1. {ଉତ୍ତମ ବ୍ୟକ୍ତିର ପ୍ରାର୍ଥନା} [PS] ହେ ସଦାପ୍ରଭୁ, ମୋହର ବିଚାର କର, କାରଣ ମୁଁ ନିଜ ସିଦ୍ଧତାରେ ଆଚରଣ କରିଅଛି; [QBR] ମଧ୍ୟ ମୁଁ ଅଟଳ ଭାବରେ ସଦାପ୍ରଭୁଙ୍କର ଶରଣ ନେଇଅଛି। [QBR]
2. ହେ ସଦାପ୍ରଭୁ, ମୋତେ ପରୀକ୍ଷା କରି ପ୍ରମାଣ ନିଅ; [QBR] ମୋର ମର୍ମ ଓ ଚିତ୍ତ ପରିଷ୍କାର କର। [QBR]
3. କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋ’ ଦୃଷ୍ଟି-ଗୋଚରରେ ଅଛି; [QBR] ମୁଁ ତୁମ୍ଭ ସତ୍ୟତାରେ ଆଚରଣ କରିଅଛି। [QBR]
4. ମୁଁ ଅସାର ଲୋକଙ୍କ ସଙ୍ଗେ ବସି ନାହିଁ; [QBR] କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରିବି ନାହିଁ। [QBR]
5. ମୁଁ ଦୁଷ୍କର୍ମକାରୀମାନଙ୍କ ସମାଜକୁ ଘୃଣା କରେ, [QBR] ପୁଣି, ଦୁଷ୍ଟମାନଙ୍କ ସଙ୍ଗେ ବସିବି ନାହିଁ। [QBR]
6. ହେ ସଦାପ୍ରଭୁ, ଯେପରି ମୁଁ ଧନ୍ୟବାଦ-ସ୍ୱର ଶୁଣାଇବି [QBR] ଓ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରିବି, [QBR]
7. ଏଥିପାଇଁ ମୁଁ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରି [QBR] ତୁମ୍ଭର ଯଜ୍ଞବେଦି ପ୍ରଦକ୍ଷିଣ କରିବି। [QBR]
8. ହେ ସଦାପ୍ରଭୁ, ମୁଁ ତୁମ୍ଭର ନିବାସ-ଗୃହକୁ ଓ [QBR] ତୁମ୍ଭ ଗୌରବର ବାସସ୍ଥାନକୁ ସ୍ନେହ କରେ। [QBR]
9. ପାପୀମାନଙ୍କ ସଙ୍ଗେ ମୋ’ ପ୍ରାଣକୁ କିଅବା [QBR] ରକ୍ତପାତକାରୀ ମନୁଷ୍ୟମାନଙ୍କ ସଙ୍ଗେ ମୋ’ ଜୀବନକୁ ସଂଗ୍ରହ କର ନାହିଁ। [QBR]
10. ସେମାନଙ୍କ ହସ୍ତରେ ଅନିଷ୍ଟ ଥାଏ, [QBR] ପୁଣି, ସେମାନଙ୍କ ଦକ୍ଷିଣ ହସ୍ତ ଲାଞ୍ଚରେ ପରିପୂର୍ଣ୍ଣ। [QBR]
11. ମାତ୍ର ମୁଁ ନିଜ ସିଦ୍ଧତାରେ ଆଚରଣ କରିବି; [QBR] ମୋତେ ମୁକ୍ତ କର ଓ ମୋ’ ପ୍ରତି ସଦୟ ହୁଅ। [QBR]
12. ମୋ’ ଚରଣ ସମଭୂମିରେ ଠିଆ ହେଉଅଛି; [QBR] ମୁଁ ମଣ୍ଡଳୀଗଣ ମଧ୍ୟରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି। [PE]