1. {ନିସ୍ତାର ପର୍ବ ସଙ୍ଗୀତ} [PS] ଯେତେବେଳେ ଇସ୍ରାଏଲ ମିସରରୁ [QBR] ଓ ଯାକୁବ-ବଂଶ ଅନ୍ୟ ଭାଷାବାଦୀ ଲୋକଙ୍କ ମଧ୍ୟରୁ ବାହାରିଲେ; [QBR]
2. ସେତେବେଳେ ଯିହୁଦା ତାହାଙ୍କ ଧର୍ମଧାମ ଓ [QBR] ଇସ୍ରାଏଲ ତାହାଙ୍କ ରାଜ୍ୟ ହେଲା, [QBR]
3. ସମୁଦ୍ର ତାହା ଦେଖି ପଳାଇଲା; [QBR] ଯର୍ଦ୍ଦନ ଉଜାଣି ବହିଲା। [QBR]
4. ପର୍ବତଗଣ ମେଷ ପରି ଓ [QBR] ଉପପର୍ବତଗଣ ମେଷଶାବକ ପରି ଡିଆଁ ମାରିଲେ। [QBR]
5. ତୁମ୍ଭର କ’ଣ ହେଲା ଯେ, ହେ ସମୁଦ୍ର, ତୁମ୍ଭେ ପଳାଉଅଛ ? [QBR] ହେ ଯର୍ଦ୍ଦନ, ତୁମ୍ଭେ ଉଜାଣି ବହୁଅଛ ? [QBR]
6. ହେ ପର୍ବତଗଣ, ତୁମ୍ଭେମାନେ ମେଷ ପରି, [QBR] ହେ ଉପପର୍ବତଗଣ, ତୁମ୍ଭେମାନେ ମେଷଶାବକ ପରି ଡିଆଁ ମାରୁଅଛ ? [QBR]
7. ହେ ପୃଥିବୀ, ତୁମ୍ଭେ ପ୍ରଭୁଙ୍କ ଛାମୁରେ, [QBR] ଯାକୁବର ପରମେଶ୍ୱରଙ୍କ ଛାମୁରେ କମ୍ପିତ ହୁଅ; [QBR]
8. ସେ ଶୈଳକୁ ଜଳାଶୟ, [QBR] ଚକ୍ମକି ପ୍ରସ୍ତରକୁ ନିର୍ଝର କଲେ। [PE]