସ୍ର ପୁତ୍ର ବେଲା, ସେ ଅରୋୟେର ଓ ନବୋ ଓ ବାଲ୍ମୀୟୋନ୍ ପର୍ଯ୍ୟନ୍ତ ବାସ କଲା ।
9. ପୁଣି ପୂର୍ବଦିଗରେ ସେ ଫରାତ୍ ନଦୀଠାରୁ ପ୍ରାନ୍ତର-ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ବାସ କଲା; କାରଣ ଗିଲୀୟଦ ଦେଶରେ ସେମାନଙ୍କ ପଶୁଗଣ ବୃଦ୍ଧି ପାଇଥିଲେ ।
10. ପୁଣି ଶାଉଲଙ୍କର ସମୟରେ ସେମାନେ ହାଗରୀୟ-ମାନଙ୍କ ସହିତ ଯୁଦ୍ଧ କରନ୍ତେ, ହାଗରୀୟମାନେ ସେମାନଙ୍କ ହସ୍ତରେ ପତିତ ହେଲେ; ତହୁଁ ଏମାନେ ସେମାନଙ୍କ ତମ୍ଵୁରେ ଗିଲୀୟଦ ଦେଶର ପୂର୍ବଦିଗରେ ସର୍ବତ୍ର ବାସ କଲେ ।
11. ପୁଣି ଗାଦ୍ର ସନ୍ତାନଗଣ ସେମାନଙ୍କ ସମ୍ମୁଖରେ ସଲ୍ଖା ପର୍ଯ୍ୟନ୍ତ ବାଶନ୍ ଦେଶରେ ବାସ କଲେ ।
12. ଯୋୟେଲ୍ ପ୍ରଧାନ ଓ ଶାଫମ୍ ଦ୍ଵିତୀୟ, ଆଉ ଯାନୟ ଓ ଶାଫଟ୍ ବାଶନରେ ରହିଲେ;
13. ପୁଣି ସେମାନଙ୍କର ପିତୃବଂଶଜ ଭ୍ରାତୃଗଣ ମୀଖାୟେଲ ଓ ମଶୂଲ୍ଲମ୍ ଓ ଶେବା ଓ ଯୋରୟ ଓ ଯାକନ୍ ଓ ସୀୟ ଓ ଏବର, ସାତ ଜଣ ।
14. ବୂଷ୍ର ପୁତ୍ର ଯହଦୋ, ଯହଦୋର ପୁତ୍ର ଯିହିଶୟ, ଯିହିଶୟର ପୁତ୍ର ମୀଖାୟେଲ, ମୀଖାୟେଲର ପୁତ୍ର ଗିଲୀୟଦ, ଗିଲୀୟଦର ପୁତ୍ର ଯାରୋହ, ଯାରୋହର ପୁତ୍ର ହୁରି; ହୁରିର ପୁତ୍ର ଅବୀହୟିଲ, ସେମାନେ ସେହି ଅବୀହୟିଲର ସନ୍ତାନ ।
15. ଗୂନିର ପୌତ୍ର ଅବ୍ଦୀୟେଲର ପୁତ୍ର ଅହି ସେମାନଙ୍କ ପିତୃବଂଶର ପ୍ରଧାନ ଥିଲା ।
16. ସେମାନେ ଗିଲୀୟଦରେ, ବାଶନରେ ତହିଁର ସମସ୍ତ ଉପନଗରରେ ଓ ସେସବୁର ସୀମା ପର୍ଯ୍ୟନ୍ତ ଶାରୋଣର ସମସ୍ତ ତଳିଭୂମିରେ ବାସ କଲେ ।
17. ଯିହୁଦାର ରାଜା ଯୋଥମଙ୍କର ସମୟରେ ଓ ଇସ୍ରାଏଲର ରାଜା ଯାରବୀୟାମ୍ଙ୍କ ସମୟରେ ଏସମସ୍ତଙ୍କର ବଂଶାବଳୀ ଲିଖିତ ହୋଇଥିଲା ।
18. ରୁବେନ୍ର ସନ୍ତାନଗଣ, ପୁଣି ଗାଦୀୟ ଓ ମନଃଶିର ଅର୍ଦ୍ଧବଂଶ ମଧ୍ୟରେ ଢାଲ ଓ ଖଡ଼୍‍ଗ ଧରିବାକୁ ଓ ଧନୁ ମାରିବାକୁ ସମର୍ଥ ଓ ଯୁଦ୍ଧରେ ନିପୁଣ ଚୌରାଳିଶ ହଜାର ସାତ ଶହ ଷାଠିଏ ଜଣ ବିକ୍ରମୀ ପୁରୁଷ ଯୁଦ୍ଧଯାତ୍ରା କରିବାକୁ ସମର୍ଥ ଥିଲେ ।
19. ସେମାନେ ହାଗରୀୟମାନଙ୍କ ସହିତ, ଯିଟୁର ଓ ନାଫୀଶ୍ ଓ ନୋଦବ୍ ସହିତ ଯୁଦ୍ଧ କଲେ ।
20. ସେମାନେ ସେମାନଙ୍କ ପ୍ରତିକୂଳରେ ସାହାଯ୍ୟ ପାଇଲେ, ତହିଁରେ ହାଗରୀୟମାନେ ଓ ସେମାନଙ୍କ ସଙ୍ଗୀ ସମସ୍ତ ଲୋକ ସେମାନଙ୍କ ହସ୍ତରେ ସମର୍ପିତ ହେଲେ; କାରଣ ସେମାନେ ଯୁଦ୍ଧରେ ପରମେଶ୍ଵରଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସେ ସେମାନଙ୍କ ପ୍ରାର୍ଥନା ଶୁଣିଲେ; ଯେହେତୁ ସେମାନେ ତାହାଙ୍କଠାରେ ବିଶ୍ଵାସ କଲେ ।
21. ଆଉ ସେମାନେ ସେମାନଙ୍କ ପଶୁ, ଅର୍ଥାତ୍, ସେମାନଙ୍କ ଉଷ୍ଟ୍ର ମଧ୍ୟରୁ ପଚାଶ ହଜାର ଓ ମେଷ ମଧ୍ୟରୁ ଅଢ଼ାଇ ଲକ୍ଷ ଓ ଗର୍ଦ୍ଦଭ ମଧ୍ୟରୁ ଦୁଇ ହଜାର ଓ ମନୁଷ୍ୟ ମଧ୍ୟରୁ ଏକ ଲକ୍ଷ ନେଇ ଗଲେ ।
22. କାରଣ ଯୁଦ୍ଧ ପରମେଶ୍ଵରଙ୍କ ଆଡ଼ୁ ହେବାରୁ ଅନେକ ହତ ହୋଇ ପଡ଼ିଲେ । ପୁଣି ସେମାନେ ବନ୍ଦୀତ୍ଵ ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କଲେ ।
23. ଆଉ ମନଃଶିର ଅର୍ଦ୍ଧବଂଶର ସନ୍ତାନଗଣ ସେହି ଦେଶରେ ବାସ କଲେ; ସେମାନେ ବୃଦ୍ଧି ପାଇ ବାଶନ୍‍ଠାରୁ ବାଲ୍-ହର୍ମୋଣ୍ ଓ ସନୀର୍ ଓ ହର୍ମୋଣ୍ ପର୍ବତ ପର୍ଯ୍ୟନ୍ତ ବ୍ୟାପିଗଲେ ।
24. ପୁଣି ଏମାନେ ଆପଣାମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଯଥା, ଏଫର ଓ ଯିଶି ଓ ଇଲୀୟେଲ ଓ ଅସ୍ରୀୟେଲ୍ ଓ ଯିରିମୀୟ ଓ ହୋଦବୀୟ ଓ ଯହଦୀୟେଲ୍, ଏସମସ୍ତେ ମହାବିକ୍ରମଶାଳୀ ଓ ବିଖ୍ୟାତ ଓ ଆପଣା ଆପଣା ପିତୃବଂଶର ପ୍ରଧାନ ଥିଲେ ।
25. ଅନନ୍ତର ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ଵରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କଲେ, ଆଉ ପରମେଶ୍ଵର ଯେଉଁ ଦେଶୀୟ ଲୋକମାନଙ୍କୁ ସେମାନଙ୍କ ସମ୍ମୁଖରେ ବିନାଶ କରିଥିଲେ, ସେମାନେ ସେମାନଙ୍କ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କଲେ ।
26. ତହିଁରେ ଇସ୍ରାଏଲର ପରମେଶ୍ଵର ଅଶୂରର ରାଜା ପୂଲ୍ର ମନକୁ ଓ ଅଶୂରର ରାଜା ତିଗ୍ଲତ୍-ପିଲେଷରର ମନକୁ ଉତ୍ତେଜିତ କଲେ, ତହିଁରେ ସେ ସେମାନଙ୍କୁ, ଅର୍ଥାତ୍, ରୁବେନୀୟ ଓ ଗାଦୀୟ ଓ ମନଃଶିର ଅର୍ଦ୍ଧବଂଶୀୟ ଲୋକଙ୍କୁ ହଲହ ଓ ହାବୋର ଓ ହାରା ଓ ଗୋଶନ ନଦୀତୀରକୁ ଆଣିଲା, ଅଦ୍ୟାପି ସେମାନେ ସେଠାରେ ଅଛନ୍ତି ।

Notes

No Verse Added

Total 29 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 5 / 29
ପ୍ରଥମ ବଂଶାବଳୀ 5:26
1 ଇସ୍ରାଏଲର ପ୍ରଥମଜାତ ରୁବେନ୍ର ସନ୍ତାନଗଣର କଥା, ରୁବେନ୍ ପ୍ରଥମଜାତ ଥିଲା; ମାତ୍ର ସେ ଆପଣା ପିତୃଶର୍ଯ୍ୟା ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋଷେଫର ପୁତ୍ରମାନଙ୍କୁ ଦିଆଗଲା; ତଥାପି ଜ୍ୟେଷ୍ଠାଧିକାରାନୁସାରେ ବଂଶାବଳୀ ଲେଖା ହୁଏ ନାହିଁ । 2 କାରଣ ଯିହୁଦା ଆପଣା ଭ୍ରାତୃଗଣ ଅପେକ୍ଷା ପରାକ୍ରମୀ ହେଲା ଓ ତାହାଠାରୁ ଅଧିପତି ଉତ୍ପନ୍ନ ହେଲେ; ମାତ୍ର ଜ୍ୟେଷ୍ଠାଧିକାର ଯୋଷେଫର ହେଲା; 3 ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ରୁବେନ୍ର ସନ୍ତାନ ହନୋକ ଓ ପଲ୍ଲୁ, ହିଷ୍ରୋଣ ଓ କର୍ମୀ । 4 ଯୋୟେଲର ସନ୍ତାନଗଣ; ତାହାର ପୁତ୍ର ଶିମୟୀୟ, ତାହାର ପୁତ୍ର ଗୋଗ୍, ତାହାର ପୁତ୍ର ଶିମୀୟି; 5 ତାହାର ପୁତ୍ର ମୀଖା, ତାହାର ପୁତ୍ର ରାୟା, ତାହାର ପୁତ୍ର ବାଲ୍; 6 ତାହାର ପୁତ୍ର ବେରା, ଏହାକୁ ଅଶୂର-ରାଜା ତିଗ୍ଲତ୍-ପିଲେଷର ବନ୍ଦୀ କରି ନେଇଗଲା; ଏ ରୁବେନୀୟମାନଙ୍କର ଅଧିପତି ଥିଲା । 7 ଯେତେବେଳେ ସେମାନଙ୍କ ବଂଶାବଳୀ ଲେଖାଗଲା, ସେତେବେଳେ ଆପଣା ଆପଣା ଗୋଷ୍ଠୀ ଅନୁସାରେ ଏହାର ଏହି ଭ୍ରାତୃଗଣ ଥିଲେ; ପ୍ରଧାନ ଯିୟୀୟେଲ ଓ ଜିଖରୀୟ ପ୍ର.ବଂ.୫:୧୭ 8 ଓ ଯୋୟେଲର ପ୍ରପୌତ୍ର ଶେମାର ପୌତ୍ର ଆସସ୍ର ପୁତ୍ର ବେଲା, ସେ ଅରୋୟେର ଓ ନବୋ ଓ ବାଲ୍ମୀୟୋନ୍ ପର୍ଯ୍ୟନ୍ତ ବାସ କଲା । 9 ପୁଣି ପୂର୍ବଦିଗରେ ସେ ଫରାତ୍ ନଦୀଠାରୁ ପ୍ରାନ୍ତର-ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ବାସ କଲା; କାରଣ ଗିଲୀୟଦ ଦେଶରେ ସେମାନଙ୍କ ପଶୁଗଣ ବୃଦ୍ଧି ପାଇଥିଲେ । 10 ପୁଣି ଶାଉଲଙ୍କର ସମୟରେ ସେମାନେ ହାଗରୀୟ-ମାନଙ୍କ ସହିତ ଯୁଦ୍ଧ କରନ୍ତେ, ହାଗରୀୟମାନେ ସେମାନଙ୍କ ହସ୍ତରେ ପତିତ ହେଲେ; ତହୁଁ ଏମାନେ ସେମାନଙ୍କ ତମ୍ଵୁରେ ଗିଲୀୟଦ ଦେଶର ପୂର୍ବଦିଗରେ ସର୍ବତ୍ର ବାସ କଲେ । 11 ପୁଣି ଗାଦ୍ର ସନ୍ତାନଗଣ ସେମାନଙ୍କ ସମ୍ମୁଖରେ ସଲ୍ଖା ପର୍ଯ୍ୟନ୍ତ ବାଶନ୍ ଦେଶରେ ବାସ କଲେ । 12 ଯୋୟେଲ୍ ପ୍ରଧାନ ଓ ଶାଫମ୍ ଦ୍ଵିତୀୟ, ଆଉ ଯାନୟ ଓ ଶାଫଟ୍ ବାଶନରେ ରହିଲେ; 13 ପୁଣି ସେମାନଙ୍କର ପିତୃବଂଶଜ ଭ୍ରାତୃଗଣ ମୀଖାୟେଲ ଓ ମଶୂଲ୍ଲମ୍ ଓ ଶେବା ଓ ଯୋରୟ ଓ ଯାକନ୍ ଓ ସୀୟ ଓ ଏବର, ସାତ ଜଣ । 14 ବୂଷ୍ର ପୁତ୍ର ଯହଦୋ, ଯହଦୋର ପୁତ୍ର ଯିହିଶୟ, ଯିହିଶୟର ପୁତ୍ର ମୀଖାୟେଲ, ମୀଖାୟେଲର ପୁତ୍ର ଗିଲୀୟଦ, ଗିଲୀୟଦର ପୁତ୍ର ଯାରୋହ, ଯାରୋହର ପୁତ୍ର ହୁରି; ହୁରିର ପୁତ୍ର ଅବୀହୟିଲ, ସେମାନେ ସେହି ଅବୀହୟିଲର ସନ୍ତାନ । 15 ଗୂନିର ପୌତ୍ର ଅବ୍ଦୀୟେଲର ପୁତ୍ର ଅହି ସେମାନଙ୍କ ପିତୃବଂଶର ପ୍ରଧାନ ଥିଲା । 16 ସେମାନେ ଗିଲୀୟଦରେ, ବାଶନରେ ତହିଁର ସମସ୍ତ ଉପନଗରରେ ଓ ସେସବୁର ସୀମା ପର୍ଯ୍ୟନ୍ତ ଶାରୋଣର ସମସ୍ତ ତଳିଭୂମିରେ ବାସ କଲେ । 17 ଯିହୁଦାର ରାଜା ଯୋଥମଙ୍କର ସମୟରେ ଓ ଇସ୍ରାଏଲର ରାଜା ଯାରବୀୟାମ୍ଙ୍କ ସମୟରେ ଏସମସ୍ତଙ୍କର ବଂଶାବଳୀ ଲିଖିତ ହୋଇଥିଲା । 18 ରୁବେନ୍ର ସନ୍ତାନଗଣ, ପୁଣି ଗାଦୀୟ ଓ ମନଃଶିର ଅର୍ଦ୍ଧବଂଶ ମଧ୍ୟରେ ଢାଲ ଓ ଖଡ଼୍‍ଗ ଧରିବାକୁ ଓ ଧନୁ ମାରିବାକୁ ସମର୍ଥ ଓ ଯୁଦ୍ଧରେ ନିପୁଣ ଚୌରାଳିଶ ହଜାର ସାତ ଶହ ଷାଠିଏ ଜଣ ବିକ୍ରମୀ ପୁରୁଷ ଯୁଦ୍ଧଯାତ୍ରା କରିବାକୁ ସମର୍ଥ ଥିଲେ । 19 ସେମାନେ ହାଗରୀୟମାନଙ୍କ ସହିତ, ଯିଟୁର ଓ ନାଫୀଶ୍ ଓ ନୋଦବ୍ ସହିତ ଯୁଦ୍ଧ କଲେ । 20 ସେମାନେ ସେମାନଙ୍କ ପ୍ରତିକୂଳରେ ସାହାଯ୍ୟ ପାଇଲେ, ତହିଁରେ ହାଗରୀୟମାନେ ଓ ସେମାନଙ୍କ ସଙ୍ଗୀ ସମସ୍ତ ଲୋକ ସେମାନଙ୍କ ହସ୍ତରେ ସମର୍ପିତ ହେଲେ; କାରଣ ସେମାନେ ଯୁଦ୍ଧରେ ପରମେଶ୍ଵରଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସେ ସେମାନଙ୍କ ପ୍ରାର୍ଥନା ଶୁଣିଲେ; ଯେହେତୁ ସେମାନେ ତାହାଙ୍କଠାରେ ବିଶ୍ଵାସ କଲେ । 21 ଆଉ ସେମାନେ ସେମାନଙ୍କ ପଶୁ, ଅର୍ଥାତ୍, ସେମାନଙ୍କ ଉଷ୍ଟ୍ର ମଧ୍ୟରୁ ପଚାଶ ହଜାର ଓ ମେଷ ମଧ୍ୟରୁ ଅଢ଼ାଇ ଲକ୍ଷ ଓ ଗର୍ଦ୍ଦଭ ମଧ୍ୟରୁ ଦୁଇ ହଜାର ଓ ମନୁଷ୍ୟ ମଧ୍ୟରୁ ଏକ ଲକ୍ଷ ନେଇ ଗଲେ । 22 କାରଣ ଯୁଦ୍ଧ ପରମେଶ୍ଵରଙ୍କ ଆଡ଼ୁ ହେବାରୁ ଅନେକ ହତ ହୋଇ ପଡ଼ିଲେ । ପୁଣି ସେମାନେ ବନ୍ଦୀତ୍ଵ ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କଲେ । 23 ଆଉ ମନଃଶିର ଅର୍ଦ୍ଧବଂଶର ସନ୍ତାନଗଣ ସେହି ଦେଶରେ ବାସ କଲେ; ସେମାନେ ବୃଦ୍ଧି ପାଇ ବାଶନ୍‍ଠାରୁ ବାଲ୍-ହର୍ମୋଣ୍ ଓ ସନୀର୍ ଓ ହର୍ମୋଣ୍ ପର୍ବତ ପର୍ଯ୍ୟନ୍ତ ବ୍ୟାପିଗଲେ । 24 ପୁଣି ଏମାନେ ଆପଣାମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଯଥା, ଏଫର ଓ ଯିଶି ଓ ଇଲୀୟେଲ ଓ ଅସ୍ରୀୟେଲ୍ ଓ ଯିରିମୀୟ ଓ ହୋଦବୀୟ ଓ ଯହଦୀୟେଲ୍, ଏସମସ୍ତେ ମହାବିକ୍ରମଶାଳୀ ଓ ବିଖ୍ୟାତ ଓ ଆପଣା ଆପଣା ପିତୃବଂଶର ପ୍ରଧାନ ଥିଲେ । 25 ଅନନ୍ତର ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ଵରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କଲେ, ଆଉ ପରମେଶ୍ଵର ଯେଉଁ ଦେଶୀୟ ଲୋକମାନଙ୍କୁ ସେମାନଙ୍କ ସମ୍ମୁଖରେ ବିନାଶ କରିଥିଲେ, ସେମାନେ ସେମାନଙ୍କ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କଲେ । 26 ତହିଁରେ ଇସ୍ରାଏଲର ପରମେଶ୍ଵର ଅଶୂରର ରାଜା ପୂଲ୍ର ମନକୁ ଓ ଅଶୂରର ରାଜା ତିଗ୍ଲତ୍-ପିଲେଷରର ମନକୁ ଉତ୍ତେଜିତ କଲେ, ତହିଁରେ ସେ ସେମାନଙ୍କୁ, ଅର୍ଥାତ୍, ରୁବେନୀୟ ଓ ଗାଦୀୟ ଓ ମନଃଶିର ଅର୍ଦ୍ଧବଂଶୀୟ ଲୋକଙ୍କୁ ହଲହ ଓ ହାବୋର ଓ ହାରା ଓ ଗୋଶନ ନଦୀତୀରକୁ ଆଣିଲା, ଅଦ୍ୟାପି ସେମାନେ ସେଠାରେ ଅଛନ୍ତି ।
Total 29 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 5 / 29
Common Bible Languages
West Indian Languages
×

Alert

×

oriya Letters Keypad References