ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. {ଦୁଃଖୀର ପ୍ରାର୍ଥନା} [PS] ହେ ସଦାପ୍ରଭୁ, ତୁମ୍ଭ କୋପରେ ମୋତେ [QBR] ଅନୁଯୋଗ କର ନାହିଁ; କିଅବା ତୁମ୍ଭ ପ୍ରଚଣ୍ଡ କ୍ରୋଧରେ [QBR] ମୋତେ ଶାସ୍ତି ଦିଅ ନାହିଁ। [QBR]
2. କାରଣ ତୁମ୍ଭର ତୀରସବୁ ମୋ’ଠାରେ ବିଦ୍ଧ ରହିଅଛି [QBR] ଓ ତୁମ୍ଭର ହସ୍ତ ମୋତେ ଅତିଶୟ ଚାପୁଅଛି। [QBR]
3. ତୁମ୍ଭ କୋପ ସକାଶୁ ମୋ’ ଶରୀର କିଛି ସ୍ୱାସ୍ଥ୍ୟ ନାହିଁ; [QBR] ପୁଣି, ମୋ’ ପାପ ସକାଶୁ ମୋ’ ଅସ୍ଥିରେ କିଛି ଆରାମ [QBR] ନାହିଁ। [QBR]
4. କାରଣ ମୋହର ଅପରାଧ ମୋ’ ମସ୍ତକ ଉପରେ [QBR] ଉଠିଅଛି; [QBR] ତାହାସବୁ ମୋ’ ଶକ୍ତି ଅପେକ୍ଷା ଭାରୀ ବୋଝ ସ୍ୱରୂପ। [QBR]
5. ମୋହର ଅଜ୍ଞାନତା ସକାଶୁ ମୋହର କ୍ଷତସବୁ ଦୁର୍ଗନ୍ଧ [QBR] ଓ ବିକୃତ ହୋଇଅଛି। [QBR]
6. ମୁଁ ବ୍ୟଥିତ ଓ ଅତ୍ୟନ୍ତ ଅବନତ ହୋଇଅଛି। [QBR] ମୁଁ ସାରାଦିନ ଶୋକ କରି ବୁଲୁଥାଏ। [QBR]
7. କାରଣ ମୋ’ କଟିଦେଶ ଜ୍ୱାଳାରେ ପରିପୂର୍ଣ୍ଣ ଓ [QBR] ମୋହର ମାଂସରେ କିଛି ସ୍ୱାସ୍ଥ୍ୟ ନାହିଁ। [QBR]
8. ମୁଁ କ୍ଷୀଣ ଓ ଅତିଶୟ ଚୂର୍ଣ୍ଣ ହୋଇଅଛି। [QBR] ମୁଁ ଆପଣା ଚିତ୍ତର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରିଅଛି। [QBR]
9. ହେ ପ୍ରଭୁ, ମୋହର ସକଳ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି [QBR] ଓ ମୋହର କାତରୋକ୍ତି ତୁମ୍ଭଠାରୁ ଗୁପ୍ତ ନୁହେଁ। [QBR]
10. ମୋହର ହୃଦୟ ଧୁକ୍‍ଧୁକ୍‍ କରୁଅଛି, ମୋହର ବଳ [QBR] କ୍ଷୀଣ ହେଉଅଛି; [QBR] ମୋହର ଚକ୍ଷୁର ତେଜ ମଧ୍ୟ ମୋ’ଠାରୁ ଗଲାଣି। [QBR]
11. ମୋହର ପ୍ରିୟ ଲୋକେ ଓ ମୋହର ମିତ୍ରମାନେ [QBR] ମୋ’ ବ୍ୟାଧିରୁ ଅଲଗା ଠିଆ ହୁଅନ୍ତି [QBR] ଓ ମୋହର ଜ୍ଞାତିବର୍ଗ ଦୂରରେ ଠିଆ ହୁଅନ୍ତି। [QBR]
12. ମଧ୍ୟ ଯେଉଁମାନେ ମୋ’ ପ୍ରାଣ ଚାହାନ୍ତି, ସେମାନେ [QBR] ମୋ’ ପାଇଁ ଫାନ୍ଦ ପାତନ୍ତି; [QBR] ପୁଣି, ଯେଉଁମାନେ ମୋହର ଅନିଷ୍ଟ ଇଚ୍ଛା କରନ୍ତି, [QBR] ସେମାନେ ସର୍ବନାଶର କଥା କହନ୍ତି ଓ ସାରାଦିନ ଛଳର [QBR] ଚିନ୍ତା କରନ୍ତି। [QBR]
13. ମାତ୍ର ମୁଁ ବଧିର ଲୋକ ପରି ଶୁଣୁ ନାହିଁ; ପୁଣି, ମୁଁ [QBR] ମୁଖ ନ ଫିଟାଇବା ଘୁଙ୍ଗା ଲୋକ ତୁଲ୍ୟ ହୁଏ। [QBR]
14. ଆହୁରି, ଯେ ନ ଶୁଣେ ଓ ଯାହାର ମୁଖରେ ପ୍ରତିବାଦ [QBR] ନ ଥାଏ, ଏପରି ଲୋକ ତୁଲ୍ୟ ହୁଏ। [QBR]
15. କାରଣ ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଭରସା [QBR] ରଖେ; [QBR] ହେ ପ୍ରଭୁ, ମୋର ପରମେଶ୍ୱର, ତୁମ୍ଭେ ଉତ୍ତର ଦେବ। [QBR]
16. କାରଣ ମୁଁ କହିଲି, କେଜାଣି ମୋହର ଶତ୍ରୁମାନେ ମୋ’ [QBR] ଉପରେ ଆନନ୍ଦ କରିବେ; [QBR] ମୋ’ ପାଦ ଖସିଗଲା ବେଳେ ସେମାନେ ମୋ’ [QBR] ପ୍ରତିକୂଳରେ ଦର୍ପ କରନ୍ତି। [QBR]
17. ଯେଣୁ ମୁଁ ଝୁଣ୍ଟି ପଡ଼ିବାକୁ ଉଦ୍ୟତ ଓ ମୋହର ଦୁଃଖ [QBR] ସର୍ବଦା ମୋ’ ସମ୍ମୁଖରେ ଥାଏ। [QBR]
18. ମୁଁ ଆପଣା ଅପରାଧ ପ୍ରକାଶ କରିବି; ମୁଁ ଆପଣା [QBR] ପାପ ଲାଗି ଖେଦିତ ହେବି। [QBR]
19. ମାତ୍ର ମୋହର ଶତ୍ରୁମାନେ ସତେଜ ଓ ବଳବାନ; [QBR] ପୁଣି, ଅନ୍ୟାୟରେ ମୋତେ ଘୃଣା କରିବା ଲୋକେ [QBR] ବହୁସଂଖ୍ୟକ ହୋଇଅଛନ୍ତି। [QBR]
20. ମଧ୍ୟ ଯେଉଁମାନେ ହିତର ପରିବର୍ତ୍ତେ ଅହିତ କରନ୍ତି, [QBR] ସେମାନେ ମୋହର ବିପକ୍ଷ; [QBR] କାରଣ ମୁଁ ଉତ୍ତମ ବିଷୟର ଅନୁଗମନ କରେ। [QBR]
21. ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ; [QBR] ହେ ମୋହର ପରମେଶ୍ୱର, ମୋ’ଠାରୁ ଦୂରବର୍ତ୍ତୀ ହୁଅ ନାହିଁ। [QBR]
22. ହେ ପ୍ରଭୁ, ମୋହର ପରିତ୍ରାଣ, ମୋହର ସାହାଯ୍ୟ [QBR] କରିବାକୁ ସତ୍ୱର ହୁଅ। [PE]

Notes

No Verse Added

Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 38 / 150
ଗୀତସଂହିତା 38:94
ଦୁଃଖୀର ପ୍ରାର୍ଥନା 1 ହେ ସଦାପ୍ରଭୁ, ତୁମ୍ଭ କୋପରେ ମୋତେ ଅନୁଯୋଗ କର ନାହିଁ; କିଅବା ତୁମ୍ଭ ପ୍ରଚଣ୍ଡ କ୍ରୋଧରେ ମୋତେ ଶାସ୍ତି ଦିଅ ନାହିଁ। 2 କାରଣ ତୁମ୍ଭର ତୀରସବୁ ମୋ’ଠାରେ ବିଦ୍ଧ ରହିଅଛି ଓ ତୁମ୍ଭର ହସ୍ତ ମୋତେ ଅତିଶୟ ଚାପୁଅଛି। 3 ତୁମ୍ଭ କୋପ ସକାଶୁ ମୋ’ ଶରୀର କିଛି ସ୍ୱାସ୍ଥ୍ୟ ନାହିଁ; ପୁଣି, ମୋ’ ପାପ ସକାଶୁ ମୋ’ ଅସ୍ଥିରେ କିଛି ଆରାମ ନାହିଁ। 4 କାରଣ ମୋହର ଅପରାଧ ମୋ’ ମସ୍ତକ ଉପରେ ଉଠିଅଛି; ତାହାସବୁ ମୋ’ ଶକ୍ତି ଅପେକ୍ଷା ଭାରୀ ବୋଝ ସ୍ୱରୂପ। 5 ମୋହର ଅଜ୍ଞାନତା ସକାଶୁ ମୋହର କ୍ଷତସବୁ ଦୁର୍ଗନ୍ଧ ଓ ବିକୃତ ହୋଇଅଛି। 6 ମୁଁ ବ୍ୟଥିତ ଓ ଅତ୍ୟନ୍ତ ଅବନତ ହୋଇଅଛି। ମୁଁ ସାରାଦିନ ଶୋକ କରି ବୁଲୁଥାଏ। 7 କାରଣ ମୋ’ କଟିଦେଶ ଜ୍ୱାଳାରେ ପରିପୂର୍ଣ୍ଣ ଓ ମୋହର ମାଂସରେ କିଛି ସ୍ୱାସ୍ଥ୍ୟ ନାହିଁ। 8 ମୁଁ କ୍ଷୀଣ ଓ ଅତିଶୟ ଚୂର୍ଣ୍ଣ ହୋଇଅଛି। ମୁଁ ଆପଣା ଚିତ୍ତର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରିଅଛି। 9 ହେ ପ୍ରଭୁ, ମୋହର ସକଳ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି ଓ ମୋହର କାତରୋକ୍ତି ତୁମ୍ଭଠାରୁ ଗୁପ୍ତ ନୁହେଁ। 10 ମୋହର ହୃଦୟ ଧୁକ୍‍ଧୁକ୍‍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି; ମୋହର ଚକ୍ଷୁର ତେଜ ମଧ୍ୟ ମୋ’ଠାରୁ ଗଲାଣି। 11 ମୋହର ପ୍ରିୟ ଲୋକେ ଓ ମୋହର ମିତ୍ରମାନେ ମୋ’ ବ୍ୟାଧିରୁ ଅଲଗା ଠିଆ ହୁଅନ୍ତି ଓ ମୋହର ଜ୍ଞାତିବର୍ଗ ଦୂରରେ ଠିଆ ହୁଅନ୍ତି। 12 ମଧ୍ୟ ଯେଉଁମାନେ ମୋ’ ପ୍ରାଣ ଚାହାନ୍ତି, ସେମାନେ ମୋ’ ପାଇଁ ଫାନ୍ଦ ପାତନ୍ତି; ପୁଣି, ଯେଉଁମାନେ ମୋହର ଅନିଷ୍ଟ ଇଚ୍ଛା କରନ୍ତି, ସେମାନେ ସର୍ବନାଶର କଥା କହନ୍ତି ଓ ସାରାଦିନ ଛଳର ଚିନ୍ତା କରନ୍ତି। 13 ମାତ୍ର ମୁଁ ବଧିର ଲୋକ ପରି ଶୁଣୁ ନାହିଁ; ପୁଣି, ମୁଁ ମୁଖ ନ ଫିଟାଇବା ଘୁଙ୍ଗା ଲୋକ ତୁଲ୍ୟ ହୁଏ। 14 ଆହୁରି, ଯେ ନ ଶୁଣେ ଓ ଯାହାର ମୁଖରେ ପ୍ରତିବାଦ ନ ଥାଏ, ଏପରି ଲୋକ ତୁଲ୍ୟ ହୁଏ। 15 କାରଣ ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଭରସା ରଖେ; ହେ ପ୍ରଭୁ, ମୋର ପରମେଶ୍ୱର, ତୁମ୍ଭେ ଉତ୍ତର ଦେବ। 16 କାରଣ ମୁଁ କହିଲି, କେଜାଣି ମୋହର ଶତ୍ରୁମାନେ ମୋ’ ଉପରେ ଆନନ୍ଦ କରିବେ; ମୋ’ ପାଦ ଖସିଗଲା ବେଳେ ସେମାନେ ମୋ’ ପ୍ରତିକୂଳରେ ଦର୍ପ କରନ୍ତି। 17 ଯେଣୁ ମୁଁ ଝୁଣ୍ଟି ପଡ଼ିବାକୁ ଉଦ୍ୟତ ଓ ମୋହର ଦୁଃଖ ସର୍ବଦା ମୋ’ ସମ୍ମୁଖରେ ଥାଏ। 18 ମୁଁ ଆପଣା ଅପରାଧ ପ୍ରକାଶ କରିବି; ମୁଁ ଆପଣା ପାପ ଲାଗି ଖେଦିତ ହେବି। 19 ମାତ୍ର ମୋହର ଶତ୍ରୁମାନେ ସତେଜ ଓ ବଳବାନ; ପୁଣି, ଅନ୍ୟାୟରେ ମୋତେ ଘୃଣା କରିବା ଲୋକେ ବହୁସଂଖ୍ୟକ ହୋଇଅଛନ୍ତି। 20 ମଧ୍ୟ ଯେଉଁମାନେ ହିତର ପରିବର୍ତ୍ତେ ଅହିତ କରନ୍ତି, ସେମାନେ ମୋହର ବିପକ୍ଷ; କାରଣ ମୁଁ ଉତ୍ତମ ବିଷୟର ଅନୁଗମନ କରେ। 21 ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ; ହେ ମୋହର ପରମେଶ୍ୱର, ମୋ’ଠାରୁ ଦୂରବର୍ତ୍ତୀ ହୁଅ ନାହିଁ। 22 ହେ ପ୍ରଭୁ, ମୋହର ପରିତ୍ରାଣ, ମୋହର ସାହାଯ୍ୟ କରିବାକୁ ସତ୍ୱର ହୁଅ।
Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 38 / 150
Common Bible Languages
West Indian Languages
×

Alert

×

oriya Letters Keypad References