1. {ସହାୟତା ପାଇଁ ପ୍ରାର୍ଥନା} [PS] ହେ ସଦାପ୍ରଭୁ, କର୍ଣ୍ଣ ଡେରି ମୋତେ ଉତ୍ତର ଦିଅ; [QBR] କାରଣ ମୁଁ ଦରିଦ୍ର ଓ ଦୀନହୀନ। [QBR]
2. ମୋହର ପ୍ରାଣ ରକ୍ଷା କର; ଯେହେତୁ ମୁଁ ଈଶ୍ୱରପରାୟଣ; [QBR] ହେ ମୋହର ପରମେଶ୍ୱର, ତୁମ୍ଭଠାରେ ଭରସାକାରୀ ଦାସର ପରିତ୍ରାଣ କର। [QBR]
3. ହେ ପ୍ରଭୁ, ମୋ’ ପ୍ରତି ଦୟାଳୁ ହୁଅ; [QBR] କାରଣ ମୁଁ ସାରାଦିନ ତୁମ୍ଭ ନିକଟରେ ଡାକ ପକାଏ। [QBR]
4. ଆପଣା ଦାସର ପ୍ରାଣ ଆନନ୍ଦିତ କର; [QBR] କାରଣ ହେ ପ୍ରଭୁ, ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ। [QBR]
5. ଯେହେତୁ ହେ ପ୍ରଭୁ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, [QBR] ପୁଣି, ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ। [QBR]
6. ହେ ସଦାପ୍ରଭୁ, ମୋ’ ପ୍ରାର୍ଥନାରେ କର୍ଣ୍ଣପାତ କର [QBR] ଓ ମୋ’ ନିବେଦନର ରବରେ ମନୋଯୋଗ କର। [QBR]
7. ମୋହର ସଙ୍କଟ ଦିନରେ ମୁଁ ତୁମ୍ଭଙ୍କୁ ଡାକିବି; [QBR] କାରଣ ତୁମ୍ଭେ ମୋତେ ଉତ୍ତର ଦେବ। [QBR]
8. ହେ ପ୍ରଭୁ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ; [QBR] କିଅବା ତୁମ୍ଭ କର୍ମ ତୁଲ୍ୟ ଆଉ କୌଣସି କର୍ମ ନାହିଁ। [QBR]
9. ହେ ପ୍ରଭୁ, ତୁମ୍ଭର ସୃଷ୍ଟ ସକଳ ଦେଶୀୟ ଲୋକ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ [QBR] ଓ ସେମାନେ ତୁମ୍ଭ ନାମର ଗୌରବ କରିବେ। [QBR]
10. କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟକର୍ମ କରୁଥାଅ। [QBR] ତୁମ୍ଭେ ଏକମାତ୍ର ପରମେଶ୍ୱର ଅଟ। [QBR]
11. ହେ ସଦାପ୍ରଭୁ, ତୁମ୍ଭର ପଥ ମୋତେ ଶିଖାଅ, ମୁଁ ତୁମ୍ଭ ସତ୍ୟତାରେ ଗମନ କରିବି; [QBR] ତୁମ୍ଭ ନାମକୁ ଭୟ କରିବା ପାଇଁ ମୋତେ ଏକମନା କର। [QBR]
12. ହେ ପ୍ରଭୁ, ମୋ’ ପରମେଶ୍ୱର, ମୁଁ ସର୍ବାନ୍ତଃକରଣରେ ତୁମ୍ଭର ପ୍ରଶଂସା କରିବି [QBR] ଓ ମୁଁ ଅନନ୍ତକାଳ ତୁମ୍ଭ ନାମର ଗୌରବ କରିବି। [QBR]
13. କାରଣ ମୋ’ ପ୍ରତି ତୁମ୍ଭର ଦୟା ମହତ୍; [QBR] ପୁଣି, ତୁମ୍ଭେ ନୀଚସ୍ଥ ପାତାଳରୁ ମୋ’ ପ୍ରାଣକୁ ଉଦ୍ଧାର କରିଅଛ। [QBR]
14. ହେ ପରମେଶ୍ୱର, ଅହଙ୍କାରୀମାନେ ମୋ’ ବିରୁଦ୍ଧରେ ଉଠିଅଛନ୍ତି, [QBR] ଦୁରନ୍ତ ଲୋକଙ୍କ ମଣ୍ଡଳୀ ମୋ’ ପ୍ରାଣ ଚାହିଁଅଛନ୍ତି, [QBR] ସେମାନେ ଆପଣା ଆପଣା ସମ୍ମୁଖରେ ତୁମ୍ଭଙ୍କୁ ରଖି ନାହାନ୍ତି। [QBR]
15. ମାତ୍ର ହେ ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ ପରମେଶ୍ୱର, [QBR] କ୍ରୋଧରେ ଧୀର, ପୁଣି, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ। [QBR]
16. ଆହେ, ମୋ’ ପ୍ରତି ଫେର ଓ ମୋତେ ଦୟା କର; [QBR] ତୁମ୍ଭ ଦାସକୁ ତୁମ୍ଭର ଶକ୍ତି ପ୍ରଦାନ କର, [QBR] ପୁଣି, ତୁମ୍ଭ ଦାସୀର ପୁତ୍ରକୁ ପରିତ୍ରାଣ କର। [QBR]
17. ମୋତେ ମଙ୍ଗଳାର୍ଥକ ଲକ୍ଷଣ ଦେଖାଅ; [QBR] ତହିଁରେ ମୋ’ ଘୃଣାକାରୀମାନେ ତାହା ଦେଖି ଲଜ୍ଜିତ ହେବେ, [QBR] ଯେହେତୁ ହେ ସଦାପ୍ରଭୁ, ତୁମ୍ଭେ ମୋହର ସାହାଯ୍ୟ ଓ ସାନ୍ତ୍ୱନା କରିଅଛ। [PE]