ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. {ମହାନ ରାଜା} [PS] ପୃଥିବୀ ଓ ତହିଁର ପୂର୍ଣ୍ଣତା, [QBR] ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର। [QBR]
2. କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି [QBR] ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି। [QBR]
3. କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ ? [QBR] ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ ? [QBR]
4. ଯାହାର ହସ୍ତ ଶୁଚି ଓ ଅନ୍ତଃକରଣ ନିର୍ମଳ; [QBR] ଯାହାର ମନ ଅସାରତା ପ୍ରତି ଉଠି ନାହିଁ, [QBR] ପୁଣି, ଯେ ଛଳ ଭାବରେ ଶପଥ କରି ନାହିଁ, ସେ। [QBR]
5. ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣ [QBR] ସ୍ୱରୂପ ପରମେଶ୍ୱରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ। [QBR]
6. ଯେଉଁମାନେ ପରମେଶ୍ୱରଙ୍କୁ ଅନ୍ୱେଷଣ କରନ୍ତି, ସେମାନଙ୍କର ବଂଶ ଏହି, [QBR] ହେ ଯାକୁବର ପରମେଶ୍ୱର, ଏମାନେ ତୁମ୍ଭର ମୁଖ ଅନ୍ୱେଷଣ କରନ୍ତି। [QBR] [ସେଲା] [QBR]
7. ହେ ନଗରଦ୍ୱାରସକଳ, ମସ୍ତକ ଟେକ; [QBR] ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ; [QBR] ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। [QBR]
8. ଗୌରବମୟ ରାଜା କିଏ ? [QBR] ବଳବାନ ଓ ବୀର ସଦାପ୍ରଭୁ, [QBR] ସଂଗ୍ରାମରେ ବୀର ସଦାପ୍ରଭୁ। [QBR]
9. ହେ ନଗରଦ୍ୱାରସକଳ, ମସ୍ତକ ଟେକ; [QBR] ହେ ଚିରସ୍ଥାୟୀ କବାଟସବୁ, ମସ୍ତକ ଟେକ; [QBR] ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। [QBR]
10. ଏହି ଗୌରବମୟ ରାଜା କିଏ ? [QBR] ବାହିନୀଗଣର ସଦାପ୍ରଭୁ, [QBR] ସେ ଗୌରବମୟ ରାଜା ଅଟନ୍ତି। [QBR] [ସେଲା] [PE]

Notes

No Verse Added

Total 150 Chapters, Current Chapter 24 of Total Chapters 150
ଗୀତସଂହିତା 24:10
1. {ମହାନ ରାଜା} PS ପୃଥିବୀ ତହିଁର ପୂର୍ଣ୍ଣତା,
ଜଗତ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର।
2. କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି
ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି।
3. କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ ?
କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ ?
4. ଯାହାର ହସ୍ତ ଶୁଚି ଅନ୍ତଃକରଣ ନିର୍ମଳ;
ଯାହାର ମନ ଅସାରତା ପ୍ରତି ଉଠି ନାହିଁ,
ପୁଣି, ଯେ ଛଳ ଭାବରେ ଶପଥ କରି ନାହିଁ, ସେ।
5. ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଆପଣାର ପରିତ୍ରାଣ
ସ୍ୱରୂପ ପରମେଶ୍ୱରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ।
6. ଯେଉଁମାନେ ପରମେଶ୍ୱରଙ୍କୁ ଅନ୍ୱେଷଣ କରନ୍ତି, ସେମାନଙ୍କର ବଂଶ ଏହି,
ହେ ଯାକୁବର ପରମେଶ୍ୱର, ଏମାନେ ତୁମ୍ଭର ମୁଖ ଅନ୍ୱେଷଣ କରନ୍ତି।
ସେଲା
7. ହେ ନଗରଦ୍ୱାରସକଳ, ମସ୍ତକ ଟେକ;
ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ;
ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
8. ଗୌରବମୟ ରାଜା କିଏ ?
ବଳବାନ ବୀର ସଦାପ୍ରଭୁ,
ସଂଗ୍ରାମରେ ବୀର ସଦାପ୍ରଭୁ।
9. ହେ ନଗରଦ୍ୱାରସକଳ, ମସ୍ତକ ଟେକ;
ହେ ଚିରସ୍ଥାୟୀ କବାଟସବୁ, ମସ୍ତକ ଟେକ;
ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
10. ଏହି ଗୌରବମୟ ରାଜା କିଏ ?
ବାହିନୀଗଣର ସଦାପ୍ରଭୁ,
ସେ ଗୌରବମୟ ରାଜା ଅଟନ୍ତି।
ସେଲା PE
Total 150 Chapters, Current Chapter 24 of Total Chapters 150
×

Alert

×

oriya Letters Keypad References