1. {ସଜ୍ଜନର ଆନନ୍ଦ} [PS] ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, [QBR] ଯେଉଁ ଜନ ସଦାପ୍ରଭୁଙ୍କୁ ଭୟ କରେ, [QBR] ଯେ ତାହାଙ୍କ ଆଜ୍ଞାସବୁରେ ଅତିଶୟ ସନ୍ତୁଷ୍ଟ ହୁଏ, ସେ ଧନ୍ୟ। [QBR]
2. ତାହାର ବଂଶ ପୃଥିବୀରେ ବିକ୍ରମଶାଳୀ ହେବେ [QBR] ସରଳ ଲୋକର ବଂଶ ଆଶୀର୍ବାଦପ୍ରାପ୍ତ ହେବେ। [QBR]
3. ତାହାର ଗୃହରେ ଧନ ସମ୍ପତ୍ତି ଥାଏ [QBR] ଓ ତାହାର ଧର୍ମ ସଦାକାଳସ୍ଥାୟୀ [QBR]
4. ସରଳ ଲୋକଙ୍କ ପ୍ରତି ଅନ୍ଧକାରରେ ଦୀପ୍ତି ଉଦିତ ହୁଏ; [QBR] ସେ [* ସେ କିଅବା ସଦାପ୍ରଭୁ] କୃପାମୟ ଓ ସ୍ନେହଶୀଳ ଓ ଧାର୍ମିକ। [QBR]
5. ଯେଉଁ ଜନ କୃପା କରେ ଓ ଋଣ ଦିଏ, ତାହାର ମଙ୍ଗଳ ହୁଏ; [QBR] ସେ ସୁବିଚାରରେ ଆପଣା କଥା ନିଷ୍ପନ୍ନ କରିବ। [QBR]
6. କାରଣ ସେ କଦାପି ବିଚଳିତ ନୋହିବ; [QBR] ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ। [QBR]
7. ସେ କୁସମ୍ବାଦ ଶୁଣି ଭୀତ ହେବ ନାହିଁ। [QBR] ତାହାର ଚିତ୍ତ ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସ୍ଥିର ଥାଏ। [QBR]
8. ସେ ଆପଣା ବିପକ୍ଷଗଣ ଉପରେ ନିଜ ବାଞ୍ଛାର ସିଦ୍ଧି ଦେଖିବା ପର୍ଯ୍ୟନ୍ତ, [QBR] ତାହାର ଚିତ୍ତ ସୁସ୍ଥିର ଥାଏ, ସେ ଭୀତ ହେବ ନାହିଁ। [QBR]
9. ସେ ବିତରଣ କରିଅଛି, ସେ ଦୀନହୀନମାନଙ୍କୁ ଦାନ କରିଅଛି; [QBR] ତାହାର ଧର୍ମ ସଦାକାଳସ୍ଥାୟୀ; [QBR] ସମ୍ଭ୍ରମରେ ତାହାର ଶୃଙ୍ଗ [† ଶୃଙ୍ଗ ଅର୍ଥାତ୍ ବଳ] ଉନ୍ନତ ହେବ। [QBR]
10. ଦୁଷ୍ଟ ଲୋକ ତାହା ଦେଖିବ ଓ ବିରକ୍ତ ହେବ; [QBR] ସେ ଆପଣା ଦନ୍ତ ଘର୍ଷଣ କରିବ ଓ ତରଳିଯିବ; [QBR] ଦୁଷ୍ଟମାନଙ୍କର ବାଞ୍ଛା ବିନଷ୍ଟ ହେବ। [PE]