1. {ଯିରୂଶାଲମର ପ୍ରଶଂସା} [PS] ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ ଉପରେ ସ୍ଥାପିତ। [QBR]
2. ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା [QBR] ସିୟୋନର ଦ୍ୱାରସମୂହକୁ ଅଧିକ ସ୍ନେହ କରନ୍ତି। [QBR]
3. ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି। [ସେଲା] [QBR]
4. ମୋ’ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ ଉଲ୍ଲେଖ କରିବି; [QBR] ପଲେଷ୍ଟୀୟା, ସୋର ଓ କୂଶକୁ ଦେଖ; [QBR] ଏହି ଜଣ ସେଠାରେ ଜାତ ହେଲା। [QBR]
5. ଆହୁରି, ସିୟୋନ ବିଷୟରେ କୁହାଯିବ, “ଏଜଣ ଓ ସେଜଣ ତହିଁ ମଧ୍ୟରେ ଜାତ ହେଲେ; [QBR] ପୁଣି, ସର୍ବୋପରିସ୍ଥ ସ୍ୱୟଂ ତାହା ସୁସ୍ଥିର କରିବେ।” [QBR]
6. ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ, [QBR] “ଏଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ।” [ସେଲା] [QBR]
7. ଗାୟକ ଓ ନର୍ତ୍ତକମାନେ କହିବେ, [QBR] “ମୋହର ସବୁ ଝର ତୁମ୍ଭଠାରେ ଅଛି।” [PE]