ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. ପ୍ରଧାନ ବାଦ୍ୟକର ନିମନ୍ତେ, ଯିଦୂଥୂନ ପାଇଁ ଦାଉଦଙ୍କର ଗୀତ । ମୁଁ କହିଲି, ମୁଁ ଜିହ୍ଵାରେ ପାପ ନ କରିବା ପାଇଁ ଆପଣା ପଥ ବିଷୟରେ ସାବଧାନ ହେବି; ଦୁଷ୍ଟ ମୋʼ ସମ୍ମୁଖରେ ଥିବା ପର୍ଯ୍ୟନ୍ତ ମୁଁ ଆପଣା ମୁଖକୁ ଲଗାମ ଦେଇ ରଖିବି ।
2. ମୁଁ ମୌନ ଭାବରେ ନୀରବ ରହିଲି, ସତ୍କଥାରୁ ହିଁ ନିବୃତ୍ତ ରହିଲି; ତହିଁରେ ମୋହର ଦୁଃଖ ପ୍ରବଳ ହେଲା;
3. ଅନ୍ତରରେ ମୋହର ହୃଦୟ ଉତ୍ତପ୍ତ ହେଲା; ଭାବୁ ଭାବୁ ଅଗ୍ନି ପ୍ରଜ୍ଵଳିତ ହେଲା; ତେବେ ମୁଁ ଆପଣା ଜିହ୍ଵାରେ କଥା କହିଲି;
4. ହେ ସଦାପ୍ରଭୋ, ମୋହର ଅନ୍ତିମକାଳ ଓ ମୋʼ ଦିନର ପରିମାଣ କଅଣ, ମୋତେ ଜଣାଅ; ମୁଁ କିପରି କ୍ଷଣକାଳସ୍ଥାୟୀ, ଏହା ଜାଣିବାକୁ ଦିଅ ।
5. ଦେଖ, ତୁମ୍ଭେ ମୋହର ଦିନକେତେକ ମୁଷ୍ଟିପରିମିତ କରିଅଛ; ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ; ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ ହିଁ ନିତା; ଅସାର । [ସେଲା
6. ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟା ତୁଲ୍ୟ ଗମନା-ଗମନ କରେ; ନିଶ୍ଚୟ ସେମାନେ ଅସାରରେ ବ୍ୟସ୍ତ; ସେ ଧନ ଗଦା କରେ, ଆଉ କିଏ ତାହା ସଂଗ୍ରହ କରିବ, ଜାଣେ ନାହିଁ ।
7. ହେ ପ୍ରଭୋ, ଏବେ ମୁଁ କାହିଁର ଅପେକ୍ଷା କରିବି? ମୋହର ପ୍ରତ୍ୟାଶା ତୁମ୍ଭଠାରେ ଅଛି ।
8. ମୋହର ସକଳ ଅଧର୍ମରୁ ମୋତେ ଉଦ୍ଧାର କର; ମୋତେ ମୂର୍ଖ ଲୋକର ନିନ୍ଦାପାତ୍ର କର ନାହିଁ ।
9. ମୁଁ ଘୁଙ୍ଗା ହୋଇଥିଲି, ମୁଁ ଆପଣା ମୁଖ ଫିଟାଇଲି ନାହିଁ; କାରଣ ତୁମ୍ଭେ ତାହା କଲ ।
10. ମୋʼଠାରୁ ତୁମ୍ଭ ଆଘାତ ଦୂର କର; ତୁମ୍ଭ କରାଘାତରେ ମୁଁ କ୍ଷୀଣ ହେଲି ।
11. ତୁମ୍ଭେ ମନୁଷ୍ୟକୁ ଅପରାଧ ସକାଶୁ ଅନୁଯୋଗ ଦ୍ଵାରା ଶାସ୍ତି ଦେଲା ବେଳେ କୀଟ ପରି ତାହାର ସୌନ୍ଦର୍ଯ୍ୟ ବିନାଶ କରିଥାଅ; ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଅସାର । [ସେଲା
12. ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ ଓ ମୋʼ ଆର୍ତ୍ତସ୍ଵରରେ କର୍ଣ୍ଣ ଦିଅ; ମୋʼ ଅଶ୍ରୁପାତରେ ନୀରବ ହୁଅ ନାହିଁ; କାରଣ ମୁଁ ତୁମ୍ଭ ନିକଟରେ ବିଦେଶୀ, ମୋହର ସମସ୍ତ ପିତୃଲୋକଙ୍କ ତୁଲ୍ୟ ପ୍ରବାସୀ ।
13. ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର ପୂର୍ବେ ଯେପରି ପ୍ରଫୁଲ୍ଲ ହେବି, ଏଥିପାଇଁ ମୋʼଠାରୁ ଦୃଷ୍ଟି ଫେରାଅ ।

Notes

No Verse Added

Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 39 / 150
ଗୀତସଂହିତା 39:118
1 ପ୍ରଧାନ ବାଦ୍ୟକର ନିମନ୍ତେ, ଯିଦୂଥୂନ ପାଇଁ ଦାଉଦଙ୍କର ଗୀତ । ମୁଁ କହିଲି, ମୁଁ ଜିହ୍ଵାରେ ପାପ ନ କରିବା ପାଇଁ ଆପଣା ପଥ ବିଷୟରେ ସାବଧାନ ହେବି; ଦୁଷ୍ଟ ମୋʼ ସମ୍ମୁଖରେ ଥିବା ପର୍ଯ୍ୟନ୍ତ ମୁଁ ଆପଣା ମୁଖକୁ ଲଗାମ ଦେଇ ରଖିବି । 2 ମୁଁ ମୌନ ଭାବରେ ନୀରବ ରହିଲି, ସତ୍କଥାରୁ ହିଁ ନିବୃତ୍ତ ରହିଲି; ତହିଁରେ ମୋହର ଦୁଃଖ ପ୍ରବଳ ହେଲା; 3 ଅନ୍ତରରେ ମୋହର ହୃଦୟ ଉତ୍ତପ୍ତ ହେଲା; ଭାବୁ ଭାବୁ ଅଗ୍ନି ପ୍ରଜ୍ଵଳିତ ହେଲା; ତେବେ ମୁଁ ଆପଣା ଜିହ୍ଵାରେ କଥା କହିଲି; 4 ହେ ସଦାପ୍ରଭୋ, ମୋହର ଅନ୍ତିମକାଳ ଓ ମୋʼ ଦିନର ପରିମାଣ କଅଣ, ମୋତେ ଜଣାଅ; ମୁଁ କିପରି କ୍ଷଣକାଳସ୍ଥାୟୀ, ଏହା ଜାଣିବାକୁ ଦିଅ । 5 ଦେଖ, ତୁମ୍ଭେ ମୋହର ଦିନକେତେକ ମୁଷ୍ଟିପରିମିତ କରିଅଛ; ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ; ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ ହିଁ ନିତା; ଅସାର । [ସେଲା 6 ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟା ତୁଲ୍ୟ ଗମନା-ଗମନ କରେ; ନିଶ୍ଚୟ ସେମାନେ ଅସାରରେ ବ୍ୟସ୍ତ; ସେ ଧନ ଗଦା କରେ, ଆଉ କିଏ ତାହା ସଂଗ୍ରହ କରିବ, ଜାଣେ ନାହିଁ । 7 ହେ ପ୍ରଭୋ, ଏବେ ମୁଁ କାହିଁର ଅପେକ୍ଷା କରିବି? ମୋହର ପ୍ରତ୍ୟାଶା ତୁମ୍ଭଠାରେ ଅଛି । 8 ମୋହର ସକଳ ଅଧର୍ମରୁ ମୋତେ ଉଦ୍ଧାର କର; ମୋତେ ମୂର୍ଖ ଲୋକର ନିନ୍ଦାପାତ୍ର କର ନାହିଁ । 9 ମୁଁ ଘୁଙ୍ଗା ହୋଇଥିଲି, ମୁଁ ଆପଣା ମୁଖ ଫିଟାଇଲି ନାହିଁ; କାରଣ ତୁମ୍ଭେ ତାହା କଲ । 10 ମୋʼଠାରୁ ତୁମ୍ଭ ଆଘାତ ଦୂର କର; ତୁମ୍ଭ କରାଘାତରେ ମୁଁ କ୍ଷୀଣ ହେଲି । 11 ତୁମ୍ଭେ ମନୁଷ୍ୟକୁ ଅପରାଧ ସକାଶୁ ଅନୁଯୋଗ ଦ୍ଵାରା ଶାସ୍ତି ଦେଲା ବେଳେ କୀଟ ପରି ତାହାର ସୌନ୍ଦର୍ଯ୍ୟ ବିନାଶ କରିଥାଅ; ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଅସାର । [ସେଲା 12 ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ ଓ ମୋʼ ଆର୍ତ୍ତସ୍ଵରରେ କର୍ଣ୍ଣ ଦିଅ; ମୋʼ ଅଶ୍ରୁପାତରେ ନୀରବ ହୁଅ ନାହିଁ; କାରଣ ମୁଁ ତୁମ୍ଭ ନିକଟରେ ବିଦେଶୀ, ମୋହର ସମସ୍ତ ପିତୃଲୋକଙ୍କ ତୁଲ୍ୟ ପ୍ରବାସୀ । 13 ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର ପୂର୍ବେ ଯେପରି ପ୍ରଫୁଲ୍ଲ ହେବି, ଏଥିପାଇଁ ମୋʼଠାରୁ ଦୃଷ୍ଟି ଫେରାଅ ।
Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 39 / 150
Common Bible Languages
West Indian Languages
×

Alert

×

oriya Letters Keypad References