1. {ଜାତିର ମୁକ୍ତି ପାଇଁ ପ୍ରାର୍ଥନା} PS ହେ ପରମେଶ୍ୱର, ଅନ୍ୟ ଦେଶୀୟମାନେ ତୁମ୍ଭ ଅଧିକାରରେ ପ୍ରବେଶ କରିଅଛନ୍ତି;
ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଅଛନ୍ତି; ସେମାନେ ଯିରୂଶାଲମକୁ କାନ୍ଥଡ଼ାର ଢିପି କରିଅଛନ୍ତି। |
2. ସେମାନେ ତୁମ୍ଭ ଦାସଗଣର ଶବ ଭକ୍ଷ୍ୟ ନିମନ୍ତେ ଖେଚର ପକ୍ଷୀଗଣକୁ ଦେଇଅଛନ୍ତି,
ତୁମ୍ଭ ସଦ୍ଭକ୍ତମାନଙ୍କ ମାଂସ ଭୂଚର ପଶୁଗଣକୁ ଦେଇଅଛନ୍ତି। |
3. ସେମାନଙ୍କର ରକ୍ତ ଯିରୂଶାଲମର ଚତୁର୍ଦ୍ଦିଗରେ ସେମାନେ ଜଳ ପରି ଢାଳିଅଛନ୍ତି
ଓ ସେମାନଙ୍କୁ କବର ଦେବା ପାଇଁ କେହି ନ ଥିଲା। |
4. ଆମ୍ଭେମାନେ ପ୍ରତିବାସୀଗଣ ନିକଟରେ ନିନ୍ଦାର ବିଷୟ,
ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କ ନିକଟରେ ଟାହୁଲି ଓ ପରିହାସର ପାତ୍ର ହୋଇଅଛୁ। |
6. ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁ ଓ
ଯେଉଁ ରାଜ୍ୟସମୂହ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ, ସେମାନଙ୍କ ଉପରେ ଆପଣା କୋପ ଢାଳିଦିଅ। |
8. ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଅପରାଧ ଆମ୍ଭମାନଙ୍କ ପ୍ରତିକୂଳରେ ସ୍ମରଣ କର ନାହିଁ;
ତୁମ୍ଭର କରୁଣା ଶୀଘ୍ର ଆମ୍ଭମାନଙ୍କର ସମ୍ମୁଖବର୍ତ୍ତୀ ହେଉ। କାରଣ ଆମ୍ଭେମାନେ ଅତି କ୍ଷୀଣ ହୋଇଅଛୁ। |
9. ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର
ଓ ଆପଣା ନାମ ସକାଶେ ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କ ପାପସବୁ ମାର୍ଜନା କର। |
10. ଅନ୍ୟ ଦେଶୀୟମାନେ କାହିଁକି କହିବେ, “ସେମାନଙ୍କର ପରମେଶ୍ୱର କାହାନ୍ତି ?”
ତୁମ୍ଭ ଦାସଗଣର ଯେଉଁ ରକ୍ତ ପାତିତ ହୋଇଅଛି, ତହିଁର ପ୍ରତିଫଳ ଆମ୍ଭମାନଙ୍କ ସାକ୍ଷାତରେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ପ୍ରକାଶିତ ହେଉ। |
11. ବନ୍ଦୀର ହାହାକାର ତୁମ୍ଭ ଛାମୁରେ ଉପସ୍ଥିତ ହେଉ;
ତୁମ୍ଭ ପରାକ୍ରମର ମହତ୍ତ୍ୱାନୁସାରେ ମରଣାର୍ଥେ ନିରୂପିତ ଲୋକମାନଙ୍କୁ ରକ୍ଷା କର। |
12. ପୁଣି, ହେ ପ୍ରଭୁ, ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଅଛନ୍ତି,
ସେହି ନିନ୍ଦାର ସାତ ଗୁଣ ପ୍ରତିଫଳ ସେମାନଙ୍କ କ୍ରୋଡ଼ରେ ଦିଅ। |
13. ତହିଁରେ ତୁମ୍ଭର ଲୋକ ଓ ତୁମ୍ଭ ଚରାସ୍ଥାନର ମେଷ ଯେ ଆମ୍ଭେମାନେ,
ଆମ୍ଭେମାନେ ସଦାକାଳ ତୁମ୍ଭର ଧନ୍ୟବାଦ କରିବା; ଆମ୍ଭେମାନେ ସମସ୍ତ ପିଢ଼ି ପ୍ରତି ତୁମ୍ଭର ପ୍ରଶଂସା ପ୍ରକାଶ କରିବା। PE |