1. {#1ସହାୟତା ପାଇଁ ପ୍ରାର୍ଥନା } [QS]
2. [PS]*ଆରୋହଣ-ଗୀତ। *[PE][PBR]ହେ ସଦାପ୍ରଭୁ, ମୁଁ ଗଭୀର ଜଳରେ ଥାଇ ତୁମ୍ଭ ନିକଟରେ ଡାକ ପକାଇଅଛି। *[PE][QS]ହେ ପ୍ରଭୁ, ମୋ’ ରବ ଶୁଣ; [QE][QS]ତୁମ୍ଭ କର୍ଣ୍ଣ ମୋ’ ବିନତି-ରବରେ ମନୋଯୋଗ କରୁ। [QE]
3. [QS]ହେ ସଦାପ୍ରଭୁ, ତୁମ୍ଭେ ଯଦି ଅପରାଧସବୁ ଧରିବ, [QE][QS]ତେବେ ହେ ପ୍ରଭୁ, କିଏ ଠିଆ ହେବ ? [QE]
4. [QS]ମାତ୍ର ତୁମ୍ଭଙ୍କୁ ଯେପରି ଭୟ କରାଯାଏ, [QE][QS]ଏଥିପାଇଁ ତୁମ୍ଭଠାରେ କ୍ଷମା ଅଛି। [QE]
5. [QS]ମୁଁ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି, ମୋ’ ପ୍ରାଣ ଅପେକ୍ଷା କରୁଅଛି, [QE][QS]ପୁଣି, ମୁଁ ତାହାଙ୍କ ବାକ୍ୟରେ ଭରସା ରଖୁଅଛି। [QE]
6. [QS]ପ୍ରହରୀମାନେ ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ମୋ’ ପ୍ରାଣ ପ୍ରଭୁଙ୍କ ପାଇଁ ଅଧିକ ଚାହିଁ ରହେ; [QE][QS]ହଁ, ପ୍ରହରୀମାନଙ୍କର ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ଅଧିକ। [QE]
7. [QS]ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ; [QE][QS]କାରଣ ସଦାପ୍ରଭୁଙ୍କଠାରେ ଦୟା ଅଛି [QE][QS]ଓ ତାହାଙ୍କଠାରେ ପ୍ରଚୁର ମୁକ୍ତି ଅଛି। [QE]
8. [QS]ପୁଣି, ସେ ଇସ୍ରାଏଲକୁ [QE][QS]ତାହାର ସମସ୍ତ ଅପରାଧରୁ ମୁକ୍ତ କରିବେ। [QE]