ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. {ସନ୍ଧ୍ୟା ପ୍ରାର୍ଥନା} [PS] ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; ମୋ’ ପକ୍ଷରେ ସତ୍ୱର ହୁଅ; [QBR] ମୁଁ ଡାକିବା ବେଳେ ମୋ’ ରବରେ କର୍ଣ୍ଣ ଦିଅ। [QBR]
2. ସୁଗନ୍ଧି ଧୂପ ପରି ମୋ’ ପ୍ରାର୍ଥନା, [QBR] ସନ୍ଧ୍ୟାକାଳୀନ ନୈବେଦ୍ୟ ପରି ମୋହର ହସ୍ତ ଉତ୍ତୋଳନ ତୁମ୍ଭ ଛାମୁରେ ଉପସ୍ଥିତ ହେଉ। [QBR]
3. ହେ ସଦାପ୍ରଭୁ, ମୋ’ ମୁଖ ଆଗରେ ପ୍ରହରୀ ନିଯୁକ୍ତ କର; [QBR] ମୋ’ ଓଷ୍ଠାଧରର କବାଟ ରକ୍ଷା କର। [QBR]
4. ଅଧର୍ମାଚାରୀ ଲୋକମାନଙ୍କ ସଙ୍ଗେ ଦୁଷ୍ଟ କ୍ରିୟାରେ [QBR] ନିଯୁକ୍ତ ହେବା ପାଇଁ କୌଣସି ମନ୍ଦ ବିଷୟରେ ମୋ’ ଚିତ୍ତକୁ ପ୍ରବର୍ତ୍ତାଅ ନାହିଁ [QBR] ଓ ସେମାନଙ୍କ ସୁସ୍ୱାଦୁ ଭକ୍ଷ୍ୟ ଭୋଜନ କରିବାକୁ ମୋତେ ଦିଅ ନାହିଁ। [QBR]
5. ଧାର୍ମିକ ଲୋକ ମୋତେ ପ୍ରହାର କରୁ, ତାହା ମୋ’ ପ୍ରତି ଦୟା ହେବ [QBR] ଓ ସେ ମୋତେ ଅନୁଯୋଗ କରୁ, ତାହା ମସ୍ତକରେ ତୈଳ ସ୍ୱରୂପ ହେବ; [QBR] ମୋ’ ମସ୍ତକ ତାହା ଅଗ୍ରାହ୍ୟ ନ କରୁ; [QBR] ସେମାନଙ୍କର ନାନା ଦୁଷ୍ଟତା ସମୟରେ ମୋହର ପ୍ରାର୍ଥନା ଚଳୁଥିବ। [QBR]
6. ସେମାନଙ୍କ ବିଚାରକର୍ତ୍ତାମାନେ ଶୈଳ ପାର୍ଶ୍ୱରେ ନିକ୍ଷିପ୍ତ ହୋଇଅଛନ୍ତି; [QBR] ମୋହର ବାକ୍ୟ ମଧୁର, ଏଣୁ ସେମାନେ ତାହା ଶୁଣିବେ। [QBR]
7. କେହି ଭୂମି ଚାଷ ଓ ବିଦୀର୍ଣ୍ଣ କରିବା ବେଳେ ଯେପରି, [QBR] ସେପରି କବର ମୁଖରେ ଆମ୍ଭମାନଙ୍କ ଅସ୍ଥିସବୁ ଛିନ୍ନଭିନ୍ନ ହୋଇଅଛି। [QBR]
8. କାରଣ ହେ ପ୍ରଭୁ, ସଦାପ୍ରଭୁ, ମୋ’ ଦୃଷ୍ଟି ତୁମ୍ଭ ଆଡ଼େ ଅଛି; [QBR] ମୁଁ ତୁମ୍ଭଠାରେ ଭରସା ରଖିଅଛି; ମୋ’ ପ୍ରାଣକୁ ଅନାଥ କରି ତ୍ୟାଗ କର ନାହିଁ। [QBR]
9. ମୋ’ ନିମନ୍ତେ ସେମାନଙ୍କ ପାତିତ ଫାନ୍ଦରୁ [QBR] ଓ ଅଧର୍ମାଚାରୀମାନଙ୍କ ଯନ୍ତାରୁ ମୋତେ ରକ୍ଷା କର। [QBR]
10. ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ, [QBR] ସେହି ଅବସରରେ ମୁଁ ରକ୍ଷା ପାଏ। [PE]

Notes

No Verse Added

Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 141 / 150
ଗୀତସଂହିତା 141:77
ସନ୍ଧ୍ୟା ପ୍ରାର୍ଥନା 1 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; ମୋ’ ପକ୍ଷରେ ସତ୍ୱର ହୁଅ; ମୁଁ ଡାକିବା ବେଳେ ମୋ’ ରବରେ କର୍ଣ୍ଣ ଦିଅ। 2 ସୁଗନ୍ଧି ଧୂପ ପରି ମୋ’ ପ୍ରାର୍ଥନା, ସନ୍ଧ୍ୟାକାଳୀନ ନୈବେଦ୍ୟ ପରି ମୋହର ହସ୍ତ ଉତ୍ତୋଳନ ତୁମ୍ଭ ଛାମୁରେ ଉପସ୍ଥିତ ହେଉ। 3 ହେ ସଦାପ୍ରଭୁ, ମୋ’ ମୁଖ ଆଗରେ ପ୍ରହରୀ ନିଯୁକ୍ତ କର; ମୋ’ ଓଷ୍ଠାଧରର କବାଟ ରକ୍ଷା କର। 4 ଅଧର୍ମାଚାରୀ ଲୋକମାନଙ୍କ ସଙ୍ଗେ ଦୁଷ୍ଟ କ୍ରିୟାରେ ନିଯୁକ୍ତ ହେବା ପାଇଁ କୌଣସି ମନ୍ଦ ବିଷୟରେ ମୋ’ ଚିତ୍ତକୁ ପ୍ରବର୍ତ୍ତାଅ ନାହିଁ ଓ ସେମାନଙ୍କ ସୁସ୍ୱାଦୁ ଭକ୍ଷ୍ୟ ଭୋଜନ କରିବାକୁ ମୋତେ ଦିଅ ନାହିଁ। 5 ଧାର୍ମିକ ଲୋକ ମୋତେ ପ୍ରହାର କରୁ, ତାହା ମୋ’ ପ୍ରତି ଦୟା ହେବ ଓ ସେ ମୋତେ ଅନୁଯୋଗ କରୁ, ତାହା ମସ୍ତକରେ ତୈଳ ସ୍ୱରୂପ ହେବ; ମୋ’ ମସ୍ତକ ତାହା ଅଗ୍ରାହ୍ୟ ନ କରୁ; ସେମାନଙ୍କର ନାନା ଦୁଷ୍ଟତା ସମୟରେ ମୋହର ପ୍ରାର୍ଥନା ଚଳୁଥିବ। 6 ସେମାନଙ୍କ ବିଚାରକର୍ତ୍ତାମାନେ ଶୈଳ ପାର୍ଶ୍ୱରେ ନିକ୍ଷିପ୍ତ ହୋଇଅଛନ୍ତି; ମୋହର ବାକ୍ୟ ମଧୁର, ଏଣୁ ସେମାନେ ତାହା ଶୁଣିବେ। 7 କେହି ଭୂମି ଚାଷ ଓ ବିଦୀର୍ଣ୍ଣ କରିବା ବେଳେ ଯେପରି, ସେପରି କବର ମୁଖରେ ଆମ୍ଭମାନଙ୍କ ଅସ୍ଥିସବୁ ଛିନ୍ନଭିନ୍ନ ହୋଇଅଛି। 8 କାରଣ ହେ ପ୍ରଭୁ, ସଦାପ୍ରଭୁ, ମୋ’ ଦୃଷ୍ଟି ତୁମ୍ଭ ଆଡ଼େ ଅଛି; ମୁଁ ତୁମ୍ଭଠାରେ ଭରସା ରଖିଅଛି; ମୋ’ ପ୍ରାଣକୁ ଅନାଥ କରି ତ୍ୟାଗ କର ନାହିଁ। 9 ମୋ’ ନିମନ୍ତେ ସେମାନଙ୍କ ପାତିତ ଫାନ୍ଦରୁ ଓ ଅଧର୍ମାଚାରୀମାନଙ୍କ ଯନ୍ତାରୁ ମୋତେ ରକ୍ଷା କର। 10 ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ, ସେହି ଅବସରରେ ମୁଁ ରକ୍ଷା ପାଏ।
Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 141 / 150
Common Bible Languages
West Indian Languages
×

Alert

×

oriya Letters Keypad References