1. {ପୀଡ଼ିତର ପ୍ରାର୍ଥନା} [PS] ଯେଉଁ ଜନ ଦୀନହୀନଙ୍କୁ ତତ୍ତ୍ୱାବଧାନ କରେ, [QBR] ସେ ଧନ୍ୟ; [QBR] ସଦାପ୍ରଭୁ ଦୁର୍ଦ୍ଦଶା ଦିନରେ ତାହାକୁ ଉଦ୍ଧାର କରିବେ। [QBR]
2. ସଦାପ୍ରଭୁ ତାହାକୁ ରକ୍ଷା କରି ଜୀବିତ ରଖିବେ ଓ ସେ [QBR] ପୃଥିବୀରେ ଆଶୀର୍ବାଦପ୍ରାପ୍ତ ହେବ; [QBR] ପୁଣି, ସଦାପ୍ରଭୁ ତାହାକୁ ତାହାର ଶତ୍ରୁଗଣର ଇଚ୍ଛାରେ [QBR] ସମର୍ପଣ କରିବେ ନାହିଁ। [QBR]
3. ସେ ବ୍ୟାଧିଶଯ୍ୟାଗତ ହେଲେ, ସଦାପ୍ରଭୁ ତାହାକୁ [QBR] ଧରି ରଖିବେ; [QBR] ତୁମ୍ଭେ ପୀଡ଼ା ସମୟରେ ତାହାର ସମସ୍ତ ଶଯ୍ୟା ପରିବର୍ତ୍ତନ [QBR] କର। [QBR]
4. ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର; [QBR] ମୋ’ ପ୍ରାଣକୁ ସୁସ୍ଥ କର; କାରଣ ମୁଁ ତୁମ୍ଭ ବିରୁଦ୍ଧରେ [QBR] ପାପ କରିଅଛି।” [QBR]
5. ମୋହର ଶତ୍ରୁଗଣ ମୋ’ ବିରୁଦ୍ଧରେ ହିଂସାର କଥା [QBR] କହି ବୁଲନ୍ତି, [QBR] ସେ କେବେ ମରିବ ଓ ତାହାର ନାମ ଲୁପ୍ତ ହେବ ? [QBR]
6. ପୁଣି ସେ ଯଦି ମୋତେ ଦେଖିବାକୁ ଆସେ, ସେ [QBR] କହେ; [QBR] ତାହାର ହୃଦୟ ଆପଣା ପାଇଁ ଅଧର୍ମ ସଞ୍ଚୟ କରେ; [QBR] ସେ ବାହାରେ ଯାଇ ତାହା କହି ବୁଲେ। [QBR]
7. ମୋହର ଘୃଣାକାରୀ ସମସ୍ତେ ଏକତ୍ର ମୋ’ ବିରୁଦ୍ଧରେ [QBR] ଫୁସ୍ଫୁସ୍ କରନ୍ତି; [QBR] ସେମାନେ ମୋ’ ବିପକ୍ଷରେ ଅନିଷ୍ଟ କଳ୍ପନା କରନ୍ତି। [QBR]
8. ସେମାନେ କହନ୍ତି, “କୌଣସି ମନ୍ଦ ବ୍ୟାଧି ତାହାଠାରେ [QBR] ଲାଗି ରହିଅଛି; [QBR] ଏବେ ସେ ପଡ଼ିଅଛି, ଆଉ ଉଠିବ ନାହିଁ।” [QBR]
9. ହଁ, ମୋହର ନିଜ ସୁହୃଦ, ଯାହାକୁ ମୁଁ ବିଶ୍ୱାସ କଲି, [QBR] ଯେ ମୋହର ରୁଟି ଖାଇଲା, [QBR] ସେ ଆମ୍ଭ ବିରୁଦ୍ଧରେ ଆପଣା ଗୋଇଠି ଉଠାଇଅଛି। [QBR]
10. ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି ଦୟା [QBR] କରି ମୋତେ ଉଠାଅ, [QBR] ତହିଁରେ ମୁଁ ସେମାନଙ୍କୁ ପ୍ରତିଫଳ ଦେବି। [QBR]
11. ମୋହର ଶତ୍ରୁ ମୋ’ ଉପରେ ଜୟଧ୍ୱନି କରୁ ନାହିଁ, [QBR] ଏଥିସକାଶୁ ମୁଁ ଜାଣେ ଯେ, ତୁମ୍ଭେ ମୋ’ଠାରେ ସନ୍ତୁଷ୍ଟ ଅଛ। [QBR]
12. ତୁମ୍ଭେ ମୋ’ ସରଳତାରେ ମୋତେ ଧରି ରଖୁଅଛ। [QBR]
13. ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ [QBR] ଅନନ୍ତକାଳ ଧନ୍ୟ ହେଉନ୍ତୁ। ଆମେନ୍, ଆମେନ୍। [PE]