1. {ସହାୟତା ପାଇଁ ପ୍ରାର୍ଥନା} PS ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରେ;
ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ; |
3. ମୋହର ଆତ୍ମା ମୋ’ ଅନ୍ତରରେ ଉଦ୍ବିଗ୍ନ ହେବା ବେଳେ
ତୁମ୍ଭେ ମୋହର ମାର୍ଗ ଜାଣିଲ। ମୋ’ ଗମନ ପଥରେ ସେମାନେ ମୋ’ ପାଇଁ ଗୋପନରେ ଫାନ୍ଦ ପାତିଅଛନ୍ତି। |
4. ମୋ’ ଦକ୍ଷିଣ ପାର୍ଶ୍ୱ ନିରୀକ୍ଷଣ କରି ଦେଖ;
ମୋତେ ଜାଣିବା ଲୋକ କେହି ନାହିଁ; ମୋହର ଆଶ୍ରୟ ବିନଷ୍ଟ ହୋଇଅଛି; ମୋ’ ପ୍ରାଣ ପାଇଁ କେହି ଚିନ୍ତା କରେ ନାହିଁ। |
5. ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରେ;
ମୁଁ କହିଲି, “ତୁମ୍ଭେ ମୋହର ଆଶ୍ରୟ, ଜୀବିତ ଲୋକଙ୍କ ଦେଶରେ ତୁମ୍ଭେ ମୋହର ବାଣ୍ଟ। |
6. ମୋ’ କାକୂକ୍ତିରେ ମନୋଯୋଗ କର;
କାରଣ ମୁଁ ଅତି ଅଧୋନତ ହୋଇଅଛି; ମୋ’ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର; କାରଣ ସେମାନେ ମୋ’ ଅପେକ୍ଷା ବଳବାନ। |
7. କାରାଗାରରୁ ମୋ’ ପ୍ରାଣ ଉଦ୍ଧାର କର,
ତହିଁରେ ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେବି; ଧାର୍ମିକମାନେ ମୋତେ ବେଷ୍ଟନ କରିବେ; କାରଣ ତୁମ୍ଭେ ମୋହର ପ୍ରଚୁର ମଙ୍ଗଳ କରିବ।” PE |