ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
1. ଯେତେ ଲୋକ ଦାସତ୍ଵରୂପ ଯୁଆଳିର ଅଧୀନ, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଯଥୋଚିତ ସମାଦରଯୋଗ୍ୟ ବୋଲି ଜ୍ଞାନ କରନ୍ତୁ, ଯେପରି ଈଶ୍ଵରଙ୍କ ନାମ ଓ ଶିକ୍ଷାର ନିନ୍ଦା ନ ହୁଏ, ।
2. ଆଉ ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ଵାସୀ, ସେମାନେ ସେମାନଙ୍କୁ ଭାଇ ବୋଲି ଜ୍ଞାନ କରି ତୁଚ୍ଛ ନ କରନ୍ତୁ ବରଂ ଅଧିକ ଯନି ସହକାରେ ସେମାନଙ୍କର ସେବା କରନ୍ତୁ, କାରଣ ଯେଉଁମାନେ ସେବା ଦ୍ଵାରା ଉପକାର ପାଆନ୍ତି, ସେମାନେ ବିଶ୍ଵାସୀ ଓ ପ୍ରିୟପାତ୍ର । ଏହି ସମସ୍ତ ବିଷୟ ଶିକ୍ଷା ଓ ଉପଦେଶ ଦିଅ ।
3. କେହି ଯଦି ଭିନ୍ନ ପ୍ରକାର ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ଵର-ପରାୟଣତା ଅନୁଯାୟୀ ଶିକ୍ଷା ସ୍ଵୀକାର ନ କରେ,
4. ତେବେ ସେ ଅସାରଗର୍ବୀ ଓ ଅଜ୍ଞାନ, ପୁଣି ବାଦାନୁବାଦ ଓ ବାଗ୍ଯୁଦ୍ଧରେ ମତ୍ତ; ସେଥିରୁ ଈର୍ଷା, ବିବାଦ, ପରନିନ୍ଦା, କୁତ୍ସିତ ସନ୍ଦେହ,
5. ପୁଣି ଯେଉଁମାନେ ଈଶ୍ଵରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ନିତ୍ୟ ବିରୋଧ ଜନ୍ମେ ।
6. ଈଶ୍ଵରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ;
7. କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି ଏଠାରୁ କିଛି ଘେନିଯାଇ ନ ପାରୁ;
8. ଏଣୁ ଅନ୍ନବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ।
9. ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି ଅନେକ ପ୍ରକାର ଅସଙ୍ଗତ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହିସବୁ ମନୁଷ୍ୟକୁ ଧ୍ଵଂସ ଓ ବିନାଶରୂପ ସାଗରରେ ମଗ୍ନ କରେ ।
10. କାରଣ ଧନଲୋଭ ସମସ୍ତ ଅନିଷ୍ଟର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ଵାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି ବହୁ ଦୁଃଖରେ ଆପଣା ଆପଣା ହୃଦୟ ବିଦୀର୍ଣ୍ଣ କରିଅଛନ୍ତି ।
11. କିନ୍ତୁ ହେ ଈଶ୍ଵରଙ୍କ ଲୋକ, ତୁମ୍ଭେ ଏହି ସମସ୍ତରୁ ପଳାୟନ କରି ଧାର୍ମିକତା, ଈଶ୍ଵରପରାୟଣତା, ବିଶ୍ଵାସ, ପ୍ରେମ, ଧୈର୍ଯ୍ୟ ଓ ସହିଷ୍ଣୁତାର ଅନୁଗାମୀ ହୁଅ ।
12. ବିଶ୍ଵାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନ; ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୂତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ ।
13. ସମସ୍ତଙ୍କ ଜୀବନଦାତା ଈଶ୍ଵରଙ୍କ ସାକ୍ଷାତରେ, ପୁଣି ପନ୍ତୀୟ ପୀଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ ମୁଁ ତୁମ୍ଭକୁ ଆଦେଶ ଦେଉଅଛି,
14. ତୁମ୍ଭେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଧର୍ମବିଧି ପାଳନ କରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ରୁହ ।
15. ଯେ ପରମଧନ୍ୟ ଏକମାତ୍ର ସମ୍ରାଟ୍, ଯେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ,
16. ଯେ ଏକମାତ୍ର ଅମର ଓ ଅଗମ୍ୟ ଜ୍ୟୋତିର୍ନିବାସୀ, ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖି ପାରେ ନାହିଁ, ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ; ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ଓ ପରାକ୍ରମ ପ୍ରକାଶିତ ହେଉ । ଆମେନ୍ ।
17. ଯେଉଁମାନେ ଇହକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୁଅନ୍ତି ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରନ୍ତି, ବରଞ୍ଚ ଭୋଗ ନିମନ୍ତେ ସକଳ ବିଷୟ ପ୍ରଚୁର ରୂପେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ଵର,, ତାହାଙ୍କ ଉପରେ ନିର୍ଭର କରନ୍ତି,
18. ପୁଣି ପରୋପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି; ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି,ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ;
19. ଏହି ପ୍ରକାର କଲେ ସେମାନେ ଭାବୀ ଜୀବନ ନିମନ୍ତେ ଉତ୍କୃଷ୍ଟ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି ।
20. ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ ତଥାକଥିତ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ;
21. କେହି କେହି ତାହା ଅବଲମ୍ଵନ କରି ବିଶ୍ଵାସ ସମ୍ଵନ୍ଧରେ ପଥଭ୍ରଷ୍ଟ ହୋଇଅଛନ୍ତି । ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ ।

Notes

No Verse Added

Total 6 Chapters, Current Chapter 6 of Total Chapters 6
1 2 3 4 5 6
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6
1. ଯେତେ ଲୋକ ଦାସତ୍ଵରୂପ ଯୁଆଳିର ଅଧୀନ, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଯଥୋଚିତ ସମାଦରଯୋଗ୍ୟ ବୋଲି ଜ୍ଞାନ କରନ୍ତୁ, ଯେପରି ଈଶ୍ଵରଙ୍କ ନାମ ଶିକ୍ଷାର ନିନ୍ଦା ହୁଏ,
2. ଆଉ ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ଵାସୀ, ସେମାନେ ସେମାନଙ୍କୁ ଭାଇ ବୋଲି ଜ୍ଞାନ କରି ତୁଚ୍ଛ କରନ୍ତୁ ବରଂ ଅଧିକ ଯନି ସହକାରେ ସେମାନଙ୍କର ସେବା କରନ୍ତୁ, କାରଣ ଯେଉଁମାନେ ସେବା ଦ୍ଵାରା ଉପକାର ପାଆନ୍ତି, ସେମାନେ ବିଶ୍ଵାସୀ ପ୍ରିୟପାତ୍ର ଏହି ସମସ୍ତ ବିଷୟ ଶିକ୍ଷା ଉପଦେଶ ଦିଅ
3. କେହି ଯଦି ଭିନ୍ନ ପ୍ରକାର ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଈଶ୍ଵର-ପରାୟଣତା ଅନୁଯାୟୀ ଶିକ୍ଷା ସ୍ଵୀକାର କରେ,
4. ତେବେ ସେ ଅସାରଗର୍ବୀ ଅଜ୍ଞାନ, ପୁଣି ବାଦାନୁବାଦ ବାଗ୍ଯୁଦ୍ଧରେ ମତ୍ତ; ସେଥିରୁ ଈର୍ଷା, ବିବାଦ, ପରନିନ୍ଦା, କୁତ୍ସିତ ସନ୍ଦେହ,
5. ପୁଣି ଯେଉଁମାନେ ଈଶ୍ଵରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ସତ୍ୟବର୍ଜିତ ଲୋକମାନଙ୍କର ନିତ୍ୟ ବିରୋଧ ଜନ୍ମେ
6. ଈଶ୍ଵରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ;
7. କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି ଏଠାରୁ କିଛି ଘେନିଯାଇ ପାରୁ;
8. ଏଣୁ ଅନ୍ନବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ
9. ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଫାନ୍ଦରେ, ପୁଣି ଅନେକ ପ୍ରକାର ଅସଙ୍ଗତ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହିସବୁ ମନୁଷ୍ୟକୁ ଧ୍ଵଂସ ବିନାଶରୂପ ସାଗରରେ ମଗ୍ନ କରେ
10. କାରଣ ଧନଲୋଭ ସମସ୍ତ ଅନିଷ୍ଟର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ଵାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି ବହୁ ଦୁଃଖରେ ଆପଣା ଆପଣା ହୃଦୟ ବିଦୀର୍ଣ୍ଣ କରିଅଛନ୍ତି
11. କିନ୍ତୁ ହେ ଈଶ୍ଵରଙ୍କ ଲୋକ, ତୁମ୍ଭେ ଏହି ସମସ୍ତରୁ ପଳାୟନ କରି ଧାର୍ମିକତା, ଈଶ୍ଵରପରାୟଣତା, ବିଶ୍ଵାସ, ପ୍ରେମ, ଧୈର୍ଯ୍ୟ ସହିଷ୍ଣୁତାର ଅନୁଗାମୀ ହୁଅ
12. ବିଶ୍ଵାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନ; ଜୀବନ ଧରି ରଖ; ସେଥିପାଇଁ ତୁମ୍ଭେ ଆହୂତ ହୋଇଅଛ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ
13. ସମସ୍ତଙ୍କ ଜୀବନଦାତା ଈଶ୍ଵରଙ୍କ ସାକ୍ଷାତରେ, ପୁଣି ପନ୍ତୀୟ ପୀଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ ମୁଁ ତୁମ୍ଭକୁ ଆଦେଶ ଦେଉଅଛି,
14. ତୁମ୍ଭେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଧର୍ମବିଧି ପାଳନ କରି ନିଷ୍କଳଙ୍କ ଅନିନ୍ଦନୀୟ ହୋଇ ରୁହ
15. ଯେ ପରମଧନ୍ୟ ଏକମାତ୍ର ସମ୍ରାଟ୍, ଯେ ରାଜାମାନଙ୍କର ରାଜା ପ୍ରଭୁମାନଙ୍କର ପ୍ରଭୁ,
16. ଯେ ଏକମାତ୍ର ଅମର ଅଗମ୍ୟ ଜ୍ୟୋତିର୍ନିବାସୀ, ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖି ପାରେ ନାହିଁ, ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ; ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ପରାକ୍ରମ ପ୍ରକାଶିତ ହେଉ ଆମେନ୍
17. ଯେଉଁମାନେ ଇହକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ହୁଅନ୍ତି ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର କରନ୍ତି, ବରଞ୍ଚ ଭୋଗ ନିମନ୍ତେ ସକଳ ବିଷୟ ପ୍ରଚୁର ରୂପେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ଵର,, ତାହାଙ୍କ ଉପରେ ନିର୍ଭର କରନ୍ତି,
18. ପୁଣି ପରୋପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି; ଆଉ ମୁକ୍ତ ହସ୍ତରେ ଉଦାର ଭାବରେ ଦାନ କରନ୍ତି,ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ;
19. ଏହି ପ୍ରକାର କଲେ ସେମାନେ ଭାବୀ ଜୀବନ ନିମନ୍ତେ ଉତ୍କୃଷ୍ଟ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି
20. ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ତଥାକଥିତ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ;
21. କେହି କେହି ତାହା ଅବଲମ୍ଵନ କରି ବିଶ୍ଵାସ ସମ୍ଵନ୍ଧରେ ପଥଭ୍ରଷ୍ଟ ହୋଇଅଛନ୍ତି ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ
Total 6 Chapters, Current Chapter 6 of Total Chapters 6
1 2 3 4 5 6
×

Alert

×

oriya Letters Keypad References