ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. {ଚାଳନା ଓ ସୁରକ୍ଷା ପାଇଁ ପ୍ରାର୍ଥନା} [PS] ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରତି ଆପଣା ମନ ଉଠାଏ। [QBR]
2. ହେ ମୋହର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନିଏ, [QBR] ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; [QBR] ମୋହର ଶତ୍ରୁମାନେ ମୋ’ ଉପରେ ଉଲ୍ଲାସ ନ କରନ୍ତୁ। [QBR]
3. ହଁ, ଯେଉଁମାନେ ତୁମ୍ଭର ଅନୁସରଣ କରନ୍ତି, [QBR] ସେମାନଙ୍କର କେହି ଲଜ୍ଜିତ ହେବେ ନାହିଁ; [QBR] ଯେଉଁମାନେ ଅକାରଣରେ ବିଶ୍ୱାସଘାତକତା କରନ୍ତି, ସେମାନେ ଲଜ୍ଜିତ ହେବେ। [QBR]
4. ହେ ସଦାପ୍ରଭୁ, ତୁମ୍ଭର ପଥସବୁ ମୋତେ ଦେଖାଅ; [QBR] ତୁମ୍ଭର ମାର୍ଗସବୁ ମୋତେ ଶିଖାଅ। [QBR]
5. ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ; [QBR] କାରଣ ତୁମ୍ଭେ ମୋ’ ପରିତ୍ରାଣର ପରମେଶ୍ୱର ଅଟ; [QBR] ମୁଁ ସାରାଦିନ ତୁମ୍ଭର ଅନୁସରଣ କରେ। [QBR]
6. ହେ ସଦାପ୍ରଭୁ, ତୁମ୍ଭର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର। [QBR] କାରଣ ତାହା ଅନାଦିକାଳୀନ। [QBR]
7. ମୋ’ ଯୌବନ କାଳର ପାପ ଓ ଅଧର୍ମସବୁ ସ୍ମରଣ କର ନାହିଁ; [QBR] ହେ ସଦାପ୍ରଭୁ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର। [QBR]
8. ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି; [QBR] ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ। [QBR]
9. ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ [QBR] ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ। [QBR]
10. ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ-ବାକ୍ୟ ପାଳନ କରନ୍ତି, [QBR] ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତାବିଶିଷ୍ଟ। [QBR]
11. ହେ ସଦାପ୍ରଭୁ, ଆପଣା ନାମ ସକାଶୁ [QBR] ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼। [QBR]
12. ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ ? [QBR] ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ। [QBR]
13. ତାହାର ପ୍ରାଣ କୁଶଳରେ ବାସ କରିବ [QBR] ଓ ତାହାର ବଂଶ ଦେଶ ଅଧିକାର କରିବେ। [QBR]
14. ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ ଥାଏ; [QBR] ଆଉ, ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ। [QBR]
15. ସଦାବେଳେ ସଦାପ୍ରଭୁଙ୍କ ଆଡ଼େ ମୋହର ଦୃଷ୍ଟି ଥାଏ; [QBR] କାରଣ ସେ ଜାଲରୁ ମୋହର ଚରଣ ଉଦ୍ଧାର କରିବେ। [QBR]
16. ମୋ’ ପ୍ରତି ଫେର ଓ ମୋ’ ପ୍ରତି ଦୟା କର; [QBR] କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ। [QBR]
17. ମୋ’ ଅନ୍ତଃକରଣର ଯନ୍ତ୍ରଣା ବଢ଼ିଅଛି; [QBR] ତୁମ୍ଭେ ସମସ୍ତ କଷ୍ଟରୁ ମୋତେ ଉଦ୍ଧାର କର। [QBR]
18. ମୋହର କ୍ଳେଶ ଓ ଦୁଃଖ ପ୍ରତି ଦୃଷ୍ଟିପାତ କର; [QBR] ପୁଣି, ମୋହର ପାପସବୁ କ୍ଷମା କର। [QBR]
19. ମୋହର ଶତ୍ରୁମାନଙ୍କ ପ୍ରତି ଦୃଷ୍ଟିପାତ କର, କାରଣ ସେମାନେ ଅନେକ; [QBR] ସେମାନେ ଦାରୁଣ ଘୃଣା ଭାବରେ ମୋତେ ଘୃଣା କରନ୍ତି। [QBR]
20. ମୋ’ ପ୍ରାଣକୁ ରକ୍ଷା କର ଓ ମୋତେ ଉଦ୍ଧାର କର; [QBR] ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, କାରଣ ମୁଁ ତୁମ୍ଭଠାରେ ଶରଣ ନେଇଅଛି। [QBR]
21. ସିଦ୍ଧତା ଓ ସରଳତା ମୋତେ ରକ୍ଷା କରୁ, [QBR] କାରଣ ମୁଁ ତୁମ୍ଭର ଅନୁସରଣ କରେ। [QBR]
22. ହେ ପରମେଶ୍ୱର, ଇସ୍ରାଏଲକୁ ତାହାର ସମସ୍ତ [QBR] ତାହାର ସମସ୍ତ ସଙ୍କଟରୁ ମୁକ୍ତ କର। [PE]

Notes

No Verse Added

Total 150 Chapters, Current Chapter 25 of Total Chapters 150
ଗୀତସଂହିତା 25:9
1. {ଚାଳନା ସୁରକ୍ଷା ପାଇଁ ପ୍ରାର୍ଥନା} PS ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରତି ଆପଣା ମନ ଉଠାଏ।
2. ହେ ମୋହର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନିଏ,
ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ;
ମୋହର ଶତ୍ରୁମାନେ ମୋ’ ଉପରେ ଉଲ୍ଲାସ କରନ୍ତୁ।
3. ହଁ, ଯେଉଁମାନେ ତୁମ୍ଭର ଅନୁସରଣ କରନ୍ତି,
ସେମାନଙ୍କର କେହି ଲଜ୍ଜିତ ହେବେ ନାହିଁ;
ଯେଉଁମାନେ ଅକାରଣରେ ବିଶ୍ୱାସଘାତକତା କରନ୍ତି, ସେମାନେ ଲଜ୍ଜିତ ହେବେ।
4. ହେ ସଦାପ୍ରଭୁ, ତୁମ୍ଭର ପଥସବୁ ମୋତେ ଦେଖାଅ;
ତୁମ୍ଭର ମାର୍ଗସବୁ ମୋତେ ଶିଖାଅ।
5. ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ମୋତେ ଶିକ୍ଷା ଦିଅ;
କାରଣ ତୁମ୍ଭେ ମୋ’ ପରିତ୍ରାଣର ପରମେଶ୍ୱର ଅଟ;
ମୁଁ ସାରାଦିନ ତୁମ୍ଭର ଅନୁସରଣ କରେ।
6. ହେ ସଦାପ୍ରଭୁ, ତୁମ୍ଭର ଦୟା ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର।
କାରଣ ତାହା ଅନାଦିକାଳୀନ।
7. ମୋ’ ଯୌବନ କାଳର ପାପ ଅଧର୍ମସବୁ ସ୍ମରଣ କର ନାହିଁ;
ହେ ସଦାପ୍ରଭୁ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର।
8. ସଦାପ୍ରଭୁ ମଙ୍ଗଳମୟ ସରଳ ଅଟନ୍ତି;
ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ।
9. ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ
ନମ୍ର ଲୋକକୁ ଆପଣା ପଥ ଶିଖାଇବେ।
10. ଯେଉଁମାନେ ତାହାଙ୍କ ନିୟମ ପ୍ରମାଣ-ବାକ୍ୟ ପାଳନ କରନ୍ତି,
ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ସତ୍ୟତାବିଶିଷ୍ଟ।
11. ହେ ସଦାପ୍ରଭୁ, ଆପଣା ନାମ ସକାଶୁ
ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼।
12. ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ ?
ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ।
13. ତାହାର ପ୍ରାଣ କୁଶଳରେ ବାସ କରିବ
ତାହାର ବଂଶ ଦେଶ ଅଧିକାର କରିବେ।
14. ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ ଥାଏ;
ଆଉ, ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ।
15. ସଦାବେଳେ ସଦାପ୍ରଭୁଙ୍କ ଆଡ଼େ ମୋହର ଦୃଷ୍ଟି ଥାଏ;
କାରଣ ସେ ଜାଲରୁ ମୋହର ଚରଣ ଉଦ୍ଧାର କରିବେ।
16. ମୋ’ ପ୍ରତି ଫେର ମୋ’ ପ୍ରତି ଦୟା କର;
କାରଣ ମୁଁ ଅସହାୟ ଦୁଃଖଗ୍ରସ୍ତ ଅଟେ।
17. ମୋ’ ଅନ୍ତଃକରଣର ଯନ୍ତ୍ରଣା ବଢ଼ିଅଛି;
ତୁମ୍ଭେ ସମସ୍ତ କଷ୍ଟରୁ ମୋତେ ଉଦ୍ଧାର କର।
18. ମୋହର କ୍ଳେଶ ଦୁଃଖ ପ୍ରତି ଦୃଷ୍ଟିପାତ କର;
ପୁଣି, ମୋହର ପାପସବୁ କ୍ଷମା କର।
19. ମୋହର ଶତ୍ରୁମାନଙ୍କ ପ୍ରତି ଦୃଷ୍ଟିପାତ କର, କାରଣ ସେମାନେ ଅନେକ;
ସେମାନେ ଦାରୁଣ ଘୃଣା ଭାବରେ ମୋତେ ଘୃଣା କରନ୍ତି।
20. ମୋ’ ପ୍ରାଣକୁ ରକ୍ଷା କର ମୋତେ ଉଦ୍ଧାର କର;
ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, କାରଣ ମୁଁ ତୁମ୍ଭଠାରେ ଶରଣ ନେଇଅଛି।
21. ସିଦ୍ଧତା ସରଳତା ମୋତେ ରକ୍ଷା କରୁ,
କାରଣ ମୁଁ ତୁମ୍ଭର ଅନୁସରଣ କରେ।
22. ହେ ପରମେଶ୍ୱର, ଇସ୍ରାଏଲକୁ ତାହାର ସମସ୍ତ
ତାହାର ସମସ୍ତ ସଙ୍କଟରୁ ମୁକ୍ତ କର। PE
Total 150 Chapters, Current Chapter 25 of Total Chapters 150
×

Alert

×

oriya Letters Keypad References