1. {ଶତ୍ରୁ କବଳରୁ ରକ୍ଷା ନିମିତ୍ତ ପ୍ରାର୍ଥନା} [PS] ହେ ପରମେଶ୍ୱର, ମୋହର ଚିତ୍ତ ସୁସ୍ଥିର ଅଛି; [QBR] ମୁଁ ଗାନ କରିବି, ହଁ, ମୁଁ ଆପଣା ଗୌରବ ସହିତ ପ୍ରଶଂସା ଗାନ କରିବି। [QBR]
2. ହେ ନେବଲ ଓ ବୀଣେ, ଜାଗ; [QBR] ମୁଁ ନିଜେ ଅତି ପ୍ରଭାତରେ ଜାଗିବି। [QBR]
3. ହେ ସଦାପ୍ରଭୁ, ମୁଁ ଗୋଷ୍ଠୀବର୍ଗ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି [QBR] ଓ ମୁଁ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି। [QBR]
4. ଯେହେତୁ ତୁମ୍ଭର ଦୟା ଆକାଶ ଅପେକ୍ଷା ମହତ [QBR] ଓ ତୁମ୍ଭର ସତ୍ୟତା ଗଗନସ୍ପର୍ଶୀ; [QBR]
5. ହେ ପରମେଶ୍ୱର, ତୁମ୍ଭେ ଆକାଶମଣ୍ଡଳ ଉପରେ ଉନ୍ନତ ହୁଅ [QBR] ଓ ତୁମ୍ଭର ଗୌରବ ସମୁଦାୟ ପୃଥିବୀରେ ଉନ୍ନତ ହେଉ। [QBR]
6. ଯେପରି ତୁମ୍ଭର ପ୍ରିୟତମ ଉଦ୍ଧାର ପାଇବ, ଏଥିପାଇଁ [QBR] ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କରି ଆମ୍ଭମାନଙ୍କୁ ଉତ୍ତର ଦିଅ। [QBR]
7. ପରମେଶ୍ୱର ଆପଣା ପବିତ୍ରତାରେ [* ପବିତ୍ରତାରେ କିମ୍ବା ପବିତ୍ର ସ୍ଥାନରୁ] କହିଅଛନ୍ତି; “ଆମ୍ଭେ ଉଲ୍ଲାସ କରିବା; [QBR] ମୁଁ ଶିଖିମକୁ ବିଭାଗ କରିବି ଓ ସୁକ୍କୋତ ଉପତ୍ୟକା ମାପିବି। [QBR]
8. ଗିଲୀୟଦ ମୋହର; ମନଃଶି ମୋହର; [QBR] ଇଫ୍ରୟିମ ମଧ୍ୟ ମୋ’ ମସ୍ତକର ଆଶ୍ରୟ; [QBR] ଯିହୁଦା ମୋହର ରାଜଦଣ୍ଡ। [QBR]
9. ମୋୟାବ ମୋ’ ପ୍ରକ୍ଷାଳନ-ପାତ୍ର; [QBR] ଇଦୋମ ଉପରେ ମୁଁ ଆପଣା ପାଦୁକା ପକାଇବି। [QBR] ପଲେଷ୍ଟୀୟ ଉପରେ ଜୟଧ୍ୱନି କରିବି। [QBR]
10. କିଏ ମୋତେ ଦୃଢ଼ ନଗରକୁ ଆଣିବ ? [QBR] କିଏ ମୋତେ ଇଦୋମ ପର୍ଯ୍ୟନ୍ତ କଢ଼ାଇ ଆଣିଅଛି ?” [QBR]
11. ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି ନାହଁ ? [QBR] ପୁଣି, ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁ ନାହଁ। [QBR]
12. ବିପକ୍ଷର ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର; [QBR] କାରଣ ମନୁଷ୍ୟର ସାହାଯ୍ୟ ବୃଥା। [QBR]
13. ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା; [QBR] ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ। [PE]