1. {#1ନିର୍ବାସିତ ଇସ୍ରାଏଲୀୟମାନଙ୍କ ବିଳାପ } [QS]ଆମ୍ଭେମାନେ ବାବିଲୀୟ ନଦୀମାନର [QE][QS]ନିକଟରେ ସିୟୋନକୁ ସ୍ମରଣ କଲା ବେଳେ [QE][QS]ସେଠାରେ ବସିଲୁ ଓ ରୋଦନ କଲୁ। [QE]
2. [QS]ଆମ୍ଭେମାନେ ସେଠାସ୍ଥିତ ବାଇଶୀ ବୃକ୍ଷରେ ଆପଣା [QE][QS]ଆପଣା ବୀଣା ଟଙ୍ଗାଇ ରଖିଲୁ। [QE]
3. [QS]କାରଣ ଆମ୍ଭମାନଙ୍କୁ ବନ୍ଦୀ କରି ଘେନି ଯାଇଥିବା ଲୋକେ ଆମ୍ଭମାନଙ୍କଠାରୁ ଗୀତ ଶୁଣିବାକୁ ଚାହିଁଲେ, [QE][QS]ପୁଣି, ଆମ୍ଭମାନଙ୍କ ଉପଦ୍ରବୀଗଣ ଆମ୍ଭମାନଙ୍କଠାରୁ ଆନନ୍ଦ-ସ୍ୱର ଶୁଣିବାକୁ ଇଚ୍ଛା କରି କହିଲେ, [QE][QS]“ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।” [QE]
4. [QS]ଆମ୍ଭେମାନେ ବିଦେଶରେ [QE][QS]କିପରି କରି ସଦାପ୍ରଭୁଙ୍କ ଗୀତ ଗାନ କରିବା ? [QE]
5. [QS]ହେ ଯିରୂଶାଲମ, ଯଦି ମୁଁ ତୁମ୍ଭକୁ ପାସୋରେ, [QE][QS]ତେବେ ମୋହର ଦକ୍ଷିଣ ହସ୍ତ ଆପଣା ବଜାଇବା କୌଶଳ ପାସୋରି ଯାଉ। [QE]
6. [QS]ଯଦି ମୁଁ ତୁମ୍ଭଙ୍କୁ ସ୍ମରଣ ନ କରେ, [QE][QS]ଯଦି ମୁଁ ଯିରୂଶାଲମକୁ ଆପଣା ପରମାନନ୍ଦରୁ ଅଧିକ ଭଲ ନ ମଣେ, [QE][QS]ତେବେ ମୋହର ଜିହ୍ୱା ମୋ’ ମୁଖର ତାଳୁରେ ଲାଗି ରହୁ।[* ଜିହ୍ୱା ମୋ’ ମୁଖର ତାଳୁରେ ଲାଗି ରହୁ। ମୁଁ ଆହୁରି ସଂଗୀତ ମଧ୍ୟ ଗାନ କରିପାରିବି ନାହିଁ ] [QE]
7. [QS]ହେ ସଦାପ୍ରଭୁ, ଇଦୋମୀୟ ସନ୍ତାନଗଣ ପ୍ରତିକୂଳରେ ଯିରୂଶାଲମର ଦିନ ସ୍ମରଣ କର; [QE][QS]ସେମାନେ କହିଲେ, “ଉତ୍ପାଟନ କର, ତହିଁର ମୂଳ ପର୍ଯ୍ୟନ୍ତ ଉତ୍ପାଟନ କର।” [QE]
8. [QS]ଆଗୋ ବିନାଶ୍ୟ ବାବିଲୀୟ କନ୍ୟେ, [QE][QS]ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେରୂପ କରିଅଛ, [QE][QS]ତୁମ୍ଭକୁ ସେହିରୂପ ପ୍ରତିଫଳ ଯେ ଦେବ, ସେ ଧନ୍ୟ। [QE]
9. [QS]ଯେଉଁ ଜନ ତୁମ୍ଭ ଶିଶୁଗଣକୁ ଧରି [QE][QS]ଶୈଳ ଉପରେ କଚାଡ଼ିବ, ସେ ଧନ୍ୟ। [QE]